ମୋ ଆଈମା ସ୍ୱାସ୍ଥ୍ୟ କଥା - 29(b) ସୁନା ଓ ରୂପା ଅଳଙ୍କାର ପିନ୍ଧିବା

*ମୋ ଆଈମା ସ୍ୱାସ୍ଥ୍ୟ କଥା -  29(b)* ସୁନା ଓ ରୂପା ଅଳଙ୍କାର ପିନ୍ଧିବା


ଗତକାଲି ଆମେ ଜାଣିଲେ ଧୋତି ବା ଶାଢ଼ୀ ପିନ୍ଧିବାର ବୈଜ୍ଞାନିକ କାରଣ ଉପରେ ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥାରେ ତା ଠାରୁ ମଧ୍ୟ ଅତି ଜରୁରୀ ବୈଜ୍ଞାନିକ ବେଶଭୁଷା ବିଷୟରେ ଆମେ ଜାଣିବା l 

 *ସୁନା ଓ ରୂପା ଅଳଙ୍କାର ପିନ୍ଧିବାରେ କଣ ବୈଜ୍ଞାନିକ ସ୍ୱାସ୍ଥ୍ୟ କାରଣ ରହିଛି?*  

👉 ସୁନା ଅଳଙ୍କାରକୁ ସବୁବେଳେ ନାଭି ଉପରକୁ ଓ ରୂପା ଅଳଙ୍କାର ଜିନିଷକୁ ନାଭି ତଳକୁ ଏଇଥିପାଇଁ ପିନ୍ଧାଯାଏ ଆମ ସଂସ୍କୃତିରେ କାରଣ ସୁନା ଧାତୁ ଶରୀରକୁ ଗରମ କରିଥାଏ ସେଥିପାଇଁ ଏହାକୁ କଫର ମାତ୍ରା ବେଶୀ ଥିବା ଜାଗାରେ ପିନ୍ଧାଯାଏ l ରୂପା ଧାତୁ ଶରୀରକୁ ଶୀତଳତା ପ୍ରଦାନ କରେ ସେଥିପାଇଁ ଏହାକୁ ବାତ ଅଧିକ ଥିବା ସ୍ଥାନ ଯେପରିକି ଅଣ୍ଟାରୁ ପାଦ ପର୍ଯ୍ୟନ୍ତ ଜାଗାରେ ପିନ୍ଧାଯାଏ l ସୁନା ଅଳଙ୍କାର ପିନ୍ଧିବା ଦ୍ୱାରା ପ୍ରାଣ ବାୟୁ ଶୁଦ୍ଧ ହୋଇଥାଏ ରୂପା ଅଳଙ୍କାର ପିନ୍ଧିବା ଦ୍ୱାରା ଅପାନ ବାୟୁ ଶୁଦ୍ଧ ହେଇଥାଏ l

