ମୋ ଆଈମା ସ୍ୱାସ୍ଥ୍ୟ କଥା - 28 ତରଭୁଜର ଉପକାରିତା

ମୋ ଆଈମା ସ୍ୱାସ୍ଥ୍ୟ କଥା - 28 ତରଭୁଜର ଉପକାରିତା

ପ୍ରକୃତିର ଲୀଳା ବଡ଼ ବିଚିତ୍ର l ବାର ମାସ ଓ ଛଅଟି ଋତୁ ଦ୍ୱାରା ଅନବରତ ମଣିଷମାନଙ୍କୁ ନାନା ପ୍ରକାର ସୁଖ ଓ ଦୁଃଖ ଦେଇଥାଏ l ଥରେ ଛୋଟ ବେଳେ ଏହି କଥା ମୁଁ ମୋର ଆଈମାଙ୍କୁ ପଚାରିଥିଲି - ଆଈମା ବର୍ଷା ଦିନେ କେତେ କାଦୁଅ ହୁଏ ଆମ ଗାଁ ରାସ୍ତା, ମୋତେ ସବୁ ଋତୁ... ସବୁ ମାସ... ଭଲ ଲାଗେ କିନ୍ତୁ ଏହି ବର୍ଷା ସମୟ ବିଲକୁଲ ବି ଭଲ ଲାଗେନି l କାହିଁକି ଏହି ବର୍ଷା ଦିନ ଆସେ?? ମୋତେ ଜମାରୁ ଭଲ ଲାଗେନି l ମୋ ପ୍ରଶ୍ନ ତଥା ବିରକ୍ତିକର ମୁହଁଭଙ୍ଗୀ ଦେଖି ଆଈମା କହିଲା - ଏହି ଦୁନିଆଁ ସବୁବେଳେ ଘୁରୁଛି l ସୁଖ ପରେ ଦୁଃଖ... ଦୁଃଖ ପରେ ସୁଖ... ଖରା ପରେ ବର୍ଷା... ବର୍ଷା ପରେ ପୁଣି ଖରା... ଘୁରୁଚି ପରା.. l କିନ୍ତୁ ଦୁଃଖ ବେଳେ ମଧ୍ୟ କିଛି ଜିନିଷ ପ୍ରକୃତି ଆମକୁ ଏଭଳି ଦେଇଥାଏ ଯାହାକି ଆମକୁ ଦୁଃଖ ସମୟରେ ସାହାଯ୍ୟ କରେ l ଉଦାହରଣ ସ୍ୱରୂପ ଏଇ ଖରା ଦିନରେ ମଣିଷମାନେ ପ୍ରଚଣ୍ଡ ଖରା ଯୋଗୁଁ କେତେ ଡହଳବିକଳ ହୁଅନ୍ତି l ଖରାର ପ୍ରଭାବରେ ଲୋକଙ୍କୁ ଅଂଶୁଘାତ ଭଳି ମାରାତ୍ମକ ରୋଗ ମାଡିବସି ବହୁତ ଲୋକମାନଙ୍କର ପ୍ରାଣ ନେଇଥାଏ l କିନ୍ତୁ ପ୍ରକୃତି ଏହାର ବିପରୀତ ପକ୍ଷରେ ମଣିଷ ମାନଙ୍କୁ ଏହି ଅଂଶୁଘାତରୁ ରକ୍ଷା କରିବା ପାଇଁ ବିଭିନ୍ନ ବ୍ୟବସ୍ଥା ମଧ୍ୟ କରିଥାଏ l ଯେତେବେଳେ ପୋଖରୀ, କୂଅ, ନଳକୂପ ଆଦି ଶୁଖିଯାଏ ସେତେବେଳେ କୌଣସି ଜୀବ ପାଣି ପାଆନ୍ତି ନାହିଁ ଏହି ସମୟରେ ପ୍ରକୃତି ଗଛ ଲତା ମାଧ୍ୟମରେ ସାରା ପ୍ରାଣୀ ସମାଜକୁ ପ୍ରାକୃତିକ ପାଣି ଯୋଗାଇଥାଏ l ଏଇ ଆମ୍ବ, ପଇଡ଼, ତରଭୁଜ ଇତ୍ୟାଦି ଖାଇଲେ ଆମ ଶରୀରକୁ ପ୍ରଚୁର ପରିମାଣରେ ଜଳୀୟ ଅଂଶ ମିଳିଥାଏ l ଆଈମା କଥା ଶୁଣୁ ଶୁଣୁ ହଠାତ ମନ ଭିତରେ ଏକ ପ୍ରଶ୍ନ ଆସିଲା - *ଆଈମା ତରଭୁଜ ଖାଇଲେ ଆମର କଣ ସବୁ ଲାଭ ହୋଇଥାଏ ଟିକିଏ ବୁଝାଇ ଦେଲେ ଭଲ ହୁଅନ୍ତା??* 

ଆଈମା ଯେଉଁ ଉତ୍ତର ସବୁ ଦେଲା ତାହାକୁ ନେଇ ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥା ହେଲା 👈

