ମୋ ଆଈମା ସ୍ୱାସ୍ଥ୍ୟ କଥା - 77 ହାପୁଡି ହାପୁଡି କାହିଁକି ଖାଇବା ଆମେ ?

 *ମୋ ଆଈମା ସ୍ୱାସ୍ଥ୍ୟ କଥା - 77 ହାପୁଡି ହାପୁଡି କାହିଁକି ଖାଇବା ଆମେ?*


ଆମର ମା ରୂପରେ ଭଗବାନ ଏହି ପ୍ରକୃତିକୁ ଆଣି ଆମ ସମସ୍ତଙ୍କୁ ସୃଷ୍ଟି କରିଛନ୍ତି l ଯେମିତି ଗୋଟିଏ ଶିଶୁର ନାଭି ନାଡ଼ ତାର ମାର ଜରାୟୁରୁ ସମସ୍ତ ଖାଦ୍ୟ ଗ୍ରହଣ କରି ଶିଶୁଟି ପୂର୍ଣ୍ଣ ବିକଶିତ ହୁଏ l ଠିକ ସେହିପରି ପ୍ରକୃତିର ସମସ୍ତ ଉପାଦାନକୁ ଛାଡି କୌଣସି ଜୀବ ବଞ୍ଚିରହିବା ସମ୍ଭବ ନୁହେଁ l ଆମେ ବିନା ସୂର୍ଯ୍ୟାଲୋକରେ, ବିନା ଜଳରେ, ବିନା ପବନରେ ବେଶୀ ସମୟ ବଞ୍ଚିରହି ପାରିବା ନାହିଁ l ଏହା ସତ୍ୟ ବୋଲି ସମସ୍ତେ ଜାଣନ୍ତି କିନ୍ତୁ କାହିଁକି ଆଜି ଏହି ପ୍ରକୃତି ମା କୋଳରୁ ଦୂରେଇ ରହିବାକୁ ଇଚ୍ଛା କରୁଛନ୍ତି? ବିନା ନାଭି ନାଡ଼ ସଂଯୋଗରେ ଯେମିତି କୌଣସି ଶିଶୁ ବଞ୍ଚିପାରିବ ନାହିଁ ତା ମା ପେଟରେ ଠିକ ସେହିପରି ପ୍ରକୃତିର ସିଧା ସଂଯୋଗ ଅଭାବରେ କୌଣସି ଜୀବ ସୁସ୍ଥ ରହିପାରିବେ ନାହିଁ କାରଣ ଆମର ଆଧାରର ନାଭି ପ୍ରକୃତିର ଉପାଦାନ ସହିତ ସଂଯୁକ୍ତ ହୋଇଥାଏ l ଆମେ ଯଦି ଏହି ସଂଯୋଗକୁ କାଟିବା ପାଇଁ ଚେଷ୍ଟା କରିବା ତାହେଲେ ଆମର ସଠିକ ବିକାଶ ହେଇପାରିବ ନାହିଁ l ସହର ଏବଂ ଗାଁ ଦୁଇଟା ଅଲଗା ଅଲଗା ପରିବେଶ ଅଟେ l ସହର ମଣିଷ ତିଆରି ଗାଁ ମଧ୍ୟ ମଣିଷ ତିଆରି କିନ୍ତୁ ଗାଁରେ ପ୍ରକୃତିର ସଂଯୋଗ ଥାଏ ସହରରେ ଅପ୍ରକୃତିର ସଂଯୋଗ ଥାଏ l ଗାଁରେ ରହୁଥିବା ମଣିଷଟି ସରଳ, ନିଷ୍କପଟ ବଳୁଆ, ଭାବୁକ ଏବଂ ସମ୍ବେଦନଶୀଳ ଅଧିକ ଥାଏ ସହରର ଲୋକଙ୍କ ଅପେକ୍ଷା l ରୋଗ କ୍ଷେତ୍ରରେ ସହର ଲୋକଙ୍କୁ ଅଧିକ ରୋଗ ହୁଏ l ଗ୍ରାମକୁ ଗ୍ରାମ ଭଳିଆ ଗଢିବାକୁ ହେଲେ ଆମକୁ ପ୍ରକୃତି ସହିତ ତାଳ ଦେଇକି ଚାଲିବାକୁ ପଡିବ l ଆଜିର ଆଈମା ସ୍ୱାସ୍ଥ୍ୟ କଥାରେ ଆପଣମାନଙ୍କ ପାଇଁ ରହିଛି ଏକ ଗାଉଁଲି ସଂସ୍କୃତିରୁ ଆସିଥିବା ଏକ ବହୁ ପୁରାତନ ବୈଜ୍ଞାନିକ ଖାଇବା ଅଭ୍ୟାସ ଉପରେ l ସେହି ଅଭ୍ୟାସର ନାମ ଶୁଣିଲେ ଆପଣ ମୋତେ ନିଶ୍ଚିତ ମୂର୍ଖ କହିବେ l କାରଣ ବେଳେ ବେଳେ ଭୁଲରେ ବି ଜଣେ ଖାଇବା ବେଳେ ହାପୁଡି ହାପୁଡି ଖାଉଥାଏ ତାକୁ ଆପଣମାନେ ଅଶିକ୍ଷିତ ମୂର୍ଖ କହି ତାର ଏହି ଅଭ୍ୟାସକୁ ଚାପ ପକାଇ ବନ୍ଦ କରିଦିଅନ୍ତି l ଖାଇବା ବେଳେ ଶବ୍ଦ କରି ଖାଉଛୁ ଗାଉଁଳିଆ କିରେ... ଇତ୍ୟାଦି ଇତ୍ୟାଦି କହି ଆପଣ ବିଚରାକୁ ପ୍ରକୃତି ଠାରୁ ଦୂରେଇ ନିଅନ୍ତି l ଏଇଠି ମନେରଖିବା ଜିନିଷଟି ହେଲା ଆମେ ଛୋଟ ଦିନରୁ ହିଁ ପ୍ରକୃତିକୁ ଅନୁସରଣ କରିବାକୁ ଚେଷ୍ଟା କରିଆସୁଛନ୍ତି କିନ୍ତୁ ଶିକ୍ଷିତ ହେବା ଆଳରେ ଅଶିକ୍ଷିତ ଭଳିଆ ଅତ୍ୟାଚାର କରିଛନ୍ତି ନିଜ ପ୍ରତି ଏବଂ ମଣିଷ ସମାଜ ପ୍ରତି l ଆଜି କିନ୍ତୁ ମୁଁ ଆପଣଙ୍କୁ ଏହି ବୈଜ୍ଞାନିକ ହାପୁଡି ହାପୁଡି ଖାଇବା ଅଭ୍ୟାସ ଉପରେ ନିଶ୍ଚିତ ପ୍ରକାଶ ପକେଇବି ଯେହେତୁ ମୁଁ ତମ ସମସ୍ତଙ୍କ ଆଈମା ମୋର ଏଇଟା କର୍ତ୍ତବ୍ୟ କି ମୁଁ ତମକୁ ଭାରତୀୟ ବୈଜ୍ଞାନିକ ଜିନିଷ ବିଷୟରେ କହିବି l ତାହେଲେ ଆସ ମୋ ସ୍ୱାସ୍ଥ୍ୟ କଥାଟିକୁ ଶୁଣିବା ଆରମ୍ଭ କର l


