ମୋ ଆଈମା ସ୍ୱାସ୍ଥ୍ୟ କଥା -36(d) ପିସିଓଡି ରୋଗ ଉପେର
ମୋ ଆଈମା ସ୍ୱାସ୍ଥ୍ୟ କଥା -36(d)
ପିସିଓଡି ରୋଗ ଉପେର
ପ୍ରକୃତି ନାରୀକୁ ବିଶେଷ ଭାବରେ ଗଢିଛି l ଏହାର ଭିତର ସଂରଚନା ପୁରୁଷ ଅପେକ୍ଷା ଖୁବ ଜଟିଳ l ତାଙ୍କର ଶରୀରରେ ନାନା ପ୍ରକାର ହର୍ମୋନ ଗୁଡିକର ପରିବର୍ତ୍ତନ ସବୁବେଳେ ଲାଗି ରହୁଥାଏ l ତେବେ ଆଜିର ସ୍ୱାସ୍ଥ୍ୟ କଥାରେ ଆମେ ସ୍ତ୍ରୀ ଶରୀରରେ ହର୍ମୋନ ବିକୃତି ଓ ନାନାଦି ସ୍ତ୍ରୀ ରୋଗ ବିଷୟରେ ଜାଣିବା l ଆଜିର ସ୍ୱାସ୍ଥ୍ୟ କଥା ବହୁତ ଜରୁରୀ ହେବ ଆମର ସମସ୍ତ ମା, ମାଉସୀ ଓ ଭଉଣୀମାନଙ୍କ ପାଇଁ l ଦୀର୍ଘ 3-4 ବର୍ଷ ହେବ ମୁଁ ନାରୀମାନଙ୍କ କ୍ଷେତ୍ରରେ ନାନାଦି ହର୍ମୋନ ଅସନ୍ତୁଳିତ ରୋଗମାନ ଦେଖୁଛି l କିନ୍ତୁ ଦୁଃଖ ଲାଗେ ତାର ଯେଉଁ ସମାଧାନ ହେବା କଥା ସେମାନେ କରିପାରନ୍ତି ନାହିଁ l ଆଜି ମୁଁ ସମ୍ପୂର୍ଣ ଚେଷ୍ଟା କରିବି ନିଜର ସମସ୍ତ ଅଭିଜ୍ଞତାରୁ ଓ ଭଗବାନଙ୍କ ଆଶୀର୍ବାଦରୁ ମୋତେ ଯାହା ଜ୍ଞାନ ଓ ସଫଳତା ମିଳିଛି ସବୁଜିନିଷକୁ ଆପଣଙ୍କ ସାମ୍ନାରେ ପ୍ରସ୍ତୁତ କରିବା ପାଇଁ l ଆପଣ ଜାଣନ୍ତି କି ଆମର ଶରୀରରେ ଉଭୟ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପ୍ରଭାବ ଲିଙ୍ଗ ଅନୁଯାୟୀ ପଡିଥାଏ l ଅର୍ଥାତ ସ୍ତ୍ରୀ ମାନଙ୍କ କ୍ଷେତ୍ରରେ ସୂର୍ଯ୍ୟ ଅପେକ୍ଷା ଚନ୍ଦ୍ର ର ପ୍ରଭାବ ଅଧିକ ରହେ ସେଥିପାଇଁ ସେମାନେ ଶାନ୍ତ,ସହିଷ୍ଣୁ, ବାତ୍ସଲ୍ୟ ମମତାରେ ପରିପୂର୍ଣ, ବିନୟୀ, ନମ୍ର ଆଦି ମହାନ ଗୁଣର ବିଶେଷ ଅଧିକାରୀ ଥାଆନ୍ତି l ପୁରୁଷମାନଙ୍କ କ୍ଷେତ୍ରରେ ଚନ୍ଦ୍ର ଅପେକ୍ଷା ସୂର୍ଯ୍ୟ ଶକ୍ତିର ପ୍ରଭାବ ଅଧିକ ଥାଏ ତେଣୁ ସେମାନଙ୍କ ସ୍ଵଭାଵ ଟିକେ ଗରମ ରହେ l ତେବେ ଏଠାରେ ବିଜ୍ଞାନ ରହିଛି l ନାରୀମାନଙ୍କ କ୍ଷେତ୍ରରେ ଯଦି ଚନ୍ଦ୍ର ଶକ୍ତି କମିଯାଏ ତାହେଲେ ତାଙ୍କର ହର୍ମୋନ ଅସନ୍ତୁଳିତ ରହେ ଓ ତାଙ୍କୁ ନାନାଦି ରୋଗ ହୁଏ l
ଚନ୍ଦ୍ର ଶକ୍ତି କାହିଁକି କମେ ଓ ତାର ସହଜ ସମାଧାନ କଣ ଅଛି???
