ମୋ ଆଈମା ସ୍ୱାସ୍ଥ୍ୟ କଥା - 32(b) ଶୁଖିଲା ଚର୍ମ ରୋଗ (Dry Eczema) ବିଷୟରେ

*ମୋ ଆଈମା ସ୍ୱାସ୍ଥ୍ୟ କଥା - 32(b)*   ଶୁଖିଲା ଚର୍ମ ରୋଗ (Dry Eczema) ବିଷୟରେ

ଗତକାଲି ଆମେ ଓଦା ଚର୍ମ ରୋଗ ବିଷୟରେ ଆଲୋଚନା କରୁଥିଲେ l ବର୍ଷାଦିନେ ମୁଖ୍ୟତଃ ଓଦା ଚର୍ମ ରୋଗ ଅଧିକ ଦେଖାଯାଉଥିବା ବେଳେ ଶୀତ ଓ ଖରା ଦିନରେ ଶୁଖିଲା ଚର୍ମ ରୋଗ ଅଧିକ ଦେଖାଯାଏ ଲୋକମାନଙ୍କ ଠାରେ l  ଆମ ଶରୀରରେ ବିରୋଚନ କ୍ରିୟା (ମଳ, ମୂତ୍ର, ଝାଳ ଇତ୍ୟାଦି) ବାଧା ପ୍ରାପ୍ତ ହେଲେ ଏବଂ ବିଷ ଜିନିଷ ବହୁତ ଦିନ ପର୍ଯ୍ୟନ୍ତ ଶରୀରରେ ଠୁଳ ହୋଇ ଶୁଖିଗଲେ ଏହି ରୋଗ ହୁଏ l କିଛି ଭୁତାଣୁ ଓ ଜୀବାଣୁ ଶରୀରର କୋଷକୁ ଖାଇ ଚାଲନ୍ତି ଆଉ ନୂତନ କୋଷ ସୃଷ୍ଟି ପ୍ରକ୍ରିୟାରେ ବାଧା ସୃଷ୍ଟି କରନ୍ତି l ଫଳରେ ଏହି ରୋଗ ଦେଖାଯାଏ l ଏହାକୁ ଠିକ କରିବା ପାଇଁ ରୋଗୀକୁ ବହୁତ ପରିଶ୍ରମ କରିବାକୁ ପଡେ l

 *ଲକ୍ଷଣ* :

1- ଶୁଖିଲା ଚର୍ମ ରହିବ l
2- କୁଣ୍ଡେଇ ହେଇନପାରେ l
3- ଧଳା କିମ୍ବା କଳା ରଙ୍ଗର ପେଚ ଆଦି ଶରୀରର ନାନା ସ୍ଥାନରେ ଦେଖାଯିବ l
4- ଚର୍ମ କାତି ଛାଡିଲା ପରି ଦେଖାଯିବ l
5- ଛୋଟ ଛୋଟ ନାଲିଆ ନାଲିଆ ବିନ୍ଦୁ ଆକାରର ଚି଼ହ୍ନ ଶରୀର ସାରା ମାଡିଚାଲିବ 
6- ରୋଗୀ ବହୁତ ଗରମ ସବୁବେଳେ ଅନୁଭବ କରୁଥିବ l

 *ଉଦାହରଣ : ଯେତେ ପ୍ରକାରର ଛଉ ଅଛି, ଶୁଖିଲା ଏକ୍ଜିମା, ଷୋରିଆସିସ ଆଦି ରୋଗ* 

 *ଏହାର କାରଣ :* 

1- ବଂଶଗତ ଯୋଗୁଁ l

2- ପାଣି କମ ପିଇବା ଯୋଗୁଁ l

3- ପରସ୍ପର ବିରୋଧ ଖାଦ୍ୟ ସେବନ ଯୋଗୁଁ ଯେପରିକି ଥଣ୍ଡା ସହିତ ଗରମ, ବିରିବରା, ଲୁଣ ସହିତ କ୍ଷୀର l ଖାଇବା ବେଳେ ଥଣ୍ଡା ପିଇବା l ମଦ ସହିତ ମାଂସ ଆଦି l

4- ଅଧିକ ଆଣ୍ଟିବାୟୋଟିକ ଔଷଧ ଖାଇବା ଦ୍ୱାରା l

5- ଅଧିକ ଚା ପିଇବା ଦ୍ୱାରା l

6- ଫାଷ୍ଟ ଫୁଡ, ବନସ୍ପତି ଘିଅ, ଆୟୋଡିନ ଲୁଣ, ଖଟା ଜାତୀୟ ଜିନିଷ, ଆଲର୍ଜି ସୃଷ୍ଟି କାରୀ ପନିପରିବାର ସେବନ ଦ୍ୱାରା ମଧ୍ୟ ଏହା ହେବାର ସମ୍ଭାବନା ରହିଛି l

7- ରାତିରେ ଡିଉଟି କରୁଥିବ ଲୋକ ପାଖରେ ଅଧିକ ଦେଖାଯାଏ l

8- ବିଳମ୍ବରେ ଜଳଖିଆ ଖାଉଥିବା ଲୋକଙ୍କୁ ହେଇପାରେ l

9- ପରସ୍ପର ବିରୋଧୀ ଆହାର ଖାଇବା ଦ୍ୱାରା... କ୍ଷୀର ସହିତ ଲୁଣ, ଦହିବରା, ପନିର ତରକାରୀ ଇତ୍ୟାଦି l

 *ଔଷଧ ଆଉ ନିରାକରଣ :* 

1- କପାଳ ଭାତି ପ୍ରାଣାୟାମ ଅଧ ଘଣ୍ଟା + ଅନୁଲୋମ ଵିଲୋମ ପ୍ରାଣାୟାମ ଦିନକୁ ଅଧା ଘଣ୍ଟା l

ପ୍ରାଣାୟାମ ବିନା ଏହା ସମ୍ପୂର୍ଣ ଠିକ ହବନି 

2- 50 ml ଗୋମୂତ୍ରରେ 5ଗ୍ରାମ ହଳଦୀ + ଗୋଟିଏ ଦେଶୀ ଗେଣ୍ଡୁ ଫୁଲର କେବଳ ପାଖୁଡା ଆଦିକୁ ଭଲକରି ବାଟି ରୋଗ ଜାଗାରେ ଲେପ ଦେବେ l ଯଦି ଶରୀରରେ ବହୁତ ହେଇଯାଇଛି ସେଇ ଅନୁପାତରେ ଲଗେଇବେ l ବେଶୀ ପରିମାଣରେ ଗୋମୂତ୍ର, ହଳଦୀ ଓ ଦେଶୀ ଗେଣ୍ଡୁ ଫୁଲ ନେଇ ପାରିବେ l ଏବେ ତ ଦେଶୀ ଗେଣ୍ଡୁ ଫୁଲ ନାହିଁ ଆପଣ ଶୁଖିଲା ଗେଣ୍ଡୁ ଫୁଲ ବ୍ୟବହାର କରିପାରିବେ l ଏହା ଚର୍ମକୁ ବେଶ ଜଲଦି ଠିକ କରେ l

3- ଘିକୁଆଁରୀ ରସ ସହିତ ଲେମ୍ବୁ ରସ ବ୍ୟବହାର କରିପାରିବେ l ପିଇବା ପାଇଁ ଓ ଲଗେଇବା ପାଇଁ l

 *କେଉଁ ଔଷଧ ଖାଇବେ??* 

1- ତାଜା ଗୋମୂତ୍ର 50ml ପିଇପାରିଲେ ଭଲ ହେବ l 

କିମ୍ବା 

2- ନାକରେ ଦେଶୀ ଗାଈ ଘିଅ ଅଳ୍ପ ଉଷୁମ କରି ଦିନକୁ 2-3 ଥର ପକେଇବ l ଆଉ 2 ଚାମଚ ଦେଶୀ ଘିଅ ସହ 10 ଟି ଗୋଲମରିଚ ଖାଇବ ଉଷୁମ ଜିନିଷ ବା ପାଣି ସହ l ପୁରୁଣା ଘିଅକୁ ହି କେବଳ ଲଗେଇବ ରୋଗ ଜାଗାରେ l

3- ଗହମ ଚାରା ରସ 3ଚାମଚ + ଘିକୁଆଁରୀ ରସ 3 ଚାମଚ + ଗୁଳୁଚି ରସ ବା ଗିଲୟ ରସ 4 ଚାମଚ + ଗୋଟିଏ ଚାମଚ ହଳଦୀ ରସକୁ ଖାଲି ପେଟରେ ସକାଳେ ଖାଇପାରିବେ l ନହେଲେ ଗୋଟିଏ ଭୂମିଅଁଳା ଗଛକୁ ଉପାଡି ଆଣନ୍ତୁ ଭଲ ଭାବେ ଧୋଇ ତାର ପଞ୍ଚାଙ୍ଗ ( ତାର ପତ୍ର + ଫୁଲ +ଫଳ + କାଣ୍ଡ + ଚେର ) କୁ ମାଟି ପାତ୍ରରେ 1 ଲିଟର ପାଣି ଦେଇ ଗରମ କରନ୍ତୁ ଯେପରିକି ଏହା 300-400 ml ହବ ତାକୁ 2 ଥର ଖାଲି ପେଟରେ ପିଅନ୍ତୁ l ଏହାକୁ କିଛି ଦିନ କଲାପରେ ଆପଣ ନିଶ୍ଚୟ ଭଲ ପରିଣାମ ପାଇବେ l ଦୁଇପହରେ ଖାଇବାର ଘଣ୍ଟାଟିଏ ପୂର୍ବରୁ ନିଶ୍ଚୟ ତାଜା ଦହି ଖାଇବେ ବିନା ଲୁଣ ଲଗେଇ l

କିମ୍ବା 

4- 1 ଚାମଚ ଦେଶୀ ଗାଈ ଘିଅକୁ ଅଧା ଲିଟର ପାଣିରେ ଗରମ କରି ସେଥିରେ ଲେମ୍ବୁ 5 ml ମିଶେଇ ଅଳ୍ପ ଉଷୁମ ଥିବା ଅବସ୍ଥାରେ ପିଇଲେ ସକାଳେ ଖାଲି ପେଟରେ କିଛି ଦିନ ପରେ ରୋଗ ଭଲ ହେବା ଆରମ୍ଭ ହୁଏ l

 *ବିଶେଷ ସୂଚନା :* 

1- ଚର୍ମ ରୋଗ ହେବାର ମୂଳ କାରଣ ହେଲା ପ୍ରତିରୋଧ ଶକ୍ତି କମିବା ତେଣୁ ଯେଉଁଟା ପ୍ରାକୃତିକ ଜିନିଷ ତାକୁ ବେଶୀ ବ୍ୟବହାର କରନ୍ତୁ ଯେପରିକି ଫଳ ମୂଳ ଆଦି l

2- ଦହି ଓ ଖଟା ଖାଇବେ ନାହିଁ l

3- କଳା ତୁଳସୀ ଓ ଵେଲ ପତ୍ର ଯୋଉଟା ମିଳିବ ପ୍ରତିଦିନ 2-4ଟି ଖାଇଲେ ରୋଗ ପ୍ରତିରୋଧ ଶକ୍ତି ବଢ଼ିଥାଏ l

4- ଫ୍ରିଜ ଜିନିଷ, ଏକୁଆଗାର୍ଡ ପାଣି, ପ୍ରେସର କୁକର ଓ ଆଲୁମିନିୟମ ଜିନିଷ ଠାରୁ ଦୁରେଇ ରୁହନ୍ତୁ l ଏହା ପ୍ରତିରୋଧ ଶକ୍ତି କମେଇଦିଏ l

5- ଜଲଦି ରାତିରେ ସୁଅନ୍ତୁ l

6- ଦାନ୍ତ ନଘଷି ସକାଳେ କିଛି ପାଣି ନିଶ୍ଚୟ ପିଅନ୍ତୁ l

 *👉ଗୋଟିଏ ପଏଣ୍ଟ ଭୁଲିବେ ନାହିଁ ତାହାହେଲା ଚର୍ମ ରୋଗରେ କୌଣସି ସାବୁନ ବ୍ୟବହାର କରାଯାଏନି l ତେଣୁ ସାବଧାନ !!!* 






ମୋ ଆଈମା ସ୍ୱାସ୍ଥ୍ୟ କଥା - 33  ପଣସର ଉପକାରିତା ଓ ସତର୍କତା ଉପରେ








.





Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)