ମୋ ଆଈମା ସ୍ବାସ୍ଥ୍ଯ କଥା - 49 🌿ପସାରୁଣୀ ଲତାର ଔଷଧୀୟ ଗୁଣ ଉପରେ🌿....
*ମୋ ଆଈମା ସ୍ବାସ୍ଥ୍ଯ କଥା - 49 🌿ପସାରୁଣୀ ଲତାର ଔଷଧୀୟ ଗୁଣ ଉପରେ🌿...*
*👇ବିବିଧ ପ୍ରାଦେଶିକ ନାମ👇*
*ବୈଜ୍ଞାନିକ ନାମ*👉 Paederia foetida ।
*ସଂସ୍କୃତ ନାମ*👉 ସାରଣୀ, ପ୍ରସୁରଣୀ ଭଦ୍ରପର୍ଣ୍ଣା, ରାଜବଳା, ପ୍ରତାପିନୀ, କଟମ୍ବରା, ବଳା ଓ ଭଦ୍ରା ।
*ହିନ୍ଦୀ ନାମ*👉 ପସରନ, ଗାନ୍ଧଲୀ, ଗାନ୍ଧାଲିନ, ଗନ୍ଧପ୍ରସାରିନ ।
*ଓଡ଼ିଆ ନାମ*👉 ପସାରୁଣୀ ।
*👇ପରିଚୟ👇*
ଏହାର ଲତା ଏବଂ ପତ୍ରର ଶିରା ଅଳ୍ପ ଧଳା ଏବଂ ଲାଲ ରଙ୍ଗର ଦିଶେ । ସ୍ଥଳ ବିଶେଷରେ ଅଳ୍ପ ବାଇଗଣୀ ରଙ୍ଗର ଦେଖା ଯାଇଥାଏ । ଏହାର ପତ୍ର ଓ ଲତାକୁ ଶୁଙ୍ଘିଲେ ଦୂର୍ଗଦ୍ଧ ହୋଇଥାଏ । ଗାଁ ଗହଳିରେ ଏହାକୁ ପ୍ରାୟ ସମସ୍ତେ ଭଲଭାବେ ଜାଣିଛନ୍ତି ।
*👇ଉପକାର ଓ ଅପକାର👇*
ଏହା କଷାୟ ମିଶ୍ରିତ, ତିକ୍ତରସ, ଉଷ୍ଣବୀର୍ଯ୍ୟ, ସାରକ, ଗୁରୁପାକ, ବଳକାରୀ, କ୍ଷାରଶୋଧକ, ଭଗ୍ନ ସଂଯୋଜକ, ଶୁକ୍ରବର୍ଦ୍ଧକ, କଫ, ବାତ, ଅର୍ଶ, ଶୋଥ, ପିତ୍ତ, ରିକ୍ତଦୃଷ୍ଟି, ବାତରକ୍ତ, ଅମ୍ଳପିତ୍ତ, କଣ୍ଡୁ, କୁଷ୍ଠ ଓ ବେଦନା ନାଶକ ଅଟେ ।
*👇ବ୍ୟବହାର ବିଧି👇*
(୧):👉 ଅରୁଆ ଚାଉଳ ସହିତ ପସାରୁଣୀ ଲତା ଓ ପତ୍ରକୁ ମିସାଇ ଉତ୍ତମ ରୁପେ ବାଟି ଜାଉ କରି ତିନିରୁ ଚାରିଥର ପ୍ରସବ କରିଥିବା ଗାଇକୁ ଖୁଆଇଲେ ଗାଇର କ୍ଷୀର ବୃଦ୍ଧି ହୁଏ ।
(୨):👉 ଉସୁନା ଚାଉଳ ସହିତ କିଛି ପସାରୁଣୀ ପତ୍ର ବାଟି ଜାଉ କରି ଖାଇଲେ ଅତିସାର ଗ୍ରହଣୀ ଓ ଯାବତୀୟ ଝାଡା ରୋଗରୁ ଆରୋଗ୍ୟ ହୁଏ ।
(୩):👉 ପସାରୁଣୀ ପତ୍ର ସହିତ ମହୁ ମିସାଇ ୩ ଥର ଖାଇଲେ ନାଳରକ୍ତ ଝାଡା ରୋଗରୁ ଆରୋଗ୍ୟ ହୁଏ ।
(୪):👉 ପସାରୁଣୀ ପତ୍ର, ଲତା, ମୂଳକୁ ସମ ପରିମାଣରେ ଆଣି ବାଟି କ୍ଷୀରରେ ମିସାଇ ପିଇଲେ ଶରୀର ନୀରୋଗ ରୁହେ ବଳ, ବୀର୍ଯ୍ୟ, କ୍ରାନ୍ତି ବୃଦ୍ଧି ହୁଏ ।
(୫):👉 ପସାରୁଣୀ ମୂଳକୁ ଜଳରେ ସିଝାଇ ସେହି ସିଝା ଜଳରେ ମିଶ୍ରି ମିସାଇ ୪/୫ ଥର ଖାଇଲେ ଅମ୍ଳ ଶୁଳ, ବାୟୁ ବିକାର ଓ ଆମ ଖାଡାରୁ ଆରୋଗ୍ୟ । ସମସ୍ତ ପ୍ରକାର ପେଟ ଦୋଷ ମଧ୍ଯ ଠିକ୍ ହୁଏ ।
(୬):👉 ପସାରୁଣୀ ପତ୍ର ରସରେ ଗୋଲମରିଚ ପାଉଡର ମିସାଇ ପିଲାମାନଙ୍କୁ ଖାଲି ପେଟରେ ପିଆଇଲେ ପିଲାମାନଙ୍କ ପେଟର କୁର୍ମି ମାରିଯାଆନ୍ତି । ପେଟର ବାୟୁଦୋଷ ଓ ପେଟଫୁଲା ମଧ୍ଯ ଭଲ ହୋଇଥାଏ ।
(୭):👉 ପସାରୁଣୀ ପତ୍ରକୁ ବାଟି ଜୀରା, ହଳଦୀ, ଲୁଣ ଦେଇ କସି ତରକାରୀ କରି ଖାଇଲେ ପେଟ ରୋଗ ଦୂର ହୁଏ । ପସାରୁଣୀ କୁ ବାଟି ତରକାରୀ କରି ମଧ୍ଯ ଖାଇପାରିବା ଏହା ଦ୍ବାରା ଝାଡା ପରିଷ୍କାର ହୁଏ ଓ ଖାଦ୍ୟ ରୁଚିକର ହୁଏ ।
(୮):👉 ପସାରୁଣୀ ପତ୍ରରେ ନଡିଆ, ଜିରା, ଲଙ୍କା ଦେଇ ବାଟି ଲୁଣ ପକାଇ ବରା କରି ଖାଇଲେ ପେଟର କଷ୍ଟ ଭଲ ହୋଇଯାଏ ।
ମୋ ଆଈମା ସ୍ବାସ୍ଥ୍ଯ କଥା - 50 ପ୍ରତଦିନ ଖାଉଥିବା ଖାଦ୍ୟ ସଂପର୍କରେ....
.

Comments
Post a Comment