ମୋ ଆଈମା ସ୍ୱାସ୍ଥ୍ୟ କଥା - 19 ଧାତୁ କ୍ଷୟ

*ମୋ ଆଈମା ସ୍ୱାସ୍ଥ୍ୟ କଥା - 19* ଧାତୁ କ୍ଷୟ

ବର୍ତ୍ତମାନ ଲୋକମାନେ ଅଧିକ ଭୋଗ ବିଳାସୀ ହେବାରେ ଅଧିକ ସମୟ ଦେଉଛନ୍ତି l କିଛି ଲୋକଙ୍କ ପାଟିରୁ ଏହି ମନ୍ତ୍ର ବାହାରୁଛି - *"Life is Enjoy"* l ବହୁତ ଭଲ କଥା l ଜୀବନକୁ ଉପଭୋଗ କରିବା ଦରକାର କିନ୍ତୁ କେମିତି?? TV, ମୋବାଇଲ ଦେଖି, ଫୋନରେ ଘଣ୍ଟା ଘଣ୍ଟା କଥା ହୋଇ, ଝିଅ ପିଲା ମାନଙ୍କ ସହ ଘନିଷ୍ଠ ସମ୍ପର୍କ ରଖି , ମଦ, ମାଂସ ସେବନ କରି, ଫାଲତୁ ଗପସପ କରି, କିଛି କାମ ଧନ୍ଦା ନକରି ଗାଁ ଦାଣ୍ଡରେ ତାସ ଖେଳି, ପାଠ ନପଢି ଏଣେତେଣେ ବୁଲି.... ଆପଣ କୁହନ୍ତୁ କେମିତି??? ଜୀବନକୁ ଉପଭୋଗ କରିବା ଜରୁରୀ, ସବୁବେଳେ ଶରୀର + ମନ + ବିବେକକୁ ମିଶେଇ ଆତ୍ମାକୁ ଗୁରୁ କରି ଯଦି ଜଣେ ଜୀବନକୁ ଉପଭୋଗ କରେ ତାହେଲେ ସେହି ବ୍ୟକ୍ତି ଜୀବନରେ କେବେବି ଦୁଃଖ ପାଆନ୍ତି ନାହିଁ l ବହୁତ ଦିନରୁ ଆମର କିଛି ବନ୍ଧୁ ଶୁକ୍ର ଧାତୁ କ୍ଷୟ ଓ ତାର ଶରୀର ଉପରେ କଣ କଣ ଖରାପ ପ୍ରତିକ୍ରିୟା ପଡିଥାଏ ସେ ବିଷୟରେ ଜାଣିବାକୁ ଆମକୁ ଅନୁରୋଧ କରିଥିଲେ ତେଣୁ ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥାରେ ଆପଣମାନଙ୍କ ପାଇଁ ରହିଛି... 

1)-ଶୁକ୍ର ଧାତୁ କଣ? 

2)- କେମିତି ତିଆରି ହୁଏ?

3)- ଏହାର ମହତ୍ୱ କଣ ରହିଛି? 

4)- କଣ ପାଇଁ ଏହା ନଷ୍ଟ ହୁଏ?

5)- କଣ କଲେ ଏହାର ସୁରକ୍ଷା କରାଯାଇପାରିବ?

👉 ଆଗାମୀ ସ୍ୱାସ୍ଥ୍ୟ କଥାରେ ଶୁକ୍ର ଧାତୁ ସମସ୍ୟାର ସରଳ ସମାଧାନ ବିଷୟରେ ଜାଣିବା l

 *1)- ଶୁକ୍ର ଧାତୁ କଣ???* 

ଆୟୁର୍ବେଦରେ 7ଟି ଧାତୁର ବର୍ଣ୍ଣନା କରାଯାଇଛି l 1- ରସ, 2- ରକ୍ତ, 3- ମାଂସ, 4- ମେଦ, 5- ଅସ୍ଥି, 6- ମଜ୍ଜା, 7- ଶୁକ୍ର ଧାତୁ.  ଶୁକ୍ର ଧାତୁକୁ ପୁରୁଷମାନଙ୍କ କ୍ଷେତ୍ରରେ ବୀର୍ଯ୍ୟ ଧାତୁ କୁହାଯାଉଥିବାବେଳେ ସ୍ତ୍ରୀମାନଙ୍କ କ୍ଷେତ୍ରରେ ଏହାକୁ ରଜ ଧାତୁ କୁହାଯାଏ l