1- ସାଧାରଣତଃ ଦେଖିବାକୁ ଗଲେ ଚନ୍ଦ୍ର ଶରୀରର କଫର ସ୍ଥାନରେ ରହନ୍ତି ମାନେ ହେଲା ମୁଣ୍ଡରୁ ଛାତି ପର୍ଯ୍ୟନ୍ତ, କିନ୍ତୁ ତାଙ୍କର କେନ୍ଦ୍ର ବିନ୍ଦୁ ହେଲା ଆମର ଆଖି l ଆଜ୍ଞା ହଁ, ଆଖିରେ ଚନ୍ଦ୍ର ରହନ୍ତି ଏହା ପୁରାଣ ମଧ୍ୟ କହେ ଆଉ ଆଜି ମୁଁ ତାହା ବୈଜ୍ଞାନିକ ଶୈଳୀରେ କହୁଛି l ଯଦି କେହି ମଣିଷ ଯେତିକି ଶୋଇବା କଥା ତାଠାରୁ କମ ଶୋଇବ ତାକୁ ଚନ୍ଦ୍ର ଦଶା ବା ଚନ୍ଦ୍ରର ଅଭାବ ରହିବ l ପୁରୁଷ ଅପେକ୍ଷା ନାରୀ ଅଧିକ ଶୋଇବା ଉଚିତ କିନ୍ତୁ ଆଜିର ଦୁନିଆଁ ନାରୀଙ୍କୁ ସେ ଅଧିକାରରୁ ବଂଚିତ କରୁଥିବାର ଦେଖାଯାଉଛି l ନାରୀ ସଶକ୍ତିକରଣ ଅର୍ଥ ଠିକ ଭାବେ ନବୁଝି ତାଙ୍କୁ ପରିବାରର ଅତିରିକ୍ତ ଦାୟିତ୍ୱ ବହନ କରିବାକୁ ପଡୁଛି l ସେମାନେ ଯେତିକି ନିଜ ଶରୀରର ଧ୍ୟାନ ଦେବା କଥା ସେତିକି ଧ୍ୟାନ ଦେଇପାରୁନାହାନ୍ତି l
2- ରାତ୍ରିରେ ଡେରିରେ ଶୋଇବା ଓ ସକାଳେ ବିଳମ୍ବରେ ଉଠିବା ଯୋଗୁଁ କମୁଛି ଚନ୍ଦ୍ର ଶକ୍ତି l କେବେ ମଧ୍ୟ ରାତି 11 ପରେ ଶୁଅନ୍ତୁ ନାହିଁ ସବୁବେଳେ ରାତ୍ରୀରେ 11 ପୂର୍ବରୁ ଶୁଅନ୍ତୁ l ମୁଁ ଏଠି 11 ଟା କହିବାକୁ ବାଧ୍ୟ ହେଉଛି କାରଣ ମୁଁ ଜାଣିଛି ଆପଣଙ୍କ ବ୍ୟସ୍ତ ଜୀବନ ବିଷୟରେ l କିନ୍ତୁ ଯଦି ଆୟୁର୍ବେଦକୁ ଦେଖିବା ଏହା 9 ଟା ହେଇଯିବ ଯାହାକି ଆଜିକାଲି ସମ୍ଭବ ନୂହ l
3- ଦୁଇପହରରେ ଖାଇସାରିବା ପରେ ସମସ୍ତେ ଅଧା ଘଣ୍ଟା ରୁ ଘଣ୍ଟାଟିଏ ସାମାନ୍ୟ ଶୋଇ ବିଶ୍ରାମ ନେବା ଉଚିତ l ଏହା ଦ୍ୱାରା ମଣିଷର ମସ୍ତିଷ୍କ ଖୁବ କାମ କରିବା ପାଇଁ ବଳ ପାଇଥାଏ l କିନ୍ତୁ କେତେଜଣ ନାରୀ ଏହା କରିପାରୁଛନ୍ତି?? ଦୁଇପହରର ଘଣ୍ଟାଏ ନିଦ ନାରୀକୁ କେବଳ ଯେ ନିରୋଗ ରଖେ ତାହାନୁହଁ ତାର ସୌନ୍ଦର୍ଯ୍ୟ ବୃଦ୍ଧି ମଧ୍ୟ କରେ l
4- ନିଦ ମଧ୍ୟ ବିଭିନ୍ନ ପ୍ରକାରର ଅଛି, ଯେମିତିକି 1- ଶ୍ଵାନ ନିଦ୍ରା ଯାହାକୁ ଅସ୍ଥିର ଓ ସଜାଗ ନିଦ୍ରା କୁହାଯାଏ, 2- ମଧ୍ୟମ ନିଦ୍ରା ଯାହା ନା ବେଶୀ ଗାଢ଼ ନା ବେଶୀ ସ୍ୱଳ୍ପ ଏହା ଯୁବକମାନଙ୍କ ପାଇଁ ଓ ପାଠ ପଢ଼ୁଥିବା ଝିଅ ପିଲାଙ୍କ ପାଇଁ ଭଲ l 3- ଗାଢ଼ ନିଦ୍ରା, ଏହା ରୋଗୀଣା ଲୋକଙ୍କ ପାଇଁ ତଥା ଅଧିକ ପରିଶ୍ରମ କରୁଥିବା ସମସ୍ତ ମହିଳା ଓ ପୁରୁଷ ପାଇଁ ଦରକାର l ଆପଣ ସେଥିପାଇଁ ନିଦର କ୍ୱାଲିଟିକୁ ବେଶୀ ଧ୍ୟାନ ଦେବା ଉଚିତ ଆଉ ରାତିରେ ଯେଉଁ ନାରୀମାନେ ବାରମ୍ବାର ଉଠୁଥାନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ତଥା ସୌନ୍ଦର୍ଯ୍ୟ ଠିକ ରହିନଥାଏ l ତେଣୁ ଖୁବ ଶୁଅନ୍ତୁ ଯଦି ସୁନ୍ଦର ହେବାର ଅଛି ତ l ଅଧିକ ଶୋଇବା (ମାନେ 8 ଘଣ୍ଟାରୁ ଅଧିକ)ମଧ୍ୟ ରୋଗର ଲକ୍ଷଣ ତେଣୁ ରାତି ଓ ଦିନ ମିଶେଇକି 8 ଘଣ୍ଟା ନିଦ ଆମେ ନିଶ୍ଚୟ ନେବା ଉଚିତ l ମହିଳାମାନେ 8 ଘଣ୍ଟାରୁ କମ କେବେବି ଶୋଇବ ନାହିଁ l
