ମୋ ଆଈମା ସ୍ୱାସ୍ଥ୍ୟ କଥା - 63 ତ୍ରିଫଳାର ଔଷଧୀୟ ଗୁଣ ଉପରେ

 *ମୋ ଆଈମା ସ୍ୱାସ୍ଥ୍ୟ କଥା - 63 ତ୍ରିଫଳାର ଔଷଧୀୟ ଗୁଣ ଉପରେ*



ଆମ ସଂସ୍କୃତିରେ ତିନି ଶବ୍ଦକୁ ନେଇ ବହୁତ ମହତ୍ତ୍ୱ ରହିଛି l ତ୍ରିଦେବ, ତ୍ରିଦୋଷ, ତ୍ରିନେତ୍ର, ତ୍ରିଫଳା ଇତ୍ୟାଦି l ବର୍ତ୍ତମାନ ଶୀତ ଋତୁରେ ବଜାରରେ ଆପଣ ତାଜା ଅଁଳା, ହରିଡ଼ା ଏବଂ ବାହାଡା ନିଶ୍ଚିତ ଦେଖିବାକୁ ପାଉଥିବେ l ପ୍ରକୃତି ତ୍ରିଫଳା ଆକାରରେ ଆମକୁ ସ୍ୱାସ୍ଥ୍ୟ ସମ୍ପତ୍ତି ଦେଉଥିବା ବେଳେ ଆମେ ଅଜ୍ଞାନ ବଶତଃ ବଜାରକୁ ଯାଇ ମଧ୍ୟ ତ୍ରିଫଳା ବିକ୍ରି କରୁଥିବା ବ୍ୟକ୍ତି ଉପରେ ନଜର ଦେବାକୁ ଭୁଲିଯାନ୍ତି l ହେଲେ ଏହି ତ୍ରିଫଳା ବଜାରର ଅନ୍ୟ ପନିପରିବା ଫଳ ମୂଳ ଅପେକ୍ଷା ଅଧିକ ମହତ୍ବପୂର୍ଣ ଅଟେ ଏହାର କିଛିଟା ବିଶେଷ ଗୁଣ ଧର୍ମ ଯୋଗୁଁ l ତ୍ରିଫଳା ବିଷୟରେ ଆଜିର ଆଈମା ସ୍ୱାସ୍ଥ୍ୟ କଥାରେ କିଛି ଏଭଳି ଜିନିଷ ଜାଣିବା ଯାହାକି ତ୍ରିଫଳା ପ୍ରତି ଆପଣଙ୍କ ଦୃଷ୍ଟି କୋଣ ସମ୍ପୂର୍ଣ୍ଣ ବଦଳିଯିବ l


ଆମ ଶରୀରକୁ ଦୁଇଟି ପ୍ରମୁଖ କାର୍ଯ୍ୟରେ ବିଭକ୍ତ କରିପାରିବା l ଶରୀର ଖାଦ୍ୟ, ଜଳ ଗ୍ରହଣ କରି ଶକ୍ତି ଉତ୍ପନ୍ନ କରେ l ହଜମ ହେଲା ପରେ ଯାହା ରହିଯାଏ ସେଇ ଅବଶିଷ୍ଟାଂଶକୁ ମଳ ଆକାରରେ ବାହାର କରିଦିଏ l ଏଇଠି ଶରୀର ଦୁଇଟି  କାର୍ଯ୍ୟ କଲା ପ୍ରଥମେ ପୋଷଣ ତାପରେ ରେଚନ l ଖାଦ୍ୟ ମଧ୍ୟ ଦୁଇ ପ୍ରକାର ଥାନ୍ତି ଗୋଟିଏ ପ୍ରକାର ଖାଦ୍ୟ ଶରୀରକୁ ପୋଷକ ତତ୍ତ୍ୱ ଦିଅନ୍ତି ଆଉ କିଛି ଖାଦ୍ୟ ଶରୀରରେ ରେଚକର କାର୍ଯ୍ୟ କରନ୍ତି l ତ୍ରିଫଳା ବିଷୟରେ ସମସ୍ତେ ଏତିକି ନିଶ୍ଚିତ ଜାଣନ୍ତି କି ପେଟ ସଫା ପାଇଁ ଏହାକୁ ବ୍ୟବହାର କରାଯାଏ l ତା ମାନେ ହେଲା ତ୍ରିଫଳାର ରେଚନ ଶକ୍ତି ଉପରେ ଲୋକଙ୍କୁ ଜଣା ଥାଏ l କିନ୍ତୁ ଏହା ଏକ ପୋଷକ ଖାଦ୍ୟ ଅଟେ ଏହି ବିଷୟରେ ଲୋକଙ୍କୁ ବିଶେଷ ଜଣା ନାହିଁ l ଆଜି ଆମେ ଭଲ ଭାବେ ଜାଣିବା 👇


👉 ତ୍ରିଫଳା କେତେ ପ୍ରକାର? 

