ମୋ ଆଈମା ସ୍ବାସ୍ଥ୍ଯ କଥା - 50 ପ୍ରତଦିନ ଖାଉଥିବା ଖାଦ୍ୟ ସଂପର୍କରେ....
*ମୋ ଆଈମା ସ୍ବାସ୍ଥ୍ଯ କଥା - 50 ପ୍ରତଦିନ ଖାଉଥିବା ଖାଦ୍ୟ ସଂପର୍କରେ...*
👉 ଶାକାହାର ହିଁ ମନୁଷ୍ୟର ପ୍ରକୃତ ଭୋଜନ ଏବଂ ମାଂସହାର ଅସ୍ୱାଭାବିକ ଅଟେ। ସେଥିପାଇଁ ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନର ମାଂସାହାର ବର୍ଜନ କରି ବିଦୁର ଘରେ ଶାକାହାର ଭୋଜନ କରିଥିଲେ । ଏହାର ବୈଜ୍ଞାନିକ କାରଣ ମଧ୍ଯ ଅଛି ଯାହା ଏଠି ସବୁକିଛି ଲେଖିବା ସମ୍ଭବ ନୁହେଁ।
👉 କିନ୍ତୁ ଆମେ ଏତିକି ଜାଣିଛେ ଯେ- ପ୍ରକୃତି ଆମକୁ ଶାକାହାରୀ ପ୍ରାଣୀ ଭାବରେ ଗଢ଼ିଛି । ଏଣୁ ଉଦ୍ଭିଦ ଜାତ ଖାଦ୍ୟ- ପଦାର୍ଥ ହିଁ ମନୁଷ୍ୟ ପାଇଁ ସର୍ବଶ୍ରେଷ୍ଠ ଆହାର ଓ ଔଷଧ । ନିରୋଗୀ ଶରୀର ଏବଂ ଦୀର୍ଘାୟୁ ଜୀବନ ଲାଭ କରିବାକୁ ହେଲେ ମନୁଷ୍ୟ କୁ ଶାକାହାରୀ ଭୋଜନ କରିବାକୁ ପଡିବ ।
👉 ସେ ଉଦ୍ଭିଦ ଜାତ ଦ୍ରବ୍ୟ ହେଉ କିମ୍ବା ପ୍ରାଣିଜ ଜାତ ଦ୍ରବ୍ୟ, ଏ ଦୁନିଆଁର ଯେତେ ପଦାର୍ଥ ଅଛି ସବୁଥିରେ କିଛିନା କିଛି ଦ୍ରବ୍ୟଗୁଣ ଅଛି । ଆମେ ଯେଉଁ ଉଦ୍ଭିଦ ଜାତ ଦ୍ରବ୍ୟଗୁଡିକ ଉପରେ ନିର୍ଭର କରୁ ସେଗୁଡିକ ରେ ଶ୍ବେତସାର, ପୁଷ୍ଟିସାର, ସ୍ନେହସାର, ଜୀବସାର, ଲବଣ ଓ ଜଳ - ଛଅ ଗୋଟି ଉପାଦାନ ରହିଛି । ଏହା ବ୍ୟତୀତ ପ୍ରତ୍ୟେକ ଦ୍ରବ୍ୟରେ ରସ, ଗୁଣ ,ବୀର୍ଯ୍ୟ ବିପାକ ଓ ପ୍ରଭାବ ମଧ୍ୟ ରହିଛି। ସେଭିତରୁ ଆମକୁ କିଛି ଜଣା କିଛି ଅଜଣା। ଏହାରି ଉପରେ ବିସ୍ତାର ଭାବରେ ଆଲୋଚନା କରିବା ପାଇଁ ବହୁତ ସମୟ ଦରକାର ।
👉 ମନୁ ସଂହିତା, ପରାଶର ସଂହିତା, ଓ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଆମେ ଜାଣୁ ସୂର୍ଯ୍ୟ ଏବଂ ଚନ୍ଦ୍ରର ପ୍ରଭାବ ମାନବ ଦେହ ମନ ଉପରେ ପଡେ ତାର ବ୍ୟବହୃତ ଦ୍ରବ୍ୟ ତଥା ଖାଦ୍ୟ ପଦାର୍ଥ ଉପରେ ମଧ୍ୟ ପୂର୍ଣ୍ଣ ମାତ୍ରାରେ ପଡେ। ଏହାର ପ୍ରଭାବରେ ଯେଉଁ ରାସାୟନିକ ପ୍ରକ୍ରିୟା ସୃଷ୍ଟି ହୁଏ , ଆମ ଦେହରେ ମଧ୍ଯ ବିଭିନ୍ନ ରୋଗ ସୃଷ୍ଟି ହୁଏ ।
●କିଛି ଉଦାହରଣ●
୧. ଉଭୟ ପ୍ରତିପଦାରେ- ପାଣି କଖାରୁ ଖାଇଲେ ବିଭିନ୍ନ ପ୍ରକାର ରୋଗ ହୁଏ ।
୨. ଦ୍ଵିତୀୟାରେ- ବୋଇତ କଖାରୁ
୩.ତୃତୀୟା ରେ- ପୋଟଳ
୪.ଚର୍ତୁର୍ଥୀରେ- ମୂଳା
୫.ପଞ୍ଚମୀରେ- ବେଲ
୬.ଷଷ୍ଠୀରେ - ନିମ୍ବ
୭.ସପ୍ତମୀରେ- ତାଳ
୮. ଅଷ୍ଟମୀରେ- ନଡ଼ିଆ
୯. ନବମୀରେ- ଲାଉ
୧୦.ଦଶମୀରେ- କଳମ ଶାଗ
୧୧.ଏକାଦଶୀରେ- ଶିମ୍ବ
୧୨ .ଦ୍ଵାଦଶୀରେ- ପୋଇ
୧୩. ତ୍ରୟଦଶୀରେ- ବାଇଗଣ
୧୪.ଚର୍ତୁର୍ଥୀରେ- ବିରି, ଵିରି ଜାତୀୟ ଖାଦ୍ୟ
୧୫.ପୂର୍ଣ୍ଣିମା ଓ ଅମାବାସ୍ୟା ରେ- ଆମିଷକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି ।
ଏହି ଦିନରେ ଏହି ପଦାର୍ଥ ଖାଇଲେ ରକ୍ତ କଣିକାରେ ବିଷକ୍ରିୟା ସୃଷ୍ଟି ହୋଇ ବିଭିନ୍ନ ପ୍ରକାରର ଦୁରାରୋଗ୍ୟ ଉତ୍ପନ୍ନ ହେଇଥାଏ । ଏହା ପରକ୍ଷା ମଧ୍ୟ୍ୟ କରାଯାଇଛି ।
ମୋ ଆଈମା ସ୍ୱାସ୍ଥ୍ୟ କଥା - 51 ଦୁବ ଘାସର ଔଷଧୀୟ ଗୁଣ ଉପରେ...
.

Comments
Post a Comment