5- ଅଧିକ ଆମିଷ ଖାଉଥିବା ନାରୀ ପାଖରେ ଚନ୍ଦ୍ର ଦୋଷ ଦେଖାଯାଇପାରେ ତେଣୁ ଲିମିଟରେ ଖାଆନ୍ତୁ l
6- ଆଣ୍ଟିବାୟୋଟିକ ଔଷଧର ଅଧିକ ସେବନ କମ କରନ୍ତୁ l ସାଧାରଣ ଥଣ୍ଡା କାଶ ହେଲେ ତୁରନ୍ତ ଡାକ୍ତର ପାଖକୁ ଯାଇ ଆଣ୍ଟିବାୟୋଟିକ ଔଷଧ ଖାଇବା ଠିକ ନୂହ l ଘରୋଇ ଚିକିତ୍ସାର ପ୍ରଥମେ ସାହାର୍ଯ୍ୟ ନିଅନ୍ତୁ l
7- ଅଧିକ ଖଟା, ମଇଦା, ଛଣା ଓ ରାଗ ଖାଇବା କମ କରନ୍ତୁ l
8- ଆୟୋଡିନ ଲୁଣ ପରିବର୍ତ୍ତେ ସୌନ୍ଧବ ଲୁଣ ବ୍ୟବହାର କରନ୍ତୁ l ସୌନ୍ଧଵ ଲୁଣ ଆଉ ବିଟ ଲୁଣ ସମାନ ନୂହ ତେଣୁ କନଫ୍ୟୁଜ ହେବେନି l ଏହାର ସ୍ୱାଦ ସମ୍ପୂର୍ଣ ଆୟୋଡିନ ଲୁଣ ଭଳିଆ l ରଙ୍ଗ ସାମାନ୍ୟ ନାଲିଆ l ଚିନ୍ତା କରନ୍ତୁ ନାହିଁ ଆପଣଙ୍କୁ କେବେବି ଆୟୋଡିନ ଅଭାବ ହେବ ନାହିଁ l ଆୟୋଡିନ ଓଡ଼ିଶା ମାଟିରେ ପର୍ଯ୍ୟାପ୍ତ ଉପଲବ୍ଧ ଯାହାକି ଆମର ଡାଲି, ଶାଗ, ପନିପରିବାରେ ଆମକୁ ପ୍ରତିଦିନ ମିଳିଥାଏ l ଆୟୋଡିନ ଲୁଣ ଦେହ ପାଇଁ କେବେବି ଭଲ ନୂହ ମନେରଖନ୍ତୁ l
9- ପ୍ରେସର କୁକର ଖାଦ୍ୟ ମାଗଣାରେ ମିଳିଲେ ମଧ୍ୟ ଖାଆନ୍ତୁ ନାହିଁ ଏହା ଯୋଗୁଁ ବିଷ ଶରୀରକୁ ଆସେ ଓ ହର୍ମୋନକୁ ବିଗାଡିଦିଏ l
ସେହିପରି ଗବେଷଣାରୁ ଜଣାପଡିଲାନି ନନ ଷ୍ଟିକ କୁକର, ଆଲୁମିନିୟମ ପାତ୍ର ମଧ୍ୟ ଶରୀରକୁ ଭୟଙ୍କର ବିଷ ଛାଡ଼ିଥାଏ l ଏହା ବଦଳରେ ମାଟି ପାତ୍ର ବ୍ୟବହାର କରନ୍ତୁ l ନହେଲେ ଲୁହା, ପିତ୍ତଳ ଓ କଂସା ବ୍ୟବହାର କରିପାରିବେ l ମୁଁ ଜାଣିଛି ଟିକେ କଷ୍ଟ ହବ ପୁରୁଣା ଅଭ୍ୟାସକୁ ଛାଡ଼ିବା ପାଇଁ କିନ୍ତୁ ଭଲ ସ୍ୱାସ୍ଥ୍ୟ ପାଇଁ ଆମେ ନିଜକୁ ମଧ୍ୟ ସମୟ ଦେବାର ଅଛି l ଆପଣ ଏକା ନୁହନ୍ତି ଆମ ଦେଶରେ ବହୁତ ଶିଳ୍ପ ପତି ଧନୀ ଲୋକମାନେ ଏହି ପୁରୁଣା ଜିନିଷ ବ୍ୟବହାର କରିବାରେ ଅଭ୍ୟସ୍ତ ହେଇଗଲେଣି l
10- ଏବେ ସବୁଠୁ ଜରୁରୀ ଜିନିଷ ଛାଡ଼ିବା ପାଇଁ କହିବି କଣ?? ଆପଣଙ୍କ ଲିପିସ୍ଟିକ, ନେଲ ପୋଲିସ, ନାନା ପ୍ରକାର କେମିକାଲ ଯୁକ୍ତ ପ୍ରଶାଧନୀ ସାମଗ୍ରୀ, କଜ୍ଵଳ, ଫ୍ରେସ ବାସ, କ୍ରିମ, ମେକପ ଆଦି l ବହୁତ ଖତରନାକ ଏସବୁ l ଏହା ବଦଳରେ ନିଜେ ଘରର ଜିନିଷ ବ୍ୟବହାର କରି ପ୍ରାକୃତିକ ଭାବରେ ମଧ୍ୟ ଏହି ସବୁ ଜିନିଷ ଆପଣ ତିଆରି କରି ବ୍ୟବହାର କରିପାରିବେ l
