ମୋ ଆଈମା ସ୍ୱାସ୍ଥ୍ୟ କଥା -36(b) ମଧୁମେହ ବା Diabetes ରୋଗ ଉପେର
ମୋ ଆଈମା ସ୍ୱାସ୍ଥ୍ୟ କଥା -36(b)
ମଧୁମେହ ବା Diabetes ରୋଗ ଉପେର
ମୋ ଆଈମା ସ୍ୱାସ୍ଥ୍ୟ କଥା – 36(a) ରେ ଆମେ ହର୍ମୋନ ଜନିତ ରୋଗ ବିଷୟରେ ଚର୍ଚ୍ଚା କରୁଥିଲେ l ଆଜି ମଧୁମେୟ ବା ସୁଗର ରୋଗ ବିଷୟରେ ଜାଣିବା l ଏହା ଆମର ବ୍ୟକ୍ତିଗତ ଅନୁଭବ ତେଣୁ ନିଶ୍ଚିତ ଆପଣମାନେ ଏଥିରେ ଲାଭ ପାଇବେ l ଯଦି ବଂଶଗତ ନୂହ ତାହେଲେ ଆପଣ 2-3 ମାସ ମଧ୍ୟରେ ଠିକ ହେଇଯାଇପାରନ୍ତି l ଯଦି ବଂଶଗତ ଅଟେ ତାହେଲେ ଗୋମୂତ୍ରର ସାହାର୍ଯ୍ୟ ନେବାକୁ ପଡିବ l
……….ମଧୁମେୟ ବା ସୁଗର ରୋଗର ଲକ୍ଷଣ……….
1)- ବାରମ୍ବାର ପରିସ୍ରା ହେବା ଆଉ ପରିସ୍ରାରେ ପିମ୍ପୁଡି ଲାଗିପାରେ l
2)- ଶରୀରର ବିଭିନ୍ନ ଜାଗାରେ ଜଳାପୋଡ଼ା ଲାଗିରହିବା l ଖାଦ୍ୟ ଠିକ ଭାବେ ହଜମ ହେବ ନାହିଁ l
3)- ବହୁତ ଭୋକ ଓ ଶୋଷ ଲାଗିପାରେ l ସମସ୍ତ ଇନ୍ଦ୍ରିୟ ଦୁର୍ବଳ ହେବା ଆରମ୍ଭ ହୋଇଯିବ l
4)- ସ୍ନାୟୁ ଦୁର୍ବଳ ହୋଇ ହାତ ଗୋଡ଼ ଥରିବା, ହାତ ମୁଠା କରିବାରେ ଅସୁବିଧା ଆଦି ସମସ୍ୟା ଦେଖାଯିବ l
5)- ହଠାତ ଓଜନ ହ୍ରାସ ପାଇ ରୋଗୀ ବହୁତ ଶୁଖିଲା ଦେଖାଯିବ l
6)- କୌଣସି ଜାଗାରେ ଘା ହେଲେ ଶୀଘ୍ର ସୁଖିବ ନାହିଁ l
7)- ଚର୍ମ ଶୁଖିଯାଇ ରେଡି ଫାଟିବ ଓ ନାନା ଚର୍ମ ରୋଗ ଦେଖାଯାଇପାରେ l
8)- ଏସିଡ଼ିଟି, ପେଟ ସଫା ନ ହେବା ଆଉ ଭୟଙ୍କର ଗ୍ୟାସ ରହିବ l
9)- ଆଖି ରେ ନାନା ସମସ୍ୟା ଦେଖା ଦେବ l
10)- ରକ୍ତରେ ଇନସୁଲିନ ହର୍ମୋନ ଅସନ୍ତୁଳିତ ରହିବା ଯୋଗୁଁ ନାନା ପ୍ରକାର ରୋଗ ସୃଷ୍ଟି କରିବ ଯେପରିକି ଅଣ୍ଟା, ମେରୁଦଣ୍ଡ, ବେକ, ଗୋଇଠି, ଆଣ୍ଠୁ ଆଦି ସ୍ଥାନ ରେ ଦରଜ ରହିବ l ସ୍ତ୍ରୀମାନଙ୍କ କ୍ଷେତ୍ରରେ ମଧ୍ୟ ନାନାଦି ସ୍ତ୍ରୀଗତ ରୋଗ ସୃଷ୍ଟି ହେବ l
