ମୋ ଆଈମା ସ୍ୱାସ୍ଥ୍ୟ କଥା - 088 ଦହିର ଅଦ୍ଭୁତ ବିଜ୍ଞାନ ଉପରେ
*ମୋ ଆଈମା ସ୍ୱାସ୍ଥ୍ୟ କଥା - 088* ଦହିର ଅଦ୍ଭୁତ ବିଜ୍ଞାନ ଉପରେ
ଗୋଟିଏ ଘରର ଗୁହାଳରେ ରହୁଥିବା ଗୋମାତାଟି ସେଇ ଘରର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ମା ଅଟେ ଏବଂ ଅନ୍ୟମାନଙ୍କ ପାଇଁ କେବଳ ଗୋମାତା ଅଟେ l ଆମ ମଣିଷ ସମାଜରେ ସବୁ ନାରୀମାନଙ୍କୁ ଆମେ ମା କହିନଥାଉ ସେହିପରି ସବୁ ଗୋମାତା ସମସ୍ତଙ୍କ ପାଇଁ ମା ହେଇପାରିବେ ନାହିଁ l ସେଥିପାଇଁ ତ ଅଜଣା ଲୋକଟିଏ ଗୁହାଳରେ ପ୍ରବେଶ କଲେ ଗୋମାତା ତାକୁ ମାରିବାକୁ ଚେଷ୍ଟା କରନ୍ତି କିନ୍ତୁ ଗୋମାତା ନିଜ ମାଲିକକୁ ସମ୍ପୂର୍ଣ୍ଣ ଅଧିକାର ପ୍ରଦାନ କରିଥାନ୍ତି ସହିଷ୍ଣୁତା ଏବଂ ମମତାର ଉଦାହରଣ ସାଜି l ଆଜ୍ଞାମାନେ ଆଈମା ସ୍ୱାସ୍ଥ୍ୟ କଥାର ବେଗ କୁଆଡେ ମୋଡି ହେଇଗଲା... ଆଜିର ବିଷୟ ତ ଥିଲା ଦହି ଉପରେ କିନ୍ତୁ ଆଲୋଚନା ହେଉଛି କିଏ ମା କିଏ ଗୋମାତା ଉପରେ ! ତେବେ ଯେଉଁଟା ସତ୍ୟ ତାକୁ ହିଁ ଆପଣମାନଙ୍କ ଆଗରେ ଆଜି ଉପସ୍ଥାପନ କରିବାକୁ ଆମେ ଚେଷ୍ଟା କରୁଛୁ ମାତ୍ର l ସବୁବେଳେ ଚେଷ୍ଟା କରନ୍ତୁ ଗାଈଟିଏ ପାଳନ କରିବାକୁ l କାରଣ ଯେଉଁ ଗାଈ ଆପଣ ପାଳିବେ ତାର କ୍ଷୀର, ଦହି, ଗୋବର, ଗୋମୂତ୍ର ଓ ଘିଅରେ ଯେତିକି ରୋଗ ନାଶକ ତଥା ପୋଷକ ତତ୍ତ୍ୱ ପାଇବେ ଅନ୍ୟ କୌଣସି ବାହାରିଆ ଗାଈ ଠାରୁ ପାଇପାରିବେ ନାହିଁ l ତେଣୁ ଆଜିର ବିଶେଷ ସ୍ୱାସ୍ଥ୍ୟ କଥା ପଢ଼ିବା ପୂର୍ବରୁ ନିଜ ଗାଈ କିମ୍ବା ଏମିତି ଏକ ଗାଈର ପଞ୍ଚ ଗବ୍ୟର ସେବନ କରନ୍ତୁ ଯେଉଁ ଗାଈ ଆପଣଙ୍କୁ ଜାଣିଥିବ ଏବଂ ଆପଣ ତାକୁ ସେବା ଦେଉଥିବେ l ଆମେ ଏକଥା କହୁ ନାହୁଁ କି ଆପଣ ପଞ୍ଚ ଗବ୍ୟ ଅନ୍ୟ ଗାଈର ବ୍ୟବହାର କରନ୍ତୁ ନାହିଁ ବୋଲି କିନ୍ତୁ ଶତ ପ୍ରତିଶତ ଲାଭ ପାଇଁ ନିଜ ଗାଈର ପଞ୍ଚ ଗବ୍ୟ ବ୍ୟବହାର କରିବା ଅଧିକ ବୁଦ୍ଧିମାନୀ ରହିବ l ଗୋମାତା ମାତ୍ରେ ହିଁ ଜନ କଲ୍ୟାଣ କାରୀ ଅଟନ୍ତି l ଆଜିର ଆଈମା ସ୍ୱାସ୍ଥ୍ୟ କଥାରେ ଜାଣିବା ଦହିର ଅଦ୍ଭୁତ ବିଜ୍ଞାନ ଉପରେ ଯାହା ଆଈମା ନିଜ ଜୀବନ ଭିତରେ ଅନେକ ଥର ପରୀକ୍ଷା କରି ଏହି ଦୁର୍ଲଭ ତଥ୍ୟ ସଂଗ୍ରହ କରିପାରିଛନ୍ତି l