11- ମାନସିକ ଚାପରୁ ଦୁରେଇ ରୁହନ୍ତୁ l ମୁଁ ଜାଣିଛି ଏହା କହିବା ସହଜ କିନ୍ତୁ କରିବା କଠିନ l ଯଦି ଭଲ ସ୍ୱାସ୍ଥ୍ୟ ଚାହୁଁଛନ୍ତି ତାହେଲେ ଆପଣଙ୍କ ମନ ଖୁସି ରହିବା ଦରକାର ତେଣୁ ହସନ୍ତୁ, ଖେଳନ୍ତୁ ଆଉ ବୁଲନ୍ତୁ କିମ୍ବା ନିଜ ଇଚ୍ଛାନୁସାରେ କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କୁ ଭଲ ଲାଗେ l
12- ଛିଡା ହୋଇ କାମ କଲେ ବାତ ରୋଗ ଦେଖାଯାଏ ଆଉ ଏହା ହର୍ମୋନ ଅସନ୍ତୁଳନରେ ସାହାର୍ଯ୍ୟ କରେ l ତେଣୁ ସୁସ୍ଥ ରହିବା ପାଇଁ ଇଚ୍ଛା କରୁଥିବା ନାରୀ ସବୁବେଳେ ବସିକରି କାମ କରିବ ଠିଆ ହେଇକି ନୁହେଁ l
13- ଅତ୍ୟଧିକ ଆଳସ୍ୟ ଠାରୁ ଦୁରେଇ ରୁହନ୍ତୁ l ଶାରୀରିକ ଶ୍ରମ ବିନା ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ଅସମ୍ଭବ l କାରଣ ଶ୍ରମ କଲେ ନିଦ ଭଲ ହୁଏ ଆଉ ନିଦ ଭଲ ହେଲେ ଶରୀର ଗାଡି ଭଲ ଚାଲେ l
14- ପାଣି ଖୁବ ପିଅନ୍ତୁ l କିନ୍ତୁ ନିୟମ ମାନି… ତଳେ ବସିକି, ଧୀରେ ଧୀରେ ପିଅନ୍ତୁ l ମନେରଖନ୍ତୁ ଯେଉଁମାନେ ପାଣି କମ ପିଅନ୍ତି ସେମାନଙ୍କ ହର୍ମୋନ ବିଭ୍ରାଟ ହୁଏ ଆଉ ନାନାଦି ପିତ୍ତ ରୋଗ ଦେଖାଯାଏ l
15- ରୂପା ଚନ୍ଦ୍ର ଶକ୍ତିକୁ ବଢ଼ାଇଥାଏ ଏହାକୁ କେବଳ ପାଦରେ ଧାରଣ କରାଯିବା ଉଚିତ l ସୁନା କଫକୁ ନିୟନ୍ତ୍ରଣ କରେ ତେଣୁ ସୁନା ଜିନିଷ ବେକଠୁ ଛାତି ପର୍ଯ୍ୟନ୍ତ ପିନ୍ଧିପାରିବେ l ଚୁଡ଼ି ର ମଧ୍ୟ ବହୁତ ବଡ଼ ପ୍ରଭାବ ପଡିଥାଏ ଶରୀରର ସମସ୍ତ ହର୍ମୋନମାନଙ୍କ ଉପରେ l ତେଣୁ ଯଥାସମ୍ଭବ ଏହି ଜିନିଷ ପ୍ରତି ଧ୍ୟାନ ଦେବେ l
16- ଯେଉଁ ଶାଗ, ପନିପରିବା, ଫଳ, ମୂଳ ଯେଉଁ ସମୟରେ ମିଳେ ଆଉ ଶସ୍ତାରେ ମିଳେ ତାକୁ ଖୁବ ଖାଇବେ l ମାଛ ମାଂସ ଅଣ୍ଡା ଅପେକ୍ଷା ଦେଶୀ ଗାଈ କ୍ଷୀର ପିଇବା ଅଧିକ ଭଲ l କିନ୍ତୁ କ୍ଷୀର ନମିଳିଲେ ଘିଅର ସେବନ କରିପାରିବେ l
17- ଉପବାସ, ବ୍ରତ ଆଦି ଜିନିଷର ବୈଜ୍ଞାନିକ ମହତ୍ୱ ରହିଛି l ଉପବାସ କଲେ ଯକୃତ ବା ଲିଭରକୁ ବିଶ୍ରାମ ମିଳେ ଆଉ ସେ ନିଜର ଦକ୍ଷତା ବଢେଇଥାଏ ଯାହାକି ଖାଦ୍ୟ ହଜମ କରିବାରେ ଅଧିକ ସକ୍ରିୟ ରହେ l ମନକୁ ଯେତିକି ସାତ୍ତ୍ୱିକ କରିବେ ସେତିକି ସୁସ୍ଥ ଜୀବନଯାପନ କରିପାରିବେ l ଇର୍ଷା, କ୍ରୋଧ, ଅହଂକାର ଓ ଅଶ୍ଳୀଳ ଭାବନା ହିଁ ରୋଗ ସୃଷ୍ଟି କରେ l ଏହାକୁ ଦମନ କରିବା ପାଇଁ ଈଶ୍ୱର ଉପାସନା, ବ୍ରତ, ଉପବାସ ଅତି ନିଷ୍ଠାର ସହ କରିବା ଉଚିତ l
ଏବେ ଜାଣିବା କିଛି ସ୍ତ୍ରୀ ରୋଗ ବିଷୟରେ….
