ମୋ ଆଈମା ସ୍ୱାସ୍ଥ୍ୟ କଥା - 44 ଭୋଜନ ର ମର୍ଯ୍ୟାଦା ଉପରେ...

 *ମୋ ଆଈମା ସ୍ୱାସ୍ଥ୍ୟ କଥା -  ଭୋଜନ ର ମର୍ଯ୍ୟାଦା ଉପରେ...


👇ଶ୍ରୀମଦ ଭଗବତ ଗୀତା👇

ଆୟୁ, ସତ୍ତ୍ୱ ବଳାରୋଗ୍ୟ ସୁଖ ପ୍ରୀତି ବିବର୍ଦ୍ଧନା

ରସ୍ୟା ସ୍ନିଗ୍ଧା ସ୍ଥିରା ହୃତ୍ୟା ଆହାରା: ସାତ୍ତ୍ଵିକପ୍ରିୟ ।


ଅର୍ଥ: ଆୟୁଷ, ବଳ, ଆରୋଗ୍ୟ ସୁଖ ଓ ପ୍ରୀତି ଅମଙ୍କୁ ଯିଏ ବଢାଏ ପୁଣି ରସବନ୍ତ ଚିକ୍କଣ ଯୁକ୍ତ ସାରାଂଶ ଦ୍ୱାରା ହୃଦୟକୁ ଦୀର୍ଘ କାଳ ସ୍ଥାୟୀ ଆନନ୍ଦ ଦିଏ ତାହା ସାତ୍ତ୍ଵିକ ଲୋକଙ୍କ ପ୍ରିୟ ଖାଦ୍ୟ । 


👇ଛାନ୍ଦୋଗ୍ୟ ଉପନିଷେଦ👇

ଖାଦ୍ୟ ହିଁ ଔଷଦ ଏବଂଔଷଦ ହିଁ ଖାଦ୍ୟ । ସାତ୍ତ୍ଵିକ ଆହାର ବିନିମୟରେ ନିର୍ମଳ ମନ ମିଳେ । ମନ ନିର୍ମଳ ରହିଲେ ଚିତ୍ତ ଶୁଦ୍ଧ ରହିଲେ ଜଣେ ସର୍ବଦା ସୁସ୍ଥ ସବଳ ରହିପାରିବ । ଦୀର୍ଘ ଜୀବୀ ହେଇପାରିବ । 


👇ଡାକ୍ତର ଲିଣ୍ଡଲାର,ଏମ.ଡି👇

 ପ୍ରାକୃତିକ ଖାଦ୍ୟ ର ତାଲିକାରେ କଫି ଏବଂ ଚା'ର ସ୍ଥାନ ଜମା ନାହିଁ । ଏ ସବୁ ରେ ଅତି ଶକ୍ତିଶାଳୀ ସ୍ନାୟୁ ଉତ୍ତେଜକ ପଦାର୍ଥ ଥାଏ । ଏ ସବୁର ଶରୀର ଉପରେ ଯେଉଁ ପ୍ରକାର ପ୍ରଭାବ ପଡେ ତାହା ମଦ୍ୟପାନ ଠାରୁ ଖରାପ ହେଇ ଥାଏ । 


👇ଆଚାର୍ଯ୍ୟ ଚରକ👇

ହିତ କାର ଆହାର, ପରିମିତ ନିଦ୍ରା ବ୍ରହ୍ମ ଚର୍ଯ୍ୟ ଧାରଣ ସର୍ବଦା ପଥ୍ୟ ଅଟେ।


 👇ଆୟୁର୍ବେଦ👇

ବିନପି ଭେଷଜୈ ବ୍ୟାଧି: ପଥ୍ୟ ଦେବ ନିବର୍ତ୍ତତେ,ନତୁପଥ୍ୟ ବିହୀନାନା° ଭେଷଜାନା° ଶତୈରାପି । 


ଅର୍ଥ: କୌଣସି ଔଷଧ ଗ୍ରହଣ ନ କରି କେବଳ ଖାଦ୍ୟ ପଥ୍ୟ ଦ୍ୱାରା ରୋଗରୁ ମୁକ୍ତି ମିଳି ଥାଏ । କିନ୍ତୁ ବିନା ପଥ୍ୟ ରେ ଯେତେ ପ୍ରକାର ଔଷଧ ଗ୍ରହଣ କଲେ ମଧ୍ୟ ରୋଗରୁ ମୁକ୍ତି ମିଳି ନଥାଏ । 


👇ଡ଼ା ସର୍ବପଲ୍ଲୀ ରାଧ କୃଷ୍ଣନ👇

ସଂଜମିତ ପ୍ରାକୃତିକ ଆହାର ବିହାର ହିଁ ଚିରଯୌବନର ଚାବିକାଠି । 


👇ଅଥର୍ବ ବେଦ👇

ଶରୀର ପାଇଁ ଅନୁପଯୁକ୍ତ ଅନ୍ନ ସର୍ବଦା ତେଜ୍ୟା ।


👇ଛାନ୍ଦଗୀ ଉପନିଷଦ👇

ଭୋଜନ କରାଯାଉଥିବା ଅନ୍ନ ତିନି ଭାଗରେ ବିଭକ୍ତ। ଏହା ସ୍ତୁଳ ଅଂଶ ମଳ, ମଧ୍ୟମ ଅଂଶରୁ ମାଂସ ଏବଂ ସୁଂକ୍ଷ୍ମ ଅଂଶରୁ ମନ ତିଆରି ହୁଏ ।


👇ମନୁସ୍ମୁତି(୧୨୨/୫୭)👇

ଅନା ରୋଗ୍ୟ° ମସ୍ୱର୍ଗ ରାତି

ଭୋଜନମ, ଅପୁଣ୍ୟ°ଲୋକ ବି ଦ୍ବଷ୍ଟ°

ତସ୍ମାତ୍ତତପରି ବର୍ଷ ୟେମ । 


ଅର୍ଥ: ମନୁଷ୍ୟ ଅଧିକ ଭୋଜନ କଲେ ଶରୀର ରୋଗିଣା ହୁଏ । ଆୟୁଷ କ୍ଷୟ ହୋଇ ବହୁ କଷ୍ଟ ଓ ଯନ୍ତ୍ରଣା ମିଳେ।


👇ବାଗ ଭଟ👇

ହିତ ଭୂକ, ମିତ ଭୂକ'ଋତୁ ଭୂକ'

ଯେଉଁ ମାନେ ଏହି ତିନୋଟି ନିଦ୍ଧେର୍ଶ ପାଳନ କରି ପାରିବେ ସେମାନେ ଶୁଖୀ ଏବଂ ଦୀର୍ଘାୟୁ ହୋଇ ପାରିବେ । 


ହିତ ଭୂକ: ଅର୍ଥାତ ହିତକର ପଦାର୍ଥ ଖାଇବେ

ମିତ ଭୂକ: ଅର୍ଥାତ ଭୋକ ଅପେକ୍ଷା କମ ଖାଦ୍ୟ ଖାଇବା

ଋତୁ ଭୂକ: ଅର୍ଥାତ ପରିଶ୍ରମ କରି ନିଜର ଅର୍ଜିତ ଅନ୍ନ ଖାଇବା । 


👇ଋଗ ବେଦ(୧/୩୮/୧୦👇

ଜିହ୍ଵା ଉପରେ ନିୟନ୍ତ୍ରଣ ରଖ, ସ୍ୱାଦ ପାଇଁ 

ନ ଖାଇ ସ୍ବାସ୍ଥ୍ୟ ପାଇଁ ଖାଅ । 

ସଂଯମୀ ମନୁଷ୍ୟ ସ୍ୱର୍ଗ ଉପରେ ମଧ୍ୟ ବିଜୟ ପାଇ ଥାଏ । 

 

👇ଗଣକବି ବୈଷ୍ଣବ ପାଣି👇

ରୋଷେଇ ଘର ସଫା ରଖ ଗୋ ମୋର ମାଆ ମାନେ,

ସେଇଠି ଅଛଇ ଜୀବନ ସଉଦା ରଖିଥା ଏକଥା ମନେ ଗୋ ମୋର ମାଆ ମନେ


👇ଲୋକ ପ୍ରବାଦ👇

ରୋଗ ଏବଂ ଗୃହ କଳହ ର ଆରମ୍ଭ ଓ ଅନ୍ତ ରୋଷେଇ ଘରେ ହୋଇଥାଏ । 

ଏମିତି ଅନେକ ଉଦାହରଣ ରହିଛି । 



ମୋ ଆଈମା ସ୍ୱାସ୍ଥ୍ୟ କଥା - 45   ଚିନିକୁ ଧଳା ବିଷ କୁହାଯାଏ



Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)