ମୋ ଆଈମା ସ୍ୱାସ୍ଥ୍ୟ କଥା - 092 ନିଶା ମୁକ୍ତି ଉପରେ

  *ମୋ ଆଈମା ସ୍ୱାସ୍ଥ୍ୟ କଥା - 092* _(ନିଶା ମୁକ୍ତି ଉପରେ)_



ଆଜିର ବିଶେଷ ଆଈମା ସ୍ୱାସ୍ଥ୍ୟ କଥା ରେ ଆମେ ନିଶାମୁକ୍ତି ପାଇଁ କଣ ସବୁ ଆୟୁର୍ବେଦିକ ଚିକିତ୍ସା ବ୍ୟବସ୍ଥା ରହିଛି ତାରି ବିଷୟରେ ଆଈମାଙ୍କୁ ପଚାରି ବୁଝିବା l ଆଈମା କହନ୍ତି ନିଶା ସେବନ ଏକ ଡିଆଁ ରୋଗ l ପ୍ରତି ବର୍ଷ ଏହି ରୋଗ ନିଜର କାୟା ବିସ୍ତାର କରିଚାଲିଛି l ଆଗରୁ କେବଳ ପୁରୁଷମାନଙ୍କ ଠାରେ ଏହି ରୋଗ ସୀମିତ ଥିବା ବେଳେ ବର୍ତ୍ତମାନ ମହିଳାମାନେ ମଧ୍ୟ ଏହାର ଶିକାର ହେଇବସିଲେଣି l ତେବେ ଯେଉଁ ବ୍ୟକ୍ତି ନିଶା ଛାଡିବାକୁ ଇଚ୍ଛା କରିବ ଆଜିର ଏହି ଆଈମା ସ୍ୱାସ୍ଥ୍ୟ କଥାଟି ତାକୁ ନିଶ୍ଚିତ ସାହାଯ୍ୟ କରିପାରିବ l


ମନେରଖିବ ଯିଏ ସବୁ ସମୟରେ ନିଶା ସେବନ କରୁଥାଏ ତାର ମାନସିକ ସ୍ତର ନର୍ମାଲ ବ୍ୟକ୍ତିଙ୍କ ଠାରୁ ବହୁତ ତଳେ ଥାଏ l ସେହି ବ୍ୟକ୍ତିର ଆତ୍ମବିଶ୍ୱାସ ବହୁତ କମ ଥିବାରୁ ସେ ନିଜକୁ ସବୁବେଳେ ଛୋଟ ମନେକରୁଥାଏ l ସମାଜ ବି ତାକୁ ନିଶାକ୍ତ ବ୍ୟକ୍ତି ବୋଲି ଯେତେବେଳେ ଆଖ୍ୟା ଦିଏ ତାର ମନ ଭିତରେ ଆଗକୁ ବଢିବାର ଇଚ୍ଛା ମରିଯାଏ l ସେ କିଛି ନୂଆ କରିବାକୁ, ସମ୍ମାନ ଭରା ଜୀବନ ବଂଚିବାକୁ ତଥା ଅନ୍ୟର ଉପକାର କରିପାରିବା ଭଳିଆ ପ୍ରବୃତ୍ତି ଆଣିବାରେ ଅସଫଳ ହେଉଥାଏ l ତେଣୁ ଆମକୁ ଏଭଳି ଲୋକଙ୍କ ଚିକିତ୍ସା କରିବା ପାଇଁ ଧୈର୍ଯ୍ୟବାନ ହେଇ ତାଙ୍କ ଭିତରେ ମନୋବଳ ଭରି ତାଙ୍କୁ ସବୁବେଳେ କିଛି ଲଭ କାମ କରିବା ପାଇଁ ଉତ୍ସାହିତ କରିବାକୁ ପଡିବ l ତାଙ୍କୁ ଏକୁଟିଆ ମଧ୍ୟ ଛାଡ଼ିବା ଅନୁଚିତ l କିଛି ମାସ ତାଙ୍କ ସାଥିରେ ରହି ତାଙ୍କୁ ଭଲ କାମ କରିବାକୁ ପ୍ରୋତ୍ସାହିତ କରିବାକୁ ପଡିଥାଏ l ସେମାନଙ୍କ ଦ୍ୱାରା ଯେତେବେଳେ କିଛି ଲୋକ ଲାଭାନ୍ମିତ ହେବେ ବା ତାଙ୍କୁ ଲାଗିବ କି ସେମାନେ ମଧ୍ୟ କିଛି କାମ କରିପାରିଲେ ତେବେ ଆମର 50% ଔଷଧ ଏହିଠୁ ତିଆରି ହେଇଗଲା l


👉 ଯଦି ଜଣେ ବ୍ୟକ୍ତି ମଦ ଦ୍ୱାରା ନିଶାଗ୍ରସ୍ତ ଥାଏ ତେବେ ତାଙ୍କୁ ପ୍ରତିଦିନ ତାଙ୍କ ଇଚ୍ଛା ମୁତାବକ ସେଓ ରସ କରି ଦିଅନ୍ତୁ l ଯେତେବେଳେ ବି ମଦ ପିଇବାକୁ ଇଚ୍ଛା ହେଉଛି ତାଙ୍କୁ ସେଓ ରସ ଗ୍ଲାସ ବା ବୋତଲ ଆକାରରେ ପିଇବାକୁ ଦେବେ l ଆପଣ ଚାହିଁଲେ ମଦ ଭଳିଆ ପେକ ବନେଇକି କି ଦିଅନ୍ତୁ ସେଥିରେ ବରଫ ବି ଯଦି ଦରକାର ପଡ଼େ ଦିଅନ୍ତୁ l ବଜାରରେ ସେଓ କିଣି ଆଣି ତାର ଜୁସକୁ ବାହାର କରି ଫ୍ରିଜ ମଧ୍ୟ ରଖି ଏହି ପ୍ରକ୍ରିୟା ଚାଲୁ ରଖନ୍ତୁ l ପ୍ରଥମେ ପ୍ରଥମେ ରୋଗୀ ଅଧିକ ପିଇବେ ତାଙ୍କ ମନକୁ ଶାନ୍ତ କରିବା ପାଇଁ ଏବଂ କିଛି ଦିନ ଅଭ୍ୟାସ ହେଇଗଲା ପରେ ଏହାର ମାତ୍ରା କମ କରି କରି ଆସିବେ l ସେଓ ରସ ଅଧିକ ପିଇଲେ ଶରୀରରେ କୌଣସି କ୍ଷତି ହୋଇନଥାଏ l କେବଳ ଅଧିକ ପରିସ୍ରା ହୋଇଥାଏ l


