ମୋ ଆଈମା ସ୍ୱାସ୍ଥ୍ୟ କଥା - 71 କେବଳ ହଳଦୀ ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିପାରିବ....
*ମୋ ଆଈମା ସ୍ୱାସ୍ଥ୍ୟ କଥା - 71 କେବଳ ହଳଦୀ ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିପାରିବ....*
ଆମର ପୂର୍ବ ଆଈମା ସ୍ୱାସ୍ଥ୍ୟ କଥା 37(a), 37(b)ରେ ଆମେ ଆଲୋଚନା କରିଥିଲେ ପ୍ରତିରୋଧ ଶକ୍ତି ଉପରେ l ଏହା ଆମର ବ୍ୟକ୍ତିଗତ ଅନୁଭବରୁ ଲେଖା ଯାଇଥିଲା l ଆଜିର ସ୍ୱାସ୍ଥ୍ୟ କଥା ପ୍ରତିରୋଧ ଶକ୍ତି ବଢା଼ଉଥିବା ଏକ ବଡ଼ ଔଷଧ ଉପରେ l ଆଜ୍ଞା ହଁ, ହଳଦୀ l ଆପଣ ଯଦି ହଳଦୀର ଉପକାରିତା ଜାଣିଯିବେ ତାହେଲେ ଆଜି ଠାରୁ ଆପଣ ଡାକ୍ତର ଖର୍ଚ୍ଚରୁ ବଞ୍ଚିଯିବେ l ପ୍ରଥମେ ଆସନ୍ତୁ ଜାଣିବା କେଉଁ କେଉଁ ରୋଗରେ ଅଦ୍ଭୁତ ଭାବେ କାମ ଦିଏ ହଳଦୀ l ଆଜିର ପୋଷ୍ଟ ଆମର ସମ୍ପୂର୍ଣ ଅନୁଭୂତିରୁ ଲେଖାଯାଉଛି ଏହାକୁ କୌଣସି ଗୋଟିଏ ବହିରେ ଆପଣ ପାଇପାରିବେ ନାହଁ ତେଣୁ ମନ ଧ୍ୟାନ ଦେଇ ପଢ଼ିବେ l
ଆଜିର ସ୍ୱାସ୍ଥ୍ୟ କଥାରେ ଆପଣଙ୍କ ପାଇଁ ରହିଛି....
1- ହଳଦୀର ଗୁଣ ଓ ଧର୍ମ l
2- କେଉଁ କେଉଁ ରୋଗକୁ କାମ ଦିଏ??
3- କୌଣସି ଭୂତାଣୁ ପାଇଁ କେମିତି କାମ କରିବ???
4- କଣ କିଛି ପାର୍ଶ୍ୱପ୍ରତିକ୍ରିୟା ରହିଛି ବା ସାବଧାନତା ରହିଛି????