 *2)- କେମିତି ତିଆରି ହୁଏ???* 

ଆୟୁର୍ବେଦ ଅନୁସାରେ ଆମେ ଖାଉଥିବା ଖାଦ୍ୟରୁ ପ୍ରଥମେ ରସ ତିଆରି ହୁଏ ତାପରେ 5 ଦିନ ଗଲେ ରସରୁ ରକ୍ତ ତିଆରି ହୁଏ ପୁଣି 5 ଦିନ ଗଲେ ରକ୍ତରୁ ମାଂସ ଆଉ 5 ଦିନ ଗଲେ ମାଂସରୁ ମେଦ ଆଉ ମେଦରୁ ଅସ୍ଥି,  ଅସ୍ଥି ରୁ ମଜ୍ଜା ଓ ପାଖାପାଖି 35-40 ଦିନ ଗଲେ ଶୁକ୍ର ଧାତୁ ତିଆରି ହୁଏ l ଜଣେ ବ୍ୟକ୍ତି ଯଦି ପ୍ରତିଦିନ 800 ଗ୍ରାମର ଭୋଜନ ନିତ୍ୟ କରନ୍ତି ସେ 40 ଦିନକୁ 32 କେ.ଜି ଭୋଜନ କରିବେ ଏବଂ ଏଥିରୁ କେବଳ 800 ଗ୍ରାମ ରକ୍ତ ଓ 15-20 ଗ୍ରାମ ଶୁକ୍ର ଧାତୁ ବାହାରିଥାଏ l କିନ୍ତୁ କେବଳ ଗୋଟିଏ ମୈଥୁନ କରିବା ଦ୍ୱାରା ଗୋଟିଏ ଥରରେ ଆମର 15-20 ଗ୍ରାମ ଶୁକ୍ର ଧାତୁ ନଷ୍ଟ ହୋଇଯାଏ l

 *3)- ଏହାର ମହତ୍ୱ କଣ???* 

 👉ଶୁକ୍ର ଧାତୁ ଶରୀରରେ ନାନା ପ୍ରକାର କାର୍ଯ୍ୟ କରିଥାଏ ଆସନ୍ତୁ ଜାଣିବା... 

1)- ଶୁକ୍ର ଧାତୁ ଭଲ ଅବସ୍ଥାରେ ଥିଲେ ଉତ୍ତମ ସନ୍ତାନ ପ୍ରାପ୍ତିର ସ୍ୱଭାଗ୍ୟ ମିଳେ l

2)- ଶରୀର ସୁନ୍ଦର ସୁଢଳ ଏବଂ ଆକର୍ଷଣୀୟ ହୋଇଥାଏ l

3)- ମୁହଁ ରେ ଉଜ୍ୱଳତା ପ୍ରକାଶ ପାଏ ଓ ମୁଖ ବ୍ରଣ ସମସ୍ୟା ଦୂର ହୋଇଥାଏ l

4)- ଚିତ୍ତ ଶାନ୍ତ ରହେ ଓ ଶରୀର ସମସ୍ତ ରୋଗରୁ ମୁକ୍ତ ରହେ l

5)- କେଶ,  ନଖ ଓ ହାଡ଼ ମଜବୁତ ରହେ l

6)- ସମସ୍ତ ଇନ୍ଦ୍ରିୟ ଯେପରିକି କାନ, ଆଖି, ନାକ, ଜିଭ ଓ ସ୍ପର୍ଶ ଆଦି ବୃଦ୍ଧାବସ୍ଥାରେ ମଧ୍ୟ ବହୁତ ପ୍ରଖର ଭାବରେ କାମ କରିଥାଏ l