ଅନ୍ନକୁ ବ୍ରହ୍ମ କୁହାଯାଏ l ଆମ ସଂସ୍କୃତିରେ ଅନ୍ନକୁ ଆଦର କରାଯାଏ l ଅନ୍ନରେ ଭଗବାନଙ୍କର ବାସ ବୋଲି ଚିନ୍ତା କରି ଖାଇବା ପୂର୍ବରୁ ଅନ୍ନକୁ ନମସ୍କାର କରି ଭଗବାନଙ୍କୁ ଧନ୍ୟବାଦ ଦିଆଯାଏ l ଏହା କରିବା ଦ୍ୱାରା ଶରୀର ଉତ୍ତମ ଖାଦ୍ୟ ପାଏ ଏବଂ ସେହି ଖାଦ୍ୟ ଖାଇଲା ପରେ ମନ ଓ ଶରୀର ସକାରାତ୍ମକ ଉର୍ଜା ପ୍ରାପ୍ତ ହୁଏ l ଆମ ବୈଜ୍ଞାନିକ ସଂସ୍କୃତିରେ ଧୈର୍ଯ୍ୟର ପ୍ରମୁଖ ଭୂମିକା ରହିଛି l ଭୋକ ହେଉଛି କିମ୍ବା ଶୋଷ ଜୋରରେ ହେଉଛି ତାହେଲେ ହଠାତ ଖାଇବା ବା ପିଇବାକୁ ମନା କରି ଧୈର୍ଯ୍ୟ ସହକାରେ ମନକୁ ସର୍ବପ୍ରଥମେ ପବିତ୍ର କରି ଖାଦ୍ୟ ବା ପାନୀୟକୁ ଗ୍ରହଣ କରାଯାଏ l ଏହା ଦ୍ୱାରା ଅଶୁଦ୍ଧ ଖାଦ୍ୟ ମଧ୍ୟ ଶରୀରର ସକାରାତ୍ମକ ଉର୍ଜା ଦ୍ୱାରା ଶୁଦ୍ଧ ହୋଇଯାଏ l


