ମୋ ଆଈମା ସ୍ୱାସ୍ଥ୍ୟ କଥା - 23 ଦାନ୍ତ ପାଇଁ
ମୋ ଆଈମା ସ୍ୱାସ୍ଥ୍ୟ କଥା - 23 ଦାନ୍ତ ପାଇଁ
👉 ଟୁଥପେଷ୍ଟ ଓ ଟୁଥବ୍ରସ୍ ଆପଣଙ୍କ ଦାନ୍ତ ପାଇଁ ଭଲ କି ଖରାପ ?
ଦାନ୍ତ ଶରୀରର ଏକ ଜରୁରୀ ଅଂଗ ଅଟେ । ଏହାକୁ ସଫା ଓ ସୁସ୍ଥ ରଖିବା ପାଇଁ ଆମେ ଟୁଥ୍ ପେଷ୍ଟ ଓ ବ୍ରସ୍ ର ପ୍ରୟୋଗ କରିଥାଉ । ତେଣୁ ନିଃଶ୍ବାସ ସମୟରେ କୌଣସି ଦୁର୍ଗନ୍ଧ ଆସେନାହିଁ ଓ ଦାନ୍ତ ନଷ୍ଟ ହୁଏ ନାହିଁ ।ଏବେ ଆପଣ ନିଜେ ବିଚାର କରନ୍ତୁ.... ଯେତେବେଳେ ଟୁଥ୍ ପେଷ୍ଟ ନଥିଲା ସେତେବେଳେ ଲୋକେ ଦାନ୍ତ କିପରି ସବୁ ନଷ୍ଟ ହୋଇଯାଉଥିଲା? କିନ୍ତୁ ସେମିତି କିଛି ନୁହେଁ । ଆମର ପୂର୍ବ ପୁରୁଷ ଟୁଥପେଷ୍ଟରେ ନୁହେଁ ଦାନ୍ତ କାଠିରେ ଦାନ୍ତ ସଫା କରୁଥିଲେ । ଯାହା ଫଳରେ ସେମାନଙ୍କ ଦାନ୍ତ ୮୦-୯୦ ବର୍ଷ ପର୍ଯ୍ୟନ୍ତ ମଜବୁତ୍ ରହୁଥିଲା । କିନ୍ତୁ ଆଜିକାଲି ଟୁଥପେଷ୍ଟର ଖରାପ ପ୍ରଭାବ ଲୋକମାନଙ୍କ ଭିତରେ ବହୁତ ବଢିଗଲାଣି । ପେଷ୍ଟ ଉପରେ ସ୍ପଷ୍ଟ ଭାବେ ଲେଖାଯାଇଥାଏ Dicalcium phosphate ଏହା ସଂପୂର୍ଣ୍ଣ ଭାବେ ହାଡର ଗୁଣ୍ଡରୁ ପ୍ରସ୍ତୁତ ହୋଇଥାଏ । ଏଥିରେ ଫଲୋରାଇଡ୍ ନାମକ ଏକ କେମିକାଲ୍ ମିଶିଥାଏ , ଯାହା ଦ୍ବାରା ଫଲୋରୋସିସ୍ ନାମକ ରୋଗ ହୋଇଥାଏ । ଯଦି କୌଣସି ପେଷ୍ଟରେ ଫଲୋରାଇଡ୍ ର ପରିମାଣ ୧୦୦୦ ପିପିଏମ ରୁ ଅଧିକ ହୋଇଥାଏ , ତେବେ ତାହା ବିଷ ସହିତ ସମାନ ହୋଇଥାଏ । ପେଷ୍ଟ ରେ ଫେଣ ସୃଷ୍ଟି କରିବା ପାଇଁ ସୋଡିୟମ ଲୌରିଲ୍ ସଲଫେଟ୍ ମଧ୍ୟ ମିଶ୍ରଣ କରାଯାଇଥାଏ । ଏହି କେମିକାଲ୍ ୦.୦୦୫ ମି.ଗ୍ରା ଶରୀର ମଧ୍ୟକୁ ଚାଲିଗଲେ କ୍ୟାନ୍ସର ରୋଗ ସୃଷ୍ଟି କରିଥାଏ । ତମ୍ବାଖୁ ବ୍ୟବହାର କରୁନଥିବା ଲୋକର ମଧ୍ୟ କ୍ୟାନ୍ସର ରୋଗ ଏହି ପେଷ୍ଟ ଦ୍ବାରା ହେବାର ଯଥେଷ୍ଟ ସମ୍ଭାବନା ଥାଏ ।