………….ସମାଧାନ ଆଉ ସତର୍କତା…………
1)- ଆଈମା ସ୍ୱାସ୍ଥ୍ୟ କଥା 36(a) ରେ ଆମେ ସବୁଜିନିଷ ଅତି ପ୍ରାଞ୍ଜଳ ଭାବରେ କହିଛୁ କେମିତି ଆମର ଶରୀରରେ ହର୍ମୋନ ଅସନ୍ତୁଳିତ ହୋଇଥାଏ l ତାକୁ ପ୍ରଥମେ ଗୁରୁତ୍ୱ ଦେଇ ଆଉ ଥରେ ପଢନ୍ତୁ l
2)- ଆୟୋଡିନ ଲୁଣ, ଚିନି, ରିଫାଇଣ୍ଡ ତେଲ, ଥଣ୍ଡା ଜିନିଷ, ମଇଦା, ଆଳୁ, ଜର୍ସି ଗାଈ କ୍ଷୀର, ଅଧିକ ସମୟ କମ୍ପୁଟର ଓ ମୋବାଇଲ ସାମ୍ନାରେ ବସିବା, ଡେରିରେ ଶୋଇବା ଓ ଉଠିବା, ମାନସିକ ଚାପ ଆଦି ଏହି ରୋଗର କାରଣ ତେଣୁ ଏହାର ଭଲ ବିକଳ୍ପ ବାଛି ତାର ସମାଧାନ କରିବାକୁ ପଡିବ l
3)- ମନରେ ଭୟ ରଖନ୍ତୁ ନାହିଁ ଯେ ଆପଣ କେବେ ଠିକ ହେଇପାରିବେ ନାହିଁ l ଆପଣ ବିଶ୍ୱାସ ରଖନ୍ତୁ ଯେ ଆପଣ ବହୁତ ଜଲଦି ଏକ ସାଧାରଣ ଜୀବନ ବଞ୍ଚି ପାରିବେ l କାରଣ ହର୍ମୋନ କୁ ଠିକ ସନ୍ତୁଳନ ରଖିବାରେ ଆମର ମସ୍ତିସ୍କ ସମ୍ପୂର୍ଣ ମାନସିକ ଅଶାନ୍ତି ଓ ଚାପରୁ ଦୂର ହେବା ଦରକାର l
4)- ଶାରୀରିକ ଶ୍ରମ, ଯୋଗ ପ୍ରାଣାୟାମ ଆଦି ନିତ୍ୟ ଅଭ୍ୟାସରେ ଆଣିବାକୁ ପଡିବ ଏହାର କୌଣସି ବିକଳ୍ପ ନାହିଁ l
5)- ଝାଳ ଯେତେ କମ ହେବ ଏହି ରୋଗ ଭିତରୁ ସେତେ ଶରୀରକୁ ଖାଇ ଖାଇ ଯିବ ତେଣୁ ଏସି, ଅଧିକ ସ୍ପିଡ଼ ଫ୍ୟାନ ଓ କୁଳର ଠାରୁ ଦୂରେଇ ରହିବାକୁ ପଡିବ l ଯଦି ଅଧିକ ଗରମ ସହିନପାରିବେ ତେବେ କାନରେ ଅଳ୍ପ ତେଲ ଦେଇ ଆଉ ଫ୍ୟାନ ଠାରୁ ଅଳ୍ପ ଦୂରେଇଯାଇ ରହିପାରିବେ l କିଛି ଅସୁବିଧା ହେବନି l
6)- ଆଲୁମିନିୟମ, ଷ୍ଟିଲ, ନନଷ୍ଟିକ ଆଦି ବାସନ ଜିନିଷ ଶରୀରକୁ ବିଷ ଆଣିଥାଏ ଆମକୁ ଲୁହା, କଂସା ଓ ମାଟିର ଜିନିଷ ବ୍ୟବହାର କରିବା ଉଚିତ l
7)- ଶରୀରରେ ତେଲ ମାଲିସ ଠିକ ଭାବେ ପ୍ରତିଦିନ କରିବା ଉଚିତ l ଏହା ଆମକୁ ମଧୁମେୟରୁ ରକ୍ଷା କରିଥାଏ l
ଏବେ ଜାଣିବା କଣ କଣ ଔଷଧ ଖାଇବେ???
