ମୋ ଆଈମା ସ୍ୱାସ୍ଥ୍ୟ କଥା - 29(a) ଶରୀରରେ ଧୋତି ବା ଶାଢ଼ୀର କଣ ମହତ୍ୱ ରହିଛି??
*ମୋ ଆଈମା ସ୍ୱାସ୍ଥ୍ୟ କଥା - 29(a)* ଶରୀରରେ ଧୋତି ବା ଶାଢ଼ୀର କଣ ମହତ୍ୱ ରହିଛି??
ଧନ୍ୟ ଭାରତବର୍ଷ ଧନ୍ୟ ଭାରତୀୟ ପ୍ରାଚୀନ ସଂସ୍କୃତି l ଆମେ ସବୁବେଳେ ଗର୍ବ କରିବା ଯେତେବେଳେ ଜାଣିବା କି ଆମର ପୂର୍ବପୁରୁଷ ଲୋକମାନେ କେତେ ବୈଜ୍ଞାନିକ ଶୈଳୀରେ ଜୀବନଯାପନ କରୁଥିଲେ l ମହାତ୍ମା ଗାନ୍ଧୀ ଯେତେବେଳେ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଲେ ସେତେବେଳେ ଗାନ୍ଧିଜୀ ଭାରତର ବିଭିନ୍ନ ଜାଗା ବୁଲି ଏହି ଦେଶର ପରମ ସାଂସ୍କୃତିକ ସୁଗନ୍ଧିତ ମହକ ପାଇପାରିଥିଲେ l କଳା କୋର୍ଟ ପିନ୍ଧିବା ଛାଡି ଆପଣାଇଥିଲେ ବୈଜ୍ଞାନିକ ଭାରତୀୟ ବେଶଭୁଷାକୁ l ତେବେ କଣ ପାଇଁ ଗାନ୍ଧିଜୀ ସବୁବେଳେ ଖଣ୍ଡେ ଏକକ ବସ୍ତ୍ର ପରିଧାନରେ ସବୁବେଳେ ରହୁଥିଲେ ତଥା କଣ ସବୁ ବୈଜ୍ଞାନିକ ଜିନିଷ ରହିଛି ଭାରତୀୟମାନଙ୍କ ପରିଧାନ ଓ ବେଶଭୁଷା ଉପରେ??? - ତାହା ଆଜି ଆମେ ଜାଣିବା ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥାରେ..
*ଧୋତି ବା ଶାଢ଼ୀରେ କଣ ଅଛି ବୈଜ୍ଞାନିକ ରହସ୍ୟ?*
ପଞ୍ଚମହାଭୁତରେ ତିଆରି ହୋଇଥିବା ଏହି ଆମ ଶରୀରକୁ କେବେବି ଖଣ୍ଡ ଖଣ୍ଡ କରାଯାଇନି ଯେପର୍ଯ୍ୟନ୍ତ ଶରୀର ଭିତରେ ଜୀବନ ବା ଆତ୍ମାର ବାସ ଅଛି l ସେଥିପାଇଁ ବସ୍ତ୍ର ମଧ୍ୟ ଏକକ ହେବା ଦରକାର l କୂଚଳା ବସ୍ତ୍ର ବା ସିଲେଇ ହୋଇଥିବା ବସ୍ତ୍ର କେବଳ ଦିନ ଦରିଦ୍ରମାନେ ବା ବସ୍ତ୍ର କିଣି ପରିବାରେ ଅସମର୍ଥ ଥିବା ବ୍ୟକ୍ତିମାନଙ୍କ ପାଇଁ ପୂର୍ବ କାଳରେ ବ୍ୟବସ୍ଥା ଥିଲା l ଫଟା-ତୁଟା ଜିନିଷ ପରିଧାନ କଲେ ଲକ୍ଷ୍ମୀ ଜାଗାରେ ଅଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି ସେଥିପାଇଁ ସମସ୍ତେ ଏକକ ବସ୍ତ୍ର ପରିଧାନ ପ୍ରତି ବିଶେଷ ଧ୍ୟାନ ଦେଉଥିଲେ l ଏକକ ବସ୍ତ୍ର ପିନ୍ଧିଲେ ଶରୀରରେ ନାନାଦି ଭଲ ପ୍ରଭାବ ପଡ଼େ l