ତେଣୁ ଆମେରିକା ଓ ୟୁରୋପ ଦେଶରେ ପେଷ୍ଟ ଉପରେ ଏହି ଚେତାବନୀ ଲେଖାଯାଇଥାଏ କି *୬ ବର୍ଷ ପର୍ଯ୍ୟନ୍ତ ଶିଶୁକୁ* ଟୁଥ୍ ପେଷ୍ଟର ବ୍ୟବହାର କରିବା ମନା । ଶିଶୁ ଓ ମହିଳାମାନେ ତମାଖୁ ନ ଖାଇଲେ ମଧ୍ୟ ମୁହଁ ଓ ଗଳାରେ କ୍ୟାନ୍ସର ରୋଗ ହୋଇଥାଏ । ଦାନ୍ତ ସଫା କରିବା ପାଇଁ ବ୍ୟବହାର ହେଉଥିବା ବ୍ରସ୍ ପ୍ଲାଷ୍ଟିକ୍ ରେ ତିଆରି ହୋଇଥାଏ । ବ୍ରସ୍ ର ଲୋମ ତଳେ ଲାଗିଥିବା ଧଳା ଓ ହଳଦିଆ ପଦାର୍ଥରେ ଲକ୍ଷ ଲକ୍ଷ ରୋଗ ସୃଷ୍ଟିକାରୀ ଜୀବାଣୁ ଥାଆନ୍ତି । ଏହା ସତ୍ୟ - ପ୍ଲାଷ୍ଟିକ ବ୍ରସ୍ ମାଢିକୁ ଦୁର୍ବଳ କରିଥାଏ l ଏହା ଦ୍ଵାରା ଦାନ୍ତ ଦିନକୁ ଦିନ ଖରାପ ହୋଇଚାଲିଥାଏ ।ଯେଉଁ ବ୍ୟକ୍ତିର ଦାନ୍ତ ଠିକ୍ ନାହିଁ, ତାହାର ଜୀବନରେ କେବେ ଆନନ୍ଦ ନାହିଁ । ପ୍ଲାଷ୍ଟିକ୍ ର ବ୍ରସ୍ ଓ ଟୁଥ୍ ପେଷ୍ଟର ଖାଲି ପ୍ୟାକେଟ୍ ପରିବେଶ ପାଇଁ ହାନିକାରକ ଅଟେ । କାରଣ ଏହା କେବେବି ମାଟିରେ ସରଳୀକୃତ ହୁଏ ନାହିଁ । ତେଣୁ ନିଜର ସ୍ବାସ୍ଥ୍ୟ ଓ ପରିବେଶ କୁ ବଂଚାଇବା ପାଇଁ ଦାନ୍ତ କାଠି ଓ ଦାନ୍ତ ମଂଜନର ପ୍ରୟୋଗ କରିବା ଉଚିତ୍ ।
*ଦାନ୍ତ କାଠି ଓ ଦାନ୍ତ ମଂଜନ ବ୍ୟବହାର କରିବା ଦ୍ୱାରା କି କି ଉପକାର ହୋଇଥାଏ ?*
(1) ଦାନ୍ତ ର ସବୁ ସମସ୍ୟା ଦୂର ହୁଏ ଯଥା-ଦାନ୍ତ ଓ ମାଢି ମଜବୁତ୍ ହୋଇଥାଏ,ପୋକ ଲାଗେନି,ମୁହଁ ଓ ଗଳା ର ସମସ୍ୟା ଦୂର କରେ,ପାଇରିଆ ଦୂର କରେ ।
(2)ସକାଳୁ ପାଟିରେ ପିତ୍ତର ପ୍ରକୋପ ଅଧିକ ଥାଏ । ପାଟିକୁ ମିଠା ଜିନିଷ ଯିବା ଦ୍ବାରା ପିତ୍ତ ବିଗିଡି ଯାଏ । ପିତ୍ତ ବିଗିଡ଼ିଯିବା ଦ୍ବାରା ପେଟରେ ଅନେକ ସମସ୍ୟା ଦେଖାଦିଏ । ସେହି ସମୟରେ ଆମ ପାଟିକୁ ମିଠା ଜିନିଷ ନଯାଇ ପିତା କିମ୍ବା କଷା ଜିନିଷ ଯିବା ଉଚିତ୍ । ଯାହାଫଳରେ ଦାନ୍ତ କାଠି ଓ ମଂଜନ ପିତ୍ତର ସନ୍ତୁଳନ ରକ୍ଷା କରି ଆମକୁ ନାନାଦି ରୋଗ ଦାଉରୁ ରକ୍ଷା କରିଥାନ୍ତି l
(3) ହଳଦିଆ ଦାନ୍ତ ଧଳା ହୋଇଥାଏ । ପାଟିର ଦୁର୍ଗନ୍ଧ ଦୂର ହୋଇଥାଏ ।
(4) ପାଟିରେ ଥିବା ୧ଲକ୍ଷ ଲାଳ ଗ୍ରନ୍ଥି କାର୍ଯ୍ୟକ୍ଷମ ହୋଇଥାଏ ଲାଳ୍ ବହୁତ ପରିମାଣରେ କ୍ଷରଣ ହୋଇଥାଏ ।ଏହି ଲାଳ ଆମ ପେଟରେ ଥିବା ଅମ୍ଳକୁ ନ୍ୟୁଟ୍ରାଲ କରିଥାଏ । ହଜମ ଠିକ ଭାବରେ କରିଥାଏ, ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।ପେଷ୍ଟ ବେବହାର କଲେ ଏହାର ବିପରୀତ କ୍ରିୟା ସବୁ ହୋଇଥାଏ।
