ମୋ ଆଈମା ସ୍ୱାସ୍ଥ୍ୟ କଥା :- 34(a) Piles/ଅର୍ଶ ରୋଗ
*ମୋ ଆଈମା ସ୍ୱାସ୍ଥ୍ୟ କଥା :- 34(a)* Piles/ଅର୍ଶ ରୋଗ
ବହୁତ ଲୋକଙ୍କ ବହୁତ ଦିନରୁ ଏହି ଇଚ୍ଛା ଥିଲା କି କେବେ ଅର୍ଶ ବା piles ପାଇଁ ପୋଷ୍ଟ ହେବ l ଆମେ କୌଣସି ପୋଷ୍ଟ କରିବା ଆଗରୁ ତାର ପ୍ରାକ୍ଟିକାଲ କରିଥାଉ l ଏହି ରୋଗ ଏତେ ଖରାପ ରୋଗ ଯେ ମୋତେ ନାନାଦି ଲୋକଙ୍କ ଉପରେ ନାନା ପ୍ରକାରର ପ୍ରୟୋଗ କରିବାକୁ ପଡିଲା l ଆମେ ତାର ମୂଳ କାରଣ ଖୋଜୁଥିଲି ଆଉ ଆଜି ଦୀର୍ଘ ଦିନ ପରେ ଆମେ ଏହାର ନିଦାନ ଖୋଜିବାରେ ସମର୍ଥ ହେଲୁ l ତାପୂର୍ବରୁ ଯେଉଁମାନେ ଆମର ମୋ ଆଈମା ସ୍ୱାସ୍ଥ୍ୟ କଥା 32(a) ଓ 32(b) ପଢ଼ିନାହାନ୍ତି ସେମାନେ ପ୍ରଥମେ ପଢ଼ିନିଅନ୍ତୁ କାରଣ ଏହି ସବୁ ପୋଷ୍ଟ ଭିତରେ ପରସ୍ପର ସମ୍ବନ୍ଧ ରହିଛି l ତେବେ ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥାରେ ଆମେ ଜାଣିବା....
1- Piles/ଅର୍ଶ ରୋଗ କଣ ???
2- କାହିଁକି ହୁଏ ???
3- କେତେ ପ୍ରକାର ଓ ଲକ୍ଷଣ କଣ ସବୁ ଦେଖେଇଥାଏ ???
4- ଏହାର ସମାଧାନ କଣ???
5- କଣ କଣ ସତର୍କତା ରହିଛି ???
*1- Piles/ଅର୍ଶ ରୋଗ କଣ ???*
ଆମର ଶରୀରରେ ଲକ୍ଷ ଲକ୍ଷ ନାଡୀ ରହିଛି l ଏହି ନାଡୀ ସବୁ ଶରୀରରେ ରକ୍ତ, ଜରୁରୀ ଅଣୁସାର, ଅମ୍ଳଜାନ, ଅଙ୍ଗାରକାମ୍ଳ ତଥା ନାନା ପ୍ରକାର ବିଷାକ୍ତ ବର୍ଜ୍ୟବସ୍ତୁ ଆଦି ପ୍ରତିଟି କୋଷକୁ ପରିବହନ କରେ l ଯଦି କୌଣସି କାରଣ ବଶତଃ ଏହି ନାଡୀମାନଙ୍କରେ ବ୍ଳକେଜ ହେଇଯାଏ ବା ଦୁର୍ବଳ ହେଇଯାଏ ତାହେଲେ ରକ୍ତର ପ୍ରଭାବ କମିଯାଏ ଏବଂ ସେଇ ଜାଗାରେ ବିଷ ସବୁ ଜମା ହୋଇ ଜାଗାଟି ଗରମ ହେଇଯାଏ ଆଉ ପ୍ରତିରୋଧ ଶକ୍ତିର ବିପରୀତ ଦିଗରେ କାର୍ଯ୍ୟ କରି ନୂଆ ଖରାପ କୋଷମାନ ସୃଷ୍ଟି କରିଥାଏ l ମଳ ଦ୍ୱାର ପାଖରେ ଏହା ହେଲେ ଛୋଟ ଛୋଟ ଗଜା ବା ମସା ଟାଇପ ର ହୁଏ l ଏହା ଝାଡା ଆସିବା ବାଟରେ ଆସିଥିବାରୁ ଝାଡା ବାଜିଲେ ଏହି ଛୋଟ ଛୋଟ ଗଜା କ୍ଷତିଗ୍ରସ୍ଥ ହୁଏ ଏବଂ ଅଧିକ ଦୁର୍ବଳ ହେଲେ ସେଥିରୁ ରକ୍ତ ମଧ୍ୟ ବାହାରିଥାଏ l ଏଥିରେ ରୋଗୀକୁ ଏକରୁ ଅଧିକ ଥର ଝାଡା ମଧ୍ୟ ହୋଇଥାଏ l ବାରମ୍ବାର ଝାଡା ଯୋଗୁଁ ମଳ ଦ୍ୱାର ଜାଗାରେ ଭାରି ଜଳାପୋଡ଼ା ଏବଂ ଯନ୍ତ୍ରଣା ଅନୁଭବ ହୁଏ l ଏହି ରୋଗକୁ piles ବା ଅର୍ଶ କୁହାଯାଏ l ଆଉ ଠିକ ଔଷଧ ନ ପ୍ରୟୋଗ କଲେ ବା ଅଧିକ କଟା ଛଟା କଲେ ତାହା ଧୀରେ ଧୀରେ ସଂକ୍ରମିତ ହୋଇ ଘା ମଧ୍ୟ ହେଇଯାଏ ଏହାକୁ ଭଗନ୍ଦର ରୋଗ କୁହାଯାଏ l
.
*2- କାହିଁକି ହୁଏ ???*
ଏହାର ବିଭିନ୍ନ କରଣମାନ ଅଛି ସେଭିତରୁ ମୁଖ୍ୟ କାରଣ ସବୁ ହେଲା...
1- ସକାଳେ ଡେରିରେ ଟିଫିନ ବା ଭୋଜନ କରିବା l
2- ଶୁଖିଲା ଲଙ୍କା ଅଧିକ ଖାଇବା l
3- ବେଶୀ ସମୟ ଛିଡା ହେବା ବା ବସି କାମ କରିବା l
4- ପେଟରେ ଗ୍ୟାସ ହେଲେ ଏବଂ ବହୁତ ଦିନ ପର୍ଯ୍ୟନ୍ତ ଲାଗି ରହୁଥିଲେ l
5- ଠିକ ଭାବେ ପେଟ ସଫା ହେଉନଥିଲେ l
6- ଛିଡା ହେଇ ପାଣି ପିଉଥିଲେ l
7- ଯେଉଁ ଋତୁର ଫଳ ଓ ପନିପରିବା ସେହି ଋତୁରେ ନଖାଇ ବିନା ମୌସମର ଜିନିଷ ଖାଇଲେ l
8- ଅଧିକ ସମୟ ରାତିରେ ଚେଇଁଲେ ଓ ସକାଳେ 6ଟା ପରେ ଉଠିଲେ l
9- ଝାଡା କଲାବେଳେ କମ୍ବୋଡ଼ ବା ବିଦେଶୀ ପାଇଖାନା ବ୍ୟବହାର କଲାବେଳେ l
10- ଝାଡା କଲାବେଳେ ନ କୁନ୍ଥେଇ ବା ମଳ ଦ୍ଵାରକୁ ନ ଜୋର ଦେଇ ଝାଡା କଲେ l ଏହାକୁ ଅଳସୁଆମି କୁହାଯିବ l ଏହା ଦ୍ୱାରା ମଳ ଦ୍ୱାରର ବ୍ୟାୟାମ ହୋଇଥାଏ l
