ମୋ ଆଈମା ସ୍ୱାସ୍ଥ୍ୟ କଥା - 090 କୋଳଥ ଡାଲି ଉପରେ

  *ମୋ ଆଈମା ସ୍ୱାସ୍ଥ୍ୟ କଥା - 090* _(କୋଳଥ ଡାଲି ଉପରେ)_



ଛୋଟ ଦିନେ ଯେତେବେଳେ ଆମ ଘରେ କୌଣସି ଗାଈ ପ୍ରସବ କରୁଥିଲା ଆମ ଘରେ 3 ଦିନ ପର୍ଯ୍ୟନ୍ତ ସେଇ ଗାଈକୁ କୋଳଥ ଡାଲିର ସିଝା ଉଷୁମ ପାଣି ପିଇବାକୁ ଦିଆଯାଉଥିଲା ସେତେବେଳେ ମନରେ ବହୁତ ଗୁଡ଼ାଏ ପ୍ରଶ୍ନ ଆସୁଥିଲା ଏହି କୋଳଥ ଡାଲିକୁ ନେଇ l ଏତେ ଡାଲି ଅଛି କୋଳଥ ଡାଲିକୁ କାହିଁକି ବ୍ୟବହାର କରାଯାଏ ଏହି କାମ ପାଇଁ? ଦିନେ ଆଈମା ଏହି ସନ୍ଦେହ ମୋର ଦୂର କରି କହିଥିଲେ କୋଳଥ ଡାଲି ଏକ ଆୟୁର୍ବେଦିକ ଔଷଧ ଏହା ଅନେକ ରୋଗରେ କାମ ଦିଏ କେବଳ ଗାଈ ପ୍ରସବ ନୁହେଁ ମଣିଷମାନଙ୍କ ସହଜ ପ୍ରସବ ପାଇଁ ମଧ୍ୟ ଏହା ବ୍ୟବହାର ହୋଇଥାଏ l ଆଈମା କହନ୍ତି ଅନ୍ୟ ଡାଲିଗୁଡିକ ଅପେକ୍ଷା ଏହା ଅଧିକ ପୁଷ୍ଟିସାର ଯୁକ୍ତ ଏବଂ ରୋଗ ପ୍ରତିରୋଧ ଶକ୍ତି ସମ୍ପନ୍ନ l ଆଈମା କୋଳଥ ଡାଲିର ମହିମାମାନ ବଖାଣିବା ଆରମ୍ଭ କଲେ 👇


1)- ଏହାକୁ ଆୟୁର୍ବେଦରେ ସ୍ବେଦ ସଂଗ୍ରାହକ କୁହାଯାଏ କାରଣ ଏହା ଶରୀର ଭିତରେ ଗରମ ସୃଷ୍ଟି କରି ଝାଳ ତିଆରି କରେ l ଯଦି ଲୋମ କୂପ ବନ୍ଦ ହେଇଯାଏ ଏହା ଖୋଲିଦିଏ l


2)- ଶିରା ପ୍ରଶିରା ଭିତରେ ବ୍ଲକ ଥିଲେ ବା ଠିକ ଭାବେ ରକ୍ତ, ରସ ଧାତୁର ପ୍ରଭାବ ହେଉନଥିଲେ ଏହାକୁ ନିୟମିତ ଖାଇଲେ ରକ୍ତ ବା ଅନ୍ୟ ରସ ଧାତୁର ପ୍ରଭାବ ବଢ଼େ l


3) ଶରୀରରେ ଯଦି କୌଣସି ଜାଗାରେ ଜ୍ୱଳନ ଅନୁଭବ ହେଉଥାଏ ଏହା ଠିକ କରେ l


4) ପେଟର ଅନେକ ରୋଗ ଯେମିତିକି ପେଟ ଫୁଲା ବା ଗ୍ୟାସ, ମେଦ ବା ପେଟରେ ଚର୍ବୀ ବଢ଼ିବା, ପେଟରେ କୃମି ସମସ୍ୟା ଏବଂ ବିନା ରକ୍ତ ଵାଲା ଅର୍ଶ ରୋଗ ଆଦି ଠିକ ହେଇଥାଏ l


5) ଏହା ଥଣ୍ଡା, କାଶ, ଜ୍ୱର ଏବଂ ଶ୍ୱାସ ରୋଗରେ ବହୁତ ଭଲ କାମ କରେ l


6) କୌଣସି ଜାଗା ଯଦି ମାଡ଼ ବାଜି କିମ୍ବା ଅନ୍ୟ କାରଣରୁ ଫୁଲି ଯାଇଥାଏ ତେବେ କୋଳଥ ଡାଲିକୁ ବାଟି ତାକୁ ପେଷ୍ଟ ଆକାରରେ ଲଗେଇଲେ ଫୁଲା କମିଯାଏ l