1- ମୁଖ ବ୍ରଣ
2- ଟିକେ ଟିକେ ନିଶ ବା ଦାଢ଼ି ଉଠିବା ବା ମୋଟା ସ୍ୱର ଆଦି..
3- କେଶ ପତଳା
4- ଅସୁନ୍ଦର ବକ୍ଷ ଓ ମୁହଁ
5- ଅନିୟମିତ ଋତୁସ୍ରାବ
6- ରକ୍ତ ଓ ଶ୍ୱେତ ପ୍ରଦର
7- ସ୍ତନରେ ସିଷ୍ଟ ବା ଗଣ୍ଠି ହେବା
8- ଥାଇରଏଡ
9- ଗର୍ଭାଶୟରେ ସିଷ୍ଟ ବା ଗଣ୍ଠି / PCOD/ chocolate cyst
10- ପେଟ ଯନ୍ତ୍ରଣା
11- ଗର୍ଭାଶୟ ନିଜ ଜାଗାରୁ ଘୁଞ୍ଚିବା /Uterus Displacement
12- ସନ୍ତାନହୀନ
ଏହି ସବୁ ରୋଗର ସମାଧାନ ଆୟୁର୍ବେଦରେ ରହିଛି l କିନ୍ତୁ ଆଜି ମୁଁ ମୋଟା ମୋଟି ଭାବେ ସବୁ ରୋଗର ଅଳ୍ପ ଅଳ୍ପ ସମାଧାନ କହିବି l ନହେଲେ ଏହି ପୋଷ୍ଟ ଟି ବହୁତ ଲମ୍ବା ହେଇଯିବ l ଆଗାମୀ ପୋଷ୍ଟରେ ସ୍ୱତନ୍ତ୍ର ଭାବେ ଯଦି ଆପଣମାନେ ଚାହିଁବେ ମୁଁ ପୋଷ୍ଟ କରିବି l କିନ୍ତୁ ଏବେ ଯେଉଁ ସମାଧାନ କଥା କହିବି ତାହା ସବୁ ରୋଗ ପାଇଁ ଉଦ୍ଧିଷ୍ଟ l
……...ଚିକିତ୍ସା…….
ପ୍ରଥମେ ଜାଣନ୍ତୁ କି ଯନ୍ତ୍ରଣା ଦୁଇ ପ୍ରକାର ହୋଇଥାଏ l 1- ପିତ୍ତ-ବାତ ଜନିତ ଓ 2- କଫ-ବାତ ଜନିତ l
1- ପିତ୍ତ - ବାତ ଜନିତ ଯନ୍ତ୍ରଣା
ଲକ୍ଷଣ :
1- ରକ୍ତସ୍ରାବ ଅଧିକ ହେବ ଆଉ ଦରଜ ରହିବ l
2- ଡାହାଣ ନାକ ପୁଡ଼ାରୁ ପବନ ଯିବା ଆସିବା କରୁଥିବ l ଆଉ ପରିବର୍ତନ ହେବ ନାହିଁ, ସବୁବେଳେ ଡାହାଣରେ ଯିବାଆସିବା କରୁଥିବ l ଡାହାଣ କଡ଼ରେ କିଛି ସମୟ ଶୋଇଲେ ମଧ୍ୟ ବାମ ପାର୍ଶ୍ୱ କୁ ପରିବର୍ତ୍ତନ ହେବ ନାହିଁ l
3- ଜଳାପୋଡ଼ା ଲାଗିପାରେ l ଚିଡିଚିଡା, ବିରକ୍ତି ଭାବନା ଆସିବ l
4- ମାସିକ ଧର୍ମ ସମୟ ପୂର୍ବରୁ ଜଲଦି ହେଇପାରେ l
5- ରକ୍ତ ପରୀକ୍ଷା କଲେ ପୁରୁଷ ହର୍ମୋନର ପରିମାଣ ଅଧିକ ଦେଖେଇବ l
6- ଅଲଟ୍ରା ସାଉଣ୍ଡ କଲେ ସିଷ୍ଟ ର ସାଇଜ ଜଣା ପଡିବ l ଏହି ସମୟରେ ସିଷ୍ଟ ତିଆରି ହେବା ଆରମ୍ଭ ହେଉଥାଏ l
ଏହାର ଚିକିତ୍ସା……
