ମୋ ଆଈମା ସ୍ୱାସ୍ଥ୍ୟ କଥା - 095 ପଞ୍ଚଗବ୍ୟ ଘୃତ ଉପରେ....

 *ମୋ ଆଈମା ସ୍ୱାସ୍ଥ୍ୟ କଥା - 095* (_ପଞ୍ଚଗବ୍ୟ ଘୃତ ଉପରେ_)*



ଶରୀର, ମନ, ବୁଦ୍ଧି ଏବଂ ଅନ୍ତଃକରଣର ଶୁଦ୍ଧି ନିମନ୍ତେ ଆୟୁର୍ବେଦରେ ପଞ୍ଚଗବ୍ୟର ଭୂମିକା ଅତି ମହତ୍ଵପୂର୍ଣ୍ଣ । ପଞ୍ଚଗବ୍ୟ ଗାଈର ଦୁଧ, ଦହି, ଘୃତ, ଗୋମୂତ୍ର ତଥା ଗୋବରରେ ତିଆରି କରାଯାଏ । ଶାସ୍ତ୍ରୋକ୍ତ ଵିଧି ଅନୁସାରେ ପ୍ରସ୍ତୁତ ପଞ୍ଚଗବ୍ୟର ସେବନ ଦ୍ଵାରା ଶରୀର, ମନ, ବୁଦ୍ଧି ଏବଂ ଅନ୍ତଃକରଣର ସମସ୍ତ ବିକାର ସମାପ୍ତ ହୋଇଯାଏ । ଦୀର୍ଘ ନିରୋଗ ଓ ପ୍ରସନ୍ନ ଜୀବନ ନିମନ୍ତେ ଏହି । ଘୃତ ବରଦାନ ସ୍ବରୂପ ଅଟେ ।


👉 ପଞ୍ଚଗବ୍ୟ ରସାୟନ ସେବନ ଦ୍ବାରା ମିର୍ଗୀ, ମସ୍ତିଷ୍କ ଦୁର୍ବଳତା, ପାଗଳାମୀ, ପାଣ୍ଡୁରୋଗ, କାମଳ, ଅର୍ଶ, ଶ୍ଵାସ(ଆଜମା), କାଶ,ଧାତୁ, କ୍ଷୀଣତା, ଜୀର୍ଣ୍ଣଜ୍ଵର (ପୁରାତନ ଜ୍ୱର), ଗ୍ରହ-ଦୋଷ, ବିଷମ ଜ୍ଵର, ମୋଟାବୁଦ୍ଧି (ଦୁର୍ବଳ ସ୍ମରଣ ଶକ୍ତି) ପାଇଁ ଅତ୍ୟନ୍ତ ଲାଭ ଦାୟକ ଏବଂ ତ୍ରିଦୋଷ ସମ କରିଥାଏ । ଏହା ଅସ୍ଥିମଜ୍ଜା ଭିତରୁ ସମସ୍ତ ଦୋଷ ବାହାର କରି ଦେଇଥାଏ । ମାନସିକ ବିକାର ପାଇଁ ଏହା ବିଶେଷ ଉପଯୋଗୀ । ଏହାର ନିୟମିତ ଉପଯୋଗ ଦ୍ବାରା ମାନସିକ ଦାରିଦ୍ର୍ୟତା, ମନବିଭ୍ରମ, ମାନସିକ ଅବସାଦ (ଡ଼ିପ୍ରେଶନ) ଆଦି ଲକ୍ଷଣ ତଥା ଉନ୍ମାଦ, ଅପସ୍ମାର ଆଦି ରୋଗ ଧୀରେ ଧୀରେ ଦୂର ହୋଇଥାଏ l ରୋଗୀ ତଥା ନିରୋଗୀ ସମସ୍ତେ ଏହାକୁ ସେବନ କରି ସ୍ଵାସ୍ଥ୍ୟ ଏବଂ ଦୀର୍ଘାୟୁ ପ୍ରାପ୍ତ କରି ପାରିବେ ।


