ମୋ ଆଈମା ସ୍ୱାସ୍ଥ୍ୟ କଥା - 091 ଶୁଦ୍ଧ ମହୁ, ଗୁଡ଼, ମିଶ୍ରି, ଚିନି, ଲୁଣ, ଘିଅ, କ୍ଷୀର କେମିତି ଆମେ ଯାଞ୍ଚ କରିପାରିବା

  *ମୋ ଆଈମା ସ୍ୱାସ୍ଥ୍ୟ କଥା - 091* 

ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥାରେ ଜାଣିବା ଶୁଦ୍ଧ ମହୁ, ଗୁଡ଼, ମିଶ୍ରି, ଚିନି, ଲୁଣ, ଘିଅ, କ୍ଷୀର କେମିତି ଆମେ ଯାଞ୍ଚ କରିପାରିବା l



*1- ମହୁ*

👉 ରଙ୍ଗ ଦ୍ୱାରା କେବେବି ଆପଣ ମହୁକୁ ଚିନ୍ହି ପାରିବେ ନାହିଁ l କିଛି ମହୁ ଗାଢ଼ ନାଲି ତ କିଛି ହଳଦିଆ ବି ହେଇପାରେ ତେବେ କିଛି ମହୁ ତଳେ ବସେ ତ କିଛି ମହୁ ଅଧା ବସେ ଅଧା ତରଳ ଅବସ୍ଥାରେ ଉପରେ ଥାଏ l ଏସବୁ ମହୁମାଛି ଉପରେ ନିର୍ଭର କରେ ଏବଂ କେଉଁ ଫୁଲରୁ ମହୁମାଛି ରସ ସଂଗ୍ରହ କରେ ତାରି ଉପରେ ମଧ୍ୟ ନିର୍ଭର କରେ l


👉 ଶୁଦ୍ଧ ମହୁକୁ ଜଳେଇଲେ ଜଳିଯାଏ l

👉 ଏକ ଧଳା କାଗଜ ଉପରେ କିଛି ପରିମାଣରେ ପକେଇଲେ ତାହା ସେଇ ସ୍ଥାନରେ କାଗଜ ତଳକୁ ଭେଦି ପାରେ ନାହିଁ l ଅପମିଶ୍ରିତ ମହୁ କାଗଜ ଉପରେ ରଖିଲେ ତାହା କାଗଜକୁ ଭେଦି ଓଦା ହେଇଯାଏ l


👉 ପାଣି ଗ୍ଲାସ ରେ କିଛି ପାଣି ନେଇ ଅଳ୍ପ ମହୁକୁ ସେଇ ଗ୍ଲାସ ରେ ପକେଇଲେ ମହୁ ସୂତା ଭଳି ଲମ୍ବି ଗ୍ଲାସ ର ସବା ତଳେ ବସିଯାଏ ଏବଂ ଶୀଘ୍ର ପାଣିରେ ମିଶେ ନାହିଁ l ଅପମିଶ୍ରିତ ମହୁ ଶୀଘ୍ର ପାଣିରେ ମିଶିଯାଏ l


👉 ଶୁଦ୍ଧ ମହୁ କୁ କେବେବି ଦେଶୀ କୁକୁର ଖାଏ ନାହିଁ l ଏହା ମଧ୍ୟ ଏକ ପରୀକ୍ଷା ଅଟେ ଶୁଦ୍ଧ ମହୁକୁ ପରୀକ୍ଷା କରିବା ପାଇଁ l


👉 ଶୁଦ୍ଧ ମହୁ ଉପରେ ମାଛି ବସିଲେ ମାଛିର ଗୋଡ଼ ମହୁ ଭିତରେ ଫସିଯାଏ ନାହିଁ କିନ୍ତୁ ଅପମିଶ୍ରିତ ମହୁ ଉପରେ ମାଛି ପଡିଗଲେ ବା ତାର ଗୋଡ଼ ଲାଗିଗଲେ ମାଛି ଆଉ ବାହାରି ପାରେ ନାହିଁ l


*2- ଗୁଡ଼*


👉 ଶୁଦ୍ଧ ଗୁଡ଼ର ରଙ୍ଗ ସବୁବେଳେ ନାଲି ଏବଂ ପୁରୁଣା ହେଲେ ଗାଢ଼ ନାଲି ତଥା ସାମାନ୍ୟ କଳା ଦେଖାଯିବ l


👉 ଯେଉଁ ଗୁଡ଼ ଯେତିକି ଫିକା ନାଲି ସେଥିରେ ସେତିକି ରାସାୟନିକ ଜିନିଷ ମିଶାଯାଇଛି l


👉 ହଳଦିଆ ବା ଧଳା ଗୁଡ଼ ଭୁଲରେ ବି କିଣିବେ ନାହିଁ l


👉 ପ୍ରକୃତ ଗୁଡ଼ ସାମାନ୍ୟ ଅଠାଳିଆ ଗୁଣ ରହିବ କିନ୍ତୁ ଯେଉଁଟା କେମିକାଲ ମିଶା ହେଇଥିବ ତାହା ଭାଙ୍ଗିଲେ ଖଣ୍ଡ ଖଣ୍ଡ ହେଇ ଆସିବ l ଅଶୁଦ୍ଧ ଗୁଡ଼ ବହୁତ ଶୁଖିଲା ରହିବ l