👉 ତ୍ରିଫଳା କୁ କେଉଁ ମାସରେ କେମିତି ଖିଆଯାଏ? 

👉 ତ୍ରିଫଳାର ବ୍ୟବହାର କେଉଁମାନେ କରିବେ ଏବଂ କେଉଁମାନେ କରିବେ ନାହିଁ? 


 *1)- ସମ ଅନୁପାତ ବିଶିଷ୍ଟ ତ୍ରିଫଳା* 


👉 ତ୍ରିଫଳା ବଜାରରେ 1:1:1 ବା ସମ ଭାଗରେ ହରିଡ଼ା, ବାହାଡା ଓ ଅଁଳା ଆକାରରେ ଅଧିକାଂଶ ଆୟୁର୍ବେଦିକ ଦୋକାନ ରେ ମିଳେ l ଏହି ଅନୁପାତ ବିଶିଷ୍ଟ ତ୍ରିଫଳାରେ ବାୟୁ ଓ ଅଗ୍ନି ତତ୍ତ୍ୱ ଅଧିକ ଥାଏ ତେଣୁ ଏହା ବିଶେଷ କରି ମୋଟା ଲୋକଙ୍କୁ ପତଳା କରିବାରେ ସାହାଯ୍ୟ କରେ l ପ୍ରତିଦିନ ସକାଳେ ମହୁ ସହିତ ଖାଲି ପେଟରେ ଖାଇଲେ ଏବଂ 3 ଘଣ୍ଟା ପର୍ଯ୍ୟନ୍ତ କୌଣସି ଜିନିଷ ନଖାଇଲେ ମୋଟା ବ୍ୟକ୍ତି ପତଳା ହୋଇଥାଏ l


👉 ଯେହେତୁ ଏହା କଫ ରୋଗ କୁ ନାଶ କରିପାରେ ଆଖି ର ଅଧିକାଂଶ ରୋଗରେ ଏହା ଖୁବ ସୁନ୍ଦର କାମ କରେ l ମୋତିଆବିନ୍ଦୁ ପାଇଁ ଅଵ୍ୟର୍ଥ ଔଷଧ ଅଟେ l ବିଷମ ମାତ୍ରାରେ ଘିଅ ଓ ମହୁ ସହିତ ଏହି ତ୍ରିଫଳାକୁ ସକାଳେ ସନ୍ଧ୍ୟାରେ ଖାଇଲେ କଫ ଜନିତ ନେତ୍ର ସମସ୍ୟା ରେ ଲାଭ ମିଳେ l


👉 ଶାରୀରିକ ପରିଶ୍ରମ କମ କରୁଥିବା ଲୋକଙ୍କୁ ଏହି ତ୍ରିଫଳା ବହୁତ ଉପଯୋଗୀ ଅଟେ l କାରଣ ଏହି ଶ୍ରେଣୀର ବ୍ୟକ୍ତିଙ୍କ ଠାରେ ପୃଥିବୀ ତତ୍ତ୍ୱ ଅଧିକ ଥାଏ l ଏବଂ ସମ ଅନୁପାତ ବିଶିଷ୍ଟ ତ୍ରିଫଳା ଗୁଣ୍ଡ ପୃଥିବୀ ତତ୍ତ୍ୱ କୁ କମ କରେ l

ପେଟ ସଫା ଭଲ କରିବ ଏହି ଶ୍ରେଣୀର ଲୋକଙ୍କୁ କିନ୍ତୁ ଯେଉଁମାନେ ପତଳା ଅଛନ୍ତି କିମ୍ବା ଯେଉଁମାନଙ୍କ ଝାଡା କଠିନ ରହୁଛି କିମ୍ବା ଯେଉଁମାନଙ୍କ କେଶ ସମସ୍ୟା ଅଛି ତାଙ୍କ ପାଇଁ ଏହି ପ୍ରକାର ସମ ଅନୁପାତ ବିଶିଷ୍ଟ ତ୍ରିଫଳା ଆଦୌ ଭଲ ନୁହଁ ଖାଇବା l ତେଣୁ ଧ୍ୟାନ ଦେଵେ l


