ମୋ ଆଈମା ସ୍ୱାସ୍ଥ୍ୟ କଥା - 25 କବଜ ବା ଝାଡା ସମସ୍ୟା

ମୋ ଆଈମା ସ୍ୱାସ୍ଥ୍ୟ କଥା - 25* କବଜ ବା ଝାଡା ସମସ୍ୟା

ଯଦି ଆପଣଙ୍କୁ ଥଣ୍ଡା ସର୍ଦି ଲାଗିରହୁଛି ଆଉ ଆପଣ କହୁଛନ୍ତି ମୋ ଦେହରେ ପାଣି ଯାଉନି ତାହେଲେ ଆପଣ ଜାଣନ୍ତୁ ଏଥିରେ ପାଣିର କିଛି ଦୋଷ ନାହିଁ ଦୋଷ ରହିଛି ଆପଣଙ୍କ ପେଟରେ....ମାନେ ହେଲା ଆପଣଙ୍କ ପେଟ ଠିକ ଭାବରେ ସଫା ହେଉନାହିଁ l ଆପଣ ଜାଣନ୍ତୁ କି 100ରୁ ଅଧିକ ରୋଗ ହୋଇଥାଏ ଯଦି ପେଟ ସଫା ଠିକ ଭାବେ ନହୁଏ l ବହୁତ ଲୋକ ଏହା ଭାବୁଥିବେ ଯେ ମୁଁ ତ ଦିନକ 3-4 ଥର ଝାଡା ଯାଏଁ, ମୋର ତ ପେଟ ଠିକ ସଫା ହେଉଛି l ମୁଁ ଏଠି କହିରଖେ ଯେ ସୁସ୍ଥ ବ୍ୟକ୍ତି କେବଳ ଥରେ ଝାଡା ଯାଇ ନିଜ ପେଟ ସଫା କରିବ l ଦୁଇ ଥରରୁ ଅଧିକ ହେଲେ ଆପଣ ଜାଣନ୍ତୁ କି ଆପଣଙ୍କ ଖାଦ୍ୟ ଠିକ ଭାବେ ହଜମ ହେଉନାହିଁ l  ସବୁବେଳେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ବସ୍ତୁ ଉପରେ ଦୀର୍ଘଦିନ ଧରି ଯେତେସବୁ ସ୍ୱାସ୍ଥ୍ୟ କଥାମାନ ଉପସ୍ଥାପନା କରିଛି ସବୁଠାରୁ ମହତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ କଥା ଆଜିର ସ୍ୱାସ୍ଥ୍ୟ କଥା ରହିବ କାରଣ ଆଜି ଆମେ ଯେଉଁ ବିଷୟବସ୍ତୁ ଆପଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବାଛିଛୁ ତାହା ହେଲା ଆଜିର 90% ରୋଗୀଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ସାଧାରଣ ସମସ୍ୟା - କବଜ ବା constipation l ଆପଣମାନଙ୍କୁ କହି ରଖେ ଏହା ଏକ ରୋଗ ନୁହେଁ ଏହା ଏକ ଖରାପ ଜୀବନ ଶୈଳୀର ଏକ ଗଡବଡୀ ମାତ୍ର l ଆଜିର ପୋଷ୍ଟ ସମସ୍ତ ଲୋକଙ୍କ ପାଇଁ ଉପକାରୀ ହେବ ତେଣୁ ଆଜିର ପୋଷ୍ଟ କୁ ନିଶ୍ଚୟ ପ୍ରତ୍ୟେକ ବିଜ୍ଞ ବ୍ୟକ୍ତି ଆଗ୍ରହର ସହକାରେ ପଢ଼ିବେ ଏହା ମୋର ଆଶା l କବଜ ବିଷୟରେ ଜାଣିବା ପୂର୍ବରୁ ଆମକୁ ଏକ କ୍ରମାନ୍ମୟ ସ୍ତର ଦେଇ ଏହି ବିଷୟଟିକୁ ବୁଝିବାକୁ ପଡିବ ନହେଲେ ଏହାର ସାଧାରଣ ସମାଧାନ ହେଇପାରିବ ନାହିଁ,  ତେଣୁ ଆଜି ଆମେ ଜାଣିବା .... 