7) ଏହା ମୋତିଆବିନ୍ଦୁ ହେବାକୁ ଦେଇ ନଥାଏ ଏବଂ ଆଖି ର ଦୃଷ୍ଟି ଶକ୍ତି ମଧ୍ୟ ବଢ଼େଇଥାଏ l


8) କିଡ଼ନୀର ପଥରି ରୋଗ ଏହି ଡାଲି ର ସିଝା ପାଣିରେ ଭଲ ହୋଇଯାଇଥାଏ l


9) କୋଳଥ ଡାଲିକୁ ପୋଡି ଏହାର ଧୂଆଁ ନାକରେ ନେଲେ ହିଚକି ରୋଗ ଠିକ ହୋଇଥାଏ l


10) ମାସିକ ଧର୍ମ ହେଉନଥିଲେ ବା କମ ହେଉଥିଲେ କୋଳଥ ଡାଲିର ସିଝା ଗରମ ପାଣି ଚା ଭଳିଆ ଦିନକୁ 3-4 ଥର ପିଇଲେ ମାସିକ ଧର୍ମ ଠିକ ହେଇଯାଏ l


👉 ଏହାକୁ ସେବନ କରିବାର ଵିଧି ଅତି ସରଳ ଆପଣ ଚାହିଁଲେ ଏହାକୁ ଗୁଣ୍ଡ କରି ଏହାର ଚୁର୍ଣ୍ଣ 10-12 ଗ୍ରାମ ହିସାବରେ ନେଇପାରିବେ କିମ୍ବା ଏହାକୁ ସିଝାଇ ପିଇପାରିବେ l


*ସତର୍କତା*


👉 ଯେଉଁମାନଙ୍କ ଶରୀରର କୌଣସି ଜାଗାରେ ରକ୍ତ ବାହାରୁଥିବ ସେ ନାକରୁ ହେଉ କି ଅନ୍ୟ ଜାଗାରୁ ହେଉ କିମ୍ବା ଅତ୍ୟୋଧିକ ମାସିକ ଧର୍ମ ହେଉଥିବ କିମ୍ବା ଗର୍ଭାବସ୍ଥାର ପ୍ରାରମ୍ଭିକ ମାସରେ ଏହାକୁ ସେବନ କରିବା ଅନୁଚିତ l


👉 ପିତ୍ତ ରୋଗୀ - ଯେଉଁମାନଙ୍କର ଅଲସର, ରକ୍ତାର୍ଶ, ଅତ୍ୟୋଧିକ ଏସିଡିଟି ସମସ୍ୟା ଇତ୍ୟାଦି ସ୍ଥଳରେ କୋଳଥ ଡାଲିକୁ ଖାଇବା ପାଇଁ ବ୍ୟବହାର କରାଯିବା ଅନୁଚିତ l


👉 ସନ୍ଧି ବାତରେ ମଧ୍ୟ ଏହି ଡାଲି ବ୍ୟବହାର କରିବା ଅନୁଚିତ l


👉 ଯେଉଁମାନଙ୍କର ଶୁକ୍ର ଧାତୁ (ଉଭୟ ପୁରୁଷ ଓ ମହିଳା) କ୍ଷୟ ହେଉଥିବ ବା ପତଳା ହେଉଥିବା ତାଙ୍କୁ କୋଳଥ ଡାଲିର ବ୍ୟବହାର କରିବା ଠିକ ନୁହେଁ l


ଆଈମା ତାଙ୍କ କଥା କହି ସାରି ଏବଂ ମୋ ମୁଣ୍ଡରେ ଟିକେ ଆଉଁସି ଦେଇ ମା ଡାକିବାରୁ ରୋଷେଇ ଘର ଆଡକୁ ଚାଲିଗଲେ l ଆପଣମାନେ ଜାଣିଲେ ତ କୋଳଥ ଡାଲି କଥା କେତେ ବଡ଼ ଔଷଧ ଆମ ରୋଷେଇ ଘରେ ଅଛି ଆମେ ଜାଣି ନଥିଲେ l ଆପଣଙ୍କୁ ଏହି ଆଈମା ସ୍ୱାସ୍ଥ୍ୟ କଥାଟି କେମିତି ଲାଗିଲା ନିଶ୍ଚିତ ଆମକୁ ଜଣେଇବେ l






 ମୋ ଆଈମା ସ୍ୱାସ୍ଥ୍ୟ କଥା - 091  ଶୁଦ୍ଧ ମହୁ, ଗୁଡ଼, ମିଶ୍ରି, ଚିନି, ଲୁଣ, ଘିଅ, କ୍ଷୀର କେମିତି ଆମେ ଯାଞ୍ଚ କରିପାରିବା 











.







.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)