1- ଅଶୋକ ଗଛର ଛାଲିକୁ (ମାତ୍ରା: 20-30ଗ୍ରାମ) ଆଣି 1 ଲିଟର ପାଣି ସହିତ ଗୋଟିଏ ମାଟି ପାତ୍ରରେ ଧୀରେ ଧୀରେ ଗରମ କରନ୍ତୁ ଯେପରିକି ତାହା 250 ml ହେଇଯିବ ସେଥିରେ ଅଳ୍ପ ମହୁ ମିଶେଇ ତାକୁ 125 ml ଲେଖାଏଁ ଦୁଇଥର ଖାଲି ପେଟରେ ସକାଳେ ଓ ସନ୍ଧ୍ୟାରେ ପିଅନ୍ତୁ l ବଜାରରେ ମିଳୁଥିବା ଅଶୋକାରିଷ୍ଟ କାମ ଦେବ ନାହିଁ l କେବଳ ଯଦି ପାଇବେ ପବିତ୍ର କମ୍ପାନୀର ବ୍ୟବହାର କରିପାରିବେ ବାକି ସବୁ କାମ ଦେଇନପାରେ l
କିମ୍ବା
2- ୨ ଚାମଚ ଦେଶୀ ଗାଈ ଘିଅ ସହିତ 2-3ଟି ଗୋଲମରିଚ ମିଶାଇ ଉଷୁମ ପାଣି ସହ ଖାଇପାରିବେ l ଏହା କୌଣସି ସମୟରେ ଖାଇପାରିବେ l ଏହା ତୁରନ୍ତ ରେଜଲ୍ଟ ଦିଏ l
କିମ୍ବା
ଯେକୌଣସି ଗୋଟିଏ ମନ୍ଦାର ଫୁଲର କେବଳ ପାଖୁଡା ସବୁକୁ ଶୁଦ୍ଧ ମହୁ ସହିତ ଖାଇଲେ ଏହି ସମସ୍ୟାର ସମାଧାନ ଜଲଦି ହୋଇଥାଏ l
କିମ୍ବା
ଅପରାଜିତାର ଫୁଲକୁ ଭଲ କରି ଧୋଇ ତାର 1 ଚାମଚ ରସକୁ ସାଦା ପାଣି ସହିତ ପିଇପାରିବେ l ଦୁଇ ତିନ ଥର କରିବାକୁ ପଡିପାରେ l
କିମ୍ବା
ଶୁଦ୍ଧ ଦେଶୀ ଗାଈ କ୍ଷୀରକୁ ଫୁଟେଇ ତାକୁ ସମ୍ପୂର୍ଣ ଥଣ୍ଡା କରି ଅଳ୍ପ ହଳଦୀ ଓ ମିଶ୍ରି ମିଶେଇ ରାତିରେ ସବୁଦିନ ପିଅନ୍ତୁ l ମୂଳରୁ ରୋଗ କିଛି ରହିବ ନାହଁ l
2- କଫ - ବାତ ଜନିତ ଯନ୍ତ୍ରଣା
ରୋଗୀ ଶରୀରରେ ମଇଳା ରକ୍ତ ବା ବିଷ ଜିନିଷ ବାହାରକୁ ବାହାରକୁ ନ ବାହାରିଲେ ବା ରକ୍ତ ସଫା ନ ହେଲେ ଏହି ରୋଗ ହୁଏ l
ଲକ୍ଷଣ :
1- ଥଣ୍ଡା ହେଲେ ଯେମିତି ହାତ ଗୋଡ଼ରେ ଯନ୍ତ୍ରଣା ହୁଏ ସେହିଭଳି ପ୍ରକାରର ଯନ୍ତ୍ରଣା ରହିବ ତଳି ପେଟରେ l
2- ରୋଗୀ ମୋଟା ଦେଖାଯାଇପାରେ l
3- ମାସିକ ଧର୍ମ ବିଳମ୍ବ ହେଇପାରେ l
4- ପେଟ ସଫା ହେବ ନାହିଁ l
6- ଅଲଟ୍ରା ସାଉଣ୍ଡ କଲେ ଗର୍ଭାଶୟରେ ବା ଓଭାରିରେ ସିଷ୍ଟ ବା ଗଣ୍ଠି ଆସିବ ଯାହାର ସାଇଜ ବଡ଼ ହେଇସାରିଥିବ ବା ସିଷ୍ଟ ସଂଖ୍ୟା ବଢ଼ିଯାଇଥିବ l ଏହା ବ୍ଳକେଜ ଜନିତ ରୋଗ l
7- ସ୍ତନ ବା ଅନ୍ୟ ଜାଗାରେ ମଧ୍ୟ ସିଷ୍ଟ ବା ଗଣ୍ଠି ହେଇପାରେ l
……..ଆସନ୍ତୁ ଜାଣିବା ଏହାର ଚିକିତ୍ସା…….