 *A)- କବଜ ବା ଝାଡା ସମସ୍ୟା କେମିତି ହେଉଛି ଆମକୁ ?* 

ଆମ ଶରୀରରେ ପିତ୍ତ କିମ୍ବା ବାତ ବା ଉଭୟଟା ଅନିୟନ୍ତ୍ରିତ ହେଲେ ଆମକୁ କବଜ ବା constipation ହୁଏ l ଏସବୁ ଜିନିଷ ଗୋଟିଏ ପରେ ଗୋଟିଏ ଆମେ ଆଲୋଚନା କଲେ ଯାଇ ଆପଣ କବଜ ର କାରଣ ଓ ସମାଧାନ ଠିକ ଭାବେ ବୁଝିପାରିବେ l

 *1- ପିତ୍ତ ଅନିୟନ୍ତ୍ରିତ ହେଲେ* 

 *a) ଯଦି ପିତ୍ତ ନର୍ମାଲରୁ କମିଯାଇଥାଏ...*  

ଏପରି ହେଲେ ଖାଦ୍ୟ ହଜମ ହେବା ପରିବର୍ତ୍ତେ ସଢ଼ିଥାଏ ପେଟରେ l ଏହା ବହୁତ ଭୟଙ୍କର ଏଥିରୁ ନାନା ପ୍ରକାର ବିଷ ବାହାରେ ଯେମିତିକି ଟ୍ରାଇଗ୍ଲିସେରାଇଡ, ୟୁରିକ ଅମ୍ଳ, Ldl, Vldl ଇତ୍ୟାଦି l ଏହା କ୍ଷୁଦ୍ରାନ୍ତ୍ର ଓ ବୃହଦନ୍ତ୍ରର ନଳୀରେ ଲାଖିଯାଏ l ଆଉ ପେଟରେ ଅମ୍ଳତା କୁ ବଢ଼ାଇଥାଏ l 
.
 *ଏହାର ସମାଧାନ କଣ???* 

ପିତ୍ତ କମ ରହିଲେ ଭୋକ ଠିକ ଭାବେ ହେବନି ତେଣୁ ସାବଧାନ ହେବେ l ଥଣ୍ଡା ବା କଫ ରହିବ, ଶରୀର ଅଳସୁଆ, ଓଜନିଆ ଲାଗିବ l ଯଦି ଭୋକ ଲାଗୁନି ତେବେ ପ୍ରଥମେ ଭୋକ ବଢ଼ାନ୍ତୁ l ସେଥିପାଇଁ ଆମର ରୋଷେଇ ଶାଳାରେ ଦିବ୍ୟ ଔଷଧମାନ ରହିଛି ଯେମିତିକି ଡାଲଚିନି, ଅଦା, ଶୁଣ୍ଠୀ, ପିପ୍ପଳୀ, ମେଥି, ଜୁଆଣି, ଗୋଲମରିଚ, କଞ୍ଚା ଲଙ୍କା, ଟମାଟୋ, ଆଚାର ଆଦିକୁ ଧୀରେ ଧୀରେ ଆଗ ଦାନ୍ତର ସାହାର୍ଯ୍ୟ ନେଇ ଚୋବେଇ ଚୋବେଇ ଖାଇବେ l କିଛି ନହେଲେ ଉଷୁମ ପାଣି ଅଳ୍ପ ଅଳ୍ପ କରି ଯେତିକି ଅଧିକ ପିଇପାରିବେ ପିଅନ୍ତୁ l ଯଦି ଭୋକ ଲାଗେ ତେବେ ଭୋକର ଅଧା ଖାଇବେ l

 *b)- ଯଦି ପିତ୍ତ ନର୍ମାଲରୁ ଅଧିକ ବଢ଼ିଯାଇଥାଏ* 

ତେବେ ପାଟି ପିତା ଲାଗିପାରେ ବା ଭୋକ ହେବ ନାହିଁ l ପରିସ୍ରା ହଳଦିଆ ଦେଖାଯିବ l ପେଟରେ ଗ୍ୟାସ ରହିବ ବା ଆଖି ହଳଦିଆ କିମ୍ବା ନାଲି ଦେଖାଯିବ l ଆଉ ପେଟ ସଫା ହେବନି l

 *ସମାଧାନ କଣ???* 

ମିଠା ଫଳର ଜୁସ ପିଇବ l ପାଣି କୁ ଫୁଟାଇ ତାର ଅଧା ରହିଲା ପରେ ପିଇବ l ଲେମ୍ବୁ ପାଣି, ଲସି, ଗାଈ ଘିଅ, ଭୂମି ଅଁଳା, ମନ୍ଦାର ଫୁଲ ଆଦି ନାନାଦି ଘରୋଇ ଔଷଧ କଲେ 2-3 ଘଣ୍ଟା ଭିତରେ ଭୋକ ହୁଏ ଆଉ ଆସ୍ତେ ଆସ୍ତେ ଖାଦ୍ୟ ବଢ଼େଇ ଚାଲିବ l
.

 *2- ଯଦି ବାତ ଅନିୟନ୍ତ୍ରିତ ଥାଏ...* 

 *a)- ଯଦି ବାତ କମିଯାଇଥାଏ ଓ ପିତ୍ତ ଠିକ ଥାଏ l* 

ଏହି ସମସ୍ୟା ଶିଶୁ ଓ କୈଶୋର ଅବସ୍ଥାର ପିଲାମାନଙ୍କୁ ଦେଖାଯାଏ l ଏମାନଙ୍କୁ ଭୋକ ତ ହୁଏ କିନ୍ତୁ ଝାଡା ସଫା ହୁଏନି l ସାଧାରଣତଃ ଖାଇସରିଲା ପରେ ଯେଉଁମାନେ ପାଣି ଆଦୌ ପିଅନ୍ତି ନାହିଁ ତାଙ୍କୁ ଏହି ସମସ୍ୟା ହୁଏ l ଯଦି କୌଣସି ଲୋକର ଏଭଳି ସମସ୍ୟା ରହୁଛି ତେବେ ଏହାର ସମାଧାନ ଅତି ସରଳ l ତାହା ହେଲା ତାଙ୍କୁ ଯଥେଷ୍ଟ ପାଣି ଏକ ନିର୍ଦ୍ଧିଷ୍ଟ ଅନ୍ତରାଳରେ ଦିଅନ୍ତୁ l ପାଣିକୁ ଧୀରେ ଧୀରେ ବସିକି ପିଇବେ l ପେଟ ନିଶ୍ଚୟ ସଫା ହେବ l 

 *b)- ଯଦି ବାତ ଓ ପିତ୍ତ ଦୁଇଟା କମି ଯାଇଛି...* 

ତେବେ ଜାଣନ୍ତୁ ଆପଣଙ୍କ ଶରୀରରେ ନିଶ୍ଚୟ କୋଉଠି ନା କୋଉଠି ବିନ୍ଧା ହେଉଥିବ ବା ଗଣ୍ଠି ବାତ ଧରୁଥିବ l ଏମାନଙ୍କ ଝାଡ଼ା ଚିକ୍କଣ ହୋଇ ଆସିବ l 

 *ସମାଧାନ କଣ ??* 

ଖାଇସରିଲା ପରେ ଉଷୁମ ପାଣି ପିଇବେ 5 ଗ୍ରାମ ଶୁଣ୍ଠୀ ସହ l ଯେତେ ଅଧିକ ଉଷୁମ ପାଣି ପିଇପାରିବେ ସେତେ ଜଲଦି ପେଟ ସଫା ହେବ l ଏହାର ଆହୁରି ସହଜ ସମାଧାନ ହେଲା ଉଷୁମ ପନିର ପାଣି ପିଇବା l
.