👉 ଯଦି ଗୁଡ଼ଖା ଖାଇବାର ନିଶା ଲାଗିଥାଏ ତେବେ ସେଇ ବ୍ୟକ୍ତିଟି ଗୁଟଖା ଭଳିଆ ଏକ ଜିନିଷ ପ୍ରସ୍ତୁତ କରି ନିଜ ପାଖରେ ରଖିବେ l ଜିନିଷଟି ହେଲା ଅଦା+ଲେମ୍ବୁ ରସ +ଗୋଲମରିଚ ଗୁଣ୍ଡ +ସୌନ୍ଧବ ଲୁଣ l ଅଦାକୁ ଛୋଟ ଛୋଟ ଖଣ୍ଡ କରି ସେଥିରେ ଏହି ସବୁ ଜିନିଷ ମିଶାଇ ତାକୁ ଖରାରେ ଶୁଖାଇ ପୁଡିଆ ବାନ୍ଧି ପକେଟରେ ରଖିବେ ଯେତେବେଳେ ବି ଇଚ୍ଛା ହେବ ଗୁଟଖା କି ସିଗାରେଟ ପିଇବା ପାଇଁ ପୁଡିଆରୁ ଗୋଟିଏ ଅଦା ଖଣ୍ଡ ଆଣି ପାଟିରେ ପକେଇଦେବେ ଏବଂ ତାକୁ ଚୁସିବେ l ଏହା ଏକ ଅଦ୍ଭୁତ ଔଷଧ ଏଥିରେ ନିଶାଗ୍ରସ୍ତ ବ୍ୟକ୍ତିର ମନ ଆଉ ନିଶାରେ ନ ଲାଗି ନିଜ କର୍ମରେ ଲାଗିଥାଏ l


👉 ଯେଉଁମାନଙ୍କ ନିଦ ଠିକ ସେ ହେଉନି ସେମାନେ ପ୍ରତିଦିନ ଶୋଇବା ପୂର୍ବରୁ ନାକରେ ଦେଶୀ ଗାଈ ଘିଅକୁ ଅଳ୍ପ ଉଷୁମ କରି 4-4 ବୁନ୍ଦା ପକେଇବେ l ଶୀଘ୍ର ନିଦ ହେବ ଏବଂ ନିଶା କରିବାକୁ ହେବ ନାହିଁ l ସିଗାରେଟ ପିଉଥିବା ବ୍ୟକ୍ତି ଏହାକୁ ନିଶ୍ଚିତ କରିବା ଉଚିତ l


👉 ଦେଶୀ କଳା ଛଡାର ତାଜା ଗୋମୂତ୍ରକୁ 7 ପରସ୍ତ କଟନ କପଡାରେ ଛାଣି ପ୍ରତିଦିନ ସକାଳେ ଗୋଟିଏ କପ ପିଇଲେ 2-3 ମାସ ଭିତରେ ନିଶା କରିବାର ଇଚ୍ଛା ଆଉ ହେଇନଥାଏ l


👉 ଆୟୁର୍ବେଦିକ ଔଷଧ ହିସାବରେ ଦ୍ରାକ୍ଷା ଆସବ କିମ୍ବା ଅଙ୍ଗୁର ଆସବ 4 ଚାମଚ ଏବଂ ପୁନରନମା ଆସବ 4 ଚାମଚ ମିଶାଇ ସକାଳେ, ଦୁଇପହରେ ଓ ରାତ୍ରିରେ ଭୋଜନ କରି ସରିଲା ପରେ ପିଇଲେ ଲିଭର ପୁଣି ଥରେ ନର୍ମାଲ ଅବସ୍ଥାକୁ ଆସେ ଏବଂ ଏହା ନିଶା କରିବାର ଇଚ୍ଛାକୁ କମେଇଦିଏ l


👉 ନିଶା କରୁଥିବା ବ୍ୟକ୍ତି ପାଖରେ ଅନେକ ଭିଟାମିନ ଓ ଜରୁରୀ ପୋଷକ ତତ୍ତ୍ୱ କମିଯାଇଥାଏ ତେଣୁ ଏହି ବ୍ୟକ୍ତି ଗାଜର, ମୂଳା, ବିଟ, ଅଶ୍ୱଗନ୍ଧା, ଶତାବରୀ, ମୁସେଲି ଇତ୍ୟାଦିର ନିୟମିତ ସେବନ କରିବା ଉଚିତ l ଅଦା ଓ ହଳଦୀ ମଧ୍ୟ ନିଶା ମୁକ୍ତିରେ ସାହାଯ୍ୟ କରିଥାନ୍ତି l






ମୋ ଆଈମା ସ୍ୱାସ୍ଥ୍ୟ କଥା - 093  ଘରେ କପ ସିରଫ କେମିତି ତିଆରି କରିବେ ?


Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)