ମୋ ଆଈମା ସ୍ୱାସ୍ଥ୍ୟ କଥା - 26 ପାଦ ବା ଗୋଇଠି ଫଟା

*ମୋ ଆଈମା ସ୍ୱାସ୍ଥ୍ୟ କଥା - 26* ପାଦ ବା ଗୋଇଠି ଫଟା

👉 ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥାରେ ଆଈମା ଆମକୁ କହିବ ପାଦ ଓ ଗୋଇଠି ବା ରେଡି ଫଟାର ଗାଉଁଲି ଘରୋଇ ଚିକିତ୍ସା ବିଷୟରେ l

 *କଣ ପାଇଁ ପାଦ ବା ଗୋଇଠି ଫାଟେ??* 

ଆଈମା କହେ ଚାଷ ଜମି ସେତେବେଳେ ଫାଟେ ଯେତେବେଳେ ମରୁଡି ପଡ଼େ l ମାନେ ହେଲା ପାଣି ଅଭାବ ହେଲେ ମାଟି ମଧ୍ୟ ଫାଟିଯାଏ ତ ମଣିଷ ଶରୀର କାହିଁକି ନ ଫାଟିବ? ଯାହାହେଲେବି ଏହି ଶରୀର ପୃଥିବୀ ତତ୍ତ୍ୱରେ ତିଆରି l ପାଣି ଯେଉଁ ଅଙ୍ଗ ବା ଅଂଶରେ କମିଯିବ ସେଇଠି ଶରୀର ଶୁଖିଯାଇ ଫାଟିବ l ଆପଣ ଦେଖିବେ ମଧୁମେହ ରୋଗୀଙ୍କ ଚର୍ମ ଶୁଖିଲା ଦେଖାଯାଏ l ସେମାନଙ୍କ ବେଶୀ ପାଦ ଓ ଗୋଇଠି ଫାଟିଥାଏ l ଶୀତ ଦିନରେ ବହୁତ ଲୋକଙ୍କ ଓଠ ଓ ଚର୍ମ ମଧ୍ୟ ଫାଟେ କରଣ ହେଲା ଏହି ଶୁଷ୍କତା l ଗରମ ଦିନ ହେଉ ବା ଥଣ୍ଡା ଦିନ ହେଉ ଯଦି ଶରୀରର କୌଣସି ଅଂଶରୁ ପାଣି ଶୁଖିଲା ଫାଟିବ ନିଶ୍ଚୟ l ଯେଉଁମାନଙ୍କର ଦେହରୁ ଝାଳ କମ ବାହାରିଥାଏ, ଯେଉଁମାନେ ଖରାରେ ଖାଲି ପାଦରେ ବେଶୀ ଚାଲନ୍ତି ବା ଗରମ ଜାଗାରେ ଛିଡା ହୋଇ କାମ କରନ୍ତି ବା ଛିଡା ହୋଇ ବେଶୀ ସମୟ ରୁହନ୍ତି ବା କୌଣସି କାମ କରନ୍ତି ସେମାନଙ୍କ ପାଦ ଉପରେ ଖରାପ ପ୍ରଭାବ ପଡ଼େ l ସେଇଠିକୁ ରକ୍ତ ସଂଚାଳନ କମ ହୁଏ ଏବଂ ସେଇ ଜାଗା ଶକ୍ତ ହୋଇ ମରିଯାଏ ବା ଫାଟିଯାଏ l

 👉 ଆଈମା କହେ - ମୋ ମତରେ ଗ୍ଲିସେରିନ ବା ତେଲ ଏହାର ସମ୍ପୂର୍ଣ ସମାଧାନ ନୁହେଁ l ପ୍ରଚୁର ପାଣି ପିଇବା ଏହାର ସହଜ ସମାଧାନ l

 *କଣ ସବୁ ଔଷଧ ରହିଛି??* 

1- ଋତୁ ଅନୁସାରେ ତେଲ ମାଲିସ କରନ୍ତୁ ଏହି ରୋଗ କେବେବି ଆସିବ ନାହିଁ l
ବର୍ଷା ଋତୁ ପାଇଁ :- ସପ୍ତାହରେ ଦୁଇ ଥର କେବଳ ସୋରିଷ ତେଲ 
ଶୀତ ଋତୁରେ :- ଦିନେ ଛଡା ଦିନେ ସୋରିଷ ତେଲ ବା ରାଶି ତେଲ 
ଗ୍ରୀଷ୍ମ ଋତୁରେ :- ସବୁଦିନ ରାଶି ତେଲ ବା ନଡ଼ିଆ ତେଲ ଦ୍ୱାରା 

2- ପାଣି ପ୍ରଚୁର ପିଇବେ l ପରିସ୍ରା ଯେମିତି ହଳଦିଆ ନ ହୁଏ ଧ୍ୟାନ ଦେଵେ l ପାଣିକୁ ବସି କରି ଧୀରେ ଧୀରେ ପିଇବେ l

3- ସକାଳୁ ଉଠୁ ଉଠୁ ନିଜର ବାସି ଛେପକୁ ଫାଟିଯାଇଥିବା ଜାଗାରେ ଲଗେଇବେ 2 ଦିନରେ ଆପଣ ଦେଖିବେ ସୁନ୍ଦର ପରିଣାମ ଆସିବା ଆରମ୍ଭ ହେଇଯିବ l

4- ଲେମ୍ବୁର ଗୋଟିଏ ଫାଳକୁ ଘଷିଲେ ମଧ୍ୟ 4-5 ଭିତରେ ଭଲ ହେଇଯାଏ l

5- କଞ୍ଚା ତେନ୍ତୁଳିକୁ ପୋଡି ତାର ଲସି ଦ୍ୱାରା ଫାଟିଯାଇଥିବା ଜାଗାରେ ଲଗେଇଲେ ଫାଟ ଶୀଘ୍ର ଭଲ ହୁଏ l

6- ଦେଶୀ ଗାଈ ଘିଅ ଲଗେଇଲେ ମଧ୍ୟ ଜଲଦି ଭଲ ହୁଏ l

7- ଅରଖ କ୍ଷୀର ଲଗେଇବା ଦୁଇ ଦିନ ଭିତରେ ଭଲ ହେଇଯାଏ l

8- ଘିକୁଆଁରୀ ରସ ଦ୍ୱାରା ଶୀଘ୍ର ଉପଶମ ହୋଇଥାଏ l

9- କୌଣସି ତେଲରେ କର୍ପୁର ମିଶାଇ ଲଗେଇଲେ ଶୀଘ୍ର ଭଲ ହୁଏ l

10- ଭାଲିଆ ଫଳକୁ ପୋଡି ତାର ଲସି ଲଗେଇଲେ ମଧ୍ୟ ଏହି ରୋଗ ଭଲ ହୁଏ l




ମୋ ଆଈମା ସ୍ୱାସ୍ଥ୍ୟ କଥା - 27 ଧାତୁ ସମସ୍ୟାର ସମାଧାନ 




Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)