 *c)- ଯଦି ପିତ୍ତ କମ ଥିବ କିନ୍ତୁ ବାତ ନର୍ମାଲରୁ ଅଧିକ ରହେ...* 

ଏଭଳି ହେଲେ ଆପଣ ଜାଣିବେ ଆପଣଙ୍କୁ 2ଥରରୁ ଅଧିକ ଝାଡା ଲାଗିବ l ଏହାକୁ ଆମେ ଆମ୍ବ ଦୋଷ କହୁ l ମାନେ ହେଲା ପେଟରେ ବିଷ ରହିଛି ଯାହାକି ପେଟରୁ ବାହାରିବା ପାଇଁ ଝାଡା କରାଉଛି l ନାଳ ବା ସିଂଘାଣି ଝାଡା ଏହାର ଗୋଟିଏ ଉଦାହରଣ l ଏବେ ବର୍ଷା ଦିନେ ଏହି ରୋଗ ଦେଖାଯାଏ l କିନ୍ତୁ ଏହା ମଧ୍ୟ ଏକ କବଜ କାରଣ ବାରମ୍ବାର ଝାଡା ପରେ ମଧ୍ୟ ପେଟ ସଫା ହୋଇନଥାଏ l

 *ସମାଧାନ କଣ ???* 

ଚିରେଇତା ବା ଭୂମିନିମ୍ବ ବା ନିମ୍ବ ପତ୍ରର ରସ 100ml ପିଇଦେବ l

 *d)- ଯଦି ପିତ୍ତ ଓ ବାତ ଅଧିକ ରହେ....* 

ଆଜିକାଲି ଯେତେସବୁ ଲୋକ ବିଳମ୍ବ ରାତିରେ ଶୋଉଛନ୍ତି, ଯେଉଁମାନଙ୍କର କେଶ ଝଡ଼ୁଛି ଓ ଅଳ୍ପ ବୟସରେ ପାଚିଯାଉଛି ସେମାନଙ୍କୁ ବିଶେଷ ଧ୍ୟାନ ଦେବାର ଅଛି l କାରଣ ବହୁତ ରୋଗ ଏହି ଠାରୁ ଆସେ l ଆଜିକାଲି ମହିଳାମାନଙ୍କୁ ଯେଉଁ ଗର୍ଭାଶୟ ଜନିତ ସମସ୍ୟାମାନ କିମ୍ବା ପୁରୁଷମାନଙ୍କ ଯେତେ ସବୁ ଯୌନ ରୋଗ ରହୁଛି ତାର କାରଣ ପେଟ ସଫା ନହେବା l ଏହା ଏକ ବୃଦ୍ଧ କାଳର ରୋଗ କିନ୍ତୁ ଆଜି ଯୁବକ ଯୁବତୀମାନଙ୍କରେ ବହୁତ ପରିଲକ୍ଷିତ ହେଉଛି l

 *ସମାଧାନ କଣ ??* 

ପାଣି ଖୁବ ପିଇବେ l କଦଳୀ ଖୁବ ଖାଇବେ l ମିଠା ଜିନିଷ ଚିନିକୁ ଛାଡି ଖୁବ ଖାଇବେ l ନାକରେ ଦେଶୀ ଗାଈ ଘିଅ ନିଶ୍ଚୟ ପକେଇବେ ରାତିରେ ଶୋଇବା ପୂର୍ବରୁ l ଦେଶୀ ଗାଈ ଘିଅ ଖୁବ ଖାଇବେ l ତେଲ ମାଲିସ ବିନା ଅନ୍ୟ ଗତି ନାହିଁ, ନିଶ୍ଚୟ କରିବେ l

 *B)- କୋଉ ଜିନିଷ ପ୍ରତି ସତର୍କ ରହିବେ ????* 

1- ଫ୍ରିଜ ଓ ଏକୁଆଗାର୍ଡର ଥଣ୍ଡା ପାଣି constipation ରେ ସାହାର୍ଯ୍ୟ କରେ l

2- ଆଳୁ, ମଇଦା, ଚିନି, ଆୟୋଡିନ ଲୁଣ, ପ୍ରେସର ଖାଦ୍ୟ, ରିଫାଇଣ୍ଡ ତେଲର ଜିନିଷ ଗୁଡିକ constipation ରେ ସାହାର୍ଯ୍ୟ କରେ l

