ମୋ ଆଈମା ସ୍ୱାସ୍ଥ୍ୟ କଥା - 27 ଧାତୁ ସମସ୍ୟାର ସମାଧାନ

ମୋ ଆଈମା ସ୍ୱାସ୍ଥ୍ୟ କଥା - 27  ଧାତୁ ସମସ୍ୟାର ସମାଧାନ 

ମୋ ଆଈମା ସ୍ୱାସ୍ଥ୍ୟ କଥା -19 ରେ ଆପଣଙ୍କୁ ଆମେ ଧାତୁ ସମସ୍ୟାର ସମାଧାନ ପାଇଁ ଘରୋଇ ଉପଚାର ବିଷୟରେ ଆଗାମୀ ସ୍ୱାସ୍ଥ୍ୟ କଥା ରେ ବର୍ଣ୍ଣନା କରିବା ପାଇଁ କହିଥିଲୁ ଆଜି ଏହି ସ୍ୱାସ୍ଥ୍ୟ କଥାରେ ସେହି ସବୁ ସମସ୍ୟାର ସରଳ ସମାଧାନ ବିଷୟରେ ଜଣାଇବା ପାଇଁ ଚେଷ୍ଟା କରୁଛୁ l

ଏହା ପୂର୍ବରୁ ଆମେ ସ୍ୱାସ୍ଥ୍ୟ କଥା 51 ପୋଷ୍ଟ କଲୁ ଏହାର କାରଣ ହେଲା ସବୁ ଧାତୁ ରୋଗ, ଶରୀରରେ ଜଳ ଓ ପୃଥିବୀ ତତ୍ତ୍ୱ ର ପରିମାଣ କମିଗଲେ ଏହି ରୋଗ ହୋଇଥାଏ l ଏବେ ଆସନ୍ତୁ ଜାଣିବା କିଛି ସରଳ ଔଷଧ ଯାହା ଆପଣଙ୍କ ଘରେ ନିଶ୍ଚୟ ଥିବ l

1)-  5-10 ଟି ଚିନାବାଦାମ ମଞ୍ଜିକୁ 10-12 ଘଣ୍ଟା ପାଣିରେ ଭିଜେଇ 5-10ଟି ଗୁଜୁରାତି ବା ଇଲାଚିର ସବୁ ମଞ୍ଜିକୁ ନେଇ ମାଖନ ବା ଘିଅ ସହିତ ପ୍ରତିଦିନ ସକାଳେ ଖାଆନ୍ତୁ l ଏଥିରେ ମିଶ୍ରି ମିଶେଇ ପାରିବେ ସ୍ୱାଦ ପାଇଁ l

କିମ୍ବା 

2)- ବିରି ଡାଲିକୁ ଦେଶୀ ଗାଈ ଘିଅ ରେ ଅଳ୍ପ ଭାଜି ତାକୁ ରାତିରେ ଉଷୁମ ପାଣିରେ ସହ ଖାଇପାରିବେ l

କିମ୍ବା 

3)- ଅଶ୍ଵଗନ୍ଧା ବା ଶତାବରୀ ଚୁର୍ଣ୍ଣ ବା ବାଇଡଙ୍କ ମଞ୍ଜି ସହିତ ମିଶ୍ରି ମିଶାଇ ସନ୍ଧ୍ୟା ସମୟରେ ଖାଲି ପେଟରେ  କ୍ଷୀର ବା ପାଣି ସହିତ ଖାଇ ପାରିବେ l

କିମ୍ବା 

4)- ଉଭୟ ପ୍ରକାରର କଖାରୁ (ପାଣି କଖାରୁ ଓ ଖାଲି କଖାରୁ ବା ମାଖନ), ତରଭୁଜ ଆଦିର ମଞ୍ଜିକୁ ଆଣି ତାହାର ଖୋଳପା ହଟାଇ ତାକୁ ଚୁର୍ଣ୍ଣ କରି ଦେଶୀ ଗାଈ କ୍ଷୀର ସହିତ ଖାଇପାରିବେ l

କିମ୍ବା 

5) 5-10 ଟି ଖଜୁର କୁ ଦେଶୀ ଗାଈ କ୍ଷୀରରେ ଭଲ ଭାବେ ସିଝାଇ ତାକୁ ରାତିରେ ଖାଇ ସାରିବା ପରେ ଖାଆନ୍ତୁ ଓ ସେଇ କ୍ଷୀର ମଧ୍ୟ ପିଅନ୍ତୁ l

କିମ୍ବା 

6)- ଦେଶୀ ଗାଈ ଦହି ସହିତ 1-2 ଗ୍ରାମ ଚୂନ ମିଶାଇ ପ୍ରତିଦିନ ସକାଳେ ଖାଲି ପେଟରେ ଖାଇପାରିବେ l ଯଦି ଦେଶୀ ଗାଈ ଦହି ନ ମିଳେ ତାହେଲେ କୌଣସି ଫଳ ରସ ବା  ପାଣିରେ ମଧ୍ୟ ଖାଇପାରିବେ l

କଣ କଣ ଜିନିଷ ଅଧିକ ଖାଇବେ??? 

1)- କୌଣସି ପ୍ରକାରର ଶାଗ 
2)- ପିଆଜ ଓ ରସୁଣ 
3)- ବିରି ଡାଲି 
4)- ଦେଶୀ ଗାଈ ଘିଅ, ଦହି, କ୍ଷୀର 
5)- ପଖାଳ ଓ ଲେମ୍ବୁ 
6)- ଡ଼ିମିରି, ଖଜୁର, ଆମ୍ବ, ପିଜୁଳି, ଅମୃତଭଣ୍ଡା, ଅଁଳା, ହରିଡ଼ା
7)-ସଜନା ଶାଗ 

କଣ କଣ କମ ଖାଇବେ?? 

1)- ଆୟୋଡିନ ଯୁକ୍ତ ଲୁଣ 
2)- ଭେଣ୍ଡି, ବାଇଗଣ, ବିଲାତି
3)- ଆଣ୍ଟିବାୟୋଟିକ ଔଷଧ 
4)- ଲଙ୍କା 
5)- ମଦ, ବିଡି,ସିଗାରେଟ, ତମାଖୁ, ଗୁଟଖା 
ଏହି ସବୁ ଆମର ଅଭିଜ୍ଞତାରୁ କହୁଛୁ l ଆମ ଦ୍ୱାରା ଉପକୃତ ହେଲେ ଜୟ ଗୋମାତା ନିଶ୍ଚୟ ଲେଖିବେ l





ମୋ ଆଈମା ସ୍ୱାସ୍ଥ୍ୟ କଥା - 28 ତରଭୁଜର ଉପକାରିତା









.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)