ମୋ ଆଈମା ସ୍ୱାସ୍ଥ୍ୟ କଥା - 22 ଅମୃତ ଦାୟିନୀ କ୍ଷୀରକାଞ୍ଚନ ଘାସ
*ମୋ ଆଈମା ସ୍ୱାସ୍ଥ୍ୟ କଥା - 22* ଅମୃତ ଦାୟିନୀ କ୍ଷୀରକାଞ୍ଚନ ଘାସ
ପ୍ରକୃତିରେ କେବଳ ପ୍ରାଣୀମାନେ କ୍ଷୀର ଦେଇଥାନ୍ତି ତାହା ନୁହଁ ଉଦ୍ଭିଦ ଜଗତ ମଧ୍ୟ କ୍ଷୀର ପ୍ରଦାନ କରି ସାରା ମଣିଷ ସମାଜ ପାଇଁ ବହୁତ ବଡ଼ ଉପକାରୀ ହୋଇଥାନ୍ତି l ତେବେ ସବୁ ଉଦ୍ଭିଦର କ୍ଷୀର ଅମୃତ ହୋଇନଥାଏ l କିଛି ଉଦ୍ଭିଦମାନେ ନିଜର କ୍ଷୀର ଦ୍ୱାରା ନିଜ ନିଜର ସୁରକ୍ଷା କରିଥାନ୍ତି ଯେହେତୁ ତାଙ୍କର କ୍ଷୀରର ବିଷ ତତ୍ତ୍ୱକୁ ବ୍ୟବହାର କରି l ବାହାର ଶତ୍ରୁ ଦାଉରୁ ନିଜକୁ ସୁରକ୍ଷା କରିବା ପାଇଁ ଏହି କ୍ଷୀର ହି ବଡ଼ ଅସ୍ତ୍ର ସାଜେ ତାଙ୍କ ପାଇଁ l ଉଦାହରଣ ସ୍ୱରୂପ :- କନିଅର, ଅରଖ, ଘିକୁଆଁରୀ, ଅମୃତଭଣ୍ଡା ଇତ୍ୟାଦି l କିନ୍ତୁ ଏହି ବିଷ କ୍ଷୀର ମଧ୍ୟ ବଡ଼ ଔଷଧ ଯଦି ଠିକ ଵିଧି ବିଧାନରେ ଏହାକୁ ବୈଦ୍ୟଙ୍କ ଉପସ୍ଥିତିରେ ସେବନ କରାଯାଏ ତେବେ ଏହା ଶରୀରର ନାନା ପ୍ରକାରର ଅସାଧ୍ୟ ରୋଗଗୁଡିକୁ ଠିକ କରିଥାଏ l ଏବେ ଜାଣିବା କିଛି ଅମୃତ କ୍ଷୀର ଯାହାକି ଆମକୁ ଉଦ୍ଭିଦ ଠାରୁ ମିଳେ l ଉଦାହରଣ :- ବରଗଛ, କ୍ଷୀରକାଞ୍ଚନ ଇତ୍ୟାଦି l
👉 ଆଜିର ଆଈମା ସ୍ୱାସ୍ଥ୍ୟ କଥାରେ ଆମେ ଜାଣିବା ଏହି ଅମୃତ ଦାୟିନୀ କ୍ଷୀରକାଞ୍ଚନ ଘାସ ଉପରେ l
*1- ପ୍ରଥମେ ଜାଣିବା ଏହାର ଗୁଣ ଓ ଧର୍ମ ବିଷୟରେ*
👉 କ୍ଷୀରକାଞ୍ଚନର ପତ୍ରର ରଙ୍ଗ ସବୁଜ, ଫୁଲ ସାମାନ୍ୟ ନାଲିଆ, ଫଳ ଅତି ଛୋଟ ଛୋଟ ଗୁଚ୍ଛ ଭଳିଆ ହେଇଥାଏ l
👉 ୨ ପ୍ରକାର କ୍ଷୀରକାଞ୍ଚନ ଭାରତରେ ଦେଖିବାକୁ ମିଳେ l ଗୋଟିଏ ଛୋଟ ଆକାର ବିଶିଷ୍ଟ ସାମାନ୍ୟ ନାଲିଆ ରଙ୍ଗର ଓ ଅନ୍ୟଟି ବଡ଼ ଆକାର ଆମେ ଯାହାକୁ ବେଶୀ ଜାଣୁ ଆମ ଓଡ଼ିଶାରେ l
👉 ଏହାର ସ୍ୱାଦ କସା l ତେଣୁ ଏହା ତ୍ରିଦୋଷ ନାଶକ ହେଇପାରିବ l
👉 ଏହା ବଳ, ବୁଦ୍ଧି ଓ ଶୁକ୍ର ବର୍ଦ୍ଧକ l
👉 ଏହାର ମୂଳରେ ଓ କ୍ଷୀରରେ ଅଧିକ ଶକ୍ତି ମିଳିଥାଏ l