👉 ଭାରତୀୟ ଜଳବାୟୁ ଗରମ ପ୍ରକୃତି ବିଶିଷ୍ଟ ଅଟେ ସେଥିପାଇଁ ଏହା ସ୍ଵଭାବତଃ ଗରମ ବାତ ପ୍ରକୃତିର ଅଟେ l ସେଥିପାଇଁ ଆମକୁ ଏମିତି ବସ୍ତ୍ର ପିନ୍ଧିବା ଦରକାର ଯାହାକି ଆମକୁ ଗରମ ବାତ ଦାଉରୁ ରକ୍ଷା କରିବ l ସେଥିପାଇଁ ଆମେ କପାର ତୁଳାରୁ ତିଆରି ବସ୍ତ୍ର ନିର୍ମାଣ କଲେ କାରଣ ଏହା ଶରୀରକୁ ଗରମ ପରିବେଶରୁ ରକ୍ଷା କରେ l କପାର ତୁଳାରୁ ତିଆରି ବସ୍ତ୍ରରେ ପୃଥିବୀ ତତ୍ତ୍ୱ ଏଭଳି ସନ୍ତୁଳିତ ହୋଇ ରହିଥାଏ ଯେ ଠିକ ମାଟି ଭଳିଆ ଏହା ଆମର ସୁରକ୍ଷା କରିଥାଏ କେବଳ ଗରମ ରୁ ନୁହେଁ ଶୀତରୁ ମଧ୍ୟ l ଶୀତ ଦିନର ଅସହ୍ୟ ଶୀତ ଦାଉରୁ ମଧ୍ୟ ସାହାଯ୍ୟ କରେ l
👉 ଝାଳରୁ ବାହାରୁଥିବା ବିଷାକ୍ତ ବା ଅଦରକାରୀ ପଦାର୍ଥ ସବୁକୁ ଶୋଷିନେଇ ଆମ ଚର୍ମ କୌଣସି ଖରାପ ପ୍ରଭାବ ପକାଇଦେଇନଥାଏ l ଯେହେତୁ ପ୍ରଚଣ୍ଡ ପୃଥିବୀ ଶକ୍ତି ଏହି ବସ୍ତ୍ରକୁ ସମର୍ଥନ କରେ ସେଥିପାଇଁ ବିଷର ପ୍ରଭାବକୁ ମଧ୍ୟ କମେଇଦେଇପାରେ l କୌଣସି ପ୍ରକାର ଚର୍ମରୋଗ ଆଦି ହୁଏ ନାହିଁ l
👉 ଧୋତି ବା ଶାଢ଼ୀ ପିନ୍ଧିଲେ ମଣିଷର ଅଣ୍ଟାରୁ ଜଙ୍ଘ ଭିତରେ ପ୍ରଚୁର ବାୟୁ ଚଳାଚଳ ହୋଇଥାଏ ଯାହାକି ଗୁପ୍ତାଙ୍ଗ ଉପରେ ଭଲ ପ୍ରଭାବ ପକାଏ l କେବେବି ଅମ୍ଳଜାନର ଅଭାବ ହୋଇନଥାଏ ସେଥିପାଇଁ ସେଇଠି କୌଣସି କ୍ଷତିକାରକ ଜୀବାଣୁ ଭୂତାଣୁ ଆଦି ବଢ଼ିପାରନ୍ତି ନାହିଁ l ସାଧାରଣତଃ ଶରୀରର ସବୁଠୁ କମ ଅମ୍ଳଜାନ ଶରୀରର ଏହି ଅଂଶରେ ମିଳେ ତାକୁ ଠିକ ପରିମାଣରେ ଯୋଗାଇବା ପାଇଁ ଆମର ଧୋତି ଓ ଶାଢ଼ୀ ସାହାଯ୍ୟ କରିଥାନ୍ତି ଯେତେବେଳେ ମଣିଷ ଧୋତି ବା ଶାଢ଼ୀ ପିନ୍ଧି ଚାଲିବା ଆରମ୍ଭ କରେ ସେଇଠୁ ଅମ୍ଳଜାନ ବା ପବନ ଭିତରକୁ ପହଂଚିବା ଆରମ୍ଭ ହୋଇଯାଏ l ସେଥିପାଇଁ ଏହା ଆମ ପ୍ରଜନନ କ୍ଷମତାକୁ ମଧ୍ୟ ବଢ଼େଇବାରେ ସାହାଯ୍ୟ କରେ l ବାୟୁ ତତ୍ତ୍ୱ ଶରୀରକୁ ସୁନ୍ଦର ଭାବରେ ମିଳେ l
