ମୋ ଆଈମା ସ୍ୱାସ୍ଥ୍ୟ କଥା - 34(b) ଅର୍ଶ ରୋଗ
ମୋ ଆଈମା ସ୍ୱାସ୍ଥ୍ୟ କଥା - 34(b) ଅର୍ଶ ରୋଗ
ଗତ ଆଈମା ସ୍ୱାସ୍ଥ୍ୟ କଥାରେ ଆମେ ଅର୍ଶ ରୋଗର ଲକ୍ଷଣ ଓ ଉପଚାର ବିଷୟରେ ଜାଣିଲେ l ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥା ସବୁଠୁ ବେଶୀ ଜରୁରୀ ସମସ୍ତ ଅର୍ଶ ରୋଗୀଙ୍କ ପାଇଁ କାରଣ ଆଜିର ସ୍ୱାସ୍ଥ୍ୟ କଥାରେ ଆମେ ସେହି ତୃଣମୂଳ ସ୍ତରୀୟ ଜିନିଷ ଆପଣଙ୍କ ସାମ୍ନାରେ ପ୍ରସ୍ତୁତ କରିବୁ ଯୋଉଟା ଆପଣ ଜାଣିବା ନିହାତି ଦରକାର l ତେଣୁ ଆଜି ଆପଣଙ୍କ ପାଇଁ ରହିବ...
👉 ପୁରୁଷ ଅପେକ୍ଷା ନାରୀମାନଙ୍କୁ କାହିଁକି ଅଧିକ ଅର୍ଶ ରୋଗ ଅଧିକ ଦେଖାଯାଏ?
👉 ଜଣେ ଅର୍ଶ ରୋଗୀର ପ୍ରକୃତ ଦିନଚର୍ଯ୍ୟା କଣ ହେବା ଉଚିତ?
👉 ମଳଦ୍ୱାରରେ ହୋଇଥିବା ଗଜା ବା ମସ୍ସା କୁ କେମିତି ଝଡା ଯିବ?
ଅର୍ଶ କାହାକୁ ହୁଏ? ଯେଉଁମାନଙ୍କର ଶରୀରରେ ରୋଗପ୍ରତିରୋଧ ଶକ୍ତି କମ ଥାଏ, ଯେଉଁମାନେ ଥଣ୍ଡା ପ୍ରକୃତି ବିଶିଷ୍ଟ ଥାଆନ୍ତି, ଯେଉଁମାନେ ପୂର୍ବରୁ ନିଶ୍ଚିତ ଚର୍ମ ରୋଗୀ ବା କଫ ରୋଗୀ ବା ଥଣ୍ଡା ରୋଗୀ ହୋଇଥିବେ l ପୁରୁଷ ଶରୀର ଚନ୍ଦ୍ର ଶକ୍ତି ଅପେକ୍ଷା ସୂର୍ଯ୍ୟ ଶକ୍ତି ଦ୍ୱାରା ଅଧିକ ପରିଚାଳିତ କିନ୍ତୁ ନାରୀ ଶରୀର ଚନ୍ଦ୍ର ଶକ୍ତି ରେ ଅଧିକ ପ୍ରଭାବିତ ହୋଇଥିବାରୁ l ନାରୀ ଶରୀର ସ୍ଵଭାବତଃ ଥଣ୍ଡା ଥାଏ l ଶରୀରରେ ଉଚିତ ସୂର୍ଯ୍ୟ ଶକ୍ତି ବା ଅଗ୍ନି ଶକ୍ତି ନମିଳିଲେ ତାହା ଖାଦ୍ୟ ହଜମ କରାଏ ନାହିଁ l ଖାଦ୍ୟ ହଜମ ନହେଲେ ସେଥିରୁ ଆମ୍ବ ବା ବିଷ ବାହାରେ l ଏହି ବିଷ ଯେଉଁଠି ରହେ ସେଇଠି ଅମ୍ଳତା ବଢ଼େ ଯାହାଫଳରେ ପିତ୍ତ କୁପିତ୍ତ ହୋଇଯାଏ l ନାରୀମାନଙ୍କ କ୍ଷେତ୍ରରେ ଅର୍ଶ ରୋଗ ପ୍ରସବ ପରେ ବା ପୂର୍ବରୁ ପ୍ରାୟ ଦେଖାଯାଏ କାରଣ ଏହି ସମୟରେ ତାଙ୍କ ପେଟ ଭଲ ଭାବେ ସଫା ହୁଏ ନାହିଁ l ସେମାନେ ବେଶୀ ଚଲାବୁଲା ମଧ୍ୟ କରନ୍ତି ନାହିଁ ସେଥିପାଇଁ ଶରୀରର ବିଷ ବା ବର୍ଜ୍ୟବସ୍ତୁ ପେଟରୁ ଭଲ ଭାବେ ସଫା ନହୋଇ ପେଟ ଗରମ କରାଏ ଏବଂ ବାୟୁର ପ୍ରକୋପ ବଢ଼ାଇ ଦିଏ l କେବଳ ନାରୀ ନୁହେଁ ପୁରୁଷମାନେ ମଧ୍ୟ ଯଦି ବେଶୀ ଚଲାବୁଲା ନକରି ଚୌକିରେ ବସି ଅଧିକ ସମୟ ଅତିବାହିତ କରୁଥିବେ ସେମାନଙ୍କୁ ମଧ୍ୟ କଫ ଓ ପିତ୍ତ ଦୋଷ ହୋଇ ଅର୍ଶ ହେବାର ସମ୍ଭାବନା ଅଧିକ ଥାଏ l ତେଣୁ ପେଟରେ ଗ୍ୟାସ ହେଇ ପେଟ ଫୁଲୁଥିଲେ ସାବଧାନ ହେବେ ଏହା ଅର୍ଶ କରାଇପାରେ l ଏହାର ସମାଧାନ ହେଲା ଦୁଇପହରେ ଖାଇସାରିଲା ପରେ କେବେବି ଚୌକିରେ ବସିପଡିବେ ନାହିଁ l 15 ମିନିଟ ହେଉ ପଛରେ ନିଶ୍ଚିତ ଶୋଇବେ l
*ଜଣେ ଅର୍ଶ ରୋଗୀର ଦିନଚର୍ଯ୍ୟା ଏଭଳି ହେବା ଦରକାର 👇*
👉 10 ଭିତରେ ଶୋଇପଡିବା ଆଉ ସୂର୍ଯ୍ୟୋଦୟ ପୂର୍ବରୁ ପାଣି ପିଇ ପାଇଖାନା ଯିବା ନିହାତି ଦରକାର l ସୂର୍ଯ୍ୟୋଦୟ ପରେ ପାଇଖାନା ଗଲେ କାହାର ମଧ୍ୟ ସମ୍ପୂର୍ଣ ରୂପେ ପେଟ ସଫା ହୋଇନଥାଏ l
👉 ସୂର୍ଯ୍ୟୋଦୟର 2 ଘଣ୍ଟା ଭିତରେ ନିଶ୍ଚିତ ଟିଫିନ ବା ଜଳଖିଆ କରିବା ଦରକାର l ଜଳଖିଆରେ କେବେବି କୌଣସି ଅନ୍ନରୁ ତିଆରି ଖାଦ୍ୟ ତଥା ଭଜା, ପୋଡା ଓ ଅଧିକ ଗୁରୁପାକ ଖାଦ୍ୟ ଖାଇବା ଅନୁଚିତ l ମାନେ ହେଲା କେବଳ ଫଳ ମୂଳ ଖାଇବା ଦରକାର l ଯଦି ମନ ମାନୁନାହିଁ ତାହେଲେ ଫଳ ଖାଇବାର 2 ଘଣ୍ଟା ପରେ ଯାଇ ବିନା ତେଲ ଯୁକ୍ତ ଟିଫିନ ଖାଇପାରିବେ l
👉 ଯଦି ଆପଣଙ୍କ ବାମ ନାକ ପୁଡାରେ ପବନ ଯିବା ଆସିବା କରୁଛି ସେହି ସମୟରେ କେବେବି କୌଣସି ଲୋକ ଭୋଜନ କରିବା ଅନୁଚିତ l ସବୁବେଳେ ବାମ କଡ଼ରେ ଶୋଇବା ଉଚିତ l