(5) ଦାନ୍ତ କାଠି ଦ୍ୱାରା ଜିଭ ସଫା କଲେ ଗଳା ଓ ପେଟ ସଫା ହୋଇଥାଏ ।
(6) ଶରୀରର ମସ୍ତିସ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ଅଂଗ ଓ କୋଷ କାର୍ଯ୍ୟକ୍ଷମ ହୋଇଥାଏ ।
(7) ମସ୍ତିସ୍କ ରେ ଥିବା ନାଡି ସକ୍ରିୟ ହୋଇଥାଏ l
(8)ରକ୍ତ ସଂଚାଳନ ଠିକ୍ ହୋଇଥାଏ । ମଳକଂଟକ, ଅର୍ଶ ରୋଗ ନହେବା ପାଇଁ ସାହାଯ୍ୟ କରେ l
(9) ପେଟ ସଫା କରାଇବାରେ ସାହାଯ୍ୟ ମଧ୍ୟ କରେ l
(10) ଆଖି ସୁସ୍ଥ ରହେ l ଆଖିର ଜ୍ୟୋତି ବଢ଼େ l
(11) ଖାଦ୍ୟନଳୀ, ଶ୍ୱାସ ନଳୀ, ଗଳା ଓ ପୁଟା ଉପରେ ଉତ୍ତମ ପ୍ରଭାବ ପଡ଼େ l ଯେହେତୁ ଏହା ଦ୍ୱାରା ଭଲ ବ୍ୟାୟାମ ହୋଇଥାଏ l
ଯେଉଁମାନେ ଦାନ୍ତ କାଠି ପାଉନାହାଁନ୍ତି । ଘରେ ଦାନ୍ତ ମଂଜନ ତିଆରି କରନ୍ତୁ।ଏହାର ବ୍ୟବହାର କରି ଆପଣଙ୍କ ସମସ୍ୟା ଦୂର କରନ୍ତୁ ସରଳ ଉପାୟ:
ଦେଶୀ ଗାଈର ଗୋବର ରୁ ତିଆରି ଘଷି ର ପାଉଁଶ-୮୫୦ଗ୍ରା., ସୈନ୍ଧବ ଲୁଣ-୨୦୦ଗ୍ରା. , ହଳଦୀ-୫୦ଗ୍ରା.,ସୋରିଷତେଲ-୫୦ମି.ଲି, ଲବଙ୍ଗ-୨୦ଗ୍ରା.,ଭୀମସେନ କର୍ପୁର-୧୦ଗ୍ରା.,ପୋଦିନାଁ ସତ୍ତ-୧୦ଗ୍ରା,ଆଜବାଇନ ସତ୍ତ-୧୦ଗ୍ରା। ଏହି ମଂଜନ ବେବହାର ଦ୍ୱାରା ୧୦୦% ଆପଣଙ୍କ ଦାନ୍ତ ର ସବୁ ସମସ୍ୟା ଦୂର ହୋଇଥାଏ ହଳଦିଆ ଦାନ୍ତ କୁ ଚକ ଚକ କରିଦିଏ ।ମୁହଁ ର ଦ୍ରୁଗନ୍ଧ ଦୂର ହୁଏ । ମଂଜନ ପ୍ରସ୍ତୁତ ପାଇଁ ଆହୁରି ଅନେକ ସରଳ ଉପାୟ ଅଛି । ଦାନ୍ତ କାଠି ବ୍ୟବହାର କରିବା ଦ୍ବାରା ଆଦିବାସୀମାନଙ୍କ ଜୀବିକାର୍ଜନରେ ଅସୁବିଧା ହୋଇନଥାଏ ।ଏହା ସେମାନଙ୍କ ଆର୍ଥିକ ବିକାଶରେ ସହାୟକ ହୋଇଥାଏ । ଯାହା ଦ୍ବାରା ସେମାନଙ୍କ ନିକଟରେ ଟଙ୍କା ପହଂଚି ଥାଏ ।ଗୋବରର ପାଉଁଶ ର ମଂଜନ ବ୍ୟବହାର ଦ୍ବାରା ଗୋ ସୁରକ୍ଷା ମଧ୍ୟ ହୋଇପାରିବ ।ଆପଣମାନେ ମଧ୍ୟ ମଂଜନ ବନାଇ ସ୍ଵରୋଜଗାର ଆରମ୍ଭ କରିପାରିବେ ।
ମୋ ଆଈମା ସ୍ୱାସ୍ଥ୍ୟ କଥା - 24 ତୁଣ୍ଡ ଘା, ଜିଭ ଘା

Comments
Post a Comment