ଶରୀରକୁ ବିଷ ମୁକ୍ତ କରିବା ଖାଦ୍ୟ ଓ ଔଷଧ ଖାଇବା ଦରକାର ପଡିବ l ଆୟୁର୍ବେଦ ରେ ବହୁତ ଔଷଧ ଅଛି ଯାହା ଶରୀରର ବିଷକୁ ନଷ୍ଟ କରିବାରେ ସାହାର୍ଯ୍ୟ କରିଥାଏ l ଗୋଟି ଗୋଟି କରି ସବୁ ଜାଣିବା l
1)- କଳା ତୁଳସୀ 20-25ଟି ସହିତ ଶୁଦ୍ଧ ମହୁ l ବଣୁଆ ମହୁ ସୁଗର ରୋଗୀମାନଙ୍କ ଅଵ୍ୟର୍ଥ ଔଷଧ l
କିମ୍ବା
2)-ଦେଶୀ ସଜନା ଗଛର ଛାଲି ବା ପତ୍ର 10ଗ୍ରାମକୁ ଭଲ ଭାବେ ମାଟି ପାତ୍ରରେ ସିଝାଇ ତାର ପାଣିକୁ ଖାଲି ପେଟରେ ପିଆଯାଇପାରିବ l ଦିନକ ଦୁଇ ଥର କରିପାରିବେ l
କିମ୍ବା
3)- ମେଥି ଗୁଣ୍ଡ – 100 ଗ୍ରାମ, ଜାମ୍ବୁକୋଳି ମଞ୍ଜି -150 ଗ୍ରାମ, ତେଜପତ୍ର ଗୁଣ୍ଡ -100 ଗ୍ରାମ ଓ ବେଲ ପତ୍ର ଗୁଣ୍ଡ – 250 ଗ୍ରାମ ଆଦିକୁ ଭଲଭାବେ ଚୁର୍ଣ୍ଣ କରି ଗୋଟିଏ ଗୋଟିଏ ଚାମଚ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ଉଷୁମ ପାଣି ସହ ଖାଇପାରିବେ l
କିମ୍ବା
4)- ଦେଶୀ ଗାଈ ର ଗୋମୂତ୍ର କୁ 2 ମାସ ପର୍ଯ୍ୟନ୍ତ ସକାଳେ ଓ ସନ୍ଧ୍ୟା ରେ 30-50 ml ପିଇପାରିବେ l ଏହା ରାମବାଣ ଔଷଧ l ଖାଲି ମନେ ରଖିବେ ଗୋମୂତ୍ର ର ସ୍ୱାଦ କଷା କିମ୍ବା ପିତା ଲାଗିଲେ ହିଁ ବେଶୀ କାମ ଦେବ l
କିମ୍ବା
5)- ତାଜା ଦେଶୀ ଗାଈ ଗୋବରକୁ ଆଣି ସାରା ଶରୀରରେ କିଛି ସମୟ ପାଇଁ ଲେପ ଦିଅନ୍ତୁ ଆଉ ତାପରେ ଗାଧେଇଲେ ଶରୀରର ବହୁତ ବିଷ ଚାଲିଯାଇଥାଏ l ଏହି ଗୋବରକୁ ଚିପୁଡି ତାହାର ରସ ବାହାର କରି 20-30ml ପିଇଲେ ଭିତରୁ ସବୁ ବିଷ କାଟି ଦିଏ l
କିମ୍ବା
6)- 10-15 ଗ୍ରାମ ଦେଶୀ ଗାଈ ଘିଅ ସହିତ 5-7ଟି ଗୋଲମରିଚ ମିଶାଇ ପ୍ରତ୍ୟେକ ଦିନ ଉଷୁମ ପାଣି ସହିତ ଯେକୌଣସି ସମୟରେ ଖିଆଯାଇପାରିବ l
କିମ୍ବା
7)- ଭୃସଙ୍ଗ ପତ୍ର ସହିତ ଭେଣ୍ଡିକୁ ସିଝାଇ ଆପଣ ତାର ପାଣିକୁ ଖାଲି ପେଟରେ ପିଇପାରିବେ l
କିମ୍ବା