3- ଅଧିକ ସମୟ ଖାଲି ପେଟରେ ରହିବା l

4- ପାଣି ସଠିକ ଭାବରେ ନପିଇବା l

5- ତନ୍ତୁ ବା fibre ଜାତୀୟ ଖାଦ୍ୟ ନଖାଇ ପୋଲିସ ହେଇଥିବା ଡାଲି ଚାଉଳ ଓ ପନିପରିବା -ଫଳ ମୂଳ ଖାଇବା l

6- ସକାଳୁ ଡେରିରେ ଉଠିବା l

7- ନିଜର ହଜମ ଶକ୍ତି ବାହାରେ ଖାଦ୍ୟ ଖାଇବା l

6- ଖାଇବା ସମୟରେ ବା ପରେ ତୁରନ୍ତ ପାଣି ପିଇବା l

7- ଶାରୀରିକ ଶ୍ରମର ଅଭାବ l ଅଫିସରେ ବା ଗୋଟିଏ ଜାଗାରେ ବସି ରହି ବେଶୀ ସମୟ ଯାଇଁ କାମ କରିବା l

8- ମାନସିକ ଚାପ l

9- ଅଧିକ ଶରୀରକୁ ଗରମ କରୁଥିବା ଖାଦ୍ୟ ଓ କାର୍ଯ୍ୟ କରିବା l

10- କମ ଶୋଇବା l

11- ପରସ୍ପର ବିରୋଧୀ ଖାଦ୍ୟ ଖାଇବା ଯେପରିକି ଥଣ୍ଡା + ଗରମ, ଦହି + ବିରିଡାଲି, ଘିଅ + ମହୁ l ପାମ୍ପଡ + ଡାଲି l ପନିର ଆଦି l

12- ଅପରାହ୍ନ 4 ଟା ପରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଯେପରିକି ଚଣା, ବାଦାମ ଆଦି କିନ୍ତୁ କ୍ଷୀର ରାତିରେ ପିଆଯାଇପାରିବ l ସକାଳେ ଓ ଦୁଇପହରରେ କ୍ଷୀର ପିଇବା l ରାତିରେ ଦହି ଖାଇବା l ରାତିରେ ଶାଗ ଖାଇବା l

13- ଯଦି ସବୁଦିନ ଭୁଲ ସମୟରେ ଖାଉଛନ୍ତି, ଗାଧୋଉଛନ୍ତି ତାହେଲେ ମଧ୍ୟ ଏହି ସମସ୍ୟା ହୋଇଥାଏ l ମନେରଖନ୍ତୁ ସକାଳେ ନିଶ୍ଚୟ ଆୟୁର୍ବେଦର ନିୟମ ପାଳନ କରି ଗାଧେଇବେ l

14- ଆଜିକାଲି ଯେଉଁ ବିଷପୂର୍ଣ୍ଣ ଜିନିଷ ବଜାରରେ ମିଳୁଛି ତାହାକୁ ଶରୀର ସହଜରେ ସ୍ପିକାର କରୁନାହିଁ ଓ ପେଟରେ ଗ୍ୟାସ କରି constipation କରୁଛି lଯେତେସମ୍ଭବ ଜୈବିକ ଜିନିଷ ବା ନିଜ ଘର ଅଗଣାର ଫଳ ଓ ପନିପରିବା ବ୍ୟବହାର କର l