5- ଆମର ବିଶେଷ ବାର୍ତ୍ତା ଏହି ପୋଷ୍ଟ ମାଧ୍ୟମରେ l
*👇ହଳଦୀ ଗୁଣ ଓ ଧର୍ମ👇*
ପୂର୍ବ ସ୍ୱାସ୍ଥ୍ୟ କଥାରେ ଆମେ ଯେଉଁ ପଞ୍ଚ ମହାଭୁତର ତତ୍ତ୍ୱ ଉପରେ ଆଲୋଚନା କରୁଥିଲେ ସେଥିରେ ଆକାଶ ତତ୍ତ୍ୱ ଉପରେ ଆମେ ସମ୍ପୂର୍ଣ ଭାବରେ ଜାଣିଲେ l
👉 ହଳଦୀରେ ଆକାଶ ତତ୍ତ୍ୱର ବେଶୀ ପ୍ରଭାବ ଥାଏ l
👉 ଏହା ଛଡା ଏଥିରେ କରକ୍ୟୁମିନ ନାମରେ ଏକ ବିଶେଷ ରସାୟନ ଥାଏ ଯାହାକି କ୍ୟାନ୍ସର କୋଷକୁ ରିପେୟାର କରିଥାଏ ।
👉 ଏହା କଟୁ ବା ପିତା କସା ମିଶା ସ୍ୱାଦ ଓ ଶୁଷ୍କ ପ୍ରକୃତି ବିଶିଷ୍ଟ ଅଟେ l
👉 ଏହା ପିତ୍ତ ଉଦ୍ଦପକ, କଫ ନାଶକ ଓ ବାୟୁ ବର୍ଦ୍ଧକ ଅଟେ l
👉 ବିଷ ନାଶକ, ସୌନ୍ଦର୍ଯ୍ୟ ବର୍ଦ୍ଧକ ଅଟେ l
*👇କେଉଁ କେଉଁ ରୋଗରେ କାମ ଦିଏ?👇*
👉 1- ଦାନ୍ତର ସମସ୍ତ ସମସ୍ୟାର ଏକ ରାମବାଣ ଔଷଧ l ବହୁତ ବଡ଼ pain killer ବା ଯନ୍ତ୍ରଣା ନାଶକ ଔଷଧ l
👉 2- ଜିଭ ଘା ତୁଣ୍ଡ ଘା କୁ ବହୁତ ଶୀଘ୍ର ଭଲ କରିଥାଏ ଏହି ଔଷଧ l
👉 3- ଟନସିଲ ସମ୍ବନ୍ଧୀୟ ଯାହା ରୋଗ ଅଛି ଏଇଟା ହେଉଛି ବେଷ୍ଟ ଔଷଧ l
👉 4- ଗଳା ସମ୍ବନ୍ଧୀୟ ଯାହା ସମସ୍ୟା ରହୁଛି ଏହା ତୁରନ୍ତ କାମ କରେ ତାକୁ ଠିକ କରିବା ପାଇଁ l
👉 5- ଗୋଟିଏ ବେଷ୍ଟ ଆଣ୍ଟିସେପ୍ଟିକ, ଆଣ୍ଟିବାୟୋଟିକ ଓ ଆଣ୍ଟିପ୍ୟାରେଟିକ ମାନେ ହେଲା କୌଣସି ବି ଘା ହେଉ ସେ ମଧୁମେହ ବା କ୍ୟାନ୍ସରର ମଧ୍ୟ ଘା ହେଉ ତାକୁ ଵିଧି ଅନୁସାରେ ଯଦି ହଳଦୀର ବ୍ୟବହାର କରାଯାଏ ତାହେଲେ ଏହା ଅତି ଅଳ୍ପ ଦିନରେ ଠିକ କରିଦେଇଥାଏ l ଏହା ଭୟଙ୍କର ଜୀବାଣୁ ଓ କବକମାରୀ ଔଷଧ ଏହାକୁ ମୂଳତଃ ଚର୍ମ ରୋଗରେ ବ୍ୟବହାର କରି ଚର୍ମ ରୋଗକୁ ମୂଳରୁ ନିପାତ କରିବାର ଦକ୍ଷତା ଏହାର ଅଛି l ଏହା ଆଣ୍ଟିପ୍ୟାରେଟିକ ମଧ୍ୟ କାରଣ ସବୁ ପ୍ରକାର ଜ୍ୱରକୁ ଠିକ କରିବା ପାଇଁ ଏହା ସାହାଯ୍ୟ କରେ l
