ମୋ ଆଈମା ସ୍ୱାସ୍ଥ୍ୟ କଥା -36(e) ସମସ୍ତ ପ୍ରକାର ଯୌନ ରୋଗ ଉପେର
ମୋ ଆଈମା ସ୍ୱାସ୍ଥ୍ୟ କଥା -36(e)
ସମସ୍ତ ପ୍ରକାର ଯୌନ ରୋଗ ଉପେର
ଆଜିର ସ୍ୱାସ୍ଥ୍ୟ କଥା ସେକ୍ସ ହର୍ମୋନ ବିକୃତି ଓ ନାନାଦି ସେକ୍ସ ସମସ୍ୟା ଉପରେ ଆଧାରିତ l ଯେଉଁମାନେ
36(a) ଦେଖିନାହାନ୍ତି, ପ୍ରଥମେ ଦେଖନ୍ତୁ ନହେଲେ ଏହା ବୁଝିପାରିବେନି l
ଆଜିର ସ୍ୱାସ୍ଥ୍ୟ କଥାରେ ଆମେ ଜାଣିବା...
1- ସେକ୍ସ ବା କାମର ଆବଶ୍ୟକତା ଏବଂ ବିଭିନ୍ନ ସନ୍ଦେହର ଉତ୍ତର
2- ନାଇଟ ଫଲ ସମସ୍ୟା ବା ଧାତୁ ସମସ୍ୟାର ସମାଧାନ
3- ଲିକୋରିଆର ସମାଧାନ
4- ବୀର୍ୟ ଗାଢ଼ କରିବେ କିପରି??
5- ଉତ୍ତମ ସନ୍ତାନ ପ୍ରାପ୍ତି ପାଇଁ କଣ କରିବେ??
ଏସବୁ ବିଷୟ ଭିତରକୁ ପଶିବା ପୂର୍ବରୁ ମୋର ଛୋଟିଆ ଅନୁରୋଧ ଯେ ଆପଣ ଏହି ବିଷୟବସ୍ତୁକୁ ନକରାତ୍ମକ ଦୃଷ୍ଟିରେ ନଦେଖି ଏକ ଜିଜ୍ଞାସୁ ଏବଂ ସଚେତନ ବ୍ୟକ୍ତି ଭାବେ ତଥା ଗୋଟିଏ ଭଲ ସମାଜ ଗଠନ କରିବା ଉଦ୍ଦେଶ୍ୟରେ ଦେଖନ୍ତୁ l
1- ସେକ୍ସ ବା କାମର ଆବଶ୍ୟକତା ଏବଂ ବିଭିନ୍ନ ସନ୍ଦେହର ଉତ୍ତର
କେଉଁ ଅନାଦି କାଳରୁ ମଣିଷ ତାର ପ୍ରଜ୍ଞା ଏବଂ ବିଚାର ଶକ୍ତିକୁ ବ୍ୟବହାର କରି ଅନ୍ୟ ଜୀବମାନଙ୍କୁ ପଛରେ ପକାଇ ସାରା ପୃଥିବୀରେ ରାଜୁତି କରିଆସୁଅଛି l ପଶୁ ପୋଷା ମାନି ମଣିଷ ଭଳିଆ ଆଚରଣ କରିପାରେ, ମାଲିକର ବିଶ୍ୱସ୍ତ ହୋଇପାରେ, ପରୋପକାରୀ, ଦୟାଳୁ ଆଦି ଉତ୍ତମ ଗୁଣର ଅଧିକାରୀ ହେଇପାରେ କିନ୍ତୁ ଆତ୍ମଜ୍ଞାନୀ ବା ବ୍ରହ୍ମଜ୍ଞାନୀ ହେଇପାରିବନି l ଯେପରି ଚନ୍ଦ୍ର ଚକ ଚକ କଲେ ମଧ୍ୟ ନିଜର ନିଜସ୍ୱ ଆଲୋକ ନାହିଁ ଠିକ ସେହିପରି ପଶୁ ଭିତରେ ନିଜସ୍ୱ ଆତ୍ମଜ୍ଞାନ ନାହିଁ l ସେଥିପାଇଁ ସେମାନେ ମୋକ୍ଷ ପ୍ରାପ୍ତି ପାଇଁ ଅଯୋଗ୍ୟ ଅଟନ୍ତି l ଆମକୁ ଯଦି ମୋକ୍ଷ ପ୍ରାପ୍ତି କରିବାର ଅଛି ତାହେଲେ ଆତ୍ମଜ୍ଞାନୀ ହେବାକୁ ପଡିବ l ପ୍ରକୃତିର ବନ୍ଧନ ଓ ମାୟାରୁ ଦୁରେଇ ରହିପାରିଲେ ହିଁ ମୋକ୍ଷ ମିଳିବ l ତେବେ ଏଥିପାଇଁ ଜୀବନରେ ସବୁ ଶିକ୍ଷଣୀୟ ଅନୁଭୂତିର