 *ଆଈମା ଗୋଟି ଗୋଟି କରି ତରଭୁଜର ଉପକାରିତା କହିବା ଆରମ୍ଭ କଲା...* 

👉 ତରଭୁଜ ଗୋଟିଏ ଏମିତି ଫଳ ଯେଉଁଠି 90% ଖାଲି ପାଣି l ପଇଡ଼ ଭିତରେ ମଧ୍ୟ ଏତିକି ପାଣି ନଥିବ ଯେତିକି ପାଣି ତରଭୁଜ ଭିତରେ ଥାଏ l

👉 ଶରୀରକୁ ଖରା ଦିନେ ଦରକାର କରୁଥିବା ନାନାଦି ସୂକ୍ଷ୍ମ ପୋଷକ ତତ୍ତ୍ୱ,  ଯାହାକି ଝାଳ ଦ୍ୱାରା ଶରୀରରୁ ବାହାରି ଯାଇ ଶରୀରକୁ ଦୁର୍ବଳ କରିପକାଏ,  ସେଇ ସବୁ ଜରୁରୀ ପୋଷକ ତତ୍ତ୍ୱ ଏହି ତରଭୁଜ ଆମକୁ ଦେଇଥାଏ l ଆମେ ଖାଇଲେ ଆମକୁ ସେହି ସବୁ ମିଳିଯାଏ l ଯାହାଫଳରେ ଆମେ ଅଂଶୁଘାତ ଦାଉରୁ ରକ୍ଷା ପାଇଥାଉ l

👉 ଏହାର ମଞ୍ଜିରେ ବହୁତ ଶକ୍ତି ଥାଏ l କିଛି ବ୍ୟକ୍ତି ମଞ୍ଜିର ମହିମା ନଜାଣି ତାକୁ ଫିଙ୍ଗି ଫୋପାଡ଼ି ଦିଅନ୍ତି l ଏହି ମଞ୍ଜି ଶୁକ୍ର ଧାତୁ ତିଆରି କରିବାରେ ଖୁବ କାରିଗରୀ l ଶାରୀରିକ ଦୁର୍ବଳତାକୁ ଦୂର କରେ l ଯେଉଁମାନଙ୍କର ପରିସ୍ରା ବା ପ୍ରୋଷ୍ଟ୍ରେଟ ଗ୍ରନ୍ଥି ସମସ୍ୟା ରହିଛି ସେମାନଙ୍କ ପାଇଁ ଅଵ୍ୟର୍ଥ ଔଷଧ l ଯେଉଁମାନେ ପତଳା ଅଟନ୍ତି ବା ଯେଉଁମାନଙ୍କର ଓଜନ ହ୍ରାସ ପାଉଛି ତାଙ୍କ ପାଇଁ ମଧ୍ୟ ବଢ଼ିଆ କାମ କରେ ଏହି ତରଭୁଜ ମଞ୍ଜି l

👉 ଏହାର ମୋଟା ଚୋପା ମଧ୍ୟ ଖୁବ ଗୁଣକାରୀ l ଗାଈ ବଳଦ ଖୁବ ଭଲ ପାଆନ୍ତି ଖାଇବାକୁ l ଯେଉଁମାନଙ୍କର ମଧୁମେହ, କୋଷ୍ଟକାଠିନ୍ୟ ବା ନାନାଦି ପିତ୍ତ ସମସ୍ୟା ରହିଛି ସେମାନେ ଭଲ ଭାବେ ଏହାକୁ ଚୋବେଇ ବା ଗୋଲମାରିଚ ସହ ବାଟି ପିଇପାରିବେ l ଏହା ଖୁବ ଗୁଣକାରୀ l ଏଥିରେ ଶିବ ତତ୍ତ୍ୱ ରହିଛି l

👉 ଏହାକୁ ସକାଳେ ଓ ଦୁହିପହର ସମୟରେ ଖିଆଯାଇପାରିବ l ଏହି ସମୟରେ ଖାଇଲେ ଏହା ପିତ୍ତ ଦୋଷକୁ ଠିକ କରିଥାଏ କିନ୍ତୁ ରାତିରେ ଖାଇଲେ କଫ ଦୋଷକୁ ବଢ଼ାଇଥାଏ l

👉 ରକ୍ତ ଚାପକୁ ଠିକ ରଖେ l ବାତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ଇତ୍ୟାଦି ଇତ୍ୟାଦି.... 

ଆଈମା ଆଜିର ସ୍ୱାସ୍ଥ୍ୟ କଥାରେ ଖରା ଦିନରେ ତରଭୁଜ କଣ ପାଇଁ ବେଶୀ ଖାଇବା ଉଚିତ ସେଇ ବିଷୟରେ ସୁନ୍ଦର ଭାବରେ କହିଲେ l 





ମୋ ଆଈମା ସ୍ୱାସ୍ଥ୍ୟ କଥା - 29(a)   ଶରୀରରେ ଧୋତି ବା ଶାଢ଼ୀର କଣ ମହତ୍ୱ ରହିଛି?? 

 









.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)