ମୋ ଆଈମା ସ୍ୱାସ୍ଥ୍ୟ କଥା - 30(d) କିଡିନ ରୋଗୀ , କ୍ୟାନସର ରୋଗ

 *ମୋ ଆଈମା ସ୍ୱାସ୍ଥ୍ୟ କଥା - 30(d)* କିଡିନ ରୋଗୀ , କ୍ୟାନସର ରୋଗ



ଆମେ ଜାଣିଛୁ ବର୍ତ୍ତମାନ ଆପଣମାନେ ଆମ୍ବ ଖାଇବାରେ ଖୁବ ବ୍ୟସ୍ତ ଥିବେ l ଆଜ୍ଞା କିଏ ବା ଛାଡିବ ପ୍ରକୃତିର ଏଇଭଳି ଅନୁପମ ଉପହାରକୁ l ଆମ୍ବ ଉପରେ ଆମେ ଆଗରୁ ତିନୋଟି ଅଧ୍ୟାୟ ମୋ ଆଈମା ସ୍ୱାସ୍ଥ୍ୟ କଥାରେ ଆଣିସାରିଥିଲେ ମଧ୍ୟ ଯେହେତୁ ନୂଆ ନୂଆ ସ୍ୱାସ୍ଥ୍ୟ ବିଜ୍ଞାନ ଆମ ସାମ୍ନାରେ ଆଜି ପହଂଚୁଛି ଆମେ ଆପଣମାନଙ୍କ ସମ୍ମୁଖରେ ଏହାକୁ ପ୍ରସ୍ତୁତ କରିବାକୁ ଇଚ୍ଛା ପ୍ରକାଶ କରିଛୁ l ଆଜି ଏଭଳି ଏକ ତଥ୍ୟ ଆମେ ଆପଣମାନଙ୍କ ସାମ୍ନାରେ ରଖିବୁ ଆମ୍ବ ବିଷୟରେ ଯାହାକି ନିଶ୍ଚିତ ଆପଣଙ୍କ ଉପକାରରେ ଆସିବ l

ଆମ୍ବ ରସ ଓ ଆମ୍ବ ଛେଲିର ରସ କ୍ୟାନସର ରୋଗ ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ଜଣାପଡିଲା ପରେ ଏବେ ହତାଶ ରୋଗୀମାନଙ୍କ ମନରେ ଆଶାର ସଞ୍ଚାର ହୋଇଛି । ଏହା ଯେମିତି କ୍ୟାନସର ରୋଗ ପାଇଁ ଅତ୍ୟନ୍ତ ଉପଯୋଗୀ ସେମିତି କିଡିନ ରୋଗୀ ମାନଙ୍କ ପାଇଁ ବିଶେଷ ଉପଯୋଗୀ । କିଡିନର ଆକାର ସହିତ ଆମ୍ବର ଆକାର ପ୍ରାୟ ମିଶିଯାଏ । ତାକୁ ଦେଖିଲେ ମନେହୁଏ,ଯେମିତି ସେ ଫଳଟିକୁ କିଡିନ ପାଇଁ ସୃଷ୍ଟି ହେଇଛି । ନିୟମିତ ଆମ୍ବ ଖାଇବା ଦ୍ଵାରା କିଡିନ ଯାବତୀୟ ବିକାର ଅତି ସହଜରେ ଦୂର ହେଇଥାଏ । ସେମିତି ଆମ୍ବ ଖାଇବା ଦ୍ଵାରା ହୃଦରୋଗ ମଧ୍ୟ ଭଲ ହୁଏ । 

ଏହା ଏକ ଋତୁକାଳୀନ ଫଳ । ଏଥିରେ ଯଥେଷ୍ଟ ପରିମାଣରେ ଖାଦ୍ୟପ୍ରାଣ କ,ଖଏବଂଗ ରହିଛି,ଏହା ବ୍ୟତୀତ ଜଳୀୟ ଅଂଶ,ଚର୍ବି ଜାତୀୟ ଅଂଶ,ଲବଣ ଅଂଶ,ତନ୍ତୁଅଂଶ,ପ୍ରୋଟିନ ଏବଂ ଶର୍କରା ମଧ୍ୟ ଅଛି । 