*3- ମିଶ୍ରି*


👉 ସବୁବେଳେ ସୂତା ଲାଗିଥିବା ମିଶ୍ରି କିଣି ବ୍ୟବହାର କରନ୍ତୁ l ଯେଉଁ ମିଶ୍ରି ଚିନି ଭଳିଆ ଧଳା ତାକୁ କେବେବି କିଣନ୍ତୁ ନାହିଁ ସେଥିରେ କେମିକାଲ ପକାଯାଇଛି l ପ୍ରକୃତ ମିଶ୍ରି କେବେବି ସମ୍ପୂର୍ଣ୍ଣ ଧଳା ହେଇପାରିବ ନାହିଁ l


*4- ଚିନି*


ଶୁଦ୍ଧ ଚିନିକୁ ଖାଣ୍ଡ କୁହାଯାଏ l ଆମ ଓଡିଶାରେ ନବାତ ଆଗ କାଳେ ମିଳୁଥିଲା ଏହା ଶୁଦ୍ଧ ଚିନି ଥିଲା l ମନେରଖିବ ପ୍ରକୃତିର କୌଣସି ଜିନିଷ ଯାହା ଧଳା ଅଟେ ତାକୁ ଖାଇବ ନାହିଁ l ଉଦାହରଣ ସ୍ୱରୂପ ମହିଷୀ କ୍ଷୀର ସମ୍ପୂର୍ଣ୍ଣ ଧଳା ଥାଏ କିନ୍ତୁ ଏହା କେବଳ ପାହିଲମାନ ପାଇଁ ପ୍ରଯୁଜ୍ୟ ସାଧାରଣ ବ୍ୟକ୍ତି ପାଇଁ ନୁହେଁ l ବିନା କେମିକାଲ ଯୁକ୍ତ ଚିନିର ରଙ୍ଗ ଇସତ ହଳଦିଆ ରହିବ l


*5- ଲୁଣ*


👉 ସମ୍ପୂର୍ଣ୍ଣ ଧଳା ଲୁଣ ଦେହ ପାଇଁ ଠିକ ନୁହେଁ l ଆୟୋଡିନ ଲୁଣ ଯାହା ପ୍ୟାକେଟରେ ଆସୁଛି ତାହା ଅଶୁଦ୍ଧ ଅଟେ l ପ୍ରାକୃତିକ ଲୁଣ ଯାହାକି ଆମେ 25 ବର୍ଷ ପୂର୍ବରୁ ଖାଉଥିଲେ ଆଜ୍ଞା ହଁ ସେଇ ଗୋଡ଼ା ଲୁଣ ହିଁ ଠିକ ଲୁଣ ଅଟେ l ସୌନ୍ଧବ ଲୁଣ, କଳା ଲୁଣ କୁ ଆୟୁର୍ବେଦ ରେ ବେଷ୍ଟ ଲୁଣ କୁହାଯାଇଛି l


*6- କ୍ଷୀର*


ଯେଉଁ କ୍ଷୀର ଇସତ ହଳଦିଆ ଦେଖାଯାଏ ସେଇ କ୍ଷୀର ଭଲ l ଜର୍ସି ଗାଈ ର କ୍ଷୀର ଧଳା ଦେଖାଯାଏ ତାକୁ ଗ୍ରହଣ କଲେ ଅନେକ ରୋଗ ହେବ l ମାର୍କେଟ ରୁ ମିଳୁଥିବା କ୍ଷୀର ପ୍ରତି ସାବଧାନ ରହିବେ ତାହା କେବେବି ଶୁଦ୍ଧ ହେଇପାରିବନି l ନିଜେ ଜାଣିଥିବା ଗୋପାଳ ଏବଂ ତାର ଗାଈ ର କ୍ଷୀର କୁ ଗ୍ରହଣ କରନ୍ତୁ l


👉 ଆଜିର ବିଜ୍ଞାନ ଯୁଗରେ ଆପଣ ମାର୍କେଟ ରୁ ମିଳୁଥିବା କ୍ଷୀରକୁ ଯେତେ ପରୀକ୍ଷା କଲେ ବି ଶୁଦ୍ଧତା ପରକ୍ଷୀ ପାରିବେ ନାହିଁ l ଶୁଦ୍ଧ ଗାଈ କ୍ଷୀରର ସ୍ୱାଦ ସାମାନ୍ୟ ମିଠା ରହିବ ଏବଂ ଗରମ କଲେ ଏକ ମୋଟା ହଳଦିଆ ସର ଉପରେ ପଡିବ l ଏକ ସୁନ୍ଦର ଘିଅ ଭଳିଆ ବାସ୍ନା ହେବ ଯାହାକି ଅଶୁଦ୍ଧ କ୍ଷୀରରେ ଆସିବ ନାହିଁ l


