ମୋଆଈମା ସ୍ୱାସ୍ଥ୍ୟ କଥା - 31 ବିରୁଦ୍ଧ ଖାଦ୍ୟ ବିଷୟରେ
*ମୋଆଈମା ସ୍ୱାସ୍ଥ୍ୟ କଥା - 31*
ଖାଦ୍ୟରେ ଯଦି ବିଷ ରହିବ ତାହେଲେ ଯକୃତ ତାକୁ ଅସ୍ବୀକାର କରିବ l ଯଦି ଖାଦ୍ୟରେ କୌଣସି ବିଷ ନାହିଁ କିନ୍ତୁ ମଣିଷ ପୂର୍ବରୁ ପେଟରେ ବିଷ ରଖିଥିବ ମାନେ ହେଲା ପେଟରେ କଫ ବା ଚର୍ବି ଅଧିକ ଥିବ ତାହେଲେ ମଧ୍ୟ ଖାଦ୍ୟ ହଜମ ଠିକ ହେବନାହିଁ l ଆମେ ପୂର୍ବ ଆଈମା ସ୍ୱାସ୍ଥ୍ୟ କଥାରେ କହିଛୁ ବିରୁଦ୍ଧ ଖାଦ୍ୟ ବିଷୟରେ ଏହା ମଧ୍ୟ ଖାଦ୍ୟ ହଜମ କରାଏ ନାହିଁ l ଯଦି ବ୍ୟକ୍ତିକୁ ଗ୍ୟାସ, ପେଟ ଫୁଲିବା, ପାଟିରୁ ଖଟା ବାସ୍ନା ଆସିବା, ହାକୁଟି ଆସିବା ବା ବାରମ୍ବାର ଝାଡା ଲାଗୁଥିବା, ପାଇଖାନା ଗଲେ ଶୀଘ୍ର ପେଟ ସଫା ନହେବା ବା ଚିକ୍କଣ ଝାଡା ହେବା, ପେଟ ଘା, ତୁଣ୍ଡ ଘା, ଅର୍ଶ, ସମସ୍ତ ଚର୍ମ ରୋଗର ମୂଳ କାରଣ ହେଲା ଏସିଡ଼ିଟି l ତେଣୁ କେଉଁ ଖାଦ୍ୟରେ ବିଷ ଅଛି ତାହା ତୁମ ପେଟ କହିଦେବ l *ସମାଧାନ ହେଲା - ସେଇ ଖାଦ୍ୟ ଖାଅନି* l ପ୍ରଥମେ ନିଜର ହଜମ ଶକ୍ତିକୁ ବଢ଼ାନ୍ତୁ, କେମିତି? ଯଦି ଆପଣଙ୍କ ଏସିଡ଼ିଟି ରହୁଛି ସପ୍ତାହରେ ଗୋଟିଏ ଦିନ ଅନ୍ନ ତ୍ୟାଗ କରି ସକାଳେ ଓ ଦୁଇପହରେ ଫଳ ମୂଳ ଓ ରାତିରେ ଦେଶୀ ଗାଈ କ୍ଷୀର ସେବନ କରିବେ l ଜୁଆଣି ଖାଆନ୍ତୁ ସକାଳ ଓ ଦୁଇପହର ଖାଦ୍ୟରେ l ଜୁଆଣି ଔଷଧ ନୁହେଁ ଆମର ମସଲା ଭଳିଆ ଏକ ଖାଦ୍ୟ ଜିନିଷ l ସେଥିପାଇଁ ଜୁଆଣି ଦୁଇପହର ଭୋଜନରେ ନିଶ୍ଚୟ ପଡିବା ଉଚିତ l ଖାଇ ସାରିକି ଦେଢ଼ ଘଣ୍ଟା ପରେ ପାଣି ପିଇବା ଉଚିତ l କମ ପିଇଲେ କେବେବି ଏସିଡ ଭଲ ହେବନି l ଅଧିକ ରାତ୍ରି ଚେଇଁଲେ ଏସିଡ କେବେବି ଭଲ ହବନି l ଯୋଗ ପ୍ରାଣାୟାମ କିମ୍ବା କସରତ ଠିକ ଭାବେ କର ପ୍ରତିଦିନ l *ଖାଲି ପେଟରେ ସକାଳେ ଅଧିକ ସମୟ ରହିଲେ ଏହି ସମସ୍ୟା କେବେବି ଦୂର ହେବ ନାହିଁ l* ଜର୍ସି ଗାଈ କ୍ଷୀର ପିଇଲେ ଏସିଡ଼ିଟି କେବେବି ଭଲ ହେବ ନାହିଁ l କ୍ଷୀରକୁ ସବୁବେଳେ ରାତିରେ ପିଇବେ ତାହା ପୁଣି ଉଷୁମ ଥାଇକି l ଜର୍ସି ଗାଈ ର ଜିନିଷ ମାଗଣାରେ ମିଳିଲେ ମଧ୍ୟ ତାର ଜିନିଷ ଗ୍ରହଣ କରନି l ଦେଶୀ ଗାଈ କ୍ଷୀର ପିଅ କେବେବି ଅସୁବିଧା ହେବନି l ଯଦି ଆପଣଙ୍କ ଏସିଡ଼ିଟି କମୁନାହିଁ କିଛି ଦିନ ଛେନା ପାଣି ସକାଳେ ବା 50 ml ପିତା ଲାଗୁଥିବା ଗୋମୂତ୍ର ପିଅନ୍ତୁ ଠିକ ହେଇଯିବ l ବେଲ ପତ୍ର ମଧ୍ୟ ଗୋଟିଏ ବଡ଼ ଔଷଧ ଏସିଡ଼ିଟି ପାଇଁ କିନ୍ତୁ ନିୟମ ମାନି ଖାଇବାକୁ ହୁଏ l *ଏସିଡ ଏକ ସାଧାରଣ ରୋଗ ହେଲେ ମଧ୍ୟ ସବୁ ରୋଗର ଜନନୀ l*
କାହାର ଏସିଡ ସମସ୍ୟା ଥିଲେ ଆମକୁ ଯୋଗାଯୋଗ କରିପାରିବେ l କୌଣସି ପଇସା ଲାଗିବ ନାହିଁ ଆପଣ ଆପଣଙ୍କ ଘରେ ଥିବା ଔଷଧ ଖାଇ ଭଲ ହେଇଯିବେ !
ମୋ ଆଈମା ସ୍ୱାସ୍ଥ୍ୟ କଥା - 32(a) ଓଦା ଚର୍ମ ରୋଗ (Wet Eczema) ବିଷୟରେ
.

Comments
Post a Comment