15- ଯେ ଖାଦ୍ୟକୁ ସମ୍ମାନର ସହିତ ଉପଭୋଗ ନକରି ଶୀଘ୍ର ଖାଏ ସେ ପେଟ ପାଇଁ ସଙ୍କଟ ତିଆରି କରେ l ଯେତେ ପାରୁଛ ଚୋବେଇ ଚୋବେଇ ଖାଅ l ଯେତେ ଚୋବେଇବ ସେତେ ଅଧିକ ମୁହଁର ଲାଳ ପେଟ ଭିତରକୁ ଯିବ ଆଉ ସେତେ ଅଧିକ ହଜମ ହେବ l

16- ବାସି ଜିନିଷ ଠାରୁ ଦୂରରେ ରୁହ l ଖାଦ୍ୟ ଯଦି ଗରମ ନାହିଁ କେବେବି ଖାଇବ ନାହିଁ l ଏହି ଖାଦ୍ୟ ଖାଇଲେ ଶରୀରକୁ ଅସୁବିଧା ହୋଇଥାଏ l

17- ଗୋଟିଏ ଜରୁରୀ ଜିନିଷ ହେଲା ସକାଳେ ଓ ଦୁଇପହର ଖାଦ୍ୟ ଖାଇବା ପରେ ଯଦି ଆପଣ ବିଶ୍ରାମ ନନେଇ ତୁରନ୍ତ କାମ ପାଇଁ ଯାଉଛନ୍ତି ବା ଚୌକିରେ ବସିପଡୁଛନ୍ତି ତାହେଲେ ଜାଣନ୍ତୁ ଆପଣଙ୍କୁ ନିଶ୍ଚିତ ଗ୍ୟାସ ହେବାର ସମ୍ଭାବନା ରହିଛି l ତେଣୁ ଖାଇବାର ପରେ ଅତିକମରେ 10-15 ମିନିଟ ବାମ କଡରେ ଶୋଇବେ l ଯଦି ଘରେ ଅଛନ୍ତି ଦୁଇପହର ରେ 1 ଘଣ୍ଟା ଶୋଇଲେ ଆୟୁଷ ବଢ଼ିଥାଏ l ଏବଂ ଯଦି ଆପଣ ଅଫିସ ରେ କାମ କରନ୍ତି ତେବେ 10-15 ମିନିଟ କାନ୍ଥ ଉପରକୁ ଗୋଡ଼ ଟେକି ଚୌକିରେ ଫ୍ଲାଟ ହୋଇ ଶରୀରକୁ ରଖନ୍ତୁ ଏହା କଲେ ପାଦରୁ ପେଟ ଆଡକୁ ରକ୍ତ ପ୍ରବାହିତ ହେବ ଏବଂ ଖାଦ୍ୟ ହଜମ ହେବା ସହ ଗ୍ୟାସ ଯାହା ଥିବ ବାହାରିଯିବ l

18- କମ ଚାଲୁଥିବା ବ୍ୟକ୍ତି ପାଖରେ କୋଷ୍ଟକାଠିନ୍ୟ ଦେଖାଯାଏ l ଚାଲିଲେ ରକ୍ତ ସଂଚାଳନ ଠିକ ରହିବା ସହ ପେଟର ମାଂସପେଶୀ ଶକ୍ତିଶାଳୀ ହୁଏ l ସକାଳ ଅପେକ୍ଷା ସନ୍ଧ୍ୟା ରେ ଚାଲିବା ଅଧିକ ଶ୍ରେୟସ୍କର l