୧୦୦ ଗ୍ରାମ ପାଚିଲା ଆମ୍ବରୁ ଆମକୁ ୧୪ ମିଲିଗ୍ରାମ କ୍ୟାଲସିୟମ,୧୦୩ ମିଲିଗ୍ରାମ ଲୌହ ,0.୬ ଗ୍ରାମ ପୁଷ୍ଟିସାର,୨୦. ୦୯ ମିଲିଗ୍ରାମ ଭିଟାମିନ-ବି,୨୭୪୩. ୨୦ ମିଲିଗ୍ରାମ ଭିଟାମିନ-ଏ,୪ମିଲିଗ୍ରାମ ଭିଟାମିନ-ସି ଏବଂ କ୍ୟାଲୋରି ହାରାହାରି ୭୪ ପର୍ଯ୍ୟନ୍ତ ମିଳିଥାଏ। ପାଚିଲା ଆମ୍ବ ପରି କଞ୍ଚା ଆମ୍ବରେ ମଧ୍ୟ ଏସବୁ ଊଣା ଅଧିକେ ଅଛି । ଆମ୍ବ ଠାରୁ ଆହୁରି ଔଷଧୀୟ ଗୁଣ ଯୁକ୍ତ ଆମ୍ବ କୋଇଲି । ଏଥିରେ ଯଥେଷ୍ଟ ପରିମାଣରେ ଷ୍ଟାର୍ଚ ଏବଂ ପ୍ରୋଟିନ ରହିଛି । 

ଆମ୍ବ ମିଳୁଥିବା ସମୟରେ ଅଧିକରୁ ଅଧିକ ଆମ୍ବ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର । ଏଥିପାଇଁ ଭଲଭାବରେ ପାଚିଥିବା ମିଠା ଆମ୍ବ ସଂଗ୍ରହ କରିବା ବିଧେୟ । ଯେଉଁ ଆମ୍ବ ଗୁଡିକ କୃତିମ ଉପାୟରେ ପଚାଯାଇ ଥାଏ,ସେଗୁଡିକ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ଆମ୍ବ ଖାଇବା ପୂର୍ବରୁ ପ୍ରଥମେ ଆମ୍ବକୁ ୩/୪ ଘଣ୍ଟାଥଣ୍ଡା ପାଣିରେ ବୁଡାଇରଖି ସେଗୁଡିକୁ ଚୁଚୁମି ଚୁଚୁମି ଖାଇବା ଭଲ । ଆମ୍ବ ସହିତ କ୍ଷୀର ଏକ ଉତ୍ତମ ସଂଯୋଗ । ଯେଉ ମାନେ ଆମ୍ବ ଖାଉଛନ୍ତି ସେଥିରୁ ଅଧିକ ଲାଭ ପାଇବା ପାଇଁ ତା ସହିତ କ୍ଷୀର ଖାଇବା ଉଚିତ ।


*ଆମ୍ବର ଔଷଧୀୟ ଗୁଣ :*


👉 ଆମ୍ବର ତନ୍ତୁ ଅଂଶ ମଳ କବଜକୁ ଦୂର କରେ । ମେଦବୃଦ୍ଧିକୁ ନିବାରିତ କରେ । ଉଦାର ରୋଗ ଆମ୍ବ ଖାଇବା ଦ୍ଵାରା ସହଜରେ ଭଲ ହୋଇଯାଏ ।


👉 ଆମ୍ବ ରସରେ ଦୁଇ ତୋଳା ମହୁ ମିଶାଇ ଖାଇଲେ ନଂପୁଷକତା ଦୂର ହୁଏ ।


👉 ଧ୍ଵଜ ଭଙ୍ଗ ବା ଲୀଙ୍ଗର ଦୁର୍ବଳତା ଦୂର କରିବା ପାଇଁ ଆପଣ ନିୟମିତ ପାଚିଲା ଆମ୍ବର ରସରେ ଗରମ କ୍ଷୀର ମିଶାଇ ପିଅନ୍ତୁ ,ନିଶ୍ଚିତ ରୂପେ ଉପକାର ପାଇବେ ।