👉 6- ସବୁ ପ୍ରକାର ଚର୍ମ ରୋଗ ସେ ଓଦା ଏକ୍ଜିମା ହେଉ ବା ଶୁଖିଲା ଏକ୍ଜିମା ହେଉ ଏହାକୁ ଅନ୍ୟ ଔଷଧ ସହିତ ବ୍ୟବହାର କରାଯାଇ ଚର୍ମ ରୋଗର ସମ୍ପୂର୍ଣ ଚିକିତ୍ସା କରାଯାଇଥାଏ l
👉 7- ଏହା ବଡ଼ ବିଷ ନାଶକ ମଧ୍ୟ l ଯଦି କୌଣସି ବିଷାକ୍ତ ଜୀବ କାଟିଦେଉଛି ତୁରନ୍ତ କଞ୍ଚା ହଳଦୀକୁ ବାଟିକରି ତାକୁ ଲଗେଇଦେଲେ ସଙ୍ଗେ ସଙ୍ଗେ ବିଷର ପ୍ରଭାବ କମିଯାଏ l ଏଥିପାଇଁ ଆପଣଙ୍କୁ ଅବହେଳା ନକରି ତୁରନ୍ତ ଲଗେଇବାକୁ ପଡିଥାଏ କାରଣ ପ୍ରତି ସେକେଣ୍ଡ ମୂଲ୍ୟବାନ ହୋଇଥାଏ ଏହାର ଔଷଧୀୟ ଗୁଣ l
👉 8- ଯେଉଁମାନେ ଥାଇରଏଡ ରୋଗୀ ମୁଖ୍ୟତଃ ଯେଉଁମାନଙ୍କ ହାଇପୋଥାଇରଏଡ ସମସ୍ୟା ରହିଛି ସେମାନଙ୍କ ପାଇଁ ବଢ଼ିଆ ଔଷଧ l
👉 9- ଏହାର ଆଣ୍ଟିଇନଫ୍ଲାସନ ଧର୍ମ ଯୋଗୁଁ ଏହା ଗଳଗଣ୍ଡ, ଫୁଲା ଆଦି ରୋଗରେ ବେଶ କାମ ଦିଏ l ଏହା ଦୁର୍ଘଟଣା ଘଟିକି ଫୁଲିଯାଇଥିବା ଅଙ୍ଗରେ ଲଗେଇଲେ ତାହା ଶୀଘ୍ର କାମ ଦିଏ l ଠିକ ବରଫ ଭଳିଆ କାମ କରେ l ଯନ୍ତ୍ରଣା ଲାଘବ କରେ l
👉 10- ବହୁତ ବଡ଼ କୃମି ନାଶକ ଔଷଧ l ଛୋଟ ପିଲାଙ୍କୁ ଗୋଟିଏ ଚାମଚ ଖାଇବାକୁ ଦେଲେ ଥରକେ ପେଟର କୃମି ସବୁ ନାଶ ହୋଇଯାଇଥାଏ l
👉 11- ଯଦି ଆପଣଙ୍କ ତଣ୍ଟି ବସିଯାଇଛି ତ ଗୋଟିଏ ଚାମଚ ହଳଦୀକୁ କିଛି ସମୟ ପାଟିରେ ରଖି ଖାଇଲେ ତୁରନ୍ତ ଏହା ତଣ୍ଟି ସଫା କରିଦିଏ l ଯେଉଁମାନେ ଗୀତ ଗାଇବାକୁ ଷ୍ଟେଜକୁ ଯାଉଛନ୍ତି ସେମାନେ ଏହି ପରୀକ୍ଷା ନିଶ୍ଚୟ କରନ୍ତୁ l ପାଟି ଭିତରେ 5 ଗ୍ରାମ ହଳଦୀକୁ 10 ମିନିଟ ରଖି ଗିଳି ଦେଵେ ଆପଣଙ୍କ ସ୍ୱରର ପିଚ ବଢ଼ିଯିବ ଆଉ ଚମତ୍କାର ସ୍ୱର ଆସିବ l
👉 12- ଏହାର ଫୁଲ ମଧ୍ୟ ବଡ଼ ଔଷଧ ସ୍ତ୍ରୀ ସମ୍ବନ୍ଧୀୟ ରୋଗଗୁଡିକୁ ଠିକ କରାଇବାରେ l
