ମୋ ଆଈମା ସ୍ୱାସ୍ଥ୍ୟ କଥା - 096 ମେଥି ବୃକ୍ଷ ଉପରେ

 *ମୋ ଆଈମା ସ୍ୱାସ୍ଥ୍ୟ କଥା - 096* _{ମେଥି ବୃକ୍ଷ ଉପରେ}_



ଆଈମା ରୋଷେଇ ଘରକୁ ଔଷଧ ଖାନା କହୁଥିଲେ କାରଣ ଆମ ରୋଷେଇ ଘରେ ଅନେକ ମହତପୂର୍ଣ୍ଣ ଔଷଧ ଯେମିତିକି ଜୁଆଣି, ଲବଙ୍ଗ, ଗୁଜୁରାତି, ମେଥି, ଜିରା, ଧନିଆ ଇତ୍ୟାଦି ର ଗନ୍ତାଘର ଅଟେ l ଆଜି ଏହି ବିଦ୍ୟ ଔଷଧ ଭିତରୁ ଗୋଟିଏ ଔଷଧ ବିଷୟରେ ଆଲୋଚନା କରିବା ତାହା ହେଲା ମେଥି l ଆୟୁର୍ବେଦର ଏକ ଅର୍ଦ୍ଧ ଶ୍ଳୋକକୁ ଉଚ୍ଚାରଣ କରି ଆଈମା କହନ୍ତି- ‘ବୋଧୟତି ଜଠରାଗ୍ନିମ୍ ଇତି ମେଥିକା'- ଏହା ଜଠରାଗ୍ନି କୁ ପ୍ରଦୀପ୍ତ କରେ ଏଥି ପାଇଁ ଏହାକୁ ବୋଧନୀ-ଦୀପନୀ କୁହାଯାଏ । ଆଈମା କହନ୍ତି ମେଥି ବଳ–ବୀର୍ଯ୍ୟବର୍ଦ୍ଧକ, କ୍ଷୁଧାବର୍ଦ୍ଧକ, ହୃଦୟ ପାଇଁ ହିତକାରୀ ଓ ବାତ- କଫଶାମକ ।ଏହା ଜ୍ୱରକୁ ଦୂର କରେ ତଥା ଫୁଲାକୁ କମ୍ କରେ l ଏହା ଆରୋଗ୍ୟ, ଶକ୍ତି ଓ ସ୍ଫୁର୍ତ୍ତିଦାୟକ ଆହାର ଅଟେ । 


ମେଥ୍ ପତ୍ରର ସବଜି ତଥା ମେଥି ଦାନା ମଧୁମେହ (diabetes)ରେ ଲାଭକାରୀ । ଏହାର ସେବନ ଦ୍ଵାରା ଆଣ୍ଠୁ ତଥା ଶରୀରର ଅନ୍ୟ ଗଣ୍ଠି ମଜବୁତ ରହେ, ଦୁର୍ବଳତା ଦୂର ହୁଏ । ଏହା ପୁରୁଣା କୋଷ୍ଠକାଠିନ୍ୟ, ଗ୍ୟାସ୍, ଅରୁଚି ଓ ଅଜୀର୍ଣ୍ଣ ଆଦି ପାଚନ-ସମ୍ବନ୍ଧୀୟ ସମସ୍ୟାରେ ମଧ୍ୟ ଲାଭଦାୟୀ ।


ଏହାର ସେବନ ଦ୍ଵାରା ଆମବାତ, ପକ୍ଷାଘାତ ଆଦି ରୋଗରୁ ସୁରକ୍ଷା ମିଳେ । ଶୀତ ଦିନେ ମେଥ୍ ପାକ ଅଥବା ମେଥି ଲଡୁ ପ୍ରସ୍ତୁତ କରି ସେବନ କଲେ ବର୍ଷ ସାରା ଶରୀରରେ ଶକ୍ତି ଓ ଫୁର୍ତ୍ତି ଭରି ରହିଥାଏ । ବାର୍ଦ୍ଧକ୍ୟଜନ୍ୟ ସମସ୍ୟା, ଯେପରି ଆଣ୍ଠୁ ଓ ଗଣ୍ଠିର ପୀଡ଼ା, ଭୋକ ନ ଲାଗିବା, ହାତ ଓ ଗୋଡ଼ ନିଷ୍କ୍ରିୟ ହେବା, ସାଇଟିକା, ମାଂସପେଶୀର ସଙ୍କୋଚ଼ନ, ବାରମ୍ବାର ପରିସ୍ରା ଆସିବା ଆଦି ସମସ୍ୟାରେ ମଧ୍ୟ ଏହା ଲାଭଦାୟୀ l ମେଥି ଲଡ଼ୁ ପ୍ରସୂତା ମାତା ମାନଙ୍କୁ ଦେବାର ପ୍ରଥା ପ୍ରଚଳିତ । ଏହାଦ୍ବାରା କ୍ଷୁଧା ବଢ଼େ, ପେଟ ସଫା ରହେ, ଗର୍ଭାଶୟର ଶୁଦ୍ଧି ହୁଏ ଓ ଗର୍ଭାଶୟର ସଙ୍କୋଚନ ହୋଇ ପୁନଃ ନିଜର ସ୍ଥାନ ଓ ସ୍ଥିତିକୁ ଆସିବାରେ ସହାୟତା ମିଳେ । ପ୍ରସୂତା ମାତାଙ୍କର କ୍ଷୀରରେ ବୃଦ୍ଧି ହୁଏ । ମାସିକ ଧର୍ମ ସମ୍ବନ୍ଧୀୟ ସମସ୍ୟା, ଯେପରି ଅଳ୍ପ ମାସିକ ସ୍ରାବ,ଅଣ୍ଟାବିନ୍ଧା, କ୍ଳାନ୍ତି ଆଦିରେ ମଧ୍ୟ ମେଥ୍ ଲାଭଦାୟୀ ।