ଆଈମା କହନ୍ତି ଯେଉଁ ଦହି ଶୁଖିଲା ଥାଏ ଏବଂ ଖଣ୍ଡ ଖଣ୍ଡ ଆକାରରେ ଆସିଥାଏ ତାକୁ କେବେବି ଖାଦ୍ୟ ପାଇଁ ବ୍ୟବହାର କରିବା ଅନୁଚିତ l ଏହା ଦ୍ୱାରା ଆମର ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପଡ଼େ l ତେବେ ଆଈମାଙ୍କ କହିବା ଅନୁସାରେ ଦହିର ଓଜନ ଅନୁସାରେ ଅତିକମରେ ଦହି ଓଜନର ଏକ ଚତୁର୍ଥାଂଶ ପାଣି ରହିଥିବା ଉଚିତ ଏବଂ ତାହା ଖଣ୍ଡ ଖଣ୍ଡ ନ ରହି ଭଲ ଭାବେ ମନ୍ଥନ ବା ଫେଣ୍ଠି ହେଇଥିବା ଉଚିତ l ଯେଉଁ ଦହି ଆଇସକ୍ରିମ ଭଳିଆ ହେଇକି ଥାଏ ତାକୁ ଗ୍ରହଣ କରିବା ଅନୁଚିତ l ଦହିକୁ ଘୋଳ କରି ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ l ଦହିକୁ ସରବତ କରିପାରିବେ, ଲସି କରିପାରିବେ, ପଖାଳ ବା କାଞ୍ଜି ତୋରାଣି କରି ପିଇପାରିବେ, ମହି କରି ପିଇପାରିବେ ଇତ୍ୟାଦି ଅନେକ ପ୍ରକାରରେ ବ୍ୟବହାର କରିପାରିବେ l ଯେତିକି ମନ୍ଥିବେ ସେତିକି ଏହାର ଗୁଣ ବଢ଼ିଥାଏ l
👉 ତାଜା ଦହିର ସେବନ କଲେ ବଳ, ବୁଦ୍ଧି, ତେଜ, ବୀର୍ଯ୍ୟକୁ ମଜବୁତ କରେ l ବିଶେଷ କରି ସକାଳେ ଖାଲି ପେଟରେ ଗୋଟିଏ କପ (100 ଗ୍ରାମ) ପର୍ଯ୍ୟନ୍ତ ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି ସେବନ କରିପାରିବେ l
👉 ଦହି ଯଦି ଖଟା ହୁଏ ତାହେଲେ ଏହା ମନ୍ଦାଗ୍ନି ବା ଭୋକ ନହେବା ସମସ୍ୟାରେ କାମ ଦିଏ l ଭୋଜନ କରିବାର ଗୋଟିଏ ଘଣ୍ଟା ପୂର୍ବରୁ ଖଟା ଦହି ଖାଇବାକୁ ହୋଇଥାଏ l
👉 ବାତ ରୋଗ ପାଇଁ ଦହିରେ ସୌନ୍ଧବ ଲୁଣ ଓ ଶୁଣ୍ଠୀ ମିଶାଇ ଦହିକୁ ଭଲ ଭାବେ ମନ୍ଥନ କରି ପିଇବାକୁ ହୋଇଥାଏ l ପିତ୍ତ ରୋଗ ପାଇଁ ଦହି ସାଥିରେ ମିଶ୍ରି,ଖାଣ୍ଡ, ଗୁଡ଼ ମିଶାଇ ନିଆଯାଏ l କଫ ରୋଗ ପାଇଁ ତ୍ରିକଟୁ ଚୂର୍ଣ୍ଣ ସାଥିରେ ଦହିକୁ ନିଆଯାଏ l
👉 ଅର୍ଶ ରୋଗ ପାଇଁ ଦହି ସାଥିରେ ହିଙ୍ଗୁ,ଜିରା ଓ ସୌନ୍ଧବ ଲୁଣ ମିଶାଇ ସକାଳେ ଓ ଦୁଇପହରେ ଖାଲି ପେଟରେ ବା ଖାଦ୍ୟ ଖାଇବାର ଦେଢ଼ ଘଣ୍ଟା ପରେ ନେଲେ ଏହା ଅର୍ଶକୁ ଠିକ କରେ l ଯଦି ରକ୍ତାର୍ଶ ହୋଇଥାଏ ବା ରକ୍ତ ପଡୁଥାଏ ତେବେ ହିଙ୍ଗୁ ନ ମିଶାଇ ନେବେ l