👉 ଗର୍ଭବତୀ ମା ମାନଙ୍କ ପାଇଁ ମଧ୍ୟ ସମ ଅନୁପାତ ବିଶିଷ୍ଟ ତ୍ରିଫଳା ଖାଇବା ମନା ଅଟେ l


👉 ଯଦି ଆପଣଙ୍କ ଓଦା ପ୍ରକାରର ଚର୍ମ ରୋଗ ହୋଇଛି ତାହେଲେ ଏହି ପ୍ରକାର ତ୍ରିଫଳାକୁ ଆପଣ ଖାଇବା ଉଚିତ ଏବଂ ହଳଦୀ ସହିତ ଫୁଟାଇ ତାକୁ ଚର୍ମ ରୋଗ ବା ଘା ଉପରେ ଲଗେଇଲେ ଶୀଘ୍ର ଉପଶମ ମିଳେ l


👉 ଏହି ତ୍ରିଫଳା ଅର୍ଶ ରୋଗ ପାଇଁ ଅଵ୍ୟର୍ଥ ଔଷଧ ଅଟେ l


 *2)- ବିଷମ ଅନୁପାତ ଯୁକ୍ତ ତ୍ରିଫଳା* 


👉 ଏହା ବଜାରରେ 1:2:3 ବା 1:2:4 ଅନୁପାତ ରେ ମିଳେ l ଏହା ସମ ଅନୁପାତ ବିଶିଷ୍ଟ ତ୍ରିଫଳା ଠାରୁ ଅଧିକ କାମ ଦିଏ ଯେହେତୁ ଏଥିରେ ଅଁଳାର ମାତ୍ରା ଅଧିକ ଥାଏ l ଏହା ଉତ୍ତମ ରେଚକ ସହିତ ଉତ୍ତମ ପୋଷକର କାମ କରେ l


👉 ସକାଳେ ଖାଇଲେ ପୋଷକ ଭାବେ କାମ କରେ ରାତିରେ ଖାଇଲେ ରେଚକର କାମ କରେ l


👉 ଏହା ତ୍ରିଦୋଷ ନାଶ ପାଇଁ ବ୍ୟବହାର ହୁଏ l ମୁଖ୍ୟତଃ କ୍ୟାନ୍ସର, ମଧୁମେହ, ବ୍ଲଡ଼ ପ୍ରେସର ଏବଂ କୋଷ୍ଟକାଠିନ୍ୟ ଭଳିଆ ରୋଗରେ ଏହାର ବ୍ୟବହାର କରାଯାଏ l


👉 ଏହା ବାତ, କଫ ଏବଂ ପିତ୍ତ କୁ ନିୟନ୍ତ୍ରଣ ରଖେ ଏବଂ ଆମର ପଞ୍ଚବାୟୁ, ସପ୍ତ ଧାତୁକୁ ଠିକ ଭାବେ ରଖେ l


👉 ଏହା ଉଭୟ ଶୁଷ୍କ ଏବଂ ତେଲିଆ ଚର୍ମ ରୋଗୀଙ୍କ ପାଇଁ ଉତ୍ତମ କାମ କରେ l


👉 ପିତ୍ତ ଯୁକ୍ତ ଏସିଡ଼ିଟି ପାଇଁ ଭଲ କାମ କରେ l ଆଣ୍ଠୁ, ବେକ, ଅଣ୍ଟା ଦରଜ ପାଇଁ ଅଵ୍ୟର୍ଥ ଔଷଧ ଅଟେ l


👉 ଏହି ତ୍ରିଫଳା କୁ ଅନେକ ରୋଗ ପାଇଁ  ତିଆରି ହେଉଥିବା ଔଷଧରେ ପକେଇ ସେଇ ଔଷଧର ଗୁଣକୁ ବଢେଇଦିଆଯାଏ l


👉 ଏହି ତ୍ରିଫଳା ଏକ ଉତ୍ତମ ଦନ୍ତମଞ୍ଜନ ଅଟେ ଏବଂ ଦାନ୍ତ ରୋଗ ପାଇଁ ମଧ୍ୟ ଭଲ କାମ କରେ l 


 *3)- କେଉଁ ମାସ ପାଇଁ କେମିତି ଖିଆଯାଏ* 

 

ସବୁବେଳେ ବିଷମ ଅନୁପାତ ବିଶିଷ୍ଟ ତ୍ରିଫଳା ବ୍ୟବହାର କରିବା ଉଚିତ l


1.- ଗ୍ରୀଷ୍ମ ଋତୁ - ଏପ୍ରିଲ 14 ରୁ ଜୁନ 13 ପର୍ଯ୍ୟନ୍ତ, ତ୍ରିଫଳା ଗୁଣ୍ଡ 4 ଗ୍ରାମ ସହିତ 1 ଗ୍ରାମ ଗୁଡ଼ (4:1) ମିଶାଇ ଖାଇବା ଉଚିତ l