11- ଅଧିକ ବୀର୍ଯ୍ୟପାତ ବା କାମୁକ ଉତ୍ତେଜନା l
12-ମଇଦା ବେସନର ଜିନିଷ ସେବନ l
13- ରିଫାଇଣ୍ଡ ତେଲର ଛଣା ଜିନିଷ ଖାଇଲେ l
14- ଖାଇସାରିଲା ପରେ ଚିନି ଜିନିଷ ଖାଇବା l
15- ଖାଇସାରିବାର ଘଣ୍ଟାଏ ପରେ ମଧ୍ୟ ଯଦି ପାଣି ନପିଇଲେ l ଆଉ ଏହି ପ୍ରକ୍ରିୟା ସବୁଦିନ କଲେ l
16- ଦୁଇ ପ୍ରକାର ପ୍ରୋଟିନ ଜିନିଷ ଗୋଟିଏ ସମୟରେ ଖାଇଲେ l କେତେବେଳେ କେମିତି ଖାଇଲେ ଚଳିବ କିନ୍ତୁ ସବୁଦିନ ଖାଇଲେ ଖରାପ କରେ l ଉଦାହରଣ ପନିର ସହିତ ଡାଲି l ଦହି ସହିତ ବିରିଡାଲି l ପାମ୍ପଡ଼ ସହିତ ଡାଲି l
17- ଶାରୀରିକ ଶ୍ରମର ଅଭାବ l
18- ଥଣ୍ଡା ଶରୀରରେ ରହୁଥିଲେ ଆଉ ଭୁଲ ପ୍ରୋସେସ ରେ ଗାଧଉଥିଲେ l (ଆମର ଆଈମା ସ୍ୱାସ୍ଥ୍ୟ କଥା ରେ ଦିଆସରିଛି) l
*3- କେତେ ପ୍ରକାର ଓ ଲକ୍ଷଣ କଣ ସବୁ ଦେଖେଇଥାଏ ???*
ଆୟୁର୍ବେଦ ଅନୁସାରେ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଏ l
i) କଫ - ବାତ ଅର୍ଶ ରୋଗ
ii) ପିତ୍ତ - ବାତ ଅର୍ଶ ରୋଗ
*i) କଫ - ବାତ ଅର୍ଶ ରୋଗ*
*ଲକ୍ଷଣ* :
1- ପେଟରେ ସବୁବେଳେ ଗ୍ୟାସ ରହୁଥିବ l ଖାଦ୍ୟ ହଜମ ହେଉନଥିବ l
2- ଝାଡ଼ାରେ ରକ୍ତ ପଡୁନଥିବ l
3- ଦେହରେ ଥଣ୍ଡା ରହୁଥିବ l
4- କେବେ କେବେ ନାଳ ବା ସିଂହାଣୀ ଝାଡା ହେଉଥିବ l
5- ପେଟ ସଫା ହେବ ନାହିଁ କିନ୍ତୁ ଗରମ ଜିନିଷ ଖାଇଲେ ପେଟ ସଫା ହେଉଥିବ l
6- ଯେଉଁ ଗଜା ବା ମସା ହେବ ତାହା ମଳଦ୍ୱାରର ଟିକେ ବାହାରେ ହେବ ବା ଅଳ୍ପ ଟିକେ ଭିତରକୁ ହେବ l
*ii)- ପିତ୍ତ-ବାତ ଅର୍ଶ ରୋଗ*
*ଲକ୍ଷଣ :*
1- ଝାଡ଼ାରେ ରକ୍ତ ପଡିବ l
2- ଶରୀରରେ ସବୁବେଳେ ଗରମ ରହୁଥିବ l
3- ପେଟ ସଫା ହେଉନଥିବା l ଝାଡା କଠିନ ରହୁଥିବ l ଶରୀରରେ ପାଣି ଅଂଶ କମ ରହିବ ଯୋଗୁଁ ତେଲ ଅଂଶ କମିଯିବ l