1- ତାଜା ଦେଶୀ ଗାଈର ଗୋମୂତ୍ର 50ml ସକାଳୁ ଖାଲି ପେଟରେ l 30ml ଗୋମୂତ୍ର ଖାଲି ପେଟରେ ସନ୍ଧ୍ୟାରେ l
କିମ୍ବା
ଦେଶୀ ଗାଈର ତାଜା ଗୋବରକୁ ଗାଈଠୁ ତୁରନ୍ତ କାଢି ଆଣି ତାକୁ କପଡ଼ାରେ ଚିପି ତାର ରସ ବାହାର କରନ୍ତୁ 20-30 ml ରସକୁ ମହୁ ସହିତ ମିଶେଇ ରୋଗୀକୁ ଦୁଇ ତିନି ଥର ଦିଅନ୍ତୁ l ଜଲଦି ଏହି ରୋଗରୁ ମୁକ୍ତି ପାଇବ l ଆଉ ସିଷ୍ଟ ସବୁ ଆପେ ଆପେ ବାହାରିଯିବ l
ତିନି ଦିନ କଲା ପରେ ଅଲଟ୍ରା ସାଉଣ୍ଡ କରନ୍ତୁ l ରିପୋର୍ଟ ଦେଖି ତାର ସମୀକ୍ଷା କରନ୍ତୁ ଯଦି ରେଜଲ୍ଟ ନ ଆସିଥାଏ ତାହେଲେ ଆଉ କିଛି ଦିନ ଏହି ପ୍ରକ୍ରିୟା କରନ୍ତୁ l
କିମ୍ବା
ଦେଶୀ ଗାଈର କ୍ଷୀରକୁ ଛିଣ୍ଡାଇ, ଯେମିତି ଆପଣ ପନିର କରନ୍ତି ସେମିତି କରି ତାର କେବଳ ପାଣିକୁ ପିଅନ୍ତୁ l 100ml ରୁ 200 ml ପ୍ରତିଦିନ l ଦେଖିବେ ଶରୀରର ସବୁ ବ୍ଳକେଜ ଓ ବିଷକୁ କାଢ଼ିଦେଇ ଆପଣଙ୍କୁ ସମ୍ପୂର୍ଣ ସୁସ୍ଥ କରିଦେବ l ଏହା ଅତି ସହଜ ପ୍ରକ୍ରିୟା l
କିମ୍ବା
100 ଗ୍ରାମ ଦଶମୂଳ ଚେରକୁ ଆଣି ତାକୁ 1 ଲିଟର ପାଣିରେ ମାଟି ପାତ୍ର ସାହାଯ୍ୟରେ ଧୀରେ ଧୀରେ ଗରମ କରନ୍ତୁ ଯେପରି ତାହା 200 ml ହେବ ତାକୁ ଥଣ୍ଡା କରି ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ପିଇବେ l ଏହାକୁ ବହୁତ ଦିନ କରିବାକୁ ପଡେ l
** ମୁଖ୍ୟ ଚିକିତ୍ସା ହେଲା ଯନ୍ତ୍ରଣା କମେଇବା - ତାଜା ଗୋମୂତ୍ର ଦ୍ୱାରା ତୁରନ୍ତ ରେଜଲ୍ଟ ଆସିଯିବ l ଯଦି ତାଜା ଗୋମୂତ୍ର ନାହିଁ ପୁରୁଣା ଗୋମୂତ୍ର ମଧ୍ୟ କାମ ଦେବ ଖାଲି ଏତିକି ମନେରଖିବ ସେଥିରେ ପାଣି ମିଶେଇବ ଉଦାହରଣ - 50 ml ଗୋମୂତ୍ରରେ 200ml ପାଣି ମିଶେଇବା l ଯଦି ଗୋମୂତ୍ର ମଧ୍ୟ ନାହିଁ ତାହେଲେ କଣ କରିବ??? ଅପରାଜିତା ଗଛର ଚେରକୁ ଛୋଟ ଛୋଟ ଖଣ୍ଡ କରି ଗୋଟିଏ ମାଳା କରିବ ଓ ତାକୁ ଅଣ୍ଟାରେ ବାନ୍ଧିବ l କିନ୍ତୁ ଯନ୍ତ୍ରଣା କମିଲା ପରେ ତାକୁ କାଢିଦେବ l ଏହି ଚେରକୁ ମଧ୍ୟ ବାଟି ପିଆଯାଇପାରେ ଏହା ଏକ ବିଷ ନାଶକ ଔଷଧ l କିନ୍ତୁ ଅଭିଜ୍ଞତାଧାରୀ ବଇଦ ବା ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ ନେଇ କରିପାରିବ l କିଛି ସନ୍ଧେହ ହେଲେ Youtube କୁ ଯାଇ ଅପରାଜିତା କୁ କେମିତି ବ୍ୟବହାର କରାଯାଏ ତାକୁ ଦେଖି ଆଉ ବିସ୍ଲେସଣ କରି ଏମରଜେନ୍ସି ସମୟରେ ତାକୁ ବ୍ୟବହାର କରିପାରିବେ l ଡରିବାର ନାହିଁ ଏଥିରେ ବିଶେଷ ବଡ଼ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ଖାଲି ଧ୍ୟାନ ଦେବେ କୌଣସି ଔଷଧ ବେଶୀ ପରିମାଣରେ କେବେ ମଧ୍ୟ ଗୋଟିଏ ରୋଗୀକୁ ଦେବେ ନାହିଁ l କମ କମ ଦେଇ ପରୀକ୍ଷା କରିବେ ଯଦି 10%ମଧ୍ୟ କାମ ଦେଲା ଭଳିଆ ଲାଗେ ତାର ପରିମାଣ ସେହି ହିସାବରେ ବଢେଇବେ l