7)- ସ୍ମରଣ ଶକ୍ତି କେବେ ମଧ୍ୟ ହ୍ରାସ ହୁଏ ନାହିଁ l

8)- ବୃଦ୍ଧାବସ୍ଥା ବିଳମ୍ବରେ ଆସେ l

9)- ରୋଗ ପ୍ରତିରୋଧ ଶକ୍ତି ବଳବତ୍ତର ରହେ l

10)- ବିଚାର ଶକ୍ତି ତଥା ସୃଜନଶୀଳ ଶକ୍ତି ବଢେ ଓ ଈଶ୍ୱରଭିମୁଖୀ କରାଏ l

ଆହୁରି ବହୁତ ଲାଭ ଅଛି ସମୟ ଅଭାବ ଯୋଗୁଁ ଏତିକି ସୂଚିତ କରାଯାଉଛି l

 *4)- କଣ ପାଇଁ ଏହା ନଷ୍ଟ ହୁଏ???* 

ଆମ ଶରୀର 3ଟି ଶକ୍ତିରେ ପରିଚାଳିତ,  1- ସାତ୍ତ୍ୱିକ, 2- ରାଜସିକ, 3- ତାମସିକ l ସାତ୍ତ୍ୱିକ ଶକ୍ତି ନିର୍ମାଣ କାମ କରାଏ l ରାଜସିକ ଶକ୍ତି ନିର୍ମାଣ ହେଇଥିବା ଜିନିଷକୁ ଉପଭୋଗ କରେ l ତାମସିକ ଶକ୍ତି ନିର୍ମାଣ କାମକୁ ଧ୍ବଂସ କରେ l ସମସ୍ତଙ୍କ ଶରୀରରେ ଏହି ତିନୋଟି ଶକ୍ତି କମ ବେଶୀରେ ଥାଏ l 35 ଦିନର ଖାଦ୍ୟ ଖାଇଲା ପରେ ସାତ୍ତ୍ୱିକ ଶକ୍ତି ଦ୍ୱାରା ଶୁକ୍ର ଧାତୁ ନିର୍ମାଣ ହୁଏ l ଶରୀରରେ ଯଦି ସାତ୍ତ୍ୱିକ ଶକ୍ତି ଅନ୍ୟ ଦୁଇଟି ଶକ୍ତି ଅପେକ୍ଷା ବଳବାନ ରହେ ତାହେଲେ ମଣିଷଟି ଆୟୁଷ୍ମାନ, ବୀର୍ଯ୍ୟମାନ, ଶକ୍ତିମାନ, ବୁଦ୍ଧିମାନ ହୁଏ l କିନ୍ତୁ ରାଜସିକ ଶକ୍ତି ଅତି ମାତ୍ରରେ ବଢ଼ିଲେ ସେ ଯୋଗୀ ନହୋଇ ଭୋଗୀ ହୋଇଯାଏ l ଭୋଗ କଲାବେଳେ ଯଦି ଭୋଗ ଜିନିଷର ଅଭାବ ପାଏ ସେତେବେଳେ ତାର ତାମସିକ ଶକ୍ତି ଅଧିକ ବଳବାନ ହୋଇ ତାର ସର୍ବନାଶ କରିଦିଏ l 

ଯେତେବେଳେ ଆମ ମନରେ କାମନା,ବାସନା ଓ ମନ୍ଥନ ର କିଛି ଉତ୍ତେଜନା ଆଦିର ଭାବନା ଆସେ ସେତେବେଳେ ଘିଅ ଭଳିଆ ବସିଯାଇଥିବା ଶୁକ୍ରଧାତୁ ତରଳିବା ଆରମ୍ଭ କରେ l ମଣିଷର କାମ ବେଗ ଅଧିକ ହେଲେ ଏହି ଧାତୁ ଆହୁରି ତରଳିବା ଆରମ୍ଭ ହୁଏ ଏବଂ ନିଷ୍କାସନ ନଳୀ ମାଧ୍ୟମରେ ମନ୍ଥନ କରିବା ପରେ ଶୁକ୍ରଧାତୁ ବାହାରିଯାଏ । ମନ୍ଥନ / ସେକ୍ସର ଭାବନା ଆସିବା ଦ୍ବାରା ଶରୀରରେ ଶାନ୍ତ ଚିତ୍ତ ଥିବା ଅପାନ ବାୟୁ ହଠାତ ଗରମ ହୁଏ ଏବଂ ଶୁକ୍ରଧାତୁ ଅପାନ ବାୟୁ ଦ୍ବାରା ବାହାରକୁ ବହାରିଯାଏ ।