 2-  ବର୍ଷା ଋତୁ - ଜୁନ 14 ରୁ ଅଗଷ୍ଟ 13 ପର୍ଯ୍ୟନ୍ତ, 1/4 ଭାଗ ଷୌନ୍ଧଵ ଲୁଣ ସହିତ ଖିଆଯାଏ l


 3- ଶରତ ଋତୁ  - ଅଗଷ୍ଟ 14 ରୁ ଅକ୍ଟୋବର 13 ପର୍ଯ୍ୟନ୍ତ, ଶୁଦ୍ଧ ମିଶ୍ରି ବା ଖାଣ୍ଡ ର  1/4 ଅଂଶକୁ ତ୍ରିଫଳା ସହିତ ମିଶାଇ ଖାଇବା ଉଚିତ l


 4- ହେମନ୍ତ ଋତୁ - 14 ଅକ୍ଟୋବର ରୁ  13 ଡିସେମ୍ବର ମଧ୍ୟରେ, ତ୍ରିଫଳା ସହିତ ଶୁଖିଲା ଅଦା ପାଉଡରର 1/4 ଅଂଶ ମିଶାଇ ଖାଇବେ l


 5- ଶିଶିର ଋତୁ - 14 ଡିସେମ୍ବର 13 ଫେବୃଆରୀ ମଧ୍ୟରେ  ପିପ୍ପଳୀ ପାଉଡରର 1/4 ଅଂଶ ମିଶାନ୍ତୁ ଏବଂ ବ୍ୟବହାର କରିବେ l


 6- ବସନ୍ତ ଋତୁ - ଫେବୃଆରୀ 14 ରୁ ଏପ୍ରିଲ 13 ମଧ୍ୟରେ, ଏଥିରେ ମହୁ ଯେତିକି ମିଶେଇ ପାରିବେ ଏବଂ ବ୍ୟବହାର କରିପାରିବେ l


 *ଉପକାରିତା*


 ଏହି ଉପାୟରେ, ଏହାକୁ ଖାଇବା ଦ୍ୱାରା ଶରୀରର ନିଷ୍କ୍ରିୟତା ଏକ ବର୍ଷ ମଧ୍ୟରେ ଦୂର ହୋଇଯିବ, ଦୁଇ ବର୍ଷ ପର୍ଯ୍ୟନ୍ତ ସେବନ କଲେ ସମସ୍ତ ରୋଗ ଦୂର ହେବ, ତୃତୀୟ ବର୍ଷ ସୁଦ୍ଧା ଆଖିର ଆଲୋକ ବୃଦ୍ଧି ପାଇବ, ଚାରି ବର୍ଷ ହେଲେ ଚେହେରା ସୌନ୍ଦର୍ଯ୍ୟରେ ଉନ୍ନତି ଆଣିବ, ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗ୍ରହଣ କଲେ  ବୁଦ୍ଧିର ଅଦୃଶ୍ୟ ଅଭିବୃଦ୍ଧି ଘଟିବ, ଛଅ ବର୍ଷ ପରେ ଶକ୍ତି ବୃଦ୍ଧି ପାଇବ, ସପ୍ତମ ବର୍ଷରେ ଧଳା କେଶ କଳା ହେବା ଆରମ୍ଭ କରିବ ଏବଂ ଆଠ ବର୍ଷ ପରେ ଶରୀର ପୂର୍ଣ୍ଣ ଅନୁଭବ କରିବ ଯୁବ ରୂପ l


ତ୍ରିଫଳାର କୌଣସି ବିଶେଷ ପାର୍ଶ୍ଵ-ପ୍ରତିକ୍ରିୟା ନାହିଁ କିଛି ଲୋକଙ୍କୁ ସମ ମାତ୍ରା ସୁଟ କରେ ତ କାହାକୁ ବିଷମ ମାତ୍ରା ତେଣୁ ନିଜ ଉପରେ ପରୀକ୍ଷା କରି ତ୍ରିଫଳା ସେବନ କରିବା ଉଚିତ l ତ୍ରିଫଳା କୁ କେବଳ ତିନି ମାସ ପର୍ଯ୍ୟନ୍ତ ବ୍ୟବହାର କରିବାକୁ ହୁଏ ତାପରେ ଯଦି ରୋଗ ଭଲ ନହୁଏ କିମ୍ବା ଅଧିକ ସ୍ୱାସ୍ଥ୍ୟ ପାଇଁ ଖାଇବାକୁ ଚାହାଁନ୍ତି ତ ଆପଣ 15 ଦିନ ଛାଡି ପୁଣି ତିନି ମାସ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ l






ମୋ ଆଈମା ସ୍ୱାସ୍ଥ୍ୟ କଥା - 64 ପୁରୁଣା ଘିଅ ଓ ଗୋମୂତ୍ର ଉପରେ....









.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)