👉 ପାଚିଲା ଆମ୍ବ ନିୟମିତ ଖାଇବା ଦ୍ଵାରା ମୁତ୍ର କଷ୍ଟ ଦୂର ହୋଇ ପରିସ୍ରା ପରିଷ୍କାର ହୁଏ । ମୋଟା ଲୋକଙ୍କର ଓଜନ ହ୍ରାସ ହୋଇ ସ୍ଵାସ୍ଥ ଠିକ ରହେ ।

👉 ଯେଉଁ ମାନଙ୍କର ଯକୃତ କିମ୍ବା ପ୍ଳିହା ଦୋଷ ଅଛି ସେମାନେ ରସରେ ମହୁମିଶାଇ ଖାଇଲେ ଲାଭବାନ ହେବେ।


👉 ଅଗ୍ନି ମାନ୍ଦ୍ୟତା ଦୂର କରିବା ପାଇଁ ଆମ୍ବ ରସ,ସୈନ୍ଧବ ଲବଣ,ଅଜୀର୍ଣ୍ଣ ଦୂରକରିବା ପାଇଁ ଆମ୍ବ ରସ ଶୁଣ୍ଠି ଚୂର୍ଣ୍ଣ ମିଶ୍ରଣ ବେଶ ଲାଭ ବାନ।


👉 କଷି ଆମ୍ବ ଲସିକୁ ପଖାଳରେ ଗୋଳାଇ ଖାଇଲେ ଅରୁଚି ଦୂର ହୁଏ । 

👉 ହୃଦରୋଗରେ ଆମ୍ବ ରସ ସହିତ ଅଦାରସ ବେଶ କାମ ଦିଏ ।


👉 ଆମ୍ବକୁ ଚୋପା ସହିତ ଖାଇଲେ ଶ୍ଵାସ କାଶ କଫ ଭଲ ହୁଏ ।


👉 ଆମ୍ବ କୋଇଲିକୁ ବାଟି ସେହି କଳକକୁ ରାଶି ତେଲରେ ପାକ କରି ଛାଣି କେଶରେ ଲଗାଇଲେ ଅଥବା କୋଇଲି ସହିତ ପଳାଶ ଗଛର କଞ୍ଚା ଛେଲି ସମଭାଗରେ ମିଶାଇ ଏକତ୍ର ବାଟି କେଶରେ ଲଗାଇଲେ କେଶ ଆଦୌ ପାଚେ ନାହି ।


👉 ଏହି କୋଇଲି ୫ ତୋଳାକୁ ଅଧପା କଞ୍ଚା ଛେଳି କ୍ଷୀରରେ ବାଟି ପ୍ରତିଦିନ ସକାଳେ ଖାଲି ପେଟରେ ୭ ଦିନ ପିଇଲେ ଶ୍ଵେତ ଓ ରକ୍ତ ପ୍ରଦର ସହଜରେ ଭଲ ହୁଏ ।


👉 ଯେଉଁ ଶିଶୁ ମାଟି ଖାଊଛନ୍ତି ସେମାନଙ୍କୁ ଆମ୍ବ କୋଇଲିଘୋରି ଦୁଇ ତିନି ଥର ଦିନକୁ ଚଟାଇଲେ ୧୫ ଦିନରେ ସେମାନେ ମାଟି ଖାଇବା ଛାଡିଦେବେ ।