 *କେଉଁ କେଉଁ କାରଣରୁ ଧାତୁ ବାହାରି ଯାଇଥାଏ ?  (ସ୍ୱପ୍ନ ଦୋଷ, ଶୀଘ୍ର ପତନ , ମୂତ୍ରରେ ଧାତୁ ପଡିବ)* 

1:- ଅଧିକ ଭାବବିଭୋଳ ହୋଇ ଅଶ୍ଳୀଳ ଭାବନା ମନ ଭିତରେ ପ୍ରବେଶ କରିବା କ୍ଷଣି ହିଁ ବସି ଯାଇଥିବା ଧାତୁ ତରଳିବାରେ ଲାଗିଥାଏ l ଏବଂ ଶରୀର ଓ ମନକୁ ମୈଥୁନ କରିବା ପାଇଁ ଉସକେଇଥାଏ l

2:- ଶାରୀରିକ ଶ୍ରମର ଅଭାବ ଯୋଗୁଁ ଶରୀରରେ ରାଜସିକ ଓ ତାମସିକ ବୃତ୍ତି ବଢିଥାଏ l ଯାହା ଫଳରେ ଧାତୁ ଜଲଦି ଗରମ ହୋଇଯାଏ ଆଉ ବାହାରି ପଡେ l

3:-ଆୟୁର୍ବେଦ ଅନୁସାରେ ଧାତୁ ମଧ୍ୟରେ ଚଞ୍ଚଳତା ବୃଦ୍ଧି ବାୟୁର ପ୍ରକୋପ ଦ୍ବାରା ହୋଇଥାଏ । କୌଣସି କାରଣରୁ ଧାତୁ ଦୂଷିତ ହୋଇଗଲେ । ଧାତୁ ଶୀଘ୍ର ବାହାରି ପଡେ ।  ଏହା ଦ୍ୱାରା ଶରୀରର ପୃଥିବୀ ତତ୍ତ୍ୱ ନିୟନ୍ତ୍ରିତ ରହେ l ଆଜି ଯେଉଁ ମୁହଁରେ କିଶୋର କିଶୋରୀ ବା ଯୁବ ବର୍ଗର ବ୍ରଣ ବାହାରେ ସେଥିରେ ଏହି ତତ୍ତ୍ୱ କାମ ଦିଏ l

4:- ପିତ୍ତ ବା ଗରମ ବୃଦ୍ଧି କରୁଥିବା ଖାଦ୍ୟ ଯଦି ଜଣେ ସେବନ କରେ ତାହେଲେ ଧାତୁ କ୍ଷୟ ନିଶ୍ଚିତ ତେଣୁ ସବୁବେଳେ ସାତ୍ତ୍ୱିକ ଖାଦ୍ୟ ଖାଇବା ଉଚିତ l

5:-କଫର ପ୍ରକୋପ ଦ୍ବାରା ଧାତୁ ମଧ୍ୟରେ ଭାରୀପଣ ଅଧିକ ହୋଇଥାଏ । ସମସ୍ତଙ୍କୁ ଜଣା ଯେଉଁ ଜିନିଷ ଭାରି ହୋଇଥାଏ ତାହା ସବୁବେଳେ ତଳକୁ ଖସିଥାଏ । ଏହି କାରଣ ରୁ ଧାତୁ ଶୀଘ୍ର ବାହାରିଯାଏ l

6:- ଆମେ ଜାଣୁ ବାୟୁ ଛୋଟ ଛୋଟ ଜାଗାକୁ ଯାଇପାରେ ।  ବାୟୁର ସୂକ୍ଷ୍ମ ଗୁଣର ପ୍ରକୋପ ଯୋଗୁଁ ଶ୍ରୀଘ୍ର ଧାତୁ ବାହାରିଯାଏ । ଯେଉଁମାନେ ବିଳମ୍ବ ରାତି ପର୍ଯ୍ୟନ୍ତ ଚେଇଁଥାନ୍ତି ସେମାନଙ୍କ ଶରୀରରେ ବାୟୁ ତତ୍ତ୍ୱ ସହଜରେ ବଢ଼ିଯାଏ ଏବଂ ବାୟୁ ଦୂଷିତ ହେଲେ ଶୁକ୍ର ଧାତୁ ପତଳା ଓ ଦୁର୍ବଳ ହୋଇପଡେ l