👉 ଯେତେବେଳେ କୌଣସି ଖାଦ୍ୟ ଖାଉଛନ୍ତି ଖାଇବାର ଦେଢ଼ ଘଣ୍ଟା ପରେ ହିଁ ପାଣିପିଇବା ଉଚିତ l ଘଣ୍ଟାଟିଏ ପରେ ମଧ୍ୟ ନୁହେଁ ଦେଢ଼ ଘଣ୍ଟା ପରେ ପିଇବେ l
👉 ଦୁଇପହର ଖାଇବାର 10 ମିନିଟ ଭିତରେ 100-200 ଗ୍ରାମ ଦହିରେ ଗୋଟିଏ ଚାମଚ ହରିଡ଼ା ଗୁଣ୍ଡକୁ କିଛି ସମୟ ମନ୍ଥନ କରି ଖାଇବା ଉଚିତ l ଅତିକମରେ 7 ଦିନ ନିହାତି ଖାଇବା ଦରକାର l ଏହା ଆପଣଙ୍କ ପିତ୍ତକୁ ନିୟନ୍ତ୍ରଣ କୁ ଆଣିଥାଏ l
👉 କେବେବି ଅପରାହ୍ନ 4 ଟା ପରେ ଚଣା ଜାତୀୟ ଜିନିଷ, ତେଲିଆ ଜିନିଷ, ଗଜା ବୁଟ ବା ମୁଗ ଇତ୍ୟାଦି ଖାଇବା ଅନୁଚିତ l ଏହା ପେଟରେ ଗ୍ୟାସ ତିଆରି କରେ l ଏହା ବଦଳରେ କୌଣସି ହାଲୁକା ଖାଦ୍ୟ କିଛି ଖାଇପାରିବେ l
👉 ଚା ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବେ l ଏହା ବହୁତ ଗ୍ୟାସ କରେ l ଅର୍ଶ ରୋଗୀଙ୍କ ପାଇଁ ଆଦୌ ଭଲ ନୁହେଁ l
👉 ରାତି 8 ଟା ଭିତରେ ରାତ୍ରି ଭୋଜନ କରିଦେବା ଉଚିତ l ରାତ୍ରି ଭୋଜନ ପରେ ନିଶ୍ଚିତ କିଛି ପାଦ ଚାଲିବା ଉଚିତ l ଖୋଲା ଆକାଶ ତଳେ କିଛି ସମୟ ରଖିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ ହୋଇଥାଏ l ରାତ୍ରିରେ ନିଶ୍ଚୟ ଉଷୁମ କ୍ଷୀର ପିଇବା ଉଚିତ l ମୋବାଇଲ ଠାରୁ ଦୂରରେ ରହି ଶୋଇବେ l ନିଦ କୁ କେବେବି କଣ୍ଟ୍ରୋଲ କରିବେ ନାହିଁ ତୁରନ୍ତ ଶୋଇପଡିବେ l
*ମସ୍ସା ବା ଗଜା ଝଡ଼େଇବା ପାଇଁ କଣ ଘରୋଇ ଉପଚାର ରହିଛି?*
ଏଥିପାଇଁ ଆପଣଙ୍କୁ ଲହୁଣୀ ଦରକାର ପଡିବ l କେମିତି ତିଆରି କରିବ ଏହି ଘରୋଇ ମଲମ ଆଉ କେମିତି ପ୍ରୟୋଗ କରିବ
ମୋ ଆଈମା ସ୍ୱାସ୍ଥ୍ୟ କଥା - 35 ଚିରେଇତା ପତ୍ର
.

Comments
Post a Comment