*ଔଷଧୀୟ ପ୍ରୟୋଗ :-*


(୧) ମେଥ, ଶୁଣ୍ଠି ଓ ହଳଦୀ ଚୂର୍ଣ୍ଣକୁ ସମାନ ମାତ୍ରାରେ ମିଶାଇ ରଖନ୍ତୁ । ସକାଳ-ସନ୍ଧ୍ୟା ଭୋଜନ ପରେ ଗରମ ପାଣିରେ ଅଧା-ଅଧା ଚାମଚ୍ (୨-୩ ଗ୍ରାମ୍ ) ସେବନ କଲେ ଗଣ୍ଠି ପୀଡ଼ାରେ ଲାଭ ହୁଏ । ଏହି ୧ ଚାମଚ୍ ମିଶ୍ରଣ ଅଥବା ୧ ଚାମଚ୍ ସନ୍ଧୀଶୂ ଲହର ଯୋଗ ରାତ୍ରି ରେ ୧ ଗ୍ଲାସ୍‌ ପାଣିରେ ଭିଜାଇ ଦିଅନ୍ତୁ । ସକାଳେ ଏହି ପାଣି ଅଧା ବଳକା ରହିବା ପର୍ଯ୍ୟନ୍ତ ଫୁଟାନ୍ତୁ । ଥଣ୍ଡା ହେବା ପରେ ଛାଣିକରି ପିଅନ୍ତୁ । ଏହାଦ୍ୱାରା ମଧ୍ୟ ଲାଭ ହୁଏ ।


(୨) ଦୁର୍ବଳତା କାରଣରୁ ହେଉଥିବା ହାତ-ଗୋଡ଼ର ପୀଡ଼ାରେ ମେଥ୍ଦାନାକୁ ରାତି ସାରା ପାଣିରେ ଭିଜାଇ ଶୁଖାଇ, ପେଷି କରି ଅଟା ପ୍ରସ୍ତୁତକରନ୍ତୁ । ଏହି ଅଟାରେ ଘିଅ ତଥା ଗୁଡ଼ ମିଶାଇ ଛୋଟଛୋଟ ଲଡୁ ପ୍ରସ୍ତୁତ କରନ୍ତୁ । ପ୍ରତିଦିନ ଗୋଟିଏ ଲଡ଼ୁ ଖାଇଲେ ଏକ ସପ୍ତାହରେ ପୀଡ଼ା ନଷ୍ଟ ହୋଇଯାଏ ।


(୩) ରାତ୍ରିରେ ଭିଜା ଯାଇଥିବା ୧ ଚାମଚ୍ ମେଥିଦାନା ଓ ୧୫-୨୦ଟି ପୁଦିନା ପତ୍ର ୧ ଗ୍ଲାସ ପାଣିରେ ଫୁଟାନ୍ତୁ । ପାଣି ଅଧା ଶେଷ ରହିବା ପରେ ଛାଣିକରି ଉଷୁମ ହେବା ପରେ ପିଅନ୍ତୁ । ଏହାଦ୍ଵାରା ମାସିକ ସ୍ରାବ ଅବାଧ ଆସିବ ଓ ସେତେବେଳେ ହେଉଥିବା ପୀଡ଼ାରେ ଆରାମ ମିଳିବ ।


*ଚୂଣ୍ଣ ପ୍ରସ୍ତୁତିର ବିଧି*:-


ମେଥି ଦାନାକୁ ୧୨ ଘଣ୍ଟା ପାଣିରେ ଭିଜାଇ ପୁଣି ଶୁଖାଇ ଦିଅନ୍ତୁ, ପେଷି କରି ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ । ଶୁଖୁଲା ମେଥ୍ଦାନାକୁ ଭାଜି ପେଷି କରି ମଧ୍ୟ ଚୂର୍ଣ୍ଣ ପ୍ରସ୍ତୁତ କରା ଯାଇପାରେ ।


👉 ଚୂର୍ଣ୍ଣର ମାତ୍ରା : ୨-୫ ଗ୍ରାମ୍


*ସାବଧାନତା*:-


ଶରତ ଓ ଗ୍ରୀଷ୍ମ ଋତୁରେ, ପିତ୍ତଜନ୍ୟ ରୋଗରେ ତଥା ଉଷ୍ଣ ପ୍ରକୃତିର ବ୍ୟକ୍ତି ମେଥି ଓ ମେଥି ଦାନାର ସେବନ ସାବଧାନତାପୂର୍ବକ କିମ୍ବା ବୈଦ୍ୟକୀୟ ପରାମର୍ଶ ଅନୁସାରେ କରିବା ଉଚିତ ।



ମୋ ଆଈମା ସ୍ୱାସ୍ଥ୍ୟ କଥା - 097   (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)


Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)