ଖାଇବା ବେଳେ ଆମେ ଯଦି ହାପୁଡି ହାପୁଡି ଖାଇବା ତାହେଲେ ଅଧିକ ପରିମାଣରେ ଅମ୍ଳଜାନ ଆମ ଶରୀରକୁ ଯାଇପାରିବ l ଏହା ଖାଇବାର ରୁଚିକୁ ବଢ଼େଇବ l ଅଧିକ ପରିମାଣରେ ପାଚକ ରସ ଝରିବ l ଆଉ କଣ କଣ ଲାଭ ହୁଏ ତଳକୁ ଦେଖ 👇


👉 ଦାନ୍ତ ରୋଗ କେବେବି ଦେଖା ଯିବ ନାହିଁ l

👉 ଆଖି ରୋଗ ହେବ ନାହିଁ l ଦୃଷ୍ଟି ଶକ୍ତି ବଢ଼ିଯିବ l

👉 ଖାଦ୍ୟ ଭଲ ହଜମ ହେବ l ପେଟ ଭଲ ସଫା ହେବ l

👉 ପ୍ରତିରୋଧ ଶକ୍ତି ବଢ଼ିବ ଶରୀରରେ l

👉 କେଶ ବେଶୀ ଝଡ଼ିବ ନାହିଁ l

👉 ମୁହଁ ଚକ ଚକ କରିବ l ଚେହେରାରେ ଉଜ୍ବଳତା ଆସିବ l

👉 ଚର୍ମ ରୋଗ ଦେଖାଯିବ ନାହିଁ l

👉 ଗର୍ଭବତୀ ନାରୀ ପାଇଁ ବଡ଼ ଔଷଧ ଅଟେ l ରକ୍ତ ବଢ଼ିବ l ପେଟରେ ଛୁଆ ମଜବୁତ ହୁଏ l ଛୁଆ ଜନ୍ମ ପରେ ମା ଉଷୁମ କାଞ୍ଜି ତୋରାଣିକୁ ହାପୁଡି ହାପୁଡି ଖାଇଲେ ଶିଶୁର ଅନେକ ରୋଗ ଆପେ ଭଲ ହୁଏ l ଶିଶୁର ପ୍ରତିରୋଧ ଶକ୍ତି ଆପେ ବଢିଯାଏ ଯେଉଁ ମା ହାପୁରି ହାପୁରି ଖାଦ୍ୟ ଖାଏ l

👉 ଖାଦ୍ୟ ଭିତରେ ପ୍ରାଣଶକ୍ତି ଭରିଦିଏ ସେଥିପାଇଁ ଖାଦ୍ୟ ଯାହା କହିଲେ ଶରୀରକୁ ଲାଗେ l ମୋଟା ହେବାକୁ ଦିଏ ନାହିଁ l ଶରୀର ଅଧିକ କାମ କରିପାରେ l

ଶୁଣିଲଟି ହାପୁଡି ହାପୁଡି ଖାଇବାର କଣ ସବୁ ଲାଭ ଅଛି l ମୋ କଥାକୁ ମାନିବ ଯିଏ ଆନନ୍ଦରେ କାଳ କଟେଇବ ସିଏ l



ମୋ ଆଈମା ସ୍ୱାସ୍ଥ୍ୟ କଥା - 78  ବେସର ବଟା ଯୁକ୍ତ ଖାଦ୍ୟ ଉପରେ



Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)