ରାସ୍ତାରେ ଗତି କରିବାକୁ ପଡିଥାଏ l ପ୍ରଥମେ ଧର୍ମ ତାପରେ ଅର୍ଥ ତାପରେ କାମ ଏବଂ ଶେଷରେ ମୋକ୍ଷ l କାମକୁ ନହରେଇଲେ ମୋକ୍ଷ ପ୍ରାପ୍ତି ଅସମ୍ଭବ l କାମକୁ କେମିତି ଜିତିବେ?? ଉତ୍ତର ଦେବା ପୂର୍ବରୁ କାମର ଆବଶ୍ୟକତା ଜାଣିବା ଦରକାର l କାମ ନହେଲେ ପୃଥିବୀରେ ଜୀବଜଗତର ସତ୍ତା ରହିବ ନାହିଁ l ଆମ ସମସ୍ତଙ୍କର ଜନ୍ମ ଏହି କାମ ଯୋଗୁଁ l ଏହା ଏକ ପ୍ରାକୃତିକ କ୍ରିୟା ଯାହା ସମସ୍ତ ଜୀବଜଗତ କରିବାକୁ ବାଧ୍ୟ l ଏହା ନହେଲେ ସୃଷ୍ଟି ଚଳିବ ନାହିଁ l କିନ୍ତୁ ଏହା ଏକ ବାସନା ବା ଖେଳ ନୁହଁ ଯାହାକି ଉପଭୋଗ ପାଇଁ ହିଁ କେବଳ ବ୍ୟବହାର ହେବ l ଯଦି ଏହା ହୁଏ ତେବେ ମଣିଷ, ମଣିଷ ସ୍ତରରୁ ପଶୁ ସ୍ତରକୁ ଆସିଯିବ ଆଉ ତାକୁ ନାନାଦି ମାୟା ବନ୍ଧନ ଆକ୍ରମଣ କରିବ l ସେଥିପାଇଁ ଆମର ପୁରାଣ ଇତିହାସ ବୀର୍ୟ ସଂରକ୍ଷଣର ଉପକାରିତା ଆଉ କାମର ଉତ୍ତମ ପ୍ରୟୋଗ ଉପରେ ଆଲୋକପାତ କରିଥାଏ l ଗୃହସ୍ଥୀକୁ ସନ୍ୟାସୀ କରାଇଥାଏ ଏହି କାମ, ଯଦି ଗୃହସ୍ଥୀ କାମର ଉପଯୋଗ ଠିକ ଭାବେ କରେ l
.
ତାହେଲେ ବିବାହ କରିବାଟା ନିତାନ୍ତ ଦରକାର??
ନିଃସନ୍ତାନ ହେଲେ ମୋକ୍ଷ ମିଳିବ କି ନାଇଁ????
ଉତ୍ତର ହେଲା ଜରୁରୀ ନୁହଁ, କାରଣ ଯଦି ଜଣେ ନିଜ ଚେତନାର ସ୍ତରକୁ ବଢ଼େଇ, କାମକୁ ନିଜ ଅଧୀନରେ କରିପାରିଲେ ସେହି ବ୍ୟକ୍ତି ଆଉ ତଳ ସ୍ତରକୁ ଯାଇ ଶିଖିବାର କୌଣସି ଆବଶ୍ୟକତା ନାହିଁ l ବିବାହ କରି ମଧ୍ୟ ସେ କାମ ନକରି ଓ ନିଃସନ୍ତାନ ରହି ମୋକ୍ଷ ପ୍ରାପ୍ତି କରିପାରିବେ l
ଏସବୁ ଅଜବ କଥା ସ୍ୱାସ୍ଥ୍ୟ କଥାରେ ମୁଁ ଏଥିପାଇଁ ଆଣିଲି କାରଣ ଲୋକଙ୍କ ବହୁତ ସାଇକୋଲୋଜି ରହୁଛି ତାକୁ ଠିକ ଭାବେ ଏବଂ ପରିବାର, ସମାଜ ଓ ଧର୍ମ ଆଧାରରେ ବୁଝେଇବାକୁ ହୋଇଥାଏ l ଏବେ ଯେଉଁମାନେ ଯୌବନ ଦେଶରେ ପାଦ ଦେବେ ସେମାନେ ଏହାକୁ ବହୁତ ହାଲୁକା ଏବଂ ପ୍ରାକୃତିକ ଭାବରେ ନେବେ ତାହେଲେ ତାଙ୍କ ମନରେ କୌଣସି ଦ୍ୱନ୍ଦ ରହିବ ନାହିଁ l ଏବେ ଆସନ୍ତୁ ଜାଣିବା ନାନା ସେକ୍ସ ରୋଗ ବିଷୟରେ.....
