ମୋ ଆଈମା ସ୍ୱାସ୍ଥ୍ୟ କଥା - 37 ବେଲ ଗଛ
*ସ୍ୱାସ୍ଥ୍ୟ କଥା - 37 ବେଲ ଗଛ
ପ୍ରକୃତିର ଲୀଳା ବଡ଼ ବିଚିତ୍ର l କେଉଁ ଗଛ ଖରା ଦିନେ ସମ୍ପୂର୍ଣ ଲଣ୍ଡା ହେଇଯାଏ ତ କିଛି ଗଛ ପ୍ରବଳ ଖରା ସହି ଜୀବଜଗତ କୁ ସବୁବେଳେ ନିଜର ଫଳ, ଫୁଲ, ପତ୍ର ଆଦି ବର୍ଷ ସାରା ଦେଇଥାନ୍ତି l ଆପଣ କେବେବି ଏମିତି ଗୋଟିଏ ଗଛ କହିପାରିବେ ନାହିଁ ଯେଉଁ ଗଛର ପତ୍ର, ଫୁଲ ଓ ଫଳକୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଏ ତାହା ପତ୍ର ଝଡା ଦେଉଥିବ !!! ଧନ୍ୟ ସେଭଳି ବୃକ୍ଷ ଧନ୍ୟ ଏମାନଙ୍କ ମହିମା l ଆଜିର ସ୍ୱାସ୍ଥ୍ୟ କଥା ଏଭଳି ମହାନ ବୃକ୍ଷ ଉପରେ ପର୍ଯ୍ୟବେସିତ l ତାହା ହେଲା ଶିବ ଭଗବାନଙ୍କ ଅତି ପ୍ରିୟ - ବେଲ ଗଛ l ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି - " *ଦର୍ଶନମ ବିଲବ ବୃକ୍ଷସ୍ୟ ସ୍ପର୍ଶନମ ପାପ ନାଶନମ* "- କେବଳ ବେଲ ଗଛର ଦର୍ଶନ ଓ ସ୍ପର୍ଶ ଦ୍ୱାରା ଜୀବର ପାପ ନାଶ ହୋଇଥାଏ l ଆଜିର ସ୍ୱାସ୍ଥ୍ୟ କଥାରେ ଗୋଟି ଗୋଟି କରି ଜାଣିବା କଣ ସବୁ ରହିଛି ବେଲ ଗଛର ମହିମା l
*1- ପତ୍ରର ମହିମା ବା ପତ୍ର ଦ୍ୱାରା କେଉଁ ରୋଗ ସବୁ ଭଲ ହେଇଥାଏ?*
*2- ଫଳର ମହିମା ବା ଫଳ ଦ୍ୱାରା କଣ ସବୁ ରୋଗ ଭଲ ହୁଏ??*
*3- ଫୁଲର ମହିମା ବା ଫୁଲର କଣ ସବୁ ଉପକାରିତା ରହିଛି???*
*4- ମୂଳର ମହିମା ବା ବେଲ ଗଛର ମୂଳ ଦ୍ୱାରା କେଉଁ ରୋଗ ସବୁ ଭଲ ହୁଏ????*
*5- ବେଲ ଗଛର କଣ୍ଟାର ମହିମା କଣ?????*
*....................ବେଲ ପତ୍ରର ମହିମା .......................*