👉 ଆପଣ କୌଣସି ଭଗବାନ ବା ଦେବୀଙ୍କ ଫୋଟୋରେ ଜିନ୍ସ ପେଣ୍ଟ ବା କୁର୍ତ୍ତା ପାଇଜାମା ସେରୱାନୀ ବା ସାର୍ଟ ପିନ୍ଧିଥିବାର ପାଇବେ ନାହିଁ ଆପଣ ଦେଖିବେ ସେମାନଙ୍କ ଫୋଟୋରେ ଭଗବାନ ବା ଦେବୀଙ୍କୁ ଏକକ ବସ୍ତ୍ରରେ ସୁସଜ୍ଜିତ କରାଯାଇଥାଏ l ଭଗବାନଙ୍କ ଫୋଟୋରେ ଧୋତି ଏବଂ ଦେବୀଙ୍କ ଫୋଟୋରେ ଶାଢ଼ୀ ସହିତ ସମସ୍ତ ଅଙ୍ଗରେ ସୁନା, ରୂପା ତଥା ନାନାଦି ରତ୍ନ ଅଳଙ୍କାର ଦ୍ୱାରା ସୁଶୋଭିତ ହୋଇଥିବାର ଦେଖିବେ l ନିର୍ଗୁଣ ସ୍ୱରୂପ ଭଗବାନଙ୍କୁ ମଧ୍ୟ ଆମେ ବୈଜ୍ଞାନିକ ବେଶଭୁଷା ଦ୍ୱାରା ସୁସଜ୍ଜିତ କରି ତାଙ୍କୁ ସାକାର ରୂପେ ପୂଜାକଲେ l ଏହା ବର୍ତ୍ତମାନ ସମୟର ନୁହେଁ କେଉଁ ଅନାଦି କାଳରୁ ଏହି ବୈଜ୍ଞାନିକ ପରମ୍ପରା ଚାଲିଆସୁଛି ଏକ ବୈଜ୍ଞାନିକ ଦୃଷ୍ଟି ଭଙ୍ଗୀକୁ ନେଇ l ଆମ ସଂସ୍କୃତି ବିଭିନ୍ନ କୁଞ୍ଚ ବା ଫୋଲ୍ଡ଼ ବିଶିଷ୍ଟ ବିଦେଶ ଭଳିଆ ପ୍ଲେନ ବା ସିଧା ନୁହେଁ l ସେମାନଙ୍କ ଅଞ୍ଚଳରେ ଥଣ୍ଡା ବେଶୀ ହୁଏ ସେଥିପାଇଁ ସେମାନେ ଶରୀରର ସବୁ ଅଂଶକୁ ଘୋଡାଇ ଢାଙ୍କନ୍ତି ଯେପରିକି ଆମେ ଏଠି ଶୀତଦିନେ କମ୍ବଳ ଘୋଡାଇ ଶୋଉ l ବର୍ତ୍ତମାନ ଭାରତୀୟମାନେ କଣ ପାଇଁ ଏତେ ଗରମ ଜଳବାୟୁରେ ଟାଇ, ବ୍ଲେଜର ଏବଂ ପ୍ଲାଷ୍ଟିକ ବସ୍ତ୍ର ପିନ୍ଧୁଛନ୍ତି?? ଥଣ୍ଡା ଦେଶର ଲୋକମାନେ ମଧ୍ୟ ଆମ ବୈଜ୍ଞାନିକ ବେଶଭୁଷା ଉପରେ ଆକର୍ଷିତ ହୋଇ ଧୋତି ଓ ଶାଢ଼ୀ ପିନ୍ଧିବା ଆରମ୍ଭ କଲେଣି ଆମେ ଭାରତୀୟ କେବେ ଆରମ୍ଭ କରିବା... କେବେ ବୁଝିବା ଆମ ପ୍ରାଚୀନ ମହାନ ସଂସ୍କୃତିକୁ??
.

Comments
Post a Comment