ମୋ ଆଈମା ସ୍ୱାସ୍ଥ୍ୟ କଥା - 36(a) ହର୍ମୋନ ଅସନ୍ତୁଳନ
*ମୋ ଆଈମା ସ୍ୱାସ୍ଥ୍ୟ କଥା - 36(a)* ହର୍ମୋନ ଅସନ୍ତୁଳନ
ଆଜିକାଲି ପ୍ରାୟ ମଣିଷମାନଙ୍କ କ୍ଷେତ୍ରରେ ନାନା ପ୍ରକାରର ହର୍ମୋନ ଅସନ୍ତୁଳିତ ରୋଗଗୁଡିକ ବହୁତ ଦେଖାଯାଉଛି l ଏହାର ସମ୍ପୂର୍ଣ ସମାଧାନ ବଡ଼ ବଡ଼ ଡାକ୍ତରମାନେ ମଧ୍ୟ କରିପାରନ୍ତି ନାହିଁ କାରଣ ଥରେ ଶରୀରର ପ୍ରାକୃତିକ ତତ୍ତ୍ୱ ଅସନ୍ତୁଳିତ ହୋଇଗଲେ ତାକୁ ପୁଣି ଥରେ ଠିକ କରିବା କାଠିକର ପାଠ ହୋଇଯାଏ l ତେବେ ଆୟୁର୍ବେଦରେ ଏହି ସବୁ ରୋଗଗୁଡିକର ସମ୍ପୂର୍ଣ ଚିକିତ୍ସା ଉପଲବ୍ଧ, ସର୍ତ୍ତ ହେଲା ଆୟୁର୍ବେଦକୁ ଠିକ ଭାବେ ଓ ସମ୍ପୂର୍ଣ ବିଶ୍ୱାସର ସହିତ ବ୍ୟବହାର କରିବା ଉଚିତ l ଆମେ ଆପଣଙ୍କ ପାଇଁ ଆଣୁଛୁ .....
ସ୍ୱାସ୍ଥ୍ୟ କଥା -36(b)- ରେ ମଧୁମେହ ରୋଗ
ସ୍ୱାସ୍ଥ୍ୟ କଥା -36(c)- ରେ ଥାଇରଏଡ଼ ରୋଗ
ସ୍ୱାସ୍ଥ୍ୟ କଥା -36(d)- ରେ ପିସିଓଡି ରୋଗ
ସ୍ୱାସ୍ଥ୍ୟ କଥା -36(e)- ରେ ସମସ୍ତ ପ୍ରକାର ଯୌନ ରୋଗ
*ହର୍ମୋନ ଅସନ୍ତୁଳନର କାରଣ କଣ ???*
କାରଣର ଉତ୍ତର ଦେବା ପୂର୍ବରୁ ଆମେ ଏକ ମହତ୍ୱପୂର୍ଣ୍ଣ ବିଷୟ ଉପରେ ଆପଣମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛୁ ତାହା ହେଲା ଜୈବିକ ଘଣ୍ଟା (Biological Clock) ଯାହା ପ୍ରତ୍ୟକ ଜୀବ ଭିତରେ ରହି ପ୍ରତ୍ୟକ ଜୈବିକ କାର୍ଯ୍ୟକୁ ଠିକ ସମୟରେ ଠିକ ଭାବରେ ସମ୍ପାଦିତ କରିଥାଏ l ଏହାର ଯୋଗୁଁ ଆମେ ଚାହିଁଲେ ଆଲରାମ ନଦେଇ ମଧ୍ୟ ଆମେ ଠିକ ସମୟରେ ଉଠିପାରିଥାଉଁ l ଏହା ହେଉଛି ସେଇ ଘଣ୍ଟା ଯାହା ବୟସ ବଢିବାର ସହ ଶରୀରରେ ନାନା ପ୍ରକାରର ପରିବର୍ତନ ଆଣିଥାଏ l ଉଦାହରଣ ସ୍ୱରୂପ ଦାଢ଼ି-ନିଶ ଉଠିବା, ମାସିକ ଧର୍ମ ଆରମ୍ଭ ହେବା, ସମୟ ଅନୁସାରେ ଭାବନାରେ ପରିବର୍ତନ ଆଣିବା, ଆପଣଙ୍କ ମନେ ଅଛି ଆମର ଗୋଟିଏ ପୋଷ୍ଟ LOVE ହର୍ମୋନ ଉପରେ ଥିଲା ତାହା ମଧ୍ୟ ଏହି ଜୈବିକ ଘଣ୍ଟା ର କାମ l ୨୦୧୮ରେ ଏହି ବିଷୟ ଉପରେ କେତେକ ବିଦେଶୀ ବୈଜ୍ଞାନିକ କାମ କରି ନୋବେଲ ପ୍ରାଇଜ ପାଇସାରିଲେଣି l ମହାନ ଚିକିତ୍ସକ ସୁଶୃତ ଏହା ବିଷୟରେ ଆଜିକୁ ପ୍ରାୟ ୨୭୦୦ ବର୍ଷ ପୂର୍ବରୁ ନିଜ ସୁଶୃତ ସଂହିତାରେ କହିଯାଇଛନ୍ତି l ଆମର ଦୁର୍ଭାଗ୍ୟ ଭାରତୀୟ ବୈଜ୍ଞାନିକମାନଙ୍କୁ ଏଥିରେ ନୋବେଲ ପୁରସ୍କାର ନମିଳି ବିଦେଶୀ ଲୋକଙ୍କୁ ମିଳିଛି l ସାଧାରଣ ଜ୍ଞାନ ପାଇଁ ଆମେ ଏହି ବିଷୟରେ ଆପଣମାନଙ୍କୁ ଅବଗତ କରିବା ପାଇଁ ଚାହିଁଲୁ କାରଣ ଆଜିର ସ୍ୱାସ୍ଥ୍ୟ କଥା ସେଇ ଜୈବିକ ଘଣ୍ଟା ଉପରେ ପର୍ଯ୍ୟବେସିତ l ହର୍ମୋନ ର ବ୍ୟବସ୍ଥା ଏହି ଘଣ୍ଟା ଦ୍ୱାରା ପରିଚାଳିତ ଆଉ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ l ଆଜି ଏହି ଜୈବିକ ଘଣ୍ଟାକୁ ଆମେ ଅପବ୍ୟବହାର କରୁଛନ୍ତି l ପ୍ରକୃତିର ସହ ତାଳ ଦେଇ ଆମେ ଚାଲିପାରିନୁ ଯାହା ଫଳରେ ଆମକୁ ବିଭିନ୍ନ ରୋଗ ହେଉଛି l
ଆମର ଶରୀରରେ ୧୫ ଗୋଟି ବେଗ ରହିଛି ତାହା ହେଲା ୧)- ଭୋକ ଲାଗିବା, ୨)- ଶୋଷ ହେବା, ୩)- ନିଦ ଲାଗିବା, ୪)- ଝାଡା ଲାଗିବା, ୫)- ପରିସ୍ରା ଲାଗିବା, ୬)- ବାନ୍ତି ଲାଗିବା, ୭)- କାଶ ହେବା, ୮)- ଛିଙ୍କ ହେବା, ୯)- ହାଇ ଆସିବା, ୧୦)- ବାୟୁ କରିବା, ୧୧)- ଡକାର ଆସିବା, ୧୨)- ଶ୍ରମ ଦ୍ୱାରା ଆସୁଥିବା ବଡ ବଡ଼ ଶ୍ୱାସ, ୧୩)- ହସ ମାଡିବା, ୧୪)- କାନ୍ଦ ଆସିବା, ୧୫)- ବୀର୍ୟର ବେଗ l ଏହି ସବୁ ବେଗକୁ କେବେହେଲେ ମଧ୍ୟ ବଳପୂର୍ବକ ବନ୍ଦ କରିବା ଉଚିତ ନୁହେଁ l କାରଣ ଏହା ଦ୍ୱାରା ଶରୀରର ପ୍ରକୃତି ଅସନ୍ତୁଳିତ ହୋଇଥାଏ l ଏହା ତ ମୁଖ୍ୟ କାରଣ କିନ୍ତୁ ଆହୁରି ମଧ୍ୟ ଅନେକ କାରଣ ରହିଛି l
୧)- ବିଳମ୍ବରେ ଶୋଇବା ଓ ଉଠିବା l
୨)- ଶାରୀରିକ ଶ୍ରମର ଅଭାବ l
୩)- ଏଲୋପେଥୀ ଓ ଅନ୍ୟ ସବୁ ଔଷଧର ପାର୍ଶ୍ଵ ପ୍ରତିକ୍ରିୟା l
୪)- ବାହାର ତେଲିଆ ଜିନିଷ, ଅତ୍ୟଧିକ ଲଙ୍କା ଓ ମସଲାଯୁକ୍ତ ଖାଦ୍ୟ l
୫)- ଶରୀର ଓ ମନକୁ କ୍ଷତି କରୁଥିବା ପାପ କର୍ମରେ ଲିପ୍ତ ରହୁଥିଲେ l
୬)- ପାଣି କମ ପିଇବା, ପୁଷ୍ଟିକର ଖାଦ୍ୟର ଅଭାବ l
୭)- କୌଣସି ସୂତ୍ରରୁ ଯଦି ଶରୀରକୁ ବିଷ ଆସିଥାଏ ତାହେଲେ ମଧ୍ୟ ହର୍ମୋନ ଅସନ୍ତୁଳିତ ହୋଇଥାଏ l
ମୋ ଆଈମା ସ୍ୱାସ୍ଥ୍ୟ କଥା - 36(b) ମଧୁମେହ ବା Diabetes ରୋଗ ଉପେର

Comments
Post a Comment