ମୋ ଆଈମା ସ୍ୱାସ୍ଥ୍ୟ କଥା - 32(a) ଓଦା ଚର୍ମ ରୋଗ (Wet Eczema) ବିଷୟରେ

*ମୋ ଆଈମା ସ୍ୱାସ୍ଥ୍ୟ କଥା - 32(a)* ଓଦା ଚର୍ମ ରୋଗ (Wet Eczema) ବିଷୟରେ

ବର୍ତ୍ତମାନ ବର୍ଷା ସମୟ ଆସିଗଲା l ପ୍ରକୃତିର ମନୋହର ସବୁଜିମା ସମସ୍ତଙ୍କୁ ଆକୃଷ୍ଟ କରିବ l ଖରାର ପ୍ରଭାବରେ ସବୁ ଜୀବ ଶୁଖିଯାଇଥିଲେ ବର୍ଷା ଆସିଲା ପରେ ବୃକ୍ଷଲତା ସମେତ ସମସ୍ତ ପ୍ରାଣୀମାନେ ମଧ୍ୟ ନିଜର ସୁନ୍ଦର କାୟାକଳ୍ପ କରିପାରିବେ l ଏଥିରେ ରହିଛି ବଡ଼ ବିଜ୍ଞାନ l ଖରାଦିନେ ବାୟୁର ପ୍ରକୋପ ଅଧିକ ଥିବା ଯୋଗୁଁ ଜୀବ ଶୁଖି ଝଡିଯାଏ କିନ୍ତୁ ବର୍ଷା ଦିନରେ ଜଳ ଓ ପୃଥିବୀର ପ୍ରାଧାନ୍ୟ ବଢ଼ିଥାଏ l ତେଣୁ ତାର ଶରୀର ସୁନ୍ଦର ଏବଂ ମୋଟା ଦେଖାଯାଏ l ବର୍ଷା ଦିନ ଯେତିକି ଭଲ ସେତିକି ଖରାପ ମଧ୍ୟ l ଏହି ସମୟ ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଓ ଅନୁକୂଳ ତାପମାତ୍ରା ଥିବାରୁ ରୋଗ ସୃଷ୍ଟିକାରୀ ଭୁତାଣୁ, ଜୀବାଣୁ ଓ କବକମାନଙ୍କ ପାଇଁ ପ୍ରକୃଷ୍ଟ ସମୟ l ଏମାନଙ୍କ ଶରୀରରୁ ଯେଉଁ ବିଷ ବାହାରେ ତାହା ଆମ ଶରୀରରେ ବହୁତ ରୋଗ ସୃଷ୍ଟି କରେ ମୁଖ୍ୟତଃ ନାନା ପ୍ରକାରର ଚର୍ମ ରୋଗ, ଆଲର୍ଜି, ଝାଡା, ବାନ୍ତି, ଜ୍ୱର ଇତ୍ୟାଦି l ଆପଣ ଜାଣନ୍ତି ସମସ୍ତଙ୍କୁ ରୋଗ ଜୀବାଣୁ ଆକ୍ରମଣ କରିନଥାନ୍ତି ଯାହା ପାଖରେ ମଜବୁତ ପ୍ରତିରୋଧ ଶକ୍ତି ନାହିଁ କେବଳ ସେମାନଙ୍କୁ କ୍ଷତି ପହଞ୍ଚାଇବାରେ ସମର୍ଥ ହୋଇଥାନ୍ତି l 

ତେବେ ଏହି ମଜବୁତ ପ୍ରତିରୋଧ ଶକ୍ତି କଣ?? 

ଆଜି ଆମେ ଏମିତି ଜିନିଷ ଜାଣିବା ଯାହା ଆଗାମୀ ଦିନରେ ଛୋଟ ଛୁଆ ଠୁ ଆରମ୍ଭ କରି ବୁଢ଼ା ଲୋକ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ପୋଷ୍ଟ ଟି କାମ ଦେବ l ପ୍ରତ୍ୟେକ ବ୍ୟକ୍ତି ଜାଣିରଖନ୍ତୁ କି ସବୁ ଜୀବ ପାଖରେ ନିଜର ସୁରକ୍ଷା କରିବା ପାଇଁ କିଛି ନା କିଛି ପ୍ରତିରୋଧ ଶକ୍ତି ରହିଛି ଆଉ ଏହି ପ୍ରତିରୋଧ ଶକ୍ତି ଜୀବକୁ ସହଜରେ କ୍ଷତିଗ୍ରସ୍ଥ ହେବାକୁ ଦିଏନାହିଁ l ସମସ୍ତଙ୍କ ଭିତରେ ଗୋଟିଏ ବଡ଼ ଡାକ୍ତର ରହିଛି ତାକୁ ଯେତେବେଳେ ଆମେ ଠିକ ଭାବରେ ନ ବୁଝି ତାକୁ ହେୟଜ୍ଞାନ କରୁ ଆମକୁ ଛୋଟରୁ ବଡ଼ ରୋଗ ହୁଏ l ଆପଣ ଜାଣନ୍ତି ବଡ଼ ବଡ଼ ରୋଗ ଯେପରିକି କ୍ୟାନ୍ସର, କିଡ଼ନୀ, ଉଚ୍ଚ ରକ୍ତଚାପ, ଯକୃତ ବିକାର, ଯୌନ ରୋଗ, ମଧୁମେୟ ଆଦି ରୋଗ ହଠାତ କାହାକୁ ହୋଇନଥାଏ l ଶରୀରର ପ୍ରତିରୋଧ ପ୍ରକ୍ରିୟା ପ୍ରଥମେ ନାନା ପ୍ରକାର ସିଗ୍ନାଲ ଦେଇଥାଏ ଆମେ ତାକୁ ଧ୍ୟାନ ନ ଦେଲେ ଏହି ସବୁ ବଡ଼ ବଡ଼ ରୋଗ ହୁଏ l 