 *ବିବାହ ବେଳେ ସୁନାର ବା କୌଣସି ରତ୍ନର ମୁକୁଟ କାହିଁକି ପିନ୍ଧାଯାଏ?* 

ଆମ ସଂସ୍କୃତିରେ ସୁନାର ବା କୌଣସି ଧାତୁର ମୁକୁଟ ବାହା ବେଦିରେ ବସିଥିବା ବର ଓ କନ୍ୟାଙ୍କ ପାଇଁ ସୌନ୍ଦର୍ଯ୍ୟ ବଢେଇବା ପାଇଁ ଖାଲି ପିନ୍ଧାଯାଇନଥାଏ ଏଥିରେ ରହିଛି କିଛି ବୈଜ୍ଞାନିକ କାରଣ l ସ୍ବର୍ଣ୍ଣ ଧାତୁ ଅଗ୍ନିର ପ୍ରଭାବକୁ କମ କରିବାର କ୍ଷମତା ରଖିଛି l ସୁନା ମୁକୁଟ ବା ଅନ୍ୟ କୌଣସି ଧାତୁର ମୁକୁଟ ଅଗ୍ନି ସାମ୍ନାରେ ଦୀର୍ଘ ସମୟ ବସି ରହିବା ପାଇଁ ସାହାଯ୍ୟକାରୀ ହୋଇଥାଏ l ବର କନ୍ୟା ବିବାହର ସମସ୍ତ ସଂସାରକୁ ପୂରା କରିଥାନ୍ତି ଅଗ୍ନିକୁ ସାକ୍ଷୀ ରଖି ନାନା ଵିଧି ବିଧାନରେ ବିବାହ କରିଥାନ୍ତି l ଏହି ମୁକୁଟ ଅଗ୍ନିର ତାପରୁ ତାଙ୍କୁ ରକ୍ଷା କରିଥାଏ l ଆମ ସଂସ୍କୃତିରେ ବର ଓ କନ୍ୟାଙ୍କୁ ବିବାହ ବେଦୀରେ ହର-ପାର୍ବତୀ ବା ଲକ୍ଷ୍ମୀ -ନାରାୟଣ ବିବାହ କରୁଛନ୍ତି ବୋଲି ବିଚାର କରାଯାଏ ସେଥିପାଇଁ ତାଙ୍କୁ ସ୍ବର୍ଣ୍ଣ ଅଳଙ୍କାରରେ ସୁଶୋଭିତ କରିଥାନ୍ତି, କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ ସ୍ୱାସ୍ଥ୍ୟ ଦୃଷ୍ଟି କୋଣରୁ ମଧ୍ୟ ଏହା ଠିକ ଥାଏ l ସୁନା ରାଜସିକ ଗୁଣକୁ ବଢ଼େଇ ଥାଏ l ରାଜସିକ  ଗୁଣ ଦ୍ୱାରା ମଣିଷ ଦାୟିତ୍ୱବାନ ହୋଇ ବଡ଼ ବଡ଼ ଲକ୍ଷ୍ୟ ପୂରଣ କରେ l ବିବାହ ଏକ ବନ୍ଧନ ଯେଉଁଠି ଦାୟିତ୍ୱ ସହିତ ବଡ଼ ଲକ୍ଷ୍ୟ କିଛି ଥାଏ l ଯେତେବେଳେ ସେଇ ସବୁ ଦାୟିତ୍ୱ ପାଇଁ ବିବାହ ସଂସ୍କାର କାମ ଚାଲୁଥାଏ ସେତେବେଳେ ସ୍ବର୍ଣ୍ଣ ମୁକୁଟ ପିନ୍ଧାଯାଏ l

 *ସୁନାର ଚୁଡ଼ି ଏବଂ ରୂପାର ବଳା କଣ ପାଇଁ ହାତ ନାଡୀରେ ପିନ୍ଧାଯାଏ*? 

