ମୋ ଆଈମା ସ୍ୱାସ୍ଥ୍ୟ କଥା - 6(A) ମାସିକ ଧର୍ମ ସମୟରେ କେମିତି ମୁଣ୍ଡ ଧୋଇବେ ମହିଳାମାନେ
*ମୋ ଆଈମା ସ୍ୱାସ୍ଥ୍ୟ କଥା - 6(A)* _ମାସିକ ଧର୍ମ ସମୟରେ କେମିତି ମୁଣ୍ଡ ଧୋଇବେ ମହିଳାମାନେ?_ ଆଈମା ଆଜି ଏମିତି ସବୁ ଜରୁରୀ ସ୍ୱାସ୍ଥ୍ୟ କଥା କହିଛନ୍ତି ଏହାକୁ ପ୍ରତ୍ୟେକ ମହିଳା ନିହାତି ଜାଣିବା ଉଚିତ l ଆପଣମାନେ ଆଗରୁ ଜାଣିଥିବେ ଗାଧୋଇବାର ପ୍ରକୃତ ଶୈଳୀ ଉପରେ ଯାହାକି ଆଈମା ସ୍ୱାସ୍ଥ୍ୟ କଥା - 06 ରେ ଦିଆଯାଇଛି କିନ୍ତୁ ଆଜିର ସ୍ୱାସ୍ଥ୍ୟ କଥାରେ ଆଈମା ସେଇ ଗାଧୋଇବା କାମ ଉପରେ ପୁଣି ଥରେ ପ୍ରକାଶ ପକାଉଛନ୍ତି l ଆଈମା କହୁଛନ୍ତି ମାସିକ ଧର୍ମ ଏକ ଶୁଦ୍ଧି କ୍ରିୟା ମହିଳାମାନଙ୍କ ପାଇଁ l ଏହା ଦ୍ୱାରା ଶରୀରର ଅଦରକାରୀ ଜିନିଷ ବାହାରିଯାଏ ଏବଂ ରକ୍ତ ସଫା ରୁହେ l ଆଈମା ଚିନ୍ତା ପ୍ରକଟ କରି କହନ୍ତି ଆଜିକାଲିର ଅନେକ ମହିଳା କୌଣସି ନିୟମ ପାଳନ ନକରି ମାସିକ ଧର୍ମ ସମୟରେ ମୁଣ୍ଡ ଧୋଉଥିବାରୁ ଏବେ ତାଙ୍କୁ ଅନେକ ବଡ଼ ବଡ଼ ରୋଗ ହେଉଛି l ଆଈମା ଆଜିର ଏହି PCOS ବା ଗର୍ଭାଶୟରେ ଗଣ୍ଠି ହେଇଯିବା ଭଳି ରୋଗଗୁଡିକୁ ନେଇ ବିଶେଷ ଚିନ୍ତାକରୁଛନ୍ତି l ତେବେ ଏହି ରୋଗ ସବୁ ତାଙ୍କ ସମୟରେ ନଥିବା ବେଳେ ଆଜିକାଲି ଖୁବ ବ୍ୟାପୁଛି l ଏହାର କାରଣ ମାସିକ ଋତୁ ସ୍ରାବ ବେଳେ ମୁଣ୍ଡ ଧୋଇବା ବଡ଼ କାରଣ ଅଟେ ବୋଲି ସେ କହୁଛନ୍ତି l ଆଈମା ଆଦୌ ମୁଣ୍ଡ ନ ଧୋଇବା କଥା ମଧ୍ୟ କହୁନାହାନ୍ତି କିନ୍ତୁ ସେ ଏକ ଆୟୁର୍ବେଦିକ ବିଜ୍ଞାନ କଥା ଆଜି ଆମ ଆଗରେ ଉପସ୍ଥାପନା କରିବାକୁ ଯାଉଛନ୍ତି l ଆମ ଶରୀରରେ 70% ପାଣି ରହିଛି l ଏହି ପାଣି ଦ୍ୱାରା ଆ...