8)- ମୁହଁରେ ପ୍ରତିଦିନ 10-15 ଗ୍ରାମ ଗାଈଘିଅ କୁ 10-15 ମିନିଟ ପାଇଁ ମୁହଁରେ ରଖି ତାପରେ ବାହାର କରିଦିଅନ୍ତୁ l ଏହାକୁ ଅଏଲ ପୁଲିଙ୍ଗ କୁହାଯାଏ l ଏହା ମଧ୍ୟ ଖୁବ କାରିଗରୀ କେବଳ ଧ୍ୟାନ ଦେବେ ଯେମିତି ତାହା ପେଟ ଭିତରକୁ ନ ଯାଏ l
କିମ୍ବା
9)- ଶାରୀରିକ ପରିଶ୍ରମ ଦ୍ୱାରା ଝାଳ ଅଧିକ ବାହାର କରି ଆମେ ନିଜ ଶରୀରର ବିଷକୁ ବାହାର କରିପାରିବା l ମାନସିକ ଚାପ ପାଇଁ ଶୋଇବା ପୂର୍ବରୁ ନାକରେ ଗାଈ ଘିଅ 4-4 ବୁନ୍ଦା ପକେଇପାରିବା ବା ଯୋଗ ପ୍ରାଣାୟାମର ସାହାର୍ଯ୍ୟ ନେଇ ପାରିବା l
କିମ୍ବା
10)- ଅଁଳା ଗୁଣ୍ଡ 5-5 ଗ୍ରାମ ସକାଳେ, ମାଧ୍ୟାନ୍ନରେ ଓ ସନ୍ଧ୍ୟାରେ ଉଷୁମ ପାଣିରେ ସହ ଖାଇସାରିବା ପରେ ଖିଆଯାଇପାରିବ l ଏହା ମଧ୍ୟ ଏକ ଅଵ୍ୟର୍ଥ ଔଷଧ l
କିମ୍ବା
11)- 10 ml ନିମ୍ବ ପତ୍ର ବା କଲରା ପତ୍ର ରସ ସହିତ 5 ଟି ଗୋଲମରିଚକୁ ସକାଳେ ଖାଲି ପେଟରେ ଖିଆଯାଇପାରିବ l ମାଧ୍ୟାନ୍ନରେ ବିନା ଲୁଣ ଲଗେଇ ଦହି ଖାଇବେ l ଏହାକୁ 15 ଦିନ କଲେ ସୁଗର ନର୍ମାଲ ହୋଇଥାଏ l
କିମ୍ବା
12)- ଘିକୁଆଁରୀ ପତ୍ରକୁ ବିଧିବଦ୍ଧ ଭାବରେ କାଟି ତାହାର ରସକୁ ବାହାର କରି ଉଷୁମ ପାଣିରେ ପକାଇ ଖାଇପାରିବେ l ସକାଳେ 20-30ml ଓ ସନ୍ଧ୍ୟାରେ 20-30 ml l ଅର୍ଜୁନ ଗଛର ଛାଲି ମଧ୍ୟ ବ୍ୟବହାର କରାଯାଇଥାଏ l 5-10ଗ୍ରାମ ଅର୍ଜୁନ ଛାଲି ଗୁଣ୍ଡକୁ ଚା କରିକି ପିଆଯାଇପାରିବ l ମାଧ୍ୟାନ୍ନ ରେ ଅଳ୍ପ ଦେଶୀ ଦହି ଖାଇବା ଉଚିତ କାରଣ ୟେ ସବୁ ଗୋଟିଏ ଗୋଟିଏ ଆଣ୍ଟିବାଓଟିକ ତାକୁ ସନ୍ତୁଳନ ରଖିବା ପାଇଁ ଆମକୁ କିଛି ଜୀବାଣୁ ଭିତରକୁ ନେବାକୁ ପଡିଥାଏ l ସେଥିପାଇଁ ଦହିରେ ଲୁଣ ନମିଶାଇ ଖାଇବା ଉଚିତ l
କିମ୍ବା
13)–ପଞ୍ଚ କର୍ମ, ମର୍ମ ଚିକିତ୍ସା, ସୂର୍ଯ୍ୟ ଚିକିତ୍ସା, ଏକୁଇପ୍ରେସର ଆଦିର ସାହାର୍ଯ୍ୟ ନେଇ ଶରୀରକୁ ସମ୍ପୂର୍ଣ ସୁସ୍ଥ କରିପାରିବା l
……………… ବିଶେଷ ଧ୍ୟାନ ଦେବେ……………………….