👉 ସମସ୍ତ ପ୍ରକାର ବାତ - ପିତ୍ତ ରୋଗ ଯେପରିକି ଏସିଡ଼ିଟି, ଅଳସର, ପେଟ ଦରଜ, ସଂଗ୍ରହଣୀ, ଆଣ୍ଠୁ ଓ ଅଣ୍ଟା ଦରଜ, ଶରୀର ଝାଳ ଦୁର୍ଗନ୍ଧ ଆସିବା, ବାଳ ଝାଡ଼ିବା ବା ପାଚିବା, କାମୁକ ଚିନ୍ତା ଆସିବା ସବୁବେଳେ, ରକ୍ତ ପରିଷ୍କାର କରିବା, ବ୍ଲଡ଼ ପ୍ରେସର, ଆନିମିଆ, ମଧୁମେହ ଆଦି ରୋଗରେ ଖୁବ ବଢ଼ିଆ କାମ କରେ l
👉 7 ଟି ବେଲ ପତ୍ର ସହିତ 3ଟି ଗୋଲମରିଚ ଖାଇବେ ସକାଳୁ l ଥଣ୍ଡା ସର୍ଦି ଜ୍ୱରରେ ତୁଳସୀ ପତ୍ର ଓ ମହୁ ମିଶାଇ ଖାଇପାରିବେ l
👉 ମିଶ୍ରି ସହିତ ଖାଇଲେ ଏସିଡ଼ିଟି, ପେଟ ଗ୍ୟାସ ସମସ୍ୟା ଦୂର ହୁଏ l
👉 ବେଲ ପତ୍ର ଶୀଘ୍ର ହଜମ ହୁଏ ମହୁ ସହିତ ଖାଇଲେ l
👉 ଶିଶୁ ପତ୍ର 7ଟି ସହିତ ବେଲ ପତ୍ର 7 ଟି ସକାଳେ ଖାଇଲେ ଦୁର୍ଗନ୍ଧ ଦୂର ହୁଏ l
👉 ମିଶ୍ରି ସହିତ ଶୁଖିଲା ବେଲ ପତ୍ର ଖାଇଲେ ନିମୋନିଆ ରୋଗ ଭଲ l
👉 କର୍ଣ୍ଣ ପୀଡା ଦୂର କରେ ଯେତେବେଳେ ଏହାକୁ ସୋରିଷ ତେଲ ସହିତ ଫୁଟାଯାଇ ବ୍ୟବହାର କରାଯାଏ l
👉 ଏହାକୁ ପାଣିରେ ସିଝାଇ ଥଣ୍ଡା କରି ସେଇ ପାଣିକୁ ଆଖିରେ ଧୋଇଲେ ଆଖି ସମ୍ବନ୍ଧୀୟ ବହୁତ ରୋଗ ଦୂର ହୋଇଥାଏ l
*..................ବେଲ ଫୁଲର ମହିମା...................*
👉 ବାନ୍ତି ପାଇଁ ବଡ଼ ଔଷଧ l ଚୋବେଇ ଖାଇବା ଦ୍ୱାରା ବା ଶିଝେଇ ପିଇବା ଦ୍ୱାରା ଠିକ ହେଇଥାଏ l
👉 ହଇଜା ବା ଝାଡା ରୋଗ ପାଇଁ ବହୁତ କାମ ଦିଏ l
*...............ଫଳର ମହିମା...............*
👉 ଫଳ ପେଟକୁ ଥଣ୍ଡା ରଖେ l ପେଟକୁ ମଜବୁତ କରେ l
👉 ଏହାର ଅଠାଳିଆ ମଞ୍ଜି କାମ ଶକ୍ତିକୁ ବଢାଏ ସେଥିପାଇଁ ବହୁତ ଲୋକେ ବେଲ ଫଳ ଖାଇବା ବେଳେ ଏହାକୁ ଅଲଗା କରି ଖାଆନ୍ତି l
👉 ପେଟ ସଫା କରେ କିନ୍ତୁ ବାତ - ପିତ୍ତ ରୋଗୀଙ୍କ ପାଇଁ କେବଳ କାମ ଦିଏ l କଫ ରୋଗୀଙ୍କ ପେଟ ସଫା କରାଇଦିଏନି l
👉 କ୍ୟାଲସିୟମ ଅଭାବ ଦୂର କରେ l
👉 ରକ୍ତଗତ ଅର୍ଶ ପାଇଁ ବଡ଼ ଔଷଧ l ଯେତିକି ଖାଇପାରିବେ ସେତିକି ଭଲ l