7:-ଧାତୁର ସ୍ଵଭାଵ ବାହାରକୁ ବାହାରିବା ଗୁଣ ଅଛି । ଏହି କାରଣରୁ ମଧ୍ୟ ଧାତୁ ଅଧିକ ହୋଇଗଲେ ଧାତୁର କ୍ଷୟ ହୋଇଥାଏ । 

8:-ଅପାନ ବାୟୁ ବିକୃତି ହେବା ଦ୍ବାରା ଧାତୁ ବାହାରି ଯାଇଥାଏ । ଶରୀରର ନାଭିର ତଳକୁ ଯେଉଁ ବାୟୁ କାମ କରିଥାଏ ତାକୁ ଅପାନ ବାୟୁ କୁହାଯାଏ । ଯଥା:- ମଳତ୍ୟାଗ,ମୂତ୍ରତ୍ୟାଗ,ଧାତୁ ବାହାରିବା,ମାସିକ ଧର୍ମ ଆସିବା,ପିଲା ଜନ୍ମ ହେବ, ସବୁ ଅପାନ ବାୟୁର କାମ । ଅପାନ ବାୟୁ ଖରାପ ହେବା ଦ୍ବାରା ପେଟସଫା  ହୋଇନଥାଏ, ଧାତୁ ମୂତ୍ରରେ ପଡେ ,ଶିଘ୍ରପତନ,ଖାଦ୍ୟ ଖାଇବା ପରେ ପେଟରେ ଭାରିପଣ ବଢିଯାଏ । ଏହା ଦ୍ବାରା ଧାତୁ ବାହାରି ଯାଇଥାଏ । ରାତିରେ ଶୋଇବା ସମୟରେ ଲିଙ୍ଗର ଘର୍ଷଣ ହୋଇ ଅପାନ ବାୟୁ ପ୍ରେରିତ ହୋଇ ଧାତୁ ବାହାରିଯାଏ ।

9:- ଈଶ୍ୱର ଚିନ୍ତା ଛାଡି ନାନା ପ୍ରକାର ପାପ କର୍ମରେ ଲିପ୍ତ ରହିଲେ ଶରୀରରେ ଥିବା ସମସ୍ତ ଧାତୁ ଉପରେ ଖରାପ ପ୍ରଭାବ ପଡେ l

10:- ଅଧିକ ଭାଷଣ ବାଜି ଓ କଥା ବାର୍ତ୍ତା କରିବା ଦ୍ୱାରା ବା ବହୁତ ମିଛ କହିବା ଦ୍ୱାରା ଧାତୁ କ୍ଷୟ ହୁଏ l

11:- ଖରାପ ସାଙ୍ଗ ଦୋଷ ଓ ଖରାପ ଅଭ୍ୟାସ ଯୋଗୁଁ ବହୁତ ଖରାପ ପ୍ରଭାବ ଧାତୁ ଉପରେ ପଡେ l

12:- ଅଧିକ ଟେନସନ ଓ ଚିନ୍ତା ମଧ୍ୟ ଧାତୁ କ୍ଷୟର ବଡ଼ କାରଣ l

 *5):-କଣ କଲେ ଏହାର ସମାଧାନ କରାଯାଇପାରିବ?* 

1):- ଉପରୋକ୍ତ ସମସ୍ତ କାରଣଗୁଡିକୁ ଯଥା ଶୀଘ୍ର ମୂଳରୁ ସମାପ୍ତ କରିଦେବା ଉଚିତ l

2):- ମାଛ, ମାଂସ, ଅଣ୍ଡା, ଥଣ୍ଡା, ପିଆଜ, ରସୁଣ, ଅଧିକ ମସଲା ଯୁକ୍ତ ଖାଦ୍ୟ ତଥା ଅନ୍ୟ ନିରାମିଷ ଖାଦ୍ୟ ଯେପରି ବିରି ସହିତ ଦହି,  କ୍ଷୀର ସହିତ ଲୁଣ,  ଘିଅ ସହିତ ଥଣ୍ଡା ଜିନିଷ ଆଦି ସମ୍ପୂର୍ଣ ବନ୍ଦ କରିପାରିଲେ ବହୁତ ଭଲ l ଆଈମା ସ୍ୱାସ୍ଥ୍ୟ କଥା - 14 ରେ ଆମେ ଯେଉଁ ବିରୁଦ୍ଧ ଖାଦ୍ୟ ଆହାର ବିଷୟରେ ଜାଣିଲେ ତାକୁ ଭଲ ଭାବେ ଜାଣି ନିଜ ଜୀବନରେ ବ୍ୟବହାର କରିବା ଉଚିତ l 

