ମୋ ଆଈମା ସ୍ୱାସ୍ଥ୍ୟ କଥା - 33 ପଣସର ଉପକାରିତା ଓ ସତର୍କତା ଉପରେ
*ମୋ ଆଈମା ସ୍ୱାସ୍ଥ୍ୟ କଥା - 33* ପଣସର ଉପକାରିତା ଓ ସତର୍କତା ଉପରେ
ସମୟ ଅନୁସାରେ ପ୍ରକୃତି ଆମକୁ ନାନାଦି ଦରକାରୀ ଫଳ ସବୁ ପ୍ରଦାନ କରିଥାଏ l ଗ୍ରୀଷ୍ମର ପ୍ରଚଣ୍ଡ ଖରାରେ ଶରୀରର ଶକ୍ତି ଯେତେବେଳେ ହ୍ରାସ ପାଇଥାଏ ସେତେବେଳେ ପ୍ରକୃତିରୁ ଜାତ ହୋଇଥାଏ ଆମ୍ବ, ପଣସ ଭଳିଆ ଶକ୍ତିଶାଳୀ ଔଷଧୀୟ ଫଳ l ଶ୍ରୀ ରାଜୀବ ଦୀକ୍ଷିତଙ୍କ ଅନୁସାରେ ଆମେ ସେହି ସବୁ ଫଳ ମୂଳ ପନିପରିବା ଖାଇବା ଉଚିତ ଯାହାକି ପ୍ରକୃତି ଆମକୁ ପ୍ରାକୃତିକ ଅବସ୍ଥାରେ ଦେଇଥାଏ l ଆଜିର ଆଈମା ସ୍ୱାସ୍ଥ୍ୟ କଥାରେ ଆପଣଙ୍କ ପାଇଁ ରହିଛି...
*👉ପଣସର ଉପକାରିତା ଓ ସତର୍କତା ଉପରେ*
*1. ଉପକାରିତା*
👉 ପାଚିଲା ପଣସ ଶରୀରକୁ ଆବଶ୍ୟକୀୟ ପୋଷଣ ଯୋଗାଇ ଶକ୍ତି ବର୍ଦ୍ଧନ କରିଥାଏ l
👉 ପଣସ ଗଛର କ୍ଷୀରକୁ ଘା ବା କ୍ଷତ ସ୍ଥାନରେ ଲଗେଇଲେ ଶୀଘ୍ର ଉପଶମ ହୁଏ ଏବଂ ଘା ପାଖରେ ଯଦି ଫୁଲି ଯାଇଛି ତାକୁ ମଧ୍ୟ ଠିକ କରେ l
👉 ଯେଉଁମାନେ ମୁହଁର ପାରାଲାଇସିସ ବା ମୁହଁର nerve ସମସ୍ୟା ଆଦିର ରୋଗରେ ପୀଡିତ ସେମାନେ ରାଶି ତେଲ ମୁହଁରେ ଲଗାଇ ପଣସ ପତ୍ରକୁ ଅଳ୍ପ ଗରମ କରି ସେକ ଦେଲେ ରୋଗୀକୁ ଆରାମ ମିଳେ l ଗାଲୁଆ ରୋଗରେ ମଧ୍ୟ ଏହା ବହୁତ ଉପକାରୀ l
👉 ପାଚିଲା ପଣସ ଖାଇଲେ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ ଯାହାଫଳରେ କ୍ଷତ ଜାଗାରୁ ବେଶୀ ରକ୍ତ ବାହାରିନଥାଏ l
👉 ଏହାର ମଞ୍ଜି ତଥା ପାଚିଲା ଫଳ ଖାଇଲେ ଶୂକ୍ରାଣୁ ସଂଖ୍ୟା ବୃଦ୍ଧି ପାଏ l
👉 ପଣସ ଗଛର ଛାଲି ବା ପତ୍ର ବା ମୂଳର କାଢା କରି 40-50ml ପିଇଲେ ଏହା ବିଷାକ୍ତ କୀଟର ବିଷ, ଡାଇରିଆ ଓ ଚର୍ମ ରୋଗରେ ଲାଭ କରେ l
👉 ପତ୍ରରୁ ବାହାରୁଥିବା କ୍ଷୀରକୁ ତୁଣ୍ଡ ଘା ରେ ଲଗେଇଲେ ଶୀଘ୍ର ଭଲ ହୋଇଥାଏ l
👉 ଏହାର ଫଳର ଛାଲି ସହିତ ଭୂମିଳିମ୍ବ ସହିତ କାଢା କରି 40-50ml ପିଇଲେ ଏହା କଫ, ଆସ୍ଥମା, ଥଣ୍ଡା ରୋଗରେ ବହୁତ କାମ ଦିଏ l
*2. ସତର୍କତା*
👉 ଏହା ଏକ ଗରିଷ୍ଟ ଫଳ ଅଟେ l ତେଣୁ ଯେଉଁମାନଙ୍କର ହଜମ ଶକ୍ତି ଦୁର୍ବଳ ଅଛି ସେମାନେ ଅଧିକ ଖାଇବା ଅନୁଚିତ l
👉 ପଣସକୁ ରାତିରେ ଖାଇବା ଅନୁଚିତ l
👉 ପାଚିଲା ପଣସ ଖାଇବା ପରେ ପାଣି ପିଇବା ଅନୁଚିତ l ଯଦି ପିଇବେ 2 ଘଣ୍ଟା ପରେ ପିଇ ପାରିବେ l
👉 ପାଚିଲା ପଣସ ଖାଇବା ପରେ 2 ଘଣ୍ଟା ପର୍ଯ୍ୟନ୍ତ କୌଣସି ଖାଦ୍ୟ ଖାଇବା ଅନୁଚିତ l
.

Comments
Post a Comment