👉 ଗରମ ବାତ ଯେପରିକି ଖଞ୍ଜା ଯନ୍ତ୍ରଣା ଓ ନାନା ପ୍ରକାର କ୍ଷୟ ରୋଗରେ ବହୁତ କାମ ଦିଏ l
👉 ଏହାର ଗୋଦା ଅଂଶ ଯୋଡିବା କାର୍ଯ୍ୟରେ ବ୍ୟବହାର ହୋଇଥାଏ l ସିମେଣ୍ଟ ବା ଚୂନ ସହିତ ମିଶି ବଢ଼ିଆ ୱାଟର ପ୍ରୁଫ ପଦାର୍ଥ ତିଆରି କରେ l
👉 ମସ୍ତିଷ୍କ ସମ୍ବନ୍ଧୀୟ ସମସ୍ୟାଗୁଡିକରେ ବହୁତ କାମ ଦିଏ l ବୁଦ୍ଧିମାନ କରାଏ l
*...............ମୂଳର ମହିମା.............*
👉 ସ୍ୱୟଂ ଭଗବାନ ଶିବ ବେଲ ଗଛରେ ରହନ୍ତି ତେଣୁ ଗଛର ଅନ୍ୟ ଅଂଶ ଅପେକ୍ଷା ମୂଳ ଟି ବେଶୀ ଔଷଧ ଗୁଣରେ ପରିପୂର୍ଣ l
👉 ସମସ୍ତ ପ୍ରକାର ବାତ ଓ ପିତ୍ତ ପାଇଁ ପ୍ରକୃତିର ବଡ଼ ଔଷଧ l ବେଲ ପତ୍ର ଅପେକ୍ଷା ବେଲ ମୂଳରେ ଅଧିକ ଆବଶ୍ୟକ ଜିନିଷ ଥାଏ ତେଣୁ ଏହା କମ ପରିମାଣରେ ଖାଇଲେ ମଧ୍ୟ ଅଧିକ କାମ କରେ l
👉 ବାନ୍ତି, ପେଟ ସଫା, ହଇଜା, ଝାଡା ଆଦି ରୋଗ ପାଇଁ ବହୁତ କାରିଗରୀ l
*.................କଣ୍ଟାର ମହତ୍ୱ................*
👉 ଦୁଇ ପ୍ରକାର କଣ୍ଟା ଥାଏ l ଗୋଟିଏ କୋମଳ ବା ସଫ୍ଟ କଣ୍ଟା ଆଉ ଗୋଟେ ହେଲା ହାର୍ଡ ବା ଶକ୍ତ କଣ୍ଟା l
👉 ସଫ୍ଟ କଣ୍ଟାକୁ ଘୁରି କ୍ଷତ ଜାଗାରେ ଲଗେଇଲେ ଜଲଦି ଘା ସୁସ୍ଥ ରୁହେ l କଠିନ କଣ୍ଟା ପୋଜ ବାହାର କରିବା ନାକ ଓ କାନ ଫୋଡିବା ପାଇଁ ବହୁ କାଳରୁ ବ୍ୟବହାର ହେଉଥିଲା l ଏଥିରେ କଲେ ସଂକ୍ରମଣ ବା ଇନଫେକ୍ସନ ହେବାର ସମ୍ଭାବନା ନଥାଏ l
👉 ବେଲ କାଠ ମଧ୍ୟ ବହୁତ ଉପଯୋଗୀ l ଏହା ଥଣ୍ଡା ପ୍ରକୃତିର ହୋଇଥିବାରୁ ଚନ୍ଦନ ପରି ବ୍ୟବହାର ହୋଇଥାଏ l
👉 ଏହାର ଛାଲି ମଧ୍ୟ ବହୁତ ଉପକାରୀ ପତ୍ର ତୁଳନାରେ l
ଆଶା କରୁ ଆପଣ ନିଶ୍ଚୟ ଏହି ସ୍ୱାସ୍ଥ୍ୟ କଥା ଦ୍ୱାରା ଉପକୃତ ହୋଇଥିବେ l
.

Comments
Post a Comment