👉 ଆଜିକାଲି ଆମେ ବହୁତ ଗରିବ ହେଇଯାଇଛୁ ସେଥିପାଇଁ ଆମେ ସ୍ବର୍ଣ୍ଣ ଧାତୁର ମହତ୍ୱ ବିଷୟରେ ବେଶୀ ଜାଣିପାରିନୁ l ପୂର୍ବ କାଳରେ ଭାରତୀୟ ନାରୀମାନେ କୌଣସି କାଚ ଚୁଡ଼ି ପିନ୍ଧୁନଥିଲେ ସ୍ବର୍ଣ୍ଣ ଧାତୁରୁ ତିଆରି ଚୁଡ଼ି ସବୁ ପିନ୍ଧୁଥିଲେ l ମୋଗଲମାନଙ୍କ ଆସିବା ପରେ ହିଁ କାଚ ଚୁଡ଼ି ବ୍ୟବସ୍ଥା ଆସିଥିଲା ଆମ ସମାଜରେ l ଭାରତୀୟମାନେ ପୂର୍ବ କାଳରୁ ଲୁଟ ପାଟ ଆଦିର ଶିକାର ହୋଇଆସିଛନ୍ତି ମୁଖ୍ୟତଃ ଆମ ନାରୀ ସମାଜ ସେଥିପାଇଁ ଆଜି ଯେତେବେଳେ ଆମେ କହିବା କି ଆମେ ସୁନାର ପାତ୍ରରେ ଖାଦ୍ୟ ପେୟ କରୁଥିଲେ, ସୁନାର ଚୁଡ଼ି ପିନ୍ଧୁଥିଲେ ବର୍ତ୍ତମାନର ଭାରତୀୟ ସମାଜ ହୁଏତ ବିଶ୍ୱାସ କରିନପାରେ l କିନ୍ତୁ ଏହା ସତ କାରଣ ଆମ ସଂସ୍କୃତି ସବୁବେଳେ ବୈଜ୍ଞାନିକ ଅଟେ l କାଚ ଚୁଡ଼ିରେ ବିଶେଷ ଲାଭ ନାରୀଙ୍କୁ ହୋଇନଥାଏ ଯେତିକି ଲାଭ ହୋଇଥାଏ ସୁନା ଚୁଡ଼ି ପିନ୍ଧିଲେ l ନାଡୀ ହେଉଛି ଏକ ସମ୍ବେଦନଶୀଳ ଜାଗା ଯେଉଁଠି ନାରୀମାନଙ୍କ ସୁନା ଚୁଡ଼ି ବା ପୁରୁଷମାନଙ୍କ ରୂପା ବଳା ଦ୍ୱାରା ରକ୍ତ ସଂଚାଳନ ଉପରେ ସକାରାତ୍ମକ ପ୍ରଭାବ ପଡ଼େ l ପ୍ରଜନନ କ୍ଷମତା ବଢାଏ l ହର୍ମୋନ ସବୁ ନିୟନ୍ତ୍ରିତ ହୁଏ l କାର୍ଯ୍ୟକ୍ଷମତା ବଢାଇବା ସହିତ ସଂଯତ ଜୀବନଯାପନ କରିବା ପାଇଁ ସାହାଯ୍ୟ କରିଥାଏ l ସୁନା ଚୁଡ଼ି ଜାଗାରେ ପୁରୁଷ ପିଲାମାନେ ରୂପାର ବଳା ଏଇଥିପାଇଁ ପିନ୍ଧିଥାନ୍ତି କାରଣ ସେମାନେ ସୂର୍ଯ୍ୟ ଶକ୍ତି ଦ୍ୱାରା ବେଶୀ ପରିଚାଳିତ ଥାନ୍ତି ତାଙ୍କ ପାଇଁ ରୂପା ଠିକ ଧାତୁ ଅଟେ ଶରୀରକୁ ଶୋଧନ କରିବା ପାଇଁ l ନାରୀମାନେ ମୂଳତଃ ଚନ୍ଦ୍ର ଶକ୍ତି ଦ୍ୱାରା ବେଶୀ ପ୍ରଭାବିତ ହୋଇଥାନ୍ତି ତେଣୁ ତାଙ୍କ ପାଇଁ ସୁନା ଧାତୁ ବେଶୀ ଉପଯୋଗୀ ହୋଇଥାଏ l

 *ହାତ ଓ ଗୋଡ଼ର ଆଙ୍ଗୁଳିରେ ମୁଦି କଣ ପାଇଁ ପିନ୍ଧାଯାଏ*? 