👉 13- ସୌନ୍ଦର୍ଯ୍ୟ ବଢ଼େଇଥାଏ l ଏଥିରେ ଖୁବ ଆଣ୍ଟି ଆକ୍ସିଡେଣ୍ଟ ତତ୍ତ୍ୱ ରହିଛି l ଚର୍ମକୁ ଶୀଘ୍ର ରିପେୟାର କରାଇଥାଏ l
👉 14- ରକ୍ତ ସଫା କରେ ଓ ହର୍ମୋନକୁ ଠିକ ଭାବେ ନିୟନ୍ତ୍ରଣ ରଖେ l
👉 15- ଚୁଟି ବା କେଶ ସମସ୍ୟାରେ ମଧ୍ୟ ବଡ଼ ଔଷଧ ରୂପରେ କାମ ଦିଏ l
👉 16- ଭୂତାଣୁ ବା ଜୀବାଣୁ ଜନିତ ରୋଗ ପାଇଁ ବହୁତ କାମ ଦିଏ କାରଣ ଭୁତାଣୁ ଓ ଜୀବାଣୁଙ୍କ ସମସ୍ତ ବିଷ ଜିନିଷକୁ ନିଉଟ୍ରାଲ କରି ପ୍ରତିରୋଧ ଶକ୍ତିକୁ ବଢ଼େଇ ସେମାନଙ୍କୁ ତଡି ବାହାର କରେ ଶରୀରରୁ l
👉 17- ଦୁର୍ଘଟଣା ହେଲେ ଶରୀରର ଯେଉଁ ରକ୍ତ ମାଂସ ଆଦି କ୍ଷୟ ହୁଏ ଆଉ ଯନ୍ତ୍ରଣା ଲାଘବ ସକାଶେ କେଉଁ ଆବାହନ କାଳରୁ ହଳଦୀ ମିଶା ଦେଶୀ ଗାଈ କ୍ଷୀର ଦିଆଯାଉଥିଲା l ଏହା ଏବେ ମଧ୍ୟ ଖୁବ କାମ କରୁଛି l ଯଦି କେବେ କାହାର ଦୁର୍ଘଟଣା ହୁଏ ରକ୍ତସ୍ରାବ ହୁଏ ବା କ୍ଷତ ହୁଏ ଏହାକୁ ରାତିରେ ଶୋଇବା ପୂର୍ବରୁ କ୍ଷୀର ସହିତ ମିଶେଇ ପିଇଲେ ଶୀଘ୍ର ଉପଶମ କରାଇଥାଏ l
👉 18- ଡାଇବେଟିସ ରୋଗୀଙ୍କ ବହୁତ ଆୟୁର୍ବେଦିକ ଔଷଧରେ ଏହାକୁ ବ୍ୟବହାର କରାଯାଇ ଇନସୁଲିନକୁ ନିୟନ୍ତ୍ରଣ କରାଇବାରେ ସାହାଯ୍ୟ କରେ l
*👇କୌଣସି ଭୂତାଣୁ ପାଇଁ କେମିତି କାମ କରିବ??👇*
କୌଣସି ଭୂତାଣୁ ସେ ସାଧାରଣ ଥଣ୍ଡା ଭୂତାଣୁ ହେଉ ବା ମହାମାରୀ କୋ+ନା ଭୂତାଣୁ ହେଉ ସମସ୍ତଙ୍କ ପାଇଁ ହଳଦୀ ଅତି ସୁନ୍ଦର ଭାବରେ କାମ କରିଥାଏ l ଆପଣ ନିଜେ ଅନୁଭବ କରିଥିବେ ଯେତେବେଳେ କୌଣସି ଭୁତାଣୁ ଆପଣଙ୍କୁ ଆକ୍ରମଣ କରିଥାଏ ସେତେବେଳେ ସର୍ବ ପ୍ରଥମେ ଆପଣଙ୍କ ମନକୁ ପ୍ରଭାବିତ କରିଥାଏ l ମନ ଫ୍ରି ହୋଇପାରେ ନାହିଁ l ଏଇଟା ହେଲା ଆପଣଙ୍କ ପ୍ରତିରୋଧ ଶକ୍ତି କମ ହେବାର ପ୍ରଥମ ଲକ୍ଷଣ l ମନ ଜଡିତ ଥାଏ ଆକାଶ ଓ ବାୟୁ ତତ୍ତ୍ୱ ସହିତ l ତାପରେ ଆପଣଙ୍କ ପେଟ ସଫା ହୋଇନଥାଏ l ଆପଣ ଜଣାନ୍ତୁ କୌଣସି ରୋଗ ଯେତେବେଳେ ଶରୀରରେ ଆସିବାର ଥାଏ ପ୍ରଥମେ ଜଠର ଅଗ୍ନି କମିଯାଇ ପେଟ ସଫା ଠିକ ଭାବେ ହୁଏ ନାହିଁ l ଭୋକ କମିଯାଇପାରେ l ହଠାତ ତଣ୍ଟି ଭିତରେ ପୋଡ଼ିଲା ବା ଶୁଖିଲା ଶୁଖିଲା ଲାଗେ l ବାସ ଏଇଟା ହେଉଛି ସଠିକ ସମୟ ବା ଏମିତି ଲକ୍ଷଣ ଦେଖିଲେ ଆପଣ ସତର୍କ ହେଇ ଗୋଟିଏ କାମ କରିବେ ତୁରନ୍ତ କଞ୍ଚା ହଳଦୀ ବା ଶୁଦ୍ଧ ଗୁଣ୍ଡ ହଳଦୀ 5 ଗ୍ରାମକୁ ପାଟିରେ 10-15 ମିନିଟ ପାଇଁ ଖାଲି ପୁରେଇ ରଖନ୍ତୁ l ତାପରେ ତାକୁ ଗିଳି ଦେଵେ ଦେଖିବେ ଆସୁଥିବା କୌଣସି ରୋଗ ବା ଜ୍ୱର ଆପଣଙ୍କୁ ସ୍ପର୍ଶ ମଧ୍ୟ କରିବ ନାହିଁ l ଏହା ଛୋଟିଆ ଜିନିଷ ହେଇପାରେ କିନ୍ତୁ କୋରୋନା ଭଳି ମାରାତ୍ମକ ମହାମାରୀକୁ ପ୍ରତିହତ କରିବାରେ ବହୁତ ବଡ଼ ଭୂମିକା ନେଇପାରିବ l କୋରୋନା କଥା ଛାଡ଼ନ୍ତୁ କୌଣସି ମଧ୍ୟ ଥଣ୍ଡା ଜ୍ୱର ଆଉ ଶରୀରକୁ ଆସିବ ନାହିଁ l ଏହା ପ୍ରତିରୋଧ ଶକ୍ତିକୁ ତୁରନ୍ତ ବଢାଏ ଓ ଆକାଶ ତତ୍ତ୍ୱକୁ ମଜବୁତ କରାଇଥାଏ ଯାହା ଫଳରେ ଭୁତାଣୁ ବେଶୀ ସମୟ ଶରୀରରେ ରହିପାରେନା l
*👇କଣ କଣ ସତର୍କତା ରହିଛି ହଳଦୀ ବ୍ୟବହାର କରିବାରେ??👇*
ହଳଦୀର କୌଣସି ବିଶେଷ ପାର୍ଶ୍ୱପ୍ରତିକ୍ରିୟା ନାହିଁ l ଅଧିକ କହିଲେ ଆପଣ ପତଳା ବା ଶୁଖି ଯାଇପାରନ୍ତି l ଯେଉଁମାନେ ନିଶା ଦ୍ରବ୍ୟ ସେବନ କରନ୍ତି ତାଙ୍କ ପାଇଁ ଏହା ହଠାତ କାମ କରିନଥାଏ l ସମୟ ଲାଗିଥାଏ l କିଛି ଲୋକଙ୍କ ପାଟିକୁ ପଠେଇ ଦିଏ ସେ ଭଳି କିଛି ସ୍ଥଳେ ଏହାର ବ୍ୟବହାର ଦେଖିକି କରାଯାଏ ନହେଲେ ଏହାର କିଛି ବଡ଼ ସତର୍କତା ନାହିଁ l
ମୋ ଆଈମା ସ୍ୱାସ୍ଥ୍ୟ କଥା: 74 ଭାଗ - 01

Comments
Post a Comment