ମୋ ଆଈମା ସ୍ୱାସ୍ଥ୍ୟ କଥା - 25 କବଜ ବା ଝାଡା ସମସ୍ୟା
ମୋ ଆଈମା ସ୍ୱାସ୍ଥ୍ୟ କଥା - 25* କବଜ ବା ଝାଡା ସମସ୍ୟା ଯଦି ଆପଣଙ୍କୁ ଥଣ୍ଡା ସର୍ଦି ଲାଗିରହୁଛି ଆଉ ଆପଣ କହୁଛନ୍ତି ମୋ ଦେହରେ ପାଣି ଯାଉନି ତାହେଲେ ଆପଣ ଜାଣନ୍ତୁ ଏଥିରେ ପାଣିର କିଛି ଦୋଷ ନାହିଁ ଦୋଷ ରହିଛି ଆପଣଙ୍କ ପେଟରେ....ମାନେ ହେଲା ଆପଣଙ୍କ ପେଟ ଠିକ ଭାବରେ ସଫା ହେଉନାହିଁ l ଆପଣ ଜାଣନ୍ତୁ କି 100ରୁ ଅଧିକ ରୋଗ ହୋଇଥାଏ ଯଦି ପେଟ ସଫା ଠିକ ଭାବେ ନହୁଏ l ବହୁତ ଲୋକ ଏହା ଭାବୁଥିବେ ଯେ ମୁଁ ତ ଦିନକ 3-4 ଥର ଝାଡା ଯାଏଁ, ମୋର ତ ପେଟ ଠିକ ସଫା ହେଉଛି l ମୁଁ ଏଠି କହିରଖେ ଯେ ସୁସ୍ଥ ବ୍ୟକ୍ତି କେବଳ ଥରେ ଝାଡା ଯାଇ ନିଜ ପେଟ ସଫା କରିବ l ଦୁଇ ଥରରୁ ଅଧିକ ହେଲେ ଆପଣ ଜାଣନ୍ତୁ କି ଆପଣଙ୍କ ଖାଦ୍ୟ ଠିକ ଭାବେ ହଜମ ହେଉନାହିଁ l ସବୁବେଳେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ବସ୍ତୁ ଉପରେ ଦୀର୍ଘଦିନ ଧରି ଯେତେସବୁ ସ୍ୱାସ୍ଥ୍ୟ କଥାମାନ ଉପସ୍ଥାପନା କରିଛି ସବୁଠାରୁ ମହତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ କଥା ଆଜିର ସ୍ୱାସ୍ଥ୍ୟ କଥା ରହିବ କାରଣ ଆଜି ଆମେ ଯେଉଁ ବିଷୟବସ୍ତୁ ଆପଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବାଛିଛୁ ତାହା ହେଲା ଆଜିର 90% ରୋଗୀଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ସାଧାରଣ ସମସ୍ୟା - କବଜ ବା constipation l ଆପଣମାନଙ୍କୁ କହି ରଖେ ଏହା ଏକ ରୋଗ ନୁହେଁ ଏହା ଏକ ଖରାପ ଜୀବନ ଶୈଳୀର ଏକ ଗଡବଡୀ ମାତ୍ର l ଆଜିର ପୋଷ୍ଟ ସମସ୍ତ ଲୋକଙ୍କ ପାଇଁ ଉପକାରୀ ହେବ ତେଣୁ ଆଜିର ପୋଷ୍ଟ କୁ ନିଶ୍ଚୟ ପ୍ରତ୍ୟେକ ବିଜ୍ଞ ବ...