👉 ଖରା ଦିନରେ କମ ପାଣିରେ ବଞ୍ଚିରହିବା ଶକ୍ତି ଥାଏ l ସେଥିପାଇଁ ଖରା ଦିନରେ ହେଉଥିବା ସମସ୍ତ ସମସ୍ୟା ଯାହାବି ପ୍ରାଣୀମାନଙ୍କୁ ହୋଇଥାଏ ତାକୁ ଏହି ଘାସ ଠିକ କରିବାର ସମର୍ଥ l
*2- କଣ କଣ ରୋଗ ସବୁକୁ ଠିକ କରିଥାଏ?*
👉 ଯେଉଁ ମହିଳାର କ୍ଷୀର କମ ହେଉଛି l ସ୍ତନର ବିକାଶ ଭଲ ହେଇନାହିଁ ସେମାନେ ଏହାକୁ ବ୍ୟବହାର କରି ତାଙ୍କର ସମାଧାନ କରିପାରିବେ l ଏହାର ନାମକୁ ଭାଙ୍ଗିକି ଦେଖିଲେ (କ୍ଷୀର + କାଞ୍ଚନ ) କାଞ୍ଚନ ମାନେ ହେଲା ସୁନା ବା ଧନ ବା ସମ୍ପତ୍ତି l ଏହାର ଅର୍ଥ ହେଲା ଯେଉଁଠି କ୍ଷୀର ରୂପକ ସମ୍ପତ୍ତି ଭରି ରହିଛି ତାହା ହେଲା କ୍ଷୀରକାଞ୍ଚନ l ସେଥିପାଇଁ ମହିଳାମାନଙ୍କ ପାଇଁ ବହୁତ ବଡ଼ ଔଷଧ l ପୂର୍ବରୁ ଗାଁ ମାନଙ୍କରେ ଆଈମା, ଧାଇମା ମାନେ ଏଭଳି ଜିନିଷ ବ୍ୟବହାର ଲୋକଙ୍କୁ ବତାଉଥିଲେ l
👉 ଦାନ୍ତ ସମସ୍ୟାର ମଧ୍ୟ ସମାଧାନ କରିଥାଏ l ପୋକ ଆଉ ଲାଗେ ନାହିଁ l ଦାନ୍ତ ରୋଗ ଭଲ ହେଇଯାଏ l ଏହାର ପତ୍ର ଚୋବେଇ ଚୋବେଇ ପାଟିରେ କିଛି ସମୟ ରଖି ଗିଳିବାକୁ ହୁଏ l ଏଥିରେ ଆଧ୍ୟାତ୍ମିକ ଚିକିତ୍ସା ମଧ୍ୟ ରହିଛି l ମୁଖ୍ୟତଃ ଯେଉଁମାନଙ୍କର ଦାନ୍ତ ପୋକ ଖାଏ ସେମାନେ ଶନିବାର ନହେଲେ ରବିବାର ଦିନ ଏହାର ପତ୍ରକୁ ଦଳିଦେଇ ଡେଉଁରୀରେ ବେକରେ ବା ହାତରେ ବାନ୍ଧି ଦିଆଯାଏ ଏବଂ ସୋମବାର ଦିନ ଶିବ ମନ୍ଦିର ଯାଇ ଶିବଙ୍କୁ ଫୁଲ ପ୍ରସାଦ ଦେଇ ଏହି ଡେଉଁରୀକୁ ସପ୍ତାହେ ବାନ୍ଧି ଶନିବାର ବା ରବିବାର ଦିନ ଖୋଲିଦେବ ରୋଗ ଭଲ ହେଇଯାଇଥିବ l ଏହି ଉପାୟ ଆମ ଆଈମା କହିଛି l ଛୋଟ ଦିନେ ଆମେ ବହୁତ ଲୋକଙ୍କୁ ଭଲ ଏହି ଉପାୟ ଦ୍ୱାରା ଭଲ ହେବାର ଦେଖିଛୁ ସେଥିପାଇଁ ଆଜି ଏହି ପୋଷ୍ଟ ରେ ଲେଖିଦେଲୁ l
👉 ଯେଉଁମାନଙ୍କ ଶରୀର ଦୁର୍ବଳ ରହୁଛି l ଦେହ ଲାଗୁନାହିଁ ସେମାନେ ସକାଳେ ଏହାର 10-15ଟି ପତ୍ର ସହିତ ଏହାର ବାହାରିଥିବା କ୍ଷୀର ସହିତ ମିଶ୍ରି ମିଶାଇ ଖାଇଲେ ଦେହ ଲାଗେ l ଶୁକ୍ର ଧାତୁ ମଜବୁତ ହୁଏ l
👉 ଯେଉଁମାନେ ଦିନକୁ 2 ରୁ ଅଧିକ ଝାଡା ଯାଆନ୍ତି ସେମାନଙ୍କ ପାଇଁ ଏହା ଅଵ୍ୟର୍ଥ ଔଷଧ l ପ୍ରତିଦିନ ମିଶ୍ରି ସହିତ ଏହାର ପଞ୍ଚାଙ୍ଗକୁ(ମୂଳ, କାଣ୍ଡ, ଫୁଲ, ଫଳ ଓ ପତ୍ର) ବାଟି ସକାଳେ ଖାଇବେ l