👉 ଆମ୍ବ କୋଇଲିକୁ ଚୂର୍ଣ୍ଣ କରି ଦାନ୍ତ ଘଷିଲେ ପାଇରିଆ ପ୍ରଭୁତି ଦାନ୍ତ ରୋଗ ଭଲ ହେଇଯାଏ ।


👉 ଆମ୍ବ କୋଇଲିକୁ ମାଆ କ୍ଷୀରରେ ଘୋରି ଦିନକୁ ୨/୩ ଥର ପିଆଇଲେ ପିଲାଙ୍କ ବହୁ ଦିନର ଝାଡା ଭଲ ହେଇଯାଏ ।


👉ଆମ୍ବ କୋଇଲିକୁ ସୈନ୍ଧବ ଲବଣ ଏବଂ ଖଇ-ଏହି ତିନି ଦ୍ରବ୍ୟକୁ ଏକତ୍ର ଚୂର୍ଣ୍ଣ କରି ମହୁରେ ଖଲି ଅଳ୍ପ ଅଳ୍ପ ସେବନ କରାଇଲେ ଶିଶୁର ଦୁଧ ବାନ୍ତି ଭଲ ହୁଏ ।


👉 ଯେଉଁ ମାନଙ୍କ ଅନ୍ତ୍ର ନଳୀରେ ଅଲସର କିମ୍ବା କ୍ୟାନସର ହୋଇଛି ସେମାନେ ଆମ୍ବ ଗଛର ଭିତର ଛାଲି ୧ ତୋଳା ନେଇ ସେହି ଛେଲିକୁ ୧୨ଘଣ୍ଟା କାଳ ପାଏ ପାଣିରେ ବତୁରାଇ ସକାଳୁ ଛେଲିକୁ ସେହି ପାଣିରେ ବାଟି ପିଇଲେ କିମ୍ବା କେବଳ ସେହି ବତୁରା ପାଣିକୁ ପିଇଲେ ଉପରୋକ୍ତ ରୋଗରେ ଉପକାର ମିଳେ । ଝାଡା ଏବଂ ପେଟ ଗୋଳା ମାଳ ମଧ୍ୟ ଦୂର ହୁଏ ।


👉 ଆମ୍ବ ଗଛର ଗଜି ପତ୍ର ଚୋବାଇ ଖାଇଲେ ଅମ୍ଳ ପିତ ଭଲ ହୁଏ ,ଆମ୍ବ ପତ୍ରର ରସ କାନରେ ପକାଇଲେ ଅଧକପାଳି ଭଲହୁଏ । 


👉 ଆମ୍ବ,ଜାମୁକୋଳି ଏବଂ ଡାଳିମ୍ବ ଏ ତିନି ପତ୍ରର ରସ ଅଳ୍ପ ମହୁ ପ୍ରକ୍ଷେପ ଦେଇ ପାନ କରାଇଲେ ଶିଶୁ ମାନଙ୍କର ସମସ୍ତ ପ୍ରକାର ଝାଡା ରୋଗ ନିବାରିତ ହୁଏ । ଆମ୍ବ କୋଇଲିକୁ ଛାଇରେ ଶୁଖାଇ ଚୂର୍ଣ୍ଣ କରି ସେହି ଚୂର୍ଣ୍ଣକୁ ୫ ଗ୍ରାମ ନେଇ ପାଣିରେ ଗୋଳି ଖାଲି ପେଟରେ ପିଇଲେ ଧଇଁ ଶ୍ଵାସ ଏବଂ କାଶ ଭଲ ହୁଏ । 


👉 ଆସନ୍ତା ଆଈମା ସ୍ୱାସ୍ଥ୍ୟ କଥା - 82 ରେ ଗାୟତ୍ରୀ ମନ୍ତ୍ର ଓ ମହାମୃତ୍ୟଞ୍ଜୟ ମନ୍ତ୍ର ଉପରେ ଲୁଚିରହିଥିବା ସ୍ୱାସ୍ଥ୍ୟ ବିଜ୍ଞାନ ଉପରେ ଆସିବ l 




ମୋ ଆଈମା ସ୍ୱାସ୍ଥ୍ୟ କଥା - 31 ବିରୁଦ୍ଧ ଖାଦ୍ୟ ବିଷୟରେ





.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)