 *ଏବେ ଜାଣିବା ଏହି ପ୍ରତିରୋଧ ଶକ୍ତି କେମିତି ତିଆରି ହୋଇଥାଏ??* 

ଶରୀରର ପଞ୍ଚ ମହାଭୂତ ମଧ୍ୟରୁ ପୃଥିବୀ ତତ୍ତ୍ୱ ହେଲା ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଶରୀରର ବାହ୍ୟ ଓ ଆଭ୍ୟନ୍ତରୀଣ ସୁରକ୍ଷା କବଚ l ତେଣୁ ଯାହାର ପୃଥିବୀ ତତ୍ତ୍ୱ ଯେତେ ମଜବୁତ ସେ ସେତିକି ସୁରକ୍ଷିତ l ସମସ୍ତଙ୍କ ଦେହରେ କିଛି ନିର୍ଦ୍ଧିଷ୍ଟ ତାପମାତ୍ରା ରହିଥାଏ ଏହା ସେଇ ଅଗ୍ନି ତତ୍ତ୍ୱ, ଏହା ସେତେବେଳେ ବଢ଼ିଥାଏ ଯେତେବେଳେ କୌଣସି ଶତ୍ରୁ ସୁରକ୍ଷା କବଚ ଭେଦି ଭିତରୁ ଆସେ l ଯେଉଁ ଜ୍ୱର ଆମକୁ ହୁଏ ଏହା ସେଇ ପ୍ରତିରୋଧ ପ୍ରକ୍ରିୟାର ଅଂଶ ବିଶେଷ l ତାପରେ ହେଲା ଜଳ ତତ୍ତ୍ୱ ଏହାର ସୁରକ୍ଷା ପ୍ରଣାଳୀ ହେଲା ଯଦି ସୁରକ୍ଷା କବଚ ଦେଇ କୌଣସି ଶତ୍ରୁ ଆସିଯାଏ ତାକୁ ବାୟୁ ଓ ଅଗ୍ନି ତତ୍ତ୍ୱର ସାହାର୍ଯ୍ୟ ନେଇ ଶରୀରରୁ ଜୀବାଣୁ ବା ଭୁତାଣୁକୁ ବାହାର କରିଥାଏ l ଉଦାହରଣ ସ୍ୱରୂପ ମଳ, ମୂତ୍ର, ସିଂଘାଣି, କଫ, ଛିଙ୍କ ଝାଳ ଇତ୍ୟାଦି l ଆକାଶ ତତ୍ତ୍ୱ ଉପବାସ, ବ୍ରତ, ଆଧ୍ୟାତ୍ମିକ ଚିନ୍ତା ବା ଭଜନ ଜଣାଣ ଆଦି ଦ୍ୱାରା ଶରୀରରେ ଏକ ଅଦୃଶ୍ୟ ସୁରକ୍ଷା ବଳୟ ସୃଷ୍ଟି କରେ ଏହାକୁ ଆଭାମଣ୍ଡଳ ବା ଓରା କୁହାଯାଏ l ଏହା ପୃଥିବୀ ତତ୍ତ୍ୱଠୁ ମଧ୍ୟ ଅଧିକ ଶକ୍ତିଶାଳୀ l ଆଜିର ଆଧୁନିକ ବିଜ୍ଞାନ ଏହି ଶକ୍ତି ବିଷୟରେ ଅନଭିଜ୍ଞ l ଆକାଶ ତତ୍ତ୍ୱ ଯାହାର ଶକ୍ତିଶାଳୀ ଥିବ ସେ ଅନ୍ୟ ରୋଗୀଙ୍କୁ ଛୁଇଁକି ମଧ୍ୟ ଭଲ କରିପାରିବ l ଉଦାହରଣ ସ୍ୱରୂପ ରେକୀ ଚିକିତ୍ସା l

 ଏସବୁ ଆମେ କାହିଁକି କହିଲୁ ??  