*7- ଘିଅ*


ଘିଅ ଓ ତେଲ ର ଶୁଦ୍ଧତା ଜାଣିବା ଏତେ ସହଜ ନୁହେଁ କାରଣ ଆଜିକାଲି ଏମିତି ବାସ୍ନାଯୁକ୍ତ କେମିକାଲ ମିଶେଇ ଦିଆଯାଉଛି ଯେ  କୋଉଟା ଶୁଦ୍ଧ ଘିଅ ଓ ତେଲ ଜାଣିହେବନି l ସେଥିପାଇଁ ସିଧାସଳଖ ଜାଣିଥିବା ଚିନ୍ହିଥିବା ଚାଷୀଠାରୁ ହିଁ କିଣନ୍ତୁ l ବଜାରରେ ଶସ୍ତାରେ ଯେଉଁ ତେଲ ଓ ଘିଅ ମିଳେ ତାରି ମାୟା ରେ ପଡନ୍ତୁ ନାହିଁ l କାରଣ ତେଲ ଏକ ଜରୁରୀ ପୋଷକ ତତ୍ତ୍ୱ ଆମ ଶରୀର ପାଇଁ ଏହାକୁ ପଇସା ଅପେକ୍ଷା ଶୁଦ୍ଧତାକୁ ଗୁରୁତ୍ୱ ଦେବା ନିହାତି ଦରକାର l


👉 ଶୁଦ୍ଧ ଘିଅ ଓ ତେଲକୁ ପରଖିବାକୁ ହେଲେ ଆମକୁ ଅଗ୍ନିର ସାହାଯ୍ୟ ନେବାକୁ ହେବ l ଏକ ନିର୍ଦ୍ଧିଷ୍ଟ ପରିମାଣର ତେଲ ବା ଘିଅକୁ ନେଇ ସେଥିରେ ଗୋଟିଏ ବଳିତା ଭିଜାଇ ଜଳାନ୍ତୁ ଶୁଦ୍ଧ ଘିଅ ବା ତେଲ ଅଶୁଦ୍ଧ ଘିଅ ବା ତେଲ ତୁଳନାରେ ଅଧିକ ସମୟ ପର୍ଯ୍ୟନ୍ତ ଜଳିବ l ଏହି ପରୀକ୍ଷା ପାଇଁ ପ୍ରଥମରୁ ଶୁଦ୍ଧ ଘିଅ ବା ତେଲ ଥିବା ଆବଶ୍ୟକ କାରଣ ଏହାର ଜଳିବା ସମୟ ଆଧାରରେ ହିଁ ଆପଣ ଅଶୁଦ୍ଧ ଘିଅ ବା ତେଲକୁ ପରଖିବାରେ ସମର୍ଥ ହେଇପାରିବେ l


👉 ଶୁଦ୍ଧ ଘିଅ ପାଖକୁ ମାଛି କେବେବି ଆସିବ ନାହିଁ l ଶୁଦ୍ଧ ଘିଅକୁ ହୋମ କଲେ ଏହାର ବାସ୍ନା ଦୂର ଦୂର ପର୍ଯ୍ୟନ୍ତ ଅନୁଭବ କରିହେବ l ଶୁଦ୍ଧ ଘିଅର ପ୍ରଦୀପ ମଧ୍ୟ ଘିଅ ର ଅମୃତ ବାସ୍ନାରେ ଚତୁଃର୍ଦିଗ ମହକିଯିବ l


👉 ଅଶୁଦ୍ଧ ଘିଅକୁ ବେଶୀ ଦିନ ସୁରକ୍ଷିତ ରଖା ଯାଇପାରିବ ନାହିଁ ଏଥିରେ ଜୀବାଣୁ ଓ କବକ ସଂକ୍ରମଣ ଶୀଘ୍ର ହେଇଯାଏ l କିନ୍ତୁ ଶୁଦ୍ଧ ଦେଶୀ ଗାଈ ଘିଅ ଯେତିକି ପୁରୁଣା ହୁଏ ସେତିକି ଏଥିରେ ଔଷଧୀୟ ଗୁଣ ବୃଦ୍ଧି ପାଏ l


ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମୋ ଆଈମା ସ୍ୱାସ୍ଥ୍ୟ କଥା ମାଧ୍ୟମରେ ଆପଣମାନେ ଜାଣିବାକୁ ପାଇଛନ୍ତି l ଏହା ଏକ ଅନୁଭବପୂର୍ଣ୍ଣ ସ୍ୱାସ୍ଥ୍ୟ କଥା କିନ୍ତୁ ଆମ ଦୈନନ୍ଦିନ ଜୀବନରେ ଏହି ସ୍ୱାସ୍ଥ୍ୟ କଥାର ବହୁତ ଗୁରୁତ୍ୱ ରହିଥିବାରୁ ଆଜି ମୋ ଆଈମା ସ୍ୱାସ୍ଥ୍ୟ କଥାରେ ସାମିଲ କରାଗଲା l 




ମୋ ଆଈମା ସ୍ୱାସ୍ଥ୍ୟ କଥା - 092   ନିଶା ମୁକ୍ତି ଉପରେ


Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)