ମୋ ଆଈମା ସ୍ୱାସ୍ଥ୍ୟ କଥା -36(c) ଥାଇରଏଡ଼ ରୋଗ ଉପେର

ମୋ ଆଈମା ସ୍ୱାସ୍ଥ୍ୟ କଥା -36(c) ଥାଇରଏଡ଼ ରୋଗ ଉପେର

ମୋ ଆଈମା ସ୍ୱାସ୍ଥ୍ୟ କଥା - 36(a) ରେ ଆମେ ଆଲୋଚନା କରୁଥିଲେ କିଛି ହର୍ମୋନ ଅସନ୍ତୁଳନ ରୋଗମାନଙ୍କ ବିଷୟରେ l ଏହା ପୂର୍ବରୁ ମୋ ଆଈମା ସ୍ୱାସ୍ଥ୍ୟ କଥା -36(b) ରେ ଆମେ ମଧୁମେୟ ବା ଡାଇବେଟିସ ରୋଗ ବିଷୟରେ ସବିଶେଷ ସୂଚନା ଆପଣମାନଙ୍କୁ ଦେଇଥିଲୁ l ଆଜିର ସ୍ୱାସ୍ଥ୍ୟ କଥାରେ ଜାଣିବା ଥାଇରଏଡ ରୋଗ ବିଷୟରେ l 

ଥାଇରଏଡ ରୋଗ କଣ ଆଉ ଏହାର ପ୍ରକାର??? 

ଆମ ଶରୀର ପଞ୍ଚ ମହାଭୂତରେ ତିଆରି ଏକଥା ଆପଣ ନିଶ୍ଚୟ ଜାଣିଥିବେ l ଯଦି ଏହି ପଞ୍ଚ ମହାଭୂତରୁ କୌଣସି ଗୋଟିଏ ମଧ୍ୟ ଉପାଦାନ ଶରୀରରେ କମିଯାଏ ବା ବଢିଯାଏ ତେବେ ଆମର ଶରୀରକୁ ନିଶ୍ଚୟ ରୋଗ ମାଡି ଆସେ l ଆୟୁର୍ବେଦ ଏହି ପଞ୍ଚ ମହାଭୂତକୁ ଆହୁରି ସରଳ କରେ ତିନିଟା ନାମ ଦେଇ, କଣ କଣ???  1- ବାତ ଯାହାକି ବାୟୁ ଓ ଆକାଶକୁ ନେଇ ତିଆରି, 2- ପିତ୍ତ,  ଅଗ୍ନି ଓ ଜଳକୁ ନେଇ ଓ 3- କଫ, ପୃଥିବୀ ଓ ଜଳ ତତ୍ତ୍ୱକୁ ନେଇ ଆମର ସମ୍ପୂର୍ଣ ଶରୀର ଗଠିତ ହୋଇଥାଏ l ମୁଣ୍ଡରୁ ଛାତି ପର୍ଯ୍ୟନ୍ତ ହେଉଛି କଫର ସ୍ଥାନ,  ଛାତିରୁ  ମଳଦ୍ୱାର ପର୍ଯ୍ୟନ୍ତ ହେଉଛି ପିତ୍ତର ସ୍ଥାନ ଏବଂ ମଳଦ୍ୱାରରୁ ପାଦ ପର୍ଯ୍ୟନ୍ତ ହେଉଛି ବାତର ସ୍ଥାନ l ସମସ୍ତେ ସମସ୍ତଙ୍କ ସୀମାରେ ଥିବା ପର୍ଯ୍ୟନ୍ତ ଆମର ଶରୀର ସୁସ୍ଥ ଓ ନିରୋଗ ରହିଥାଏ କିନ୍ତୁ ଯଦି ଏମାନଙ୍କ ଭିତରୁ ଜଣେ ବି ନିଜ ସୀମା ଅତିକ୍ରମ କରେ ତାହାଲେ ପୂରା ଶରୀରର ବାସ୍ତବିକ ସଂରଚନା ଏପଟ ସେପଟ ହୋଇଯାଏ l ସେଠୁ ଆରମ୍ଭ ହୁଏ ନାନା ପ୍ରକାରର ଦୁଃଖ ଯନ୍ତ୍ରଣା ଓ ରୋଗ l ପଞ୍ଚ ମହାଭୂତ ମଧ୍ୟରୁ ଆକାଶ ତତ୍ତ୍ୱ ସବୁଠାରୁ ଅଧିକ ଗୁରୁତ୍ୱ ବହନ କରେ l କାରଣ ହେଲା ଆକାଶର କୌଣସି ଅସ୍ଥିତ୍ୱ ନାହିଁ ଏହା ଶୂନ୍ୟ ତତ୍ତ୍ୱ ଅଟେ l 0 ଯେପରି ମୂଲ୍ୟହୀନ ହେଲେବି ତାହାର ବିଶିଷ୍ଟ ଭୂମିକା ରହିଛି ଆମର ଗଣିତ ଶାସ୍ତ୍ରରେ ଠିକ ସେହିପରି ଆକାଶ ତତ୍ତ୍ୱ,  ଅଦୃଶ୍ୟ ହେଲେ ମଧ୍ୟ ଆମର ଶରୀରରେ ରହି ବହୁତ ବଡ଼ ବଡ଼ କାମ କରିଥାଏ l ଉଦାହରଣ ସ୍ୱରୂପ ଆମ ଭିତରେ ଆସୁଥିବା ସମସ୍ତ ପ୍ରକାରର ଭାବନା - ହସିବା, କାନ୍ଦିବା, ଭାବପ୍ରବଣତା, ବାତ୍ସଲ୍ୟ, ସହାନୁଭୂତି, ଦୟା, କରୁଣା, ଭକ୍ତି, କାମ ଭାବନା ଇତ୍ୟାଦି ଇତ୍ୟାଦି... l ଏହି ସବୁ ଏହି ଆକାଶ ତତ୍ତ୍ୱର ଦାନ l ତେବେ ଆକାଶ ତତ୍ତ୍ୱ ଉପରେ ମୁଁ କାହିଁକି ଏତେ ସବୁ କଥା କହୁଛି???  ଉତ୍ତର ହେଲା ଆମ ଶରୀରରେ ଯେତେ ସବୁ ହର୍ମୋନ ରହିଛି ଏହି ଆକାଶ ତତ୍ତ୍ୱ ଦ୍ୱାରା ପରିଚାଳିତ l ଆଜ୍ଞା ହଁ, ଆମ ଶରୀରରେ ଯେତିକି ଗ୍ରନ୍ଥି ରହିଛି ସେମାନେ ଯେଉଁ ହର୍ମୋନ କ୍ଷରଣ କରନ୍ତି ସବୁ ଏହି ଆକାଶ ତତ୍ତ୍ୱର ପ୍ରଭାବ ଯୋଗୁଁ l ଏବେ ଆସନ୍ତୁ ଜାଣିବା ଆଜିର ରୋଗ ବିଷୟରେ ତାହା ହେଲା ଥାଇରଏଡ... 