କାରଣ ହେଲା ମୂଳରୁ ଶରୀର ବିଷୟରେ ନଜାଣିଲେ,  ଆପଣ ଯଦି ନିଜ ପ୍ରତିରୋଧ ସିଷ୍ଟମକୁ ନଜାଣିଲେ ମନେରଖନ୍ତୁ ଆପଣ କୌଣସି ରୋଗକୁ ସମ୍ପୂର୍ଣ ରୂପେ ଠିକ କରିପାରିବେ ନାହିଁ l ତେଣୁ ଆଜିର ସ୍ୱାସ୍ଥ୍ୟ କଥାରେ ଆମେ ଚର୍ମ ରୋଗର ପ୍ରକାର, କାରଣ ଓ ଉପଚାର ଆଦି ଉପରେ ଆଲୋଚନା କରିବା l

 *ଚର୍ମ ରୋଗର ପ୍ରକାର...* 

ସମସ୍ତଙ୍କ ବୁଝିବା ପାଇଁ ଆମେ ଚର୍ମ ରୋଗକୁ 2ଟି ଭାଗରେ ବିଭକ୍ତ କରୁଛି l

1- କଫ - ପିତ୍ତ ବା ଓଦା ଚର୍ମ ରୋଗ l

2- ବାତ - ପିତ୍ତ ବା ଶୁଖିଲା ଚର୍ମ ରୋଗ l

 *1- ଓଦା ଚର୍ମ ରୋଗ....* 

 *ଲକ୍ଷଣ* :

1- ରୋଗ ସ୍ଥାନରେ ପାଣି ବା ପୂଜ ବାହାରୁଥିବ l

2- କୁଣ୍ଡେଇ ହେବ l

3- ଛୁଇଁଲେ ଅନ୍ୟ ଲୋକଙ୍କୁ ଡେଇଁବ ବା ସଂକ୍ରମଣ ହେବ l

4- ରୋଗୀକୁ ଥଣ୍ଡା, କାଶ ବା ଜିଙ୍କ ହେଉଥିବ l

5- ଚର୍ମ ତେଲିଆ ଦେଖାଯାଉଥିବ l

6- ପେଟ ସଫା ନହେବା ଆଉ ଏସିଡ଼ିଟି l

ଉଦାହରଣ : ମୁଖ ବ୍ରଣ, ଯାଦୁ, କାଛୁ, କୁଣ୍ଡିଆ, ଓଦା ଏକ୍ଜିମା, ପାଣି ଘା ଇତ୍ୟାଦି l

 *ଏହାର କାରଣ :* 

1- ଫାଷ୍ଟ ଫୁଡ ବା ତେଲିଆ ଓ ମସଲାଯୁକ୍ତ ଖାଦ୍ୟ ସେବନ l

2- ପ୍ରତିରୋଧ ଶକ୍ତି କମିଯିବା ଓ ଜୀବାଣୁ, କବକ ସଂକ୍ରମଣ l

3- ହର୍ମୋନ ଅନିୟନ୍ତ୍ରଣ ଏବଂ ରକ୍ତ ମଇଳା l

4- ପ୍ରଦୂଷିତ ପାଣିର ବ୍ୟବହାର l

5- ପ୍ରଦୂଷିତ ବାୟୁର ବ୍ୟବହାର l

6- ଅନ୍ୟ ଲୋକଙ୍କ ଠୁ ବାହ୍ୟ ସଂକ୍ରମଣ l

7- ବିରୋଧ ଖାଦ୍ୟର ସେବନ ଯେପରିକି କ୍ଷୀର ସହିତ ଲୁଣ l

8- ବାସୀ ଜିନିଷ ଓ ଅତ୍ୟଧିକ ଆୟୋଡିନ ଲୁଣର ସେବନ l

9- ଅନ୍ୟ ଔଷଧ ସବୁର ପାର୍ଶ୍ୱ ପ୍ରତିକ୍ରିୟା l

10- ବିଷାକ୍ତ କୀଟ କାମୁଡ଼ିବା ଦ୍ୱାରା l

 *ଔଷଧ ଓ ନିରାକରଣ :* 

1- ଦେଶୀ ଗାଈ ଗୋମୂତ୍ରକୁ ସକାଳେ ସନ୍ଧ୍ୟାରେ 20-50 ml ପିଇବ ଖାଲି ପେଟରେ l ଆଉ ସେଇ ଜାଗାରେ ଲଗେଇବ l 

