ମୋ ଆଈମା ସ୍ୱାସ୍ଥ୍ୟ କଥା - 24 ତୁଣ୍ଡ ଘା, ଜିଭ ଘା
ମୋ ଆଈମା ସ୍ୱାସ୍ଥ୍ୟ କଥା - 24* ତୁଣ୍ଡ ଘା, ଜିଭ ଘା
ଏବେ ତୁଣ୍ଡ ଘା, ଜିଭ ଘା ହେବାର ସମୟ ଆସିଗଲା l ଲୋକଙ୍କର ଖାଦ୍ୟ ବର୍ତ୍ତମାନ ହଜମ ପ୍ରାୟ ହେଉନାହିଁ ସେଥିପାଇଁ ଏହି ରୋଗ ଦେଖାଯାଉଛି l ଅଧିକ ଏସିଡ଼ିଟି ଯୋଗୁଁ ଏହା ହୋଇଥାଏ l ଆମ୍ବ ବେଶୀ ଖାଇଲେ ଏହା ହୋଇଥାଏ l ତାହା ସହିତ ବେସନ ଓ ମଇଦାରେ ତିଆରି ଜିନିଷ ଖାଇଲେ ଏହା ହେବ l ରାତିରେ ଏବେ ଯେଉଁମାନେ କମ ପାଣି ପିଇ ଶୋଉଛନ୍ତି ତାଙ୍କରି ଠାରେ ଏହି ରୋଗ ଦେଖାଯାଉଛି l ରାତିରେ କ୍ଷୀର ପିଉଥିବା ଲୋକର ମଧ୍ୟ ଏହି ରୋଗ ହେବାର ସମ୍ଭାବନା ବେଶୀ ଯଦି କମ ପାଣି ପିଉଥାଏ l
👉 ଏହାର ସମାଧାନ ପାଣିରେ ଅଛି ଭିଟାମିନ କ୍ୟାପ୍ସୁଲରେ ନାହିଁ l ଖୁବ ପାଣି ପିଅନ୍ତୁ l ସମାଧାନ 2-3 ଦିନରେ ହେଇଯିବ l
👉 ପାଟିରେ ଯଦି ବେଶୀ ଘା ଓ ସଂକ୍ରମଣ ହେଇଗଲାଣି ତେବେ ଦେଶୀ ଗାଈ ଘିଅ ସହିତ ଅପାମାର୍ଗ ଚେରକୁ ଘାରି ତାର ଲେପ ଦିଅନ୍ତୁ ଘା ଜାଗାରେ l
କିମ୍ବା
👉 କେବଳ ହଳଦୀ 5ଗ୍ରାମକୁ ପାଟି ଭିତରେ ପୁରାଇ ରଖନ୍ତୁ l 10-15 ମିନିଟ ଗଲା ପରେ ଲାଳ ସହିତ ଗିଳିଦିଅନ୍ତୁ l ଏଭଳି ଦିନକୁ 3-4 ଥର କଲେ ଓ ଭଲ କରି ପାଣି ପିଇଲେ ଏହା 2-3 ଦିନରେ ଠିକ ହେଇଯାଏ l
👉 ଏହା ଏକ ପିତ୍ତ ରୋଗ ତେଣୁ ଗରମ କରୁଥିବା ତେଲ ମସଲା ଜିନିଷ ନଖାଇଲେ ଭଲ l ଫଳ ଯେତିକି ଖାଇବେ ସକାଳେ ସେତିକି ଭଲ କିନ୍ତୁ ଶୁଷ୍କ ଫଳ ଖାଇବେ ନାହିଁ l କଦଳୀ ମଧ୍ୟ ଖାଇବା ଅନୁଚିତ l
👉 ଶରୀରରେ ନିଶ୍ଚୟ ରାଶି ତେଲ ଦ୍ୱାରା ମାଲିସ କରିବେ l ଶୀଘ୍ର ଭଲ ହେବ l
👉 ଅଧିକ ରାତିରେ ଚେଇଁବା ମଧ୍ୟ ଗୋଟିଏ ବଡ଼ କାରଣ ତେଣୁ ରାତିରେ ନାକରେ ଉଷୁମ ଦେଶୀ ଗାଈ ଘିଅକୁ 4-4 ବୁନ୍ଦା ପକେଇ ଶୋଇବେ l
👉 1-2 ଚାମଚ ଦେଶୀ ଗାଈ ଘିଅକୁ ଗୋଟିଏ ଚାମଚ ଲେମ୍ବୁ ସହ ଗରମ ପାଣିରେ ପକାଇ ଅଳ୍ପ ଉଷୁମ ଥିବା ଅବସ୍ଥାରେ ପିଇବେ l ପେଟ ସଫା ହେଲେ ରୋଗ ଆପେ ଭଲ ହେଇଯିବ l ଯଦି ପାଖରେ ଦେଶୀ ଗାଈର ଗୋମୂତ୍ର ଅଛି ତାହେଲେ ଗୋଟିଏ କପ ଗୋମୂତ୍ରକୁ 1 ମିନିଟ ପାଟିରେ ରଖି ତାକୁ ପିଇଦିଅନ୍ତୁ l 2 ଦିନ ଯିବନି ସେ ରୋଗୀ ଭଲ ହେଇଯିବେ l ଅଯଥା ଡାକ୍ତର ପାଖକୁ ନଯାଇ ଘରେ ହିଁ ଏହାର ସମାଧାନ କରିପାରିବେ l
ମୁହଁରେ ହେଉଥିବା କୌଣସି ସଂକ୍ରମଣ ବା ଇନଫେକ୍ସନରେ ଏହି ସବୁ ପ୍ରୟୋଗ ଦ୍ୱାରା ଠିକ ହେଇପାରିବ l
ମୋ ଆଈମା ସ୍ୱାସ୍ଥ୍ୟ କଥା - 25 କବଜ ବା ଝାଡା ସମସ୍ୟା

Comments
Post a Comment