ମୋ ଆଈମା ସ୍ବାସ୍ଥ୍ଯ କଥା - 47 ସ୍ତ୍ରୀ ରୋଗ ଚିକିତ୍ସା ଉପରେ...
*ମୋ ଆଈମା ସ୍ବାସ୍ଥ୍ଯ କଥା - 47 ସ୍ତ୍ରୀ ରୋଗ ଚିକିତ୍ସା ଉପରେ...*
*(ଜନନେନ୍ଦ୍ରିୟ,ଜରାୟୁ ସମ୍ବନ୍ଧୀୟ ରୋଗ, ପ୍ରସୂତୀ ରୋଗ, ସ୍ତନରୋଗ, ଋତୁ ସମ୍ବନ୍ଧିତ ରୋଗ, ପ୍ରଦର ଇତ୍ୟାଦି।*)
୧. ଜରାୟରୁ ଅଧିକ ରକ୍ତସ୍ରାବ ହେଲେ, ମଳ ଦ୍ଵାରରୁ ରକ୍ତସ୍ରାବ ହେଲେ, ନାକ, ପାଟି, ଦାନ୍ତ ମୂଳରୁ ରକ୍ତସ୍ରାବ ହେଲେ-୨୦-୪୦ ମିଲି. ଦୁବରସ ସକାଳୁ ଖାଲି ପେଟରେ ପିଇଲେ ଉପରୋକ୍ତ ରୋଗ ଭଲ ହୋଇଯାଏ ।(ପରୀକ୍ଷିତ)
୨. ତରଳ ଅତିସାର ଝାଡା : ଏକ ଗ୍ଲାସ ବସା ଦହିରେ କିଛି କଅଁଳ ଦୁବର ରସ ଓ ମିଶ୍ରି ମିଶାଇ କିଛି ଦିନ ସେବନ କଲେ ତରଳ ଅତିସାର ଝାଡା ସହଜରେ ଭଲ ହେଇଯାଏ । (ପରୀକ୍ଷିତ)
୩. ଶ୍ୱେତ ପ୍ରଦର : ଏକ ଚାମଚ (୫ଗ୍ରାମ) ଦୁବରସ ରେ ଗୁଡ଼, କିମ୍ବା ମହୁ ମିଶାଇ ଦିନକୁ ତିନି ଥର ଲେଖାଏଁ ସେବନ କରନ୍ତୁ ପେଟ ଖାଲି ଥିବା ସମୟରେ।*
୪. ଅନିୟମିତ ଋତୁସ୍ରାବ : ଦୁବରସ କିମ୍ବା ଦୁବ ଚୂର୍ଣ୍ଣ ନିୟମିତ ସେବନ କଲେ ଉପକାର ମିଳେ ।
୫. ଦୁବରସ ଅଧଗ୍ଲାସ ରେ ଅଧ ଗ୍