ହାତ ଆଙ୍ଗୁଳି ମୁଖ୍ୟତଃ ଚତୁର୍ଥ ଆଙ୍ଗୁଳିରେ ବା Ring Finger ରେ ମୁଦି ଏଇଥିପାଇଁ ପିନ୍ଧାଯାଏ କାରଣ ଏହି ଆଙ୍ଗୁଳି ପଞ୍ଚ ମହାଭୁତର ପୃଥିବୀ ତତ୍ତ୍ୱ କୁ ପ୍ରତିନିଧିତ୍ୱ କରିଥାଏ ସେଥିପାଇଁ ଏହି ଆଙ୍ଗୁଳିରେ ସୁନା କିମ୍ବା ଅନ୍ୟ ଧାତୁର ସଂସ୍ପର୍ଶ ପଡିଲେ ତାହା ଶରୀରରେ ପୃଥିବୀ ତତ୍ତ୍ୱକୁ ଅଧିକ ମଜବୁତ କରେ l ଆପଣ ଦେଖିଥିବେ ବିବାହ ପରେ ସ୍ୱାମୀ ଓ ସ୍ତ୍ରୀ ହାତର ଆଙ୍ଗୁଳିରେ ମୁଦି ପିନ୍ଧିଥାନ୍ତି ତାର କାରଣ ଏଇଟା କି ପୃଥିବୀ ତତ୍ତ୍ୱର ତାଙ୍କୁ ବେଶୀ ଦରକାର ପଡିଥାଏ l ଏହା ସେମାନଙ୍କୁ ଦାୟିତ୍ୱବାନ, ଧୈର୍ଯ୍ୟବାନ ଓ ଶକ୍ତିମାନ କରିଥାଏ l ଠିକ ସେହିପରି ବିବାହିତ ନାରୀ ନିଜ ଗୋଡ଼ର ଦ୍ଵିତୀୟ ବଡ଼ ଆଙ୍ଗୁଳିରେ କେବଳ ରୂପାର ଗୋଡ଼ ମୁଦି ପିନ୍ଧିଥାନ୍ତି ଏହାର କାରଣ ଦ୍ଵିତୀୟ ଆଙ୍ଗୁଳି ପଞ୍ଚ ମହାଭୁତ ତତ୍ତ୍ୱର ବାୟୁ ତତ୍ତ୍ୱ ସହିତ ସମ୍ପର୍କ ରଖେ ଏବଂ ନାରୀଙ୍କୁ ବହୁତ ସାହାଯ୍ୟ କରେ l ବାୟୁ ତତ୍ତ୍ୱ ବାତକୁ ନିୟନ୍ତ୍ରଣ କରେ l ମନ ପବିତ୍ର ହୁଏ l ଏହି ମୁଦି ଦ୍ୱାରା ନାରୀମାନେ ପୃଥିବୀ ଉର୍ଜା ମଧ୍ୟ ଗ୍ରହଣ କରନ୍ତି ଏବଂ ସହନଶୀଳ ହେଇପାରନ୍ତି l ସ୍ତ୍ରୀ ହର୍ମୋନ ନିୟନ୍ତ୍ରଣ ସହିତ ମାନସିକ ଦୁଶ୍ଚିନ୍ତା ଦୂର ହୁଏ ଇତ୍ୟାଦି l

 *କାନ ଓ ନାକ ଫୋଡା କଣ ପାଇଁ କରାଯାଏ?* 

16ଟି ଭାରତୀୟ ସଂସ୍କାର ଭିତରୁ ଗୋଟିଏ ସଂସ୍କାର ହେଲା କର୍ଣ୍ଣବେଧ ସଂସ୍କାର l ଏହା ପୂର୍ବ କାଳରେ 5 ବର୍ଷ ହେଲା ପରେ ପ୍ରତ୍ୟେକ ଶିଶୁର କରାଯାଉଥିଲା l ମୁଖ୍ୟତଃ ଗୁରୁକୁଳ ଯିବା ପୂର୍ବରୁ ଏହା ଏଇଥିପାଇଁ କରାଯାଉଥିଲା ଯେପରିକି କର୍ଣ୍ଣ- ବେଦ ଶୁଣିବା ଏବଂ ତାକୁ ଗ୍ରହଣ କରିବା ପାଇଁ ଉପଯୋଗୀ ହେଇପାରିବ l ଏଥିରେ ବିଜ୍ଞାନ ରହିଛି l ଆମ କାନର ଯେଉଁ ଜାଗାରେ କାନ ଓ ନାକ ଫୋଡାଯାଏ ତାହା ଏକ ଏକୁପ୍ରେସର ପଏଣ୍ଟ ଅଟେ ଯାହାକି ମସ୍ତିଷ୍କ ଶୁଦ୍ଧ ରକ୍ତ ଓ ଅମ୍ଳଜାନ ପଠେଇବାରେ ସାହାଯ୍ୟ କରେ ଯାହା ଫଳରେ ବ୍ୟକ୍ତିଟିର ସ୍ମରଣ ଶକ୍ତି, ଦୃଷ୍ଟି ଶକ୍ତି ଓ ଶ୍ରବଣ ଶକ୍ତି ଆଦିରେ ଅହେତୁକ ବୃଦ୍ଧି ପରିଲକ୍ଷିତ ହୋଇଥାଏ l ବିଦ୍ୟା ଗ୍ରହଣ ସହିତ ସୁବୁଦ୍ଧି ପ୍ରାପ୍ତ କରିବାରେ ଏହି ସଂସ୍କାର ଆମକୁ ସାହାଯ୍ୟ କରିଥାଏ l ଜ୍ୟୋତିଷ ଅନୁସାରେ ନାକ ଓ କାନ ଫୋଡାହେଲେ ନାରୀମାନଙ୍କ ରାହୁ ଓ କେତୁ ଭଳି ଗ୍ରହ ଦୋଷ ଦୂର ହୁଏ ଏବଂ ବାହାଘର ଶୀଘ୍ର ହୋଇଥାଏ l