କିମ୍ବା 

2- ନିମ୍ବ ପତ୍ର 20ଟି ସହିତ 7ଟି ଗୋଲମରିଚ ଓ ଅଧା ଚାମଚ ହଳଦୀ ଆଉ କଳା ତୁଲସୀ ରସକୁ ଖାଲି ପେଟରେ ଖାଇବ l ତୁଳସୀ +ହଳଦୀ +ନିମ୍ବ ପତ୍ର ରସ ସହିତ କର୍ପୁର ଲଗେଇବ l

କିମ୍ବା 

3- ଦେଶୀ ଗାଈ କ୍ଷୀରକୁ ଛିଣ୍ଡେଇ ତାର କେବଳ ପାଣି ପିଇବେ ଅଳ୍ପ ଉଷୁମ ଥିବା ଅବସ୍ଥାରେ l ପ୍ରତିଦିନ ଗୋଟିଏ ଗ୍ଲାସ ପିଇଲେ ଶରୀରର ବିଷ ଝାଡା ଓ ପରିସ୍ରା ଦ୍ୱାରା ବାହାରିଯିବ l ଏବଂ ଦେଶୀ ଗୋମୂତ୍ର ଲଗେଇବେ l

କିମ୍ବା 

4- ଘିକୁଆଁରୀ ପତ୍ରକୁ କାଟି କିଛି ସମୟ ଛିଡା କରି ରଖନ୍ତୁ ଯେପରିକି ତାର ନାଳୁଆ ବିଷ କିଛି ସମୟପରେ ପଳେଇଯିବ ତାପରେ ଭଲ ଭାବେ ତାକୁ ଧୋଇ ତାର କେବଳ ଗୋଦାଳିଆ ରସକୁ ଅଧା ଲିଟର ଗରମ ପାଣିରେ ପକେଇଦିଅନ୍ତୁ l ଆଉ ଅଳ୍ପ ଉଷୁମ ଥାଇ ତାକୁ ଖାଲି ପେଟରେ ପିଅନ୍ତୁ l ଶରୀରର ବିଷ ନଷ୍ଟ ହେଇଯିବ l ଅର୍ଜୁନ ଗଛ ବା ନିମ୍ବ ଗଛ ବା ଆମ୍ବ ଗଛ ବା ଦେଶୀ ସଜନା ଗଛର ଛାଲିକୁ ଶୁଖାଇ ଗୁଣ୍ଡ କରି ଲଗେଇ ପାରିବେ ଏହା ଶୀଘ୍ର ଭଲ କରିଦେବ l

କିମ୍ବା

5- ବେଗୁନିଆ ପତ୍ରର ରସ ଲଗେଇ ପାରିବେ ଏହା ଆଉ ବଢିବାକୁ ଦେବନାହିଁ l

 *ବିଶେଷ ସୂଚନା :* 

1- ଚର୍ମ ରୋଗ ହେବାର ମୂଳ କାରଣ ହେଲା ପ୍ରତିରୋଧ ଶକ୍ତି କମିବା ତେଣୁ ଯେଉଁଟା ପ୍ରାକୃତିକ ଜିନିଷ ତାକୁ ବେଶୀ ବ୍ୟବହାର କରନ୍ତୁ ଯେପରିକି ଫଳ ମୂଳ ଆଦି l

2- ଦହି ଓ ଖଟା ଖାଇବେ ନାହିଁ l

3- କଳା ତୁଳସୀ ଓ ଵେଲ ପତ୍ର ଯୋଉଟା ମିଳିବ ପ୍ରତିଦିନ 2-4ଟି ଖାଇଲେ ରୋଗ ପ୍ରତିରୋଧ ଶକ୍ତି ବଢ଼ିଥାଏ l

4- ଫ୍ରିଜ ଜିନିଷ, ଏକୁଆଗାର୍ଡ ପାଣି, ପ୍ରେସର କୁକର ଓ ଆଲୁମିନିୟମ ଜିନିଷ ଠାରୁ ଦୁରେଇ ରୁହନ୍ତୁ l ଏହା ପ୍ରତିରୋଧ ଶକ୍ତି କମେଇଦିଏ l

5- ଜଲଦି ରାତିରେ ସୁଅନ୍ତୁ l

6- ଦାନ୍ତ ନଘଷି ସକାଳେ କିଛି ପାଣି ନିଶ୍ଚୟ ପିଅନ୍ତୁ l

 *👉 ଗୋଟିଏ ଜରୁରୀ ପଏଣ୍ଟ ତାହାହେଲା ଚର୍ମ ରୋଗରେ କୌଣସି ସାବୁନ ବ୍ୟବହାର କରାଯାଏନି l ତେଣୁ ସାବଧାନ !!!* 




ମୋ ଆଈମା ସ୍ୱାସ୍ଥ୍ୟ କଥା - 32(b)ଶୁଖିଲା ଚର୍ମ ରୋଗ (Dry Eczema) ବିଷୟରେ 







.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)