👉 ହାଡ଼କୁ ମଜବୁତ କରିବା ପାଇଁ ଦହି ସହିତ ପାଚିଲା କଦଳୀ ସକାଳେ ଖାଲି ପେଟରେ ଖାଇବେ l
👉 କଦଳୀ ଫୁଲ ସହିତ ଦହିକୁ ସମ ଭାଗରେ ନେଇ ତାକୁ ଶିଳରେ ବାଟି ପିଇଲେ ଗର୍ଭ ରହେ l ରକ୍ତ ସ୍ରାବ ଦୂର ହୁଏ ଏବଂ ରକ୍ତ ହୀନତା ରୋଗ ଗର୍ଭବତୀ ମହିଳା ଠାରେ ଦୂର ହୋଇଥାଏ l
👉 ଗୋଟିଏ କପ ଦେଶୀ ଗାଈରୁ ପ୍ରସ୍ତୁତ ଦହି ସହିତ 1 ଗ୍ରାମ ଖାଇବା ଚୂନ ମିଶାଇ ପ୍ରତିଦିନ ସକାଳେ ଖାଲି ପେଟରେ ଜଣେ ଗର୍ଭବତୀ ମା ଅନୁନ୍ୟ 7-8 ମାସ ପର୍ଯ୍ୟନ୍ତ ଖାଇଲେ ବିକଳାଙ୍ଗ ପିଲା ଜନ୍ମ ହୋଇନଥାଏ l ପିଲାଟି ତେଜସ୍ୱୀ, ବୁଦ୍ଧିମାନ, ଶକ୍ତିମାନ ଏବଂ ସଂସ୍କାରବାନ ଜନ୍ମ ହୋଇଥାଏ l
👉 ଦହି ସହିତ ବେସନ ଓ ହଳଦୀ ବା କସ୍ତୁରୀ ହଳଦୀକୁ ମିଶାଇ ମୁହଁରେ ପ୍ରଲେପ ଦେଇ କିଛି ସମୟ ରଖି ଧୋଇଲେ ମୁଖରେ ଔଜ୍ବଳତା ଆସେ ଏବଂ ଚର୍ମ ଅଧିକ ଦିନ ପର୍ଯ୍ୟନ୍ତ ଯୁବା ଦେଖାଯାଏ l
👉 ଦହି ସହିତ ତ୍ରିଫଳା ଚୂର୍ଣ୍ଣ ମିଶାଇ ମନ୍ଥନ କରି କେଶ ଉପରେ ମାଲିସ କଲେ କେଶକୁ ଉଚିତ ପୋଷଣ ମିଳେ ଏବଂ କେଶର ସବୁ ସମସ୍ୟା ଦୂର ହୁଏ l
👉 ମହି ପାଣି ପେଟରେ ଥିବା ତେଲିଆ ଖାଦ୍ୟକୁ ନିଷ୍କାସନ କରିବାରେ ସାହାଯ୍ୟ କରେ l ଏହା ଖରାପ କୋଲେଷ୍ଟ୍ରାଲ କମାଇ ହୃଦୟକୁ ମଜୁବୁତ କରେ l
👉 ମହି ପାଣି ପେଟର ଏବଂ ମୂତ୍ରାଶୟ ସଂକ୍ରମଣକୁ ଦୂର କରେ l
*କେଉଁ କେଉଁ ଜିନିଷ ସହିତ ଦହି ଖାଇବା ଅନୁଚିତ?*
ଦହି + କ୍ଷୀର ❌️
ଦହି + କ୍ଷୀରି ❌️
ଦହି + ପନିର ❌️
ଦହି + ଆୟୋଡିନ ଲୁଣ ❌️
ଦହି + କାକୁଡି ❌️
ଦହି + ତରଭୁଜ ❌️
ଦହି + ଗରମ ଜିନିଷ ❌️
👉 ଗରମ ଭାତରେ ଦହି ଖାଇବା ମନା ଅଟେ l
👉 ରାଇତା ରେ ଦହି ଓ କାକୁଡି ମିଶିଥାଏ ଏହା ଶରୀର ପାଇଁ କ୍ଷତିକାରକ ଅଟେ l
ଆଜିର ଆଈମା ସ୍ୱାସ୍ଥ୍ୟକୁ ଏତିକିରେ ବିରାମ ଦେବା ପୁଣି ଭେଟ ହେବା ଏକ ନୂଆ ସ୍ୱାସ୍ଥ୍ୟ କଥାର ପ୍ରସଙ୍ଗରେ ଆଈମାଙ୍କ ସହିତ l ନିଜର ବହୁ ମୂଲ୍ୟ ମତାମତ ନିଶ୍ଚିତ ଦେବେ l
ମୋ ଆଈମା ସ୍ୱାସ୍ଥ୍ୟ କଥା- 089 ତୁଳସୀ ବୃକ୍ଷ ଉପରେ

Comments
Post a Comment