1)- ମନ ଭିତରୁ ନକାରାତ୍ମକ ଜିନିଷ ସବୁ କାଢ଼ିଦେବେ l
2)- ଶରୀରର ପ୍ରକୃତି ବିରୋଧ କୌଣସି କାମ କରିବେ ନାହିଁ l
3)- ଯୋଗ, ପ୍ରାଣାୟାମ,ଶାରୀରିକ ଶ୍ରମ ଆଦି ନିତାନ୍ତ ଜରୁରୀ l ଅଳସୁଆ ହେଲେ ଆମକୁ ରୋଗ ଆସେ l
4)- ଯଥେଷ୍ଟ ପାଣି ପିଅନ୍ତୁ l
5)- ଦେଶୀ ଗାଈ କ୍ଷୀର ରେ ହଳଦୀ ମିଶାଇ ରାତିରେ ପିଇବା ଆରମ୍ଭ କରିଦିଅନ୍ତୁ l
6)- କିଛି ଫଳ ମଧ୍ୟ ଖାଆନ୍ତୁ କାରଣ ଫଳରେ ଫ୍ରୁକ୍ଟୋଚ ଶର୍କରା ଥାଏ ଯାହାକି ଶରୀରରେ ଜଲଦି ପଚିଯାଏ l ଏହାର ଉପକାରିତା ଆପଣଙ୍କ ସମସ୍ତ ଶରୀରରେ ପଡିଥାଏ l କେବେମଧ୍ୟ କାହା କଥାରେ ପଡି ଫଳ ଖାଇବା ବନ୍ଦ କରିବେ ନାହିଁ l କିଛି ତ ରକ୍ତର ଶର୍କରା କମ କରିବାରେ ସାହାର୍ଯ୍ୟ କରିଥାଏ ଯେମିତିକି କେନ୍ଦୁ, ପିଜୁଳି, ଖଜୁରୀ, ଜାମ୍ବୁ, ସେଉ, କମଳା, ବେଲ, ଡାଳିମ୍ବ, ଲାଉ, ପଇଡ଼ ପାଣି, ଦେଶୀ କଦଳୀ, ଆମ୍ବ ଇତ୍ୟାଦି l
7)- ରାତିରେ ଶୋଇବାପୂର୍ବରୁ ପାଦରେ ଶୋରିଷ ତେଲ ବା ଘିଅ କଂସା ଗିନାରେ ନିଶ୍ଚୟ ମାଲିସ କରିବେ l
8)- ପ୍ରେସର କୁକର ର ଖାଦ୍ୟ ଠାରୁ ସବୁବେଳେ ଦୂରରେ ରହିବେ l
9)- ସବୁଠାରୁ ବଡ଼ ଜିନିଷ ହେଲା ଓଜନକୁ କମେଇବା l
10)- ଯଦି ଏଲୋପେଥି ବା ଅନ୍ୟ କୌଣସି ଔଷଧ ଖାଉଛନ୍ତି ଧୀରେ ଧୀରେ ଆୟୁର୍ବେଦ ଆଡକୁ ଆସନ୍ତୁ l ହଠାତ ଆସିଲେ କ୍ଷତି ହୋଇଥାଏ l ଖାଉଥିବା ଔଷଧ ଧୀରେ ଧୀରେ କମ କରିବାକୁ ପଡେ l
ଆଈମା ସ୍ୱାସ୍ଥ୍ୟ କଥା -36(c) ଥାଇରଏଡ଼ ରୋଗ ବିଷୟରେ

Comments
Post a Comment