👉 ଯେଉଁମାନଙ୍କର ବାଳ ଝଡ଼ୁଛି ଆଉ ଲଣ୍ଡା ହେଇଯାଉଛନ୍ତି ସେମାନେ ମଧ୍ୟ ଉପରେ ଯେମିତି କୁହାଗଲା ସେଇ ହିସାବରେ ଏହାକୁ ଖାଇବେ ଆଉ ଏହାକୁ ବାଟି ତାର ରସକୁ ବାଳର ମୂଳରେ ଲଗେଇବେ l ଏହା ବାଳ ସମସ୍ୟାର ସୁନ୍ଦର ସମାଧାନ ଅଟେ l
👉 ଏହା ପିତ୍ତ ନାଶକ ଅଟେ ତେଣୁ ଚର୍ମ ରୋଗ ଓ ଯକୃତ ସମ୍ବନ୍ଧୀୟ ରୋଗରେ କାମ ଦିଏ l
👉 ମଧୁମେହ ପାଇଁ ବେଷ୍ଟ ଔଷଧ l
👉 ଏହାକୁ ଇଂରାଜୀରେ Asthma Herb ବା ଶ୍ୱାସ ଘାସ କୁହାଯାଏ l କାରଣ ଶ୍ୱାସ ରୋଗୀଙ୍କୁ ବହୁତ ସାହାଯ୍ୟ କରିଥାଏ ଏହି ଘାସ l
👉 ଶରୀରର ଦୁର୍ଗନ୍ଧ ମୁଖ୍ୟତଃ ପାଟିରୁ ଆସୁଥିବା ଦୁର୍ଗନ୍ଧ ଦୂର କରେ l
👉 ଏହାର କ୍ଷୀର ଆଖି ପାଇଁ ମଧ୍ୟ ବଡ଼ ଔଷଧ l ଏହାକୁ ଆମେ ବହୁତ ରୋଗୀମାନଙ୍କ ଉପରେ ପ୍ରୟୋଗ କରି ସଫଳ ହେଇଛୁ l ଯେଉଁମାନେ ବୟସ୍କ ହେଇଯିବା କାରଣରୁ ବା କୌଣସି ରୋଗ କାରଣରୁ ଦୃଷ୍ଟି ଶକ୍ତି ବା ଦୃଷ୍ଟି ସମସ୍ୟା ଦେଖାଯାଏ ସେମାନେ କ୍ଷୀରକାଞ୍ଚନର ପତ୍ରକୁ ଛିଣ୍ଡେଇ ତାର କ୍ଷୀର ବୁନ୍ଦାଟିକୁ ଆଖି ଭିତରେ ଲଗେଇବେ l ଗୋଟିଏ ବୁନ୍ଦା ଯଥେଷ୍ଟ l ଏଥିରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ନାହିଁ l ଏହାକୁ ଆଖିରେ ପକେଇ 2 ମିନିଟ ଆଖି ବନ୍ଦ କରି ରଖିବେ ଦେଖିବେ ଆଖିର ଦେଖିବା ଶକ୍ତି ବଢ଼ିଯାଇଥିବ l ଅଧିକ ସଫା ଦେଖାଯିବ ଆଉ ଆରମ ଲାଗିବ l ଏଥିରେ କୌଣସି ଜଳାପୋଡ଼ା ନାହିଁ l ଯଦି ଆଖିରେ କଣ ପୋକ ବା ବାଲି ପଶି ଆଖି ପାଇଁ ସମସ୍ୟା କରୁଥିଲେ ତାକୁ ଠିକ କରିପାରିବ l ଯେଉଁମାନେ ଝଳେଈ ବା welding କାମ କରନ୍ତି ସେମାନଙ୍କର ଆଖିରେ ବହୁତ ସମସ୍ୟା ହୋଇଥାଏ କିନ୍ତୁ ଏହି କ୍ଷୀରକାଞ୍ଚନ କ୍ଷୀର ଗୋଟିଏ ବୁନ୍ଦା ତାଙ୍କ ନେତ୍ର ଜ୍ୟୋତିକୁ ଠିକ ରଖେ l ଆଖିରେ ହେଉଥିବା ଯନ୍ତ୍ରଣାକୁ ମଧ୍ୟ ଲାଘବ କରେ l
ଏସବୁ ଜିନିଷ ଆମର ଅନୁଭୂତି ସମ୍ପନ୍ନ ଯାହାକି ବୁଢ଼ୀ ଆଈମା ଠାରୁ ସଂଗୃହିତ l
ମୋ ଆଈମା ସ୍ୱାସ୍ଥ୍ୟ କଥା - 23 ଦାନ୍ତ ପାଇଁ

Comments
Post a Comment