1- ନାଇଟ ଫଲ ସମସ୍ୟା ବା ଧାତୁ ସମସ୍ୟାର ସମାଧାନ
ଏହା ଏକ ବାତ- ପିତ୍ତ ରୋଗ ଅଟେ l ପେଟ ସଫା ନହେଲେ, ଅଶ୍ଳୀଳ କଥା ଚିନ୍ତା କଲେ ଆଉ ତାକୁ ଅଭ୍ୟାସରେ ଆଣିଲେ ଏହା ହୋଇଥାଏ l ଶାରୀରିକ ଶ୍ରମର ଅଭାବ ସହିତ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ଏହା ହୋଇଥାଏ l
ସମାଧାନ :
ପାଣି ବେଶୀ ପିଅନ୍ତୁ ଏବଂ ଧୀରେ ଧୀରେ ବସିକି ପିଅନ୍ତୁ l 1 ଚାମଚ ତ୍ରିଫଳା ଚୁର୍ଣ୍ଣକୁ ରାତିରେ ଉଷୁମ କ୍ଷୀର ବା ପାଣିରେ ଖାଆନ୍ତୁ l ନାକରେ ଶୋଇବା ପୂର୍ବରୁ 5-5 ବୁନ୍ଦା ଶୁଦ୍ଧ ଦେଶୀ ଗାଈ ଘିଅକୁ ଅଳ୍ପ ଉଷୁମ କରି ଗୋଟିଏ ନାକ ଡ୍ରପର ସାହାର୍ଯ୍ୟରେ ପକାନ୍ତୁ l 2-3 ଦିନରେ ପରିଣାମ ଆସିଯିବ l
2- ଲିକୋରିଆର ସମାଧାନ
ଏହା ନାରୀମାନଙ୍କର ରୋଗ l ସମାଧାନ ହେଲା ରୋଗୀର ବାୟୁ ଦୋଷକୁ ଠିକ ରଖିବାକୁ ହେବ l ରାତିରେ ବେଶୀ ସମୟ ଚେଇଁବ ନାହିଁ l ଅଶ୍ଳୀଳତା ଠାରୁ ଦୁରେଇବାକୁ ହେବ l 10ଟି ଵେଲ ପତ୍ର ସହିତ 5 ଟି ଗୋଲମରିଚ ବାଟି ସକାଳୁ ଖାଲି ପେଟରେ ପିଇବ l ରୋଗ ଜାଗାରେ ନିମ୍ବ ତେଲ ବା ଘିଅ ବା ଗୋମୂତ୍ର ଲଗେଇପାରିବ l ପେଟ ସଫା ପାଇଁ ରାତିରେ ଉଷୁମ ଗାଈ କ୍ଷୀର ବା ପାଣି ସହିତ 1 ଚାମଚ ଦେଶୀ ଗାଈ ଘିଅ ଓ ଅଧା ଚାମଚ ଦେଶୀ ହଳଦୀ ଗୁଣ୍ଡ ମିଶେଇ ଓ ଭଲକି ଫେଣ୍ଟି ଛିଡା ହୋଇ ପିଇବ l 7-10 ଦିନ ଭିତରେ ଭଲ ହେଇଯିବ l
3- ବୀର୍ଯ୍ୟକୁ ଗାଢ଼ କେମିତି କରିବ??
