ମୋ ଆଈମା ସ୍ୱାସ୍ଥ୍ୟ କଥା - 21 ଗଙ୍ଗଶିଉଳି ଗଛର ଉପକାରିତା

*ମୋ ଆଈମା ସ୍ୱାସ୍ଥ୍ୟ କଥା - 21* 

👉 ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥା ଗଙ୍ଗଶିଉଳି ଗଛର ଉପକାରିତା ଉପରେ l

ଏହାକୁ ଭଗବାନ କୃଷ୍ଣ ଇନ୍ଦ୍ରଙ୍କ ଠାରୁ ଯୁଦ୍ଧ କରି ସ୍ୱର୍ଗରୁ ମହୀମଣ୍ଡଳକୁ ଆଣିଥିଲେ ନିଜର ପତ୍ନୀ ସତ୍ୟଭାମାଙ୍କ ପୂଣ୍ୟତ ବ୍ରତର ସମାପନ ପାଇଁ l ଏହାକୁ ସଂସ୍କୃତରେ ପାରିଜାତ, ହିନ୍ଦୀରେ ହାରସିଙ୍ଗାର ଓ ଓଡ଼ିଆରେ ଗଙ୍ଗଶିଉଳି ଓ ସମ୍ବଲପୁରୀରେ ଖରଖସ ବା ଗୁଟିଖଡ଼ିକା ପତ୍ର କୁହାଯାଏ l

ଏହାର ପତ୍ରର ତଳ ଅଂଶ ରୁକ୍ଷ କଣ୍ଟା ଭଳିଆ ସ୍ପର୍ଶ କଲେ ଜଣା ପଡେ l ଫୁଲ ଟଗର ଫୁଲ ଭଳିଆ କିନ୍ତୁ ଡେମ୍ଫ ନାରଙ୍ଗୀ ରଙ୍ଗର l ଫୁଲ କେବଳ ରାତିରେ ଫୁଟେ ଏବଂ ଚତୁର୍ଦିଗ ମହକାଇ ଦିଏ l 

କେଉଁ କେଉଁ ରୋଗ ଠିକ କରେ??? 

15-20 ଟି ଗାଢ଼ ସବୁଜ ପତ୍ରକୁ ଭଲ କରି ଚଟଣି କରି ଗୋଟିଏ ମାଟି ପାତ୍ରରେ 1 ଲିଟର ପାଣିରେ ଧୀରେ ଧୀରେ ଗରମ କରନ୍ତୁ ଯେପରିକି ତାହା କମିଯାଇ 250ml ହେବ l ତାକୁ ଦିନକ ଦୁଇ ଥର ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ପିଇଲେ... 

1- ଥଣ୍ଡା, କାଶ, କଫ, ମେଲେରିଆ, ଡେଙ୍ଗୁ ଚିକନଗୁନିଆ, ଟାଇଫଇଡ ଆଦି ଜ୍ୱର ମଧ୍ୟ ଭଲ ହୁଏ l

2- ଆଣ୍ଠୁ ଦରଜ, ଅଣ୍ଟା ଦରଜ ଓ ସମସ୍ତ ଗଣ୍ଠି ବାତ ଭଲ କରିବ l

3- କ୍ୟାଲସିୟମ ଅଭାବ ଦୂର କରିବ l

4- ସମସ୍ତ ସ୍ନାୟୁବିକ ରୋଗକୁ ଠିକ କରେ l

5- ରକ୍ତ ସଂଚାଳନ ଠିକ ରଖେ l ହୃଦୟ ପାଇଁ ଭଲ l

6- ପେଟର କୃମି, ଘା, ଅଳସର, ଅର୍ଶ, ଭଗନ୍ଧର ଆଦି ରୋଗରେ କାମ ଦିଏ l

7- ରକ୍ତ ଚାପ କମ ଥିଲେ ଅଧିକ କରି ସାଧାରଣ ଅବସ୍ଥାକୁ ଆଣେ ଓ ଅଧିକ ଥିଲେ କମ କରେ l

8- ମଧୁମେହ ରୋଗକୁ ଠିକ କରେ l

9- ଚର୍ମ ରୋଗ ପାଇଁ ବହୁତ ଭଲ କାମ କରେ l

10- ସପ୍ତ ଧାତୁକୁ ବଳ ପ୍ରଦାନ କରେ l ଯକୃତ ଅଧିକ କ୍ରିୟାଶୀଳ ରହେ l

11- ରକ୍ତ ସଫା କରେ l ମୁହଁ ବ୍ରଣ ଠିକ କରେ l

12- ସ୍ତ୍ରୀ ରୋଗ ପାଇଁ ଅଵ୍ୟର୍ଥ ଔଷଧ l



ମୋ ଆଈମା ସ୍ୱାସ୍ଥ୍ୟ କଥା - 22 ଅମୃତ ଦାୟିନୀ କ୍ଷୀରକାଞ୍ଚନ ଘାସ


Comments