ମୋ ଆଈମା ସ୍ୱାସ୍ଥ୍ୟ କଥା - 30(c) ଆମ୍ବ ଗଛ ର ଔଷଧୀୟ ଗୁଣ

 ଆଈମା ସ୍ୱାସ୍ଥ୍ୟ କଥା - 30(c) ଆମ୍ବ ଗଛ ର ଔଷଧୀୟ ଗୁଣ

ଆମେ ଆଲୋଚନା କରୁଥିଲେ ସମ୍ପୂର୍ଣ ଆମ୍ବ ଗଛର ଔଷଧୀୟ ଅଂଶ ଉପରେ l  ଆଜି ଆଈମା ସ୍ୱାସ୍ଥ୍ୟ କଥାର 30 ତମ ଅଧ୍ୟାୟ ଶେଷ ହେଉଛି l ଏହା ପରେ ମାସିକିଆ ସ୍ୱାସ୍ଥ୍ୟ ବିଜ୍ଞାନ ପରୀକ୍ଷାର ଅନୁଷ୍ଠାନ କରାଯିବ l ଆଜିର ଆଈମା ସ୍ୱାସ୍ଥ୍ୟ କଥାରେ ଆପଣମାନଙ୍କ ପାଇଁ ରହିଛି ଆମ୍ବ ଛାଲି, କଅଁଳିଆ ଆମ୍ବ ଡାଳ, ଆମ୍ବ ଚେର ଓ ଆମ୍ବ ଗଛର ଅଠାର ଔଷଧୀୟ ଗୁଣ ବିଷୟରେ ଜାଣିବା l

 *ଆମ୍ବ ଗଛ ଛାଲିର ଔଷଧୀୟ ଗୁଣ* 

👉 ଆୟୁର୍ବେଦରେ ଏହାକୁ ଗ୍ରାହ୍ୟ ବା ଶୋଷକ ଔଷଧ ହିସାବରେ ଗ୍ରହଣ କରାଯାଏ l
👉 ପତଳା ଝାଡାକୁ ବାନ୍ଧିବାରେ ସାହାଯ୍ୟ କରେ l ସଂଗ୍ରହଣୀ ରୋଗ ପାଇଁ ଅଵ୍ୟର୍ଥ ଔଷଧ l ଏହାର ଭିତର ଛାଲିକୁ ଖରାରେ ଶୁଖାଇ ଗୁଣ୍ଡ କରି ଦିନକୁ ଦୁଇ ଚାମଚ ଦହି ସହିତ ଖାଇଲେ ଅଧିକ ଝାଡା ହେଉଥିଲେ ତାହା ବନ୍ଦ ହୋଇଥାଏ l
👉 ଯଦି ଘା ସୁଖୁନାହିଁ ତାହାଲେ ଏହାକୁ ଗୁଣ୍ଡ କରି ଲେପ ଦେଲେ ଶୀଘ୍ର ଘା ର ଉପଶମ ହୋଇଥାଏ l
👉 ଓଦା ଚର୍ମ ରୋଗରେ ଭଲ କାମ ଦିଏ l

 *ଆମ୍ବ ଡାଳର ଔଷଧୀୟ ଗୁଣ* 

👉 କଅଁଳିଆ ଆମ୍ବ ପତ୍ର anorexia ବା ଅରୁଚି ଦୂର କରେ କାରଣ ଆମ୍ବ ପତ୍ରକୁ ଚୋବେଇ ଚୋବେଇ ଖାଇଲେ ପାଟିରୁ ବହୁତ ଲାଳ ବାହାରେ l
👉 ଆମ୍ବ ଡାଳ ଗୋଟିଏ ଭଲ ଦାନ୍ତ କାଠି l ଦାନ୍ତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ l
👉 କଫ ଓ ପିତ୍ତ ଦୋଷକୁ ସମନ କରେ l

 *ଆମ୍ବ ଚେରର ଔଷଧୀୟ ଗୁଣ* 

👉 ଏହାକୁ ମଧ୍ୟ ସଂଗ୍ରହଣୀ ବା IBS ରୋଗରେ ବ୍ୟବହାର କରାଯାଏ l
👉 ଡାଇରିଆ ବା ଝାଡା ରୋଗ ପାଇଁ ବହୁତ ଭଲ କାମ କରେ l ଏହାକୁ ବାଟି ଗୋଲମରିଚ ସହିତ ଖିଆଯାଏ l
👉 ବିଷାକ୍ତ କୀଟଙ୍କ ବିଷ ଦ୍ୱାରା ହେଉଥିବା ଚର୍ମ ରୋଗ ବା କାଛୁ କୁଣ୍ଡିଆ ଆଦି ରୋଗ ରେ ବହୁତ କାମ ଦିଏ l

 *ଆମ୍ବ ଗଛର ଅଠାର ଔଷଧୀୟ ଗୁଣ* 

👉 ଅଠାକୁ ଭଲ ଭାବରେ ସଂଗ୍ରହ କରି ତାକୁ ଖରାରେ ଶୁଖାଇ ଗୁଣ୍ଡ କରାଯାଏ ଏବଂ ସୁଖୁନଥିବା ଘା ରେ ଲଗାଇଲେ ଘା ଶୀଘ୍ର ଭଲ ହୁଏ l

👉 ଏହି ଅଠାକୁ ପାଦ ଓ ଗୋଇଠି ଫଟା ସ୍ଥାନରେ ଲଗେଇଲେ ଶୀଘ୍ର ଉପଶମ ହୋଇଥାଏ l



ଏଥିଲା ଆମ ଆଈମା ସ୍ୱାସ୍ଥ୍ୟ କଥା ସମ୍ପୂର୍ଣ ଆମ୍ବ ଗଛ ଉପରେ l ଆମର ଆଶା ଆପଣମାନେ ନିଶ୍ଚୟ ଏହି ତିନୋଟି ଆମ୍ବ ଗଛ ଉପରେ ହୋଇଥିବା ସ୍ୱାସ୍ଥ୍ୟ କଥାରୁ ବହୁତ କଥା ଜାଣିପାରିଥିବେ ଏବଂ ଉପକୃତ ହୋଇଥିବେ l


ମୋ ଆଈମା ସ୍ୱାସ୍ଥ୍ୟ କଥା - 30(d) କିଡିନ ରୋଗୀ , କ୍ୟାନସର ରୋଗ



ମୋ ଆଈମା ସ୍ୱାସ୍ଥ୍ୟ କଥା - 31 ବିରୁଦ୍ଧ ଖାଦ୍ୟ ବିଷୟରେ










.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)