କାମ କଲାବେଳେ ହେଉଥିବା ପୁରୁଷମାନଙ୍କ ସମସ୍ୟା ଭିତରୁ ଏହା ଗୋଟିଏ l ସମାଧାନ ହେଲା ସବୁଦିନ ରତି କ୍ରିୟା ନ କଲେ ଭଲ l ତଥାପି ଯଦି ଚାହୁଁଛନ୍ତି ତାହେଲେ ଗୋଟିଏ ଔଷଧ ଖାଇବ ତାହା ହେଲା ଛୋଟ ଗୁଜୁରାତି ବା ଅଳେଇଚ ସହିତ କଖାରୁ ମଞ୍ଜି, ତୁଳସୀ ମଞ୍ଜି, ଅଶ୍ଵଗନ୍ଧା, ଶତାବରୀ, ଦେଶୀ ଗାଈ କ୍ଷୀର ଓ ମିଶ୍ରି l ଅଳେଇଚ ଜଲଦି ଶୂକ୍ରାଣୁ ତିଆରିରେ ସାହାର୍ଯ୍ୟ କରେ, କଖାରୁ ଜିଙ୍କ ଓ ଅଣୁସାର ଯୋଗାଏ, ତୁଳସୀ ମଞ୍ଜି ପ୍ରତିରୋଧ ଶକ୍ତି ବଢାଏ, ଅଶ୍ଵଗନ୍ଧା ଓ ଶତାବରୀ ଶାରୀରିକ ଶକ୍ତି ଯୋଗାଇଥାଏ l
4- ଉତ୍ତମ ସନ୍ତାନ ପ୍ରାପ୍ତି ପାଇଁ କଣ କରିବେ???
ଯେତେ ସଂଯମ ହେଇ ରହିବେ ସେତେ ଭଲ ସନ୍ତାନ ହେବ, ମାନେ ହେଲା ନିୟମ ମାନି ରତି ବା କାମ କରନ୍ତୁ l ମାଛ ମାଂସ ଓ ତାମସିକ ଜିନିଷ ଠାରୁ ଦୁରେଇ ରୁହନ୍ତୁ l ଆୟୁର୍ବେଦ ଔଷଧ ଦ୍ୱାରା ସବୁବେଳେ ଚିକିତ୍ସିତ ହୁଅନ୍ତୁ l ନିଶା ଠାରୁ ଦୁରେଇ ରୁହନ୍ତୁ l ଆୟୋଡିନ ଲୁଣ ନଖାଇ ଷୌନ୍ଧବ ଲୁଣ ବ୍ୟବହାର କରନ୍ତୁ l ଯଦି ଶୂକ୍ରାଣୁ ଓ ଡିମ୍ବାଣୁ ଯେତିକି ରହିବା କଥା କମ ରହୁଛି ତାହେଲେ ଗୋଟିଏ କପ ଡାଳିମ୍ବ ଫଳ ରସ ବା କୌଣସି ଫଳ ରସ ବା ଉଷୁମ ପାଣି ସହିତ 1 ଗ୍ରାମ ଖାଇବା ଚୂନ ମିଶେଇ ଉଭୟ ସ୍ୱାମୀ ସ୍ତ୍ରୀ ଖାଲି ପେଟରେ ପ୍ରତିଦିନ ପିଅନ୍ତୁ l ଯଦି ଗର୍ଭବତୀ ହେବାର ସୂଚନା ପାଆନ୍ତି ପ୍ରଥମ ମାସରୁ ସେଇ ମହିଳା ପ୍ରତିଦିନ 1 ଗ୍ରାମ ଚୂନ ସହିତ 1 କପ ଦେଶୀ ଗାଈ ଦହି ଖାଲି ପେଟରେ 6-7ମାସ ପର୍ଯ୍ୟନ୍ତ ଖାଇଲେ ମା ଓ ଶିଶୁର ବହୁତ କଲ୍ୟାଣ ହୋଇଥାଏ, ବିକଳାଙ୍କ ଶିଶୁ ଜନ୍ମ ହୁଏନି, ଶିଶୁଟି ପ୍ରବଳ ବୁଦ୍ଧିମାନ ଓ ଶକ୍ତିଶାଳୀ ହୋଇଥାଏ l ମାର ନର୍ମାଲ ପ୍ରସବ ସହିତ ପ୍ରସବ ବେଦନା କମ ହୁଏ l କୌଣସି ଭିଟାମିନ କ୍ୟାଲସିଉମ, ଲୌହ ଆଦିର ଅଭାବ ହୋଇନଥାଏ l
.

Comments
Post a Comment