 *ପୁରୁଷମାନେ ଗାମୁଛା ବ୍ୟବହାର କରନ୍ତି କଣ ବୈଜ୍ଞାନିକ ସତ୍ୟ ରହିଛି?* 

ଗାମୁଛାକୁ ଆମେ ପୋଛାପୋଛି କରିବା ପାଇଁ ବ୍ୟବହାର କରିଥାଉ କିନ୍ତୁ ଏହା ବହୁ କାଳରୁ ପ୍ରଚଳିତ ଏକ ବୈଜ୍ଞାନିକ ବ୍ୟବସ୍ଥା ଅଟେ l ପୁରୁଷର ଶକ୍ତି ଅଟେ ଏହି ଗାମୁଛା l କାମ କଲାବେଳେ ଯେତେବେଳେ ଏହାକୁ କାମ କରୁଥିବା ପୁରୁଷ ବ୍ୟକ୍ତି ନିଜ ଅଣ୍ଟାରେ କଷିକି ବାନ୍ଧେ ତାକୁ କାମ କରିବା ପାଇଁ ବହୁତ ବଳ ମିଳେ l ଏହାର କାରଣ ହେଲା ଅଣ୍ଟାରେ ଗାମୁଛା ଭିଡ଼ିଲେ ଶରୀରର ଅଧିକାଂଶ ରକ୍ତ ମୁଣ୍ଡରୁ ଅଣ୍ଟା ଭିତରେ ରହିଯାଏ l ରକ୍ତ ଅଭାବ ହେଲେ ଶରୀର କାମ କରିବା ପାଇଁ ବଳ ପାଏ ନାହିଁ କିନ୍ତୁ ରକ୍ତ ଯେଉଁଠି ଅଧିକ ରହିବ ସେଇ ଜାଗାରେ ଅଧିକ ଅମ୍ଳଜାନ ଯୋଗୁଁ ଆମେ ଅଧିକ ବଳୁଆ ଅନୁଭବ କରିଥାଉ ଏବଂ ସେଥିପାଇଁ ଅଣ୍ଟାରେ ଗାମୁଛା କଷିକି ବାନ୍ଧିଲେ ଆମକୁ ଅଧିକ ଶକ୍ତି ମିଳେ କାର୍ଯ୍ୟ କରିବା ପାଇଁ l ଏହି ଗାମୁଛା ଶରୀରକୁ ଶୁଦ୍ଧ କରେ l ଆମ ସଂସ୍କୃତିରେ କୌଣସି ରୁମାଲ ବ୍ୟବସ୍ଥା ନାହିଁ ଗାମୁଛାର ବୈଜ୍ଞାନିକ ବ୍ୟବସ୍ଥା ରହିଛି କାରଣ ଏହି ଗାମୁଛା ପାଖରେ ଥିଲେ ସମୟ ଅନୁସାରେ ଆମେ ଯେଉଁଠି ଗଲେ ଆଉ ରହିଲେ ଆମର ସ୍ନାନ କାର୍ଯ୍ୟ ସହଜରେ ହୋଇଯାଏ ଏବଂ ଶରୀର ଶୁଦ୍ଧ ହୋଇଥାଏ l

👉 ଆଜିର ଆଈମା ସ୍ୱାସ୍ଥ୍ୟ କଥା ଏକ ସଂସ୍କୃତି ବିଶିଷ୍ଟ ସ୍ୱାସ୍ଥ୍ୟ କଥାକୁ ନେଇ ତିଆରି ହେଲା ଆମର ଆଶା ଆପଣମାନେ ଆମ ବୈଜ୍ଞାନିକ ସଂସ୍କୃତି ପ୍ରତି ସବୁବେଳେ ବୈଜ୍ଞାନିକ ମନୋଭାବ ପୋଷଣ କରିବେ ଏବଂ ବହୁତ ଉପକୃତ ହେବେ l





Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)