*** ଏବେ ଯାହାର ସ୍ତନରେ ଗଣ୍ଠି ବା ଗର୍ଭାଶୟକୁ ଛାଡି ଅନ୍ୟ ଜାଗାରେ ଗଣ୍ଠି ବା ସିଷ୍ଟ ହୋଇଛି… ସେଇ ରୋଗୀମାନଙ୍କ ପାଇଁ ଅଵ୍ୟର୍ଥ ଔଷଧ ହେଲା ପାନରେ ଖିଆଯାଉଥିବା ଚୂନ l ଏହି ଚୂନ ସମସ୍ତ ରୋଗୀ ବ୍ୟବହାର କରିପାରିବେ l 1-2 ଗ୍ରାମ ଚୁନକୁ ଉଷୁମ ପାଣିରେ ସକାଳୁ ଖାଲି ପେଟରେ ପିଅନ୍ତୁ l ବହୁତ ଜଲଦି ଭଲ ହେଇଯିବ l ମନେରଖନ୍ତୁ କ୍ୟାନ୍ସର ସବୁ ସିଷ୍ଟ ର ଲକ୍ଷଣ ନୁହଁ l ଯଦି କ୍ୟାନ୍ସର ହେଇଯାଇଛି ତାହେଲେ ଗୋମୂତ୍ର + ହଳଦୀ + ପୁନରନବା (50 ml+5ଗ୍ରାମ +5ଗ୍ରାମ) ଫୁଟାଇ ଥଣ୍ଡା କରି ଦେଇପାରିବ l କ୍ୟାନ୍ସର ପାଇଁ ଚିନ୍ତା କରନି ଆଗାମୀ ଦିନରେ ପୋଷ୍ଟ କରିବି l କିନ୍ତୁ ଭୟ କରିବ ନାହିଁ l ସବୁ ରୋଗର ଚିକିତ୍ସା ଅଛି l
**** ହର୍ମୋନ କୁ ଠିକ ରଖେ ମେଥି l ମେଥି ଓ ଗୁଡ଼କୁ ନେଇ ଲଡ଼ୁ କରନ୍ତୁ ଆଉ ପ୍ରତିଦିନ ଗୋଟିଏ ଦୁଇଟି ଲଡ଼ୁ ରୋଗୀକୁ ଖାଇବାକୁ ଦିଅନ୍ତୁ l ଯଦି ରକ୍ତସ୍ରାବ ହେଉଛି ଗୁଡ଼ ଦେବେ ନାହିଁ ରୋଗୀକୁ l ଏହି ମେଥି ଗର୍ଭାଶୟ ଜନିତ ସବୁ ସମସ୍ୟାକୁ ଠିକ କରେ l uterus displacement ବା ଗର୍ଭାଶୟ ନିଜ ସ୍ଥାନରୁ ହଟିଗଲେ… ଏମିତି ରୋଗରେ ମେଥି ସର୍ବୋସଧୀ l
…….ବିଶେଷ ଔଷଧ ଓ ଖାଦ୍ୟ ଖାଇବ……
1- ଅଶୋକ ଗଛର ଛାଲି ସବୁଦିନ ଯେମିତି କହିଲି ସେମିତି ପିଇବ l ରୋଗ ଠିକ ନ ହେବା ପର୍ଯ୍ୟନ୍ତ l
2- ତେଲ ବଦଳରେ ଶୁଦ୍ଧ ଦେଶୀ ଗାଈର ଘିଅ ବ୍ୟବହାର କରିବାକୁ ପଡିବ l
3- ଅଁଳା ର ଯାହା ମିଳୁଛି ପିଅ ବା ଖାଅ l
4- କେମିକାଲ ଯୁକ୍ତ ବଜାରର ଫଳ ମୂଳ ନଖାଇ ନିଜ ବାଡ଼ି ବଗିଚାରେ ଯେଉଁ ଫଳ ମିଳୁଛି ଯେମିତିକି ଅମୃତଭଣ୍ଡା, ଡାଳିମ୍ବ, ପିଜୁଳି, ସପୁରି ପଣସ ଆଦି ଖାଆନ୍ତୁ l ଦେଶୀ ସଜନା ଶାଗ ନିଶ୍ଚିତ ଖାଇବେ l
5- ଚା, କଫି, ଥଣ୍ଡା ସମ୍ପୂର୍ଣ ବନ୍ଦ l ଏହା ବଦଳରେ କଳା ତୁଳସୀ ଗୋଲମରିଚ ଅଦା ସହିତ ମିଶ୍ରି ବା ଗୁଡ଼ର ଚା ପିଅନ୍ତୁ l ବହୁତ ଲାଭ କରିବ l
6- ତେନ୍ତୁଳି ଗୋଟିଏ ବଡ଼ ଔଷଧ ମୁଁ ଭୁଲିଯାଇଥିଲି l କିନ୍ତୁ ଏହାକୁ ସାବଧାନ ହୋଇ ଖାଇବାକୁ ହୁଏ l ବେଶୀ ଖାଇଲେ କ୍ଷତି କରିବ ତେଣୁ ଅଳ୍ପ ପରିମାଣରେ ଖାଇଲେ ପେଟ ଯନ୍ତ୍ରଣାରେ ଲାଭ ଦିଏ l
ଏତେ ବଡ଼ ବିଷୟକୁ ଗୋଟିଏ ପୋଷ୍ଟରେ ଲେଖିବା କିମ୍ବା ସମାଧାନ କରିବା ମୋ ପାଇଁ କାଠିକର ପାଠ ତଥାପି ମୁଁ ଚେଷ୍ଟା କରିଛି l ସନ୍ଦେହ ନିଶ୍ଚୟ ରହିବ ମୁଁ ଜାଣେ ତେଣୁ ମୋତେ ବ୍ୟକ୍ତିଗତ ମେସେଜ କରିପାରିବେ ଫେସବୁକରେ l ମୋବାଇଲ ନମ୍ବର କାହାକୁ ଦେବିନି l ଆପଣ ଖାଲି ଫେସବୁକରେ ବ୍ୟକ୍ତିଗତ ଭାବରେ ମେସେଜ କରିପାରିବେ l କାହାକୁ ଜଣେଇବା ଦରକାର ପଡିବ ନାହିଁ l
ଆଈମା ସ୍ୱାସ୍ଥ୍ୟ କଥା -36(e) ସମସ୍ତ ପ୍ରକାର ଯୌନ ରୋଗ ବିଷୟରେ

Comments
Post a Comment