3):- ସମୁଦ୍ର ଲୁଣ ବା ଆୟୋଡିନ ଲୁଣ ପରିବର୍ତ୍ତେ ଷୌନ୍ଧବ ବା କଳା  ଲୁଣ ବ୍ୟବହାର କରିବା ଉଚିତ l

4):- ଲଙ୍କା କମ ଖାଆନ୍ତୁ ଯଦି ହେବ ଲଙ୍କା ବଦଳରେ ଗୋଲମରିଚ ଖାଆନ୍ତୁ l

5):- ଯୋଗ, ପ୍ରାଣାୟାମ ବା ଶାରୀରିକ ଶ୍ରମ ବା ବାହାରେ ଖେଳାଯାଉଥିବା ଖେଳ ଆଦିକୁ ଦିନକ ଅତିକମ ରେ 1 ଘଣ୍ଟା ନିଶ୍ଚୟ କରନ୍ତୁ l

6):- ଅଧିକ ଟେନସନ, ରାଗ, ଚିନ୍ତାରୁ ମୁକ୍ତି ପାଇଁ କିଛି ସମୟ ନିଜକୁ ସମୟ ଦିଅନ୍ତୁ କୌଣସି ଭଲ ସ୍ଥାନ ପରିଦର୍ଶନ କରି ନିରୋଳାରେ ବସନ୍ତୁ ବା ଈଶ୍ୱର ଚିନ୍ତା କରନ୍ତୁ l

7):- ନିଜର କର୍ତ୍ତବ୍ୟ ପ୍ରତି ସଦାବେଳେ ସଜାଗ ରହିଲେ ମୋହମାୟା ରୁ ଦୂରେଇ ରହିପାରିବେ ତେଣୁ ନିଜର ପ୍ରତିଦିନ କର୍ତ୍ତବ୍ୟକୁ ଆଗେ ସମାପ୍ତ କରିବା ପାଇଁ ଚେଷ୍ଟା କରନ୍ତୁ l

8):- ନଗ୍ନତା ତଥା ପାଶ୍ଚାତ୍ୟ ସଂସ୍କୃତିରୁ ନିଜକୁ ଅଲଗା ରଖନ୍ତୁ l

9):- ସମସ୍ତଙ୍କୁ ଏକା ଭାବରେ ଭଲ ପାଇବା ପାଇଁ ଚେଷ୍ଟା କରନ୍ତୁ କାରଣ ପାତରଅନ୍ତର କରିବା ଦ୍ୱାରା ହିଁ ନାନା ପ୍ରକାର ପାପ ଜନ୍ମ ନେଇଥାଏ l

10):- ଯଦି ରୋଗ ଅଛି ତାହେଲେ ଆୟୁର୍ବେଦ ର ସାହାର୍ଯ୍ୟ ନେଇ ମୂଳରୁ ହିଁ ରୋଗକୁ ଠିକ କରିଦିଅନ୍ତୁ l ଆମ ବୈଜ୍ଞାନିକ ସଂସ୍କୃତିକୁ ଅନୁସରଣ କଲେ ଆମର ଆୟୁଷ ଓ ବୀର୍ଯ୍ୟର ସୁରକ୍ଷା ସୁନିଶ୍ଚିତ ଏଥିରେ କୌଣସି ସନ୍ଦେହ ନାହିଁ l

 ଏହି ପୋଷ୍ଟକୁ ଶିକ୍ଷା ଉଦ୍ଦେଶ୍ୟରେ ଗ୍ରହଣ କରାଯାଉ ଅନ୍ୟ କୌଣସି ଖରାପ କାମରେ ବ୍ୟବହାର କରାନଯାଉ l 



ମୋ ଆଈମା ସ୍ୱାସ୍ଥ୍ୟ କଥା 27 ଓ 36(a) 






Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)