*ପ୍ରସ୍ତୁତ କରିବାର ବିଧି :-*


ଗାଈର ଦୁଧ, ଘିଅ, ଦହି, ଗୋବର ଏବଂ ମୃତ୍ର (ପଞ୍ଚଗବ୍ୟ)କୁ ସମାନ ମାତ୍ରାରେ ନେଇ ତାକୁ ଅଗ୍ନିରେ ସିଦ୍ଧ କରି ‘ପଞ୍ଚଗବ୍ୟ ଘୃତ’ ତିଆରି କରାଯାଏ । କଡ଼େଇରେ ପ୍ରଥମେ ଘିଅକୁ ଗରମ କରନ୍ତୁ । ପଞ୍ଚଗବ୍ୟକୁ ସମାନ ମାତ୍ରାରେ ନେଇ ଗରମ ଘିଅରେ ଯଥାକ୍ରମେ ଗୋବରରସ (ତାଜା ଗୋବରକୁ ଧୋତି କପଡ଼ାକୁ ୮-୧୦ ପରସ୍ତ କରି ତହିଁରେ ରଖ୍ ଚିପୁଡ଼ିଲେ ବାହାରୁ ଥିବା ରସ), ଦହି, ଗୋମୂତ୍ର ଏବଂ ଶେଷରେ ଦୁଧ ମିଶାନ୍ତୁ । ଚାମଚ ସହାୟତାରେ ତାକୁ ଘାଣ୍ଟିବା ସହିତ ମୃଦୁ ଅଗ୍ନିରେ ସିଦ୍ଧ କରନ୍ତୁ । ଘୃତ ସିଦ୍ଧ ହେଲା ପରେ ତାକୁ ଛାଣି କାଚ ଅଥବା ଚିନା ପାତ୍ରରେ ରଖନ୍ତୁ ।


*ସିଦ୍ଧ ଘୃତର ପରୀକ୍ଷଣ :-*


ଘୃତ ସିଦ୍ଧ ହୋଇଗଲେ ସେଥିରେ ଉତ୍ପନ୍ନ ହେଉଥିବା ଫୋଟକା କ୍ରମଶଃ ଛୋଟ ହେବାକୁ ଲାଗିବ । ଉପରର ଫେଣ ଶାନ୍ତ ହୋଇଯିବ । ବହଳିଆ ଅବଶିକାଂଶ ତଳେ ବସିଯିବ ଏବଂ ଉପରେ କେବଳ ସ୍ୱଚ୍ଛ ଘିଅ ହିଁ ରହିବ । ତଳେ ଜମି ରହିଥିବା ବହଳିଆ ଅବଶିଷ୍ଟାଶ ନିଆଁରେ ପକାଇଲେ ତାହା ଶବ୍ଦ ନ କରି ଜଳିବାକୁ ଲାଗିଲେ ଜାଣିବେ ଯେ ଘୃତ ସିଦ୍ଧ ହୋଇ ଯାଇଛି ।


*ପଞ୍ଚଗବ୍ୟ ପିଇବାର ମନ୍ତ୍ର :-*


_ଯତ୍ ତ୍ୱଗସ୍ଥିଗତଂ ପାରଂ ଦେହେ ତିଷ୍ପତି ମାମକେ ।_

_ପ୍ରାଶନ୍ମାତ୍ ପଞ୍ଚଗବ୍ୟସ୍ୟ ଦହତ୍ଵଗିରିବେନ୍ଧନମ୍ ll_ _(ମହାଭାରତ)_


ଗୋମାତାର ପଞ୍ଚଗବ୍ୟ ସେବନ ପୂର୍ବକ ସମସ୍ତ ବୈଦିକ କାର୍ଯ୍ୟ ପ୍ରାରମ୍ଭ କରାଯାଏ । ପଞ୍ଚଗବ୍ୟ, ପଞ୍ଚଗବ୍ୟ ଘୃତ ଏବଂ ପଞ୍ଚାମୃତ ପାନ କଲେ ଶରୀରର ସମସ୍ତ ରୋଗ ନଷ୍ଟ ହୋଇଯାଏ ତଥା କାୟିକ, ବାଚିକ ଓ ମାନସିକ ପାପ, ତାପ, ସନ୍ତାପ ଦୂର ହୋଇଯାଏ । ଏହାର ସେବନ ମାତ୍ରକେ ଶରୀରର ଅସ୍ଥି ରୋଗ, ଚର୍ମରୋଗ ଆଦି ନଷ୍ଟ ହୋଇଯାଏ ।


*ସେବନ ବିଧି:-*


୧୦ ରୁ ୧୫ ଗ୍ରାମ୍ ଘିଅ ସକାଳୁ ଖାଲି ପେଟରେ ଉଷୁମ ପାଣି ସହିତ ଖାଆନ୍ତୁ l







ମୋ ଆଈମା ସ୍ୱାସ୍ଥ୍ୟ କଥା - 096  ମେଥି ବୃକ୍ଷ ଉପରେ







.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)