ଇତ୍ୟାଦି ବହୁତ ଜିନିଷ ପ୍ରତି ଆମକୁ ଜଗିବାକୁ ପଡିବ ତେବେ ଯାଇ ଆମର ପେଟ ସଫା ହେବ l

.
 *C)- କିଛି ସହଜ ଚିକିତ୍ସା କଣ ହେଇପାରେ??* 

ଆମ ଆୟୁର୍ବେଦରେ କବଜ ବା constipation ପାଇଁ ନିମ୍ନଲିଖିତ ଔଷଧର ପ୍ରୟୋଗ କରାଯାଏ l

1- ଯଦି ବାତ କମ ରହୁଛି ଗୋମୂତ୍ର ହେଲା ଉତ୍ତମ ଔଷଧ l

2- ତ୍ରିଫଳା ଯେଉଁଠି ଗୋଟିଏ ଭାଗ ହରିଡ଼ା ଦୁଇ ଭାଗ ବାହାଡା ଓ ତିନି ଭାଗ ଅଁଳା ଥିବ l ଏହାକୁ ରାତିରେ ଶୋଇବା ପୂର୍ବରୁ 1 ଚାମଚ ତ୍ରିଫଳା ଚୁର୍ଣ୍ଣ ସହ ଗୋଟିଏ ଗ୍ଲାସ ଉଷୁମ ପାଣି ସହ ଖାଇଲେ ପେଟ ସଫା ହୁଏ l ବଜାରର ସବୁ ସମାନ ଅନୁପାତରେ ଥାଏ ତେଣୁ ତାହା ସମସ୍ତଙ୍କୁ କାମ ଦେଇନଥାଏ l

3- ଜଡ଼ା ତେଲ 1-2 ଚାମଚ ଉଷୁମ ପାଣି ସହ ଖାଇଲେ ମଧ୍ୟ ଝାଡା ହୁଏ l

4- ଦେଶୀ ଗାଈ ଘିଅ 1-2 ଚାମଚକୁ 500 ml ବା ଅଧା ଲିଟର ଗରମ ପାଣିରେ ପକାଇ ଦିଅ ତାପରେ ଗୋଟିଏ ଚାମଚ ଲେମ୍ବୁ ରସ ପକାଅ ଆଉ ଉଷୁମ ଥିବା ଅବସ୍ଥାରେ ପିଇବ l

5- ରାତିରେ ଯଦି ଖାଇସରିଲା ପରେ ଉଷୁମ ଦେଶୀ ଗାଈ କ୍ଷୀର ପିଅନ୍ତି 1 ଚାମଚ ହଳଦୀ ସହିତ ତାହେଲେ ଶରୀରର ସମସ୍ତ ରୋଗ ଦୂର ହେବ l

6- କିଛି ନହେଲେ ଦିନ ବେଳା ଠିକ ଭାବେ ପାଣି ପିଇବେ ଓ ରାତିରେ ଶୋଇବା ପୂର୍ବରୁ 1 ଗ୍ଲାସ ଉଷୁମ ପାଣି ପିଇଲେ ମଧ୍ୟ ସକାଳେ ପେଟ ସଫା ହୁଏ l

7- ବଜାରରେ ବହୁତ ଚୁର୍ଣ୍ଣ ମିଳୁଛି ଯଦି ଆପଣଙ୍କୁ କାମ ଦେଉଛି ବ୍ୟବହାର କରିପାରିବେ l କିନ୍ତୁ ଗୋଟିଏ ଜିନିଷ ଔଷଧ ଖାଇକି ଝାଡା କରାଇବା ଠିକ ନୁହଁ l କେବେ କେମିତି କଲେ ଚଳିବ l ସବୁଦିନ କଲେ ବହୁତ କ୍ଷତି ମଧ୍ୟ ହେଇପାରେ l

8- ବେଲ ସହିତ ପାଣିଆ ଗୁଡ଼ ଖାଇଲେ ପେଟ ନିଶ୍ଚୟ ସଫା ହୁଏ l

9- ଅମୃତଭଣ୍ଡା, ପିଜୁଳୀ, କାଙ୍କୁଡ଼ି, ଆମ୍ବ, ଲାଉ ଆଦି ମଧ୍ୟ ଭଲ ଔଷଧ ସେମାନଙ୍କ ପାଇଁ ଯେଉଁମାନେ ଗରମ ବାତ ରୋଗୀ ଅଟନ୍ତି l

10- ଉଷୁମ ପନିର ବା ଛେନା ପାଣି ପିଇଲେ ମଧ୍ୟ ପେଟ ସଫା ଭଲ ହୁଏ l



ମୋ ଆଈମା ସ୍ୱାସ୍ଥ୍ୟ କଥା - 26 ପାଦ ବା ଗୋଇଠି ଫଟା




Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)