ଥାଇରଏଡ ଗୋଟିଏ ଅନ୍ତସ୍ରାବୀ ଗ୍ରନ୍ଥି (Endocrine gland) ଯାହାକି ଗୋଟିଏ ପ୍ରଜାପତି ଆକାରରେ ଆମର କଣ୍ଠକୁ ଲାଗି ରହିଥାଏ l ଏହି ଗ୍ରନ୍ଥିରୁ ଥାଇରକ୍ସିନ ନାମକ ହର୍ମୋନ କ୍ଷରିତ ହୋଇଥାଏ l ଏହା ଅନ୍ୟ ସବୁ ଅନ୍ତସ୍ରାବୀ ଗ୍ରନ୍ଥି ସହିତ ସଂଯୋଜନା ସ୍ଥାପନ କରି ଶରୀରରେ ନାନା ପ୍ରକାରର କାର୍ଯ୍ୟ କରିଥାଏ l ଉଦାହରଣ ସ୍ୱରୂପ ଯକୃତ ଗ୍ରନ୍ଥି ଦ୍ୱାରା ଖାଦ୍ୟକୁ ହଜମ କରିବା ଓ ଅଗ୍ନାଶୟ ଗ୍ରନ୍ଥି ମାଧ୍ୟମରେ ଖାଦ୍ୟକୁ ଶକ୍ତିରେ ରୂପାନ୍ତରିତ କରାଇବାରେ ସାହାର୍ଯ୍ୟ କରେ l ଶରୀରରେ ପ୍ରୋଟିନ ନିର୍ମାଣରେ ବହୁତ ସାହାର୍ଯ୍ୟ କରେ l ମସ୍ତିଷ୍କରେ ଥିବା ପିଟୁଇଟାରୀ ଅନ୍ତସ୍ରାବୀ ଗ୍ରନ୍ଥିରୁ ବାହାରୁଥିବା ଗ୍ରୋଥ ହର୍ମୋନ ଯାହାକି ଶରୀରର ଉଚ୍ଚତା ବୃଦ୍ଧିରେ ସାହାର୍ଯ୍ୟ କରେ, ଥାଇରଏଡ ଗ୍ରନ୍ଥିକୁ ମଧ୍ୟ ପ୍ରଭାବିତ କରେ l ଥାଇରଏଡ ଗ୍ରନ୍ଥିରୁ କେତେ ପରିମାଣରେ ଥାଇରକ୍ସିନ ହର୍ମୋନ ବାହାରିବ ତାହା ପିଟୁଇଟାରୀ ଗ୍ରନ୍ଥି ଉପରେ ନିର୍ଭର କରେ lଏପରିକି କୌଣସି ଭାବନା ଯାହା ଆମର ମନକୁ ଆସିଥାଏ ଅପ୍ରତକ୍ଷ୍ୟ ରୂପରେ ଏହା ଆମକୁ ସେଇ ଭାବନା ଆଣିବାରେ ସାହାର୍ଯ୍ୟ କରେ l ଏହି ଭାବନାରେ ଥାଇରଏଡ ଗ୍ରନ୍ଥିରୁ ହର୍ମୋନ କ୍ଷରିତ ହୁଏ l ଏହା ଏକ ପ୍ରାକୃତିକ ପ୍ରକ୍ରିୟା ତେଣୁ କେବେବି ଆମେ ନିଜର ଭାବନା ବା ଶରୀରର ପ୍ରାକୃତିକ ବେଗକୁ ଜୋରଜବରଦସ୍ତ ବନ୍ଦ କରିବା ପାଇଁ ଚେଷ୍ଟା କରିବା ଅନୁଚିତ l ଏହା କଲେ ଥାଇରଏଡ ଗ୍ରନ୍ଥିର ପ୍ରାକୃତିକ କ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡେ ଓ ଅଧିକ ତାକୁ ଅଭ୍ୟାସ କଲେ ବା ପୁନରାବୃତ୍ତି କଲେ ଶରୀରରେ ଥିବା ଜୈବିକ ଘଡି (biological clock) ବିଭ୍ରାଟ ହୋଇଯାଏ l ଆଉ ହର୍ମୋନ କ୍ଷରଣରେ ଅସନ୍ତୁଳିତ ଦେଖାଯାଏ l ସେଥିପାଇଁ ଯଦି ଆପଣଙ୍କୁ କାନ୍ଦ ମାଡୁଛି ଭୋ ଭୋ ହେଇ କାନ୍ଦି ପକାନ୍ତୁ l ଏହା ଏକ ପ୍ରାକୃତିକ ବେଗ ଅଟକାଇଲେ ବିପଦ ଅଛି l ଠିକ ସେହିପରି ଅନ୍ୟ ବେଗ ଗୁଡିକ ଯେପରିକି ହସିବା, ଭୋକ, ଶୋଷ, ଝାଡା, ମୂତ୍ର ଆଦି ବେଗକୁ ହଠାତ ବନ୍ଦ କରିବା ଅନୁଚିତ l ଯେଉଁମାନେ ଭଲ କଣ୍ଠ ପାଇଛନ୍ତି ନିଶ୍ଚିତ ରୂପେ ସେମାନଙ୍କର ଥାଇରଏଡ ଗ୍ରନ୍ଥି ଖୁବ ଶକ୍ତିଶାଳୀ ରହିଛି l ସେମାନେ ପ୍ରକୃତିର ନିୟମ ନିଶ୍ଚୟ ପାଳନ କରୁଥିବେ ଆଉ ନିଶ୍ଚୟ ତାଙ୍କ ମିଠା ଭାଷା ଥିବ l

ଏବେ ଜାଣିବା ଥାଇରଏଡ ରୋଗର ପ୍ରକାର ଭେଦ.... 

ସାଧାରଣତଃ ଥାଇରଏଡ ରୋଗକୁ ଦୁଇଟି ଭାଗରେ ବିଭକ୍ତ କରାଯାଏ l ଗୋଟିଏ ହେଲା ହାଇପୋଥାଇରଏଡ ଓ ଅନ୍ୟଟି ହେଲା ହାଇପରଥାଇରଏଡ l 

1- ହାଇପୋଥାଇରଏଡ...... 

ରକ୍ତରେ ହର୍ମୋନର ପରିମାଣ କମ ରହିବ l ଶରୀରରେ ଆକାଶ ତତ୍ତ୍ୱ କମ ଆଉ ଅନିୟନ୍ତ୍ରଣ ରହିବ l ନିଦ ବହୁତ ହେବ କିନ୍ତୁ ମିଠା ସ୍ୱର ଆସିବ l ଶରୀରର ଓଜନ ଅସ୍ୱାଭାବିକ ଭାବରେ ବଢିବ l ପେଟ ସଫା ହେବନାହିଁ l ଉଚ୍ଚ ରକ୍ତ ଚାପ ରହିବ l ଭୋକ ଭଲ ହେବନାହିଁ l କଫ ବାତ ଓ ପିତ୍ତ ଆଦି ତିନୋଟି ଜିନିଷ ବିଗିଡି ଯିବ ମାନେ ହେଲା ତ୍ରିଦୋଷ ରହିବ l ଶରୀରରେ ବିରୋଚନ କ୍ରିୟା ବାଧାପ୍ରାପ୍ତ ହେବା ଯୋଗୁଁ ଶରୀରରେ ନାନା ପ୍ରକାର ବିଷ ଠୁଳ ହେବା ଆରମ୍ଭ ହେଵ l ମାନସିକ ଚାପ ବଢିବ ଓ କେଶ ଝଡ଼ିବ l

2- ହାଇପରଥାଇରଏଡ…… 

ଏହା ଠିକ ଓଲଟା l 
ଆକାଶ ତତ୍ତ୍ୱ ଅଧିକ ରହିବା ଫଳ ସ୍ୱରୂପ ଶରୀରର ଥାଇରଏଡ ଅନ୍ତସ୍ରାବୀ ଗ୍ରନ୍ଥିରେ ଅଧିକ ପରିମାଣରେ ଥାଇରକ୍ସିନ ହର୍ମୋନ କ୍ଷରଣ ହୋଇଥାଏ l ତେଣୁ ରକ୍ତ ପରୀକ୍ଷାରେ ଥାଇରକ୍ସିନର ପରିମାଣ ଅଧିକ ଦେଖେଇଥାଏ l ଏହା ଫଳରେ ଶରୀରରେ ବାତ ରୋଗ ଦେଖାଯାଇଥାଏ, ଶରୀର ପତଳା ହେଇଯାଏ, ଅଣ୍ଟା, ଆଣ୍ଠୁ, କାନ୍ଧ, ବେକ ଆଦି ସ୍ଥାନରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଏ l କ୍ୟାଲସିଉମ ର ଅଭାବ ଦେଖାଯାଏ l ପ୍ରତିରୋଧ ଶକ୍ତି କମିଯାଏ l ସବୁବେଳେ ଥଣ୍ଡା ସର୍ଦି ଲାଗି ରହେ l ଶରୀରରେ ସବୁ ବିକାଶମୂଳକ କାର୍ଯ୍ୟଗୁଡିକ ବାଧାପ୍ରାପ୍ତ ହୋଇଥାଏ l ଅଳ୍ପ କାମ କଲେ ମଧ୍ୟ କ୍ଲାନ୍ତ ଲାଗିବ l ଦୁର୍ବଳ ଶରୀର ଓ ମନ ଯୋଗୁଁ ମଣିଷ ସବୁବେଳେ ଶୋଇବାକୁ ଭଲ ପାଏ l

………ସାବଧାନତା……….

1- ପ୍ରତିରୋଧ ଶକ୍ତିକୁ କମ କରୁଥିବା ଜିନିଷ ଯେପରିକି ଚିନି, ଆୟୋଡିନ ଲୁଣ, ରିଫାଇଣ୍ଡ ତେଲ, ଆଲୁମିନିୟମ, ଫ୍ରିଜ ଓ ପ୍ରେସର କୁକର ଖାଦ୍ୟ, ନିଶା ଦ୍ରବ୍ୟ, ଚା, କଫି, ଥଣ୍ଡା, ମଇଦା, ଚାଇନିଜ ଖାଦ୍ୟ ଆଦି ଠାରୁ ସମ୍ପୂର୍ଣ ଦୂରରେ ରହିବାକୁ ପଡିବ l ଶୁଦ୍ଧ ତେଲ ଆଉ ସୌନ୍ଧଵ ଲୁଣ ନିତାନ୍ତ ଜରୁରୀ l ଦେଶୀ ଗାଈ ଘିଅ ସବୁଠୁ ବଢିଆ l

2- ଜୀବନ ଶୈଳୀକୁ ଠିକ କରନ୍ତୁ l ମୋବାଇଲ ଯେତେ କମ ବ୍ୟବହାର କରିବେ ସେତେ ଭଲ l

3- ଫୁଲ କୋବି, ବନ୍ଧା କୋବି, ବ୍ରୋକୋଲି, ବାଇଗଣ ସମ୍ପୂର୍ଣ କମ କରିବାକୁ ହେବ l

4- ସକାଳେ ଚାଲବୁଲା ବା ମର୍ନିଙ୍ଗ ୱାକ ନକରି ସନ୍ଧ୍ୟାରେ କରନ୍ତୁ l

5- ପାଣିକୁ ଚା ଭଳିଆ ପିଅନ୍ତୁ ଯେପରିକି ମୁହଁର ଲାଳ ପାଣି ସହିତ ମିଶିକି ପେଟକୁ ଯିବ l

…...ଚିକିତ୍ସା….. 

ସବୁବେଳେ ନିଜକୁ ମାନସିକ ଭାବରେ ପ୍ରସ୍ତୁତ ରଖନ୍ତୁ ଯେ ଆପଣ ଜଲଦି ଠିକ ହେଇଯିବେ ଆଉ ଉପରେ ବର୍ଣିତ ସବୁ ସାବଧାନତା କୁ ପୂର୍ଣ୍ଣ ରୂପେ ମାନିବେ ତାହେଲେ ଯାଇଁ ଆପଣ ନିଜକୁ ସମ୍ପୂର୍ଣ ରୂପେ ସୁସ୍ଥ ରଖିପାରିବେ l

1- ହାଇପୋଥାଇରଏଡ଼ ରୋଗୀମାନେ ତ୍ରିକଟୁ ଚୁର୍ଣ୍ଣ (ଶୁଣ୍ଠୀ+ ଗୋଲମରିଚ+ପିପ୍ପଳୀ)ର ଅଧା ଚାମଚ ଗୁଣ୍ଡ ସହ ଅଧା ଚାମଚ ଶୁଦ୍ଧ ମହୁକୁ ପ୍ରତ୍ୟେକ ଦିନ ଖାଇବାର 30 ମିନିଟ ପୂର୍ବରୁ ବା ପରେ ଉଷୁମ ପାଣି ସହ 2-3 ମାସ ପର୍ଯ୍ୟନ୍ତ ଖାଇଲେ ସମ୍ପୂର୍ଣ ଭଲ ହେଇଯିବେ l

2- ହାଇପରଥାଇରଏଡ ରୋଗୀମାନେ ଗୋଟିଏ ଚାମଚ (5-10ଗ୍ରାମ) ଗୋଟା ଧଣିଆକୁ ଆଣି ତାକୁ ଶୀଲରେ ବା ହେମଦସ୍ତାରେ ବିନା ଗ୍ରାଇଣ୍ଡର ବ୍ୟବହାର କରି ସାମାନ୍ୟ ପେଶୀ ତାକୁ ମାଟି ପାତ୍ରରେ କିଛି ପାଣି ସହ ବହୁତ ଧୀରେ ଧୀରେ ଗରମ କରନ୍ତୁ l ଯଦି 200 ml ପାଣି ନେଇଥାନ୍ତି ତାହା 100 ml ହେବା ପର୍ଯ୍ୟନ୍ତ ତାକୁ ଗରମ କରନ୍ତୁ l ଏହାକୁ ଖାଲି ପେଟରେ ସକାଳୁ ପିଅନ୍ତୁ l ଏହି ପ୍ରକ୍ରିୟା 2-3 ମାସ କଲେ ଜଣେ ରୋଗୀ ସମ୍ପୂର୍ଣ ସୁସ୍ଥ ହେଇପାରିବ l

କିମ୍ବା 

3- 100 ଗ୍ରାମ ଅଶ୍ଵଗନ୍ଧା ଚେରକୁ କୌଣସି ଆୟୁର୍ବେଦ ବା ପନ୍ସାରୀ ଦୋକାନରୁ କିଣି ତାକୁ ଭଲ ଭାବେ ଧୋଇ 2.5 ଲିଟର ପାଣିରେ ତାକୁ ଗୋଟିଏ ମାଟି ପାତ୍ରରେ ଧୀରେ ଧୀରେ ଗରମ କରିବେ ଯେମିତିକି ତାହା 2 ଲିଟର ହୋଇଯିବ l ଥଣ୍ଡା ହେଲା ପରେ ସବୁଯାକ ଚେରକୁ କାଢି ଆଣନ୍ତୁ ଆଉ ତାକୁ ଚଣା ଆକାରର ସାଇଜରେ ଛୋଟ ଛୋଟ ଖଣ୍ଡ କରି ତାକୁ ଗୋଟିଏ କାଚ ପାତ୍ର ବା ସେଇ ମାଟି ପାତ୍ରରେ ପୂର୍ବର ଥଣ୍ଡା ହେଇଥିବା ପାଣି ସହ ପକେଇଦିଅନ୍ତୁ l ଏବେ ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ଖାଇବାର 30 ମିନିଟ ପୂର୍ବରୁ ବା ପରେ ପିଅନ୍ତୁ l ଏହା ଉଭୟ ପ୍ରକାର ଥାଇରଏଡ ରୋଗ ପାଇଁ ରାମବାଣ ଔଷଧ l ଏହାକୁ 2-3 ମାସ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ l

4- ଯୋଗ ଓ ପ୍ରାଣାୟାମ ଦ୍ୱାରା - ମନ ଦେଇ ଠିକ ଭାବେ କପାଳଭାତି ଓ ଅନୁଲୋମ ଵିଲୋମ ସହ ଉଦଗୀୟ ପ୍ରାଣାୟାମ 30 ମିନିଟ ରୁ ଯେତେ ଅଧିକ କରିପାରିବେ ସେତେ ଶୀଘ୍ର ଭଲ ହେବେ l ଏହା ସହିତ ସର୍ବାଙ୍ଗାସନ 2-10 ମିନିଟ ଦିନକ ଦୁଇଥର ଯଥା ସମ୍ଭବ କରିପାରିଲେ ବିନା ଔଷଧରେ ଆପଣ ଅତି ଅଳ୍ପ ଦିନରେ ଭଲ ହେଇଯିବେ l

5- ବାହାରକୁ ଚରିଯାଉଥିବା ଦେଶୀ ଗାଈର ତାଜା ଗୋମୂତ୍ରକୁ ଆପଣ ଯଦି ପିଇପାରିଲେ ତାହେଲେ ଅତି ଅଳ୍ପ ଦିନରେ ସମ୍ପୂର୍ଣ ରୂପେ ଭଲ ହେଇଯିବେ l ମାତ୍ରା - 50ml ସକାଳେ ସନ୍ଧ୍ୟାରେ ଖାଲି ପେଟରେ… 

6- ଦେଶୀ ଗାଈ ଦହି ଅଧିକରୁ ଅଧିକ ବ୍ୟବହାର କରନ୍ତୁ ଆଉ ନାକରେ ଅଳ୍ପ ଉଷୁମ ଦେଶୀ ଗାଈ ଘିଅ 5-5 ବୁନ୍ଦା ଶୋଇବା ପୂର୍ବରୁ ପକେଇଲେ ଭଲ ନିଦ ହେବା ସହ ଏହି ରୋଗ ଖୁବ ଶୀଘ୍ର ଭଲ ହେଇଯିବ l ଏହାକୁ 90 ଦିନ କରିବାକୁ ହେବ l

ବିଶେଷ ସୂଚନା ଯେଉଁମାନେ ଏଲୋପେଥି ଔଷଧ ଖାଉଛନ୍ତି…

ଆପଣ ଧୀରେ ଧୀରେ ନିଜ ଔଷଧକୁ କମ କରିବେ ହଠାତ କମ କଲେ ଅସୁବିଧା ହେଇପାରେ l ଯଦି ଆପଣ 100mg ର ଔଷଧ ଖାଉଛନ୍ତି ତାହେଲେ ତାକୁ 80mg କୁ ଆଣନ୍ତୁ ଆଉ 15-20 ଦିନ ପରେ ଥାଇରଏଡ ପରୀକ୍ଷା କରନ୍ତୁ l ଯଦି ଭଲ ପରିଣାମ ଆସେ ତେବେ ଏହି ପ୍ରକ୍ରିୟା ଜାରି ରଖନ୍ତୁ ଆଉ ଏଲୋପେଥି ଔଷଧ ଧୀରେ ଧୀରେ କମ କରନ୍ତୁ l ପ୍ରତି 15-20 ଦିନରେ ଥରେ ରକ୍ତ ପରୀକ୍ଷା କରି ଥାଇରଏଡ ର ମାତ୍ରା ଯାଞ୍ଚ କରୁଥାନ୍ତୁ l ମନେରଖନ୍ତୁ ଆପଣଙ୍କ ଅନୁଭବ ହିଁ ଏହାର ପ୍ରକୃତ ସମାଧାନ l ତେବେ କୋଉଠି ମଧ୍ୟ ସନ୍ଦେହ ହେଲେ ଆମର ସାହାର୍ଯ୍ୟ ଆପଣ ନେଇ ପାରିବେ l

ମୁଁ ଆଶାବାଦୀ ଯେ ଆପଣ ଦୃଢ଼ତାର ସହ ଆୟୁର୍ବେଦକୁ ବିଶ୍ୱାସ କଲେ ଆପଣ ନିଶ୍ଚୟ ସମ୍ପୂର୍ଣ ଭଲ ହେଇଯିବେ l

ଆଈମା ସ୍ୱାସ୍ଥ୍ୟ କଥା -36(d) ପିସିଓଡି ରୋଗ ବିଷୟରେ   




Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)