4- ଯେଉଁ ଗଜା ବା ମସା ହେବ ତାହା ମଳ ଦ୍ୱାରର ଭିତରକୁ ହେବ l
*4- ଏହାର ସମାଧାନ କଣ???*
*i)- କଫ-ବାତ ଅର୍ଶ ରୋଗର ସମାଧାନ*
1- 50ରୁ 100ml ଦେଶୀ ଗାଈ ଗୋମୂତ୍ରକୁ ସକାଳେ ଖାଲି ପେଟରେ ପିଅନ୍ତୁ l ଯଦି ବହୁତ ଯନ୍ତ୍ରଣା ଆଉ ଜଳାପୋଡ଼ା ହେଉଛି ତାହେଲେ 50ml ଗୋମୂତ୍ର ସହିତ 2 ଟା ପାଚିଲା କଦଳୀ ଓ 2 ଗ୍ରାମ ଖାଇବା କର୍ପୁର ଏକା ସାଥିରେ ଖାଇବେ ଖାଲି ପେଟରେ ସକାଳେ l 3 ଦିନ ଭିତରେ ନିଶ୍ଚୟ ଭଲ ହେବେ l
କିମ୍ବା
2- ଗୋଟିଏ ନଡ଼ିଆର ସମସ୍ତ କତାକୁ ପୋଡିଦିଅ ତାର ଭସ୍ମକୁ ଗୋଟିଏ କପଡା ଦ୍ୱାରା ଛାଣିଦିଅ l ଦେଶୀ ଗାଈ କ୍ଷୀରରୁ ତିଆରି ଲସି ବା ଦହି ପାଣି ସହିତ ସକାଳେ ଓ ଦୁଇପହରରେ 3 ଗ୍ରାମ ଲେଖାଏଁ ଖାଇପାରିବେ l ଯଦି ଦେଶୀ ଗାଈ କ୍ଷୀର ନାହିଁ ତାହେଲେ ଯୋଉଟା ମିଳିବ କରିପାରିବେ l ରାତିରେ କିନ୍ତୁ ସାଦା ପାଣି କିମ୍ବା କ୍ଷୀରରେ ପକାଇ ଖାଇପାରିବେ l ଏହାକୁ ଖାଇ ସରିଲା ପରେ ସବୁବେଳେ ବ୍ୟବହାର କରିବେ l
*ii) ପିତ୍ତ-ବାତ ଅର୍ଶ ରୋଗ*
1- ଵେଲ ପତ୍ର 14ଟି ଆଉ ଗୋଲମରିଚ 5 ଟି କୁ ଭଲ କରି ବାଟି ସକାଳେ ପିଅନ୍ତୁ l
କିମ୍ବା
ଗୋଟିଏ ଚାମଚ ଦେଶୀ ଗାଈ ଘିଅକୁ ଅଧା ଲିଟର ପାଣିରେ ଫୁଟାଇ ସେଥିରେ ଗୋଟିଏ ବଡ଼ ଆକାରର ବା ଦୁଇଟି ସାନ ଲେମ୍ବୁ ଚିପୁଡ଼ି ଦେଇ ସେଇ ପାଣିକୁ ଖାଲିପେଟରେ ଅଳ୍ପ ଉଷୁମ ଥାଇ ପିଇବେ l
2- ସିଜୁ ଗଛ ବା ହିନ୍ଦୀରେ ଏହାକୁ ନାଗଦୋନ ଗଛର 3-5 ପତ୍ର କୁ 2ଟି ଗୋଲମରିଚ ସହ ଖାଲି ପେଟରେ ସକାଳେ, ଦୁଇପହରରେ ଓ ସନ୍ଧ୍ୟାରେ ଖାଇପାରିବେ l ଏହା 5-7 ଦିନ ଭିତରେ ଠିକ କରିବ ନିଶ୍ଚୟ l
କିମ୍ବା
ଦେଶୀ ଗାଈ ଘିଅ ସହ ଗୋଲମରିଚ ଖାଇ ଉଷୁମ ପାଣି ପିଇବ l ଯଦି ନାଳ ଝାଡା ହଉଥିବ ଏହି ଉପାୟ କରିବ ନାହିଁ l ସେ ଜାଗାରେ ଚିରେଇତା ବା ନିମ୍ବ ପତ୍ର ସହ ଗୋଲମରିଚ ଖାଇବ l
*** ଉଭୟ ପ୍ରକାର ରୋଗୀଙ୍କୁ ରାତିରେ କୌଣସି ପେଟ ସଫା କରିବା ଔଷଧ ଖାଇବାକୁ ହେବ l ଯେପରିକି ତ୍ରିଫଳା ଚୁର୍ଣ୍ଣ ବା ଅନ୍ୟ ଚୁର୍ଣ୍ଣ ଯାହା ଉପରେ ଆପଣ ବେଶୀ ବିଶ୍ୱାସ କରନ୍ତି l କିନ୍ତୁ ତ୍ରିଫଳା ଚୁର୍ଣ୍ଣ ଆଣିଲେ 1 ଅନୁପାତ ହରଡ଼ 2 ଅନୁପାତ ବାହାଡା ଓ 3- ଅନୁପାତ ଅଁଳା ଥିବା ତ୍ରିଫଳା ଆଣି ଖାଇବେ l 1 ଚାମଚ ଉଷୁମ ପାଣି ବା କ୍ଷୀର ସହ l
*** ଉଭୟ ପ୍ରକାର ରୋଗୀଙ୍କୁ ଅନୁଲୋମ ଓ କପାଳ ଭାତି ପ୍ରାଣାୟାମ 15-30 ମିନିଟ କରିବା ପାଇଁ ବାଧ୍ୟ l
*** ଉଭୟ ପ୍ରକାର ରୋଗୀ ନିଜ ଗୋଡ଼କୁ କିଛି ସମୟ (10-20ମିନିଟ ) କାନ୍ଥର ସାହାର୍ଯ୍ୟ ନେଇ ଟେକି ରଖିବେ ଏହା ବହୁତ ଜରୁରୀ ଆସନ l
*5- କଣ କଣ ସତର୍କତା ରହିଛି ???*
1- କେଵେବି ଅଧିକ ଟେନସନ ନେବେନି l ସବୁ ସମସ୍ୟାର ସମାଧାନ ରହିଛି l
2- ଯୋଉଟା ସନ୍ଦେହ ରହୁଛି ନଜାଣି ଗ୍ରହଣ କରିବେ ନାହିଁ l
3- ସବୁବେଳେ ଚୋବେଇ ଚୋବେଇ ସମୟ ନେଇ ଖାଦ୍ୟ ଖାଇବେ l
4- ଖାଲି ପେଟରେ କେବେ ରହିବେ ନାହିଁ l ଯଦି ଖାଦ୍ୟ ନ ମିଳେ ପାଣି ପିଉଥିବେ l
5- ଝାଡା କଲା ବେଳେ ସବୁବେଳେ ଅଶ୍ୱିନୀ ମୁଦ୍ରା କରିବେ 20 ଥର ମାନେ ହେଲା ମଳଦ୍ୱାରକୁ ସଂକୁଚିତ ଓ ପ୍ରସାରିତ କରିବା l
6- ଯଦି ଆପଣଙ୍କ ମାସିକ ଋତୁ ସ୍ରାବ ସମସ୍ୟା ସହିତ ଅର୍ଶ ରୋଗ ଅଛି ତେବେ ଗୋଟିଏ ଔଷଧ ଦୁଇଟା ରୋଗକୁ କାମ ଦେବ ତାହା ହେଲା ଅଶୋକ ଗଛର ଛାଲିକୁ ଆଣି ବହୁତ ଭଲ ଭାବେ ସିଝାଇ ପିଇବେ ଏହା ରକ୍ତ ବନ୍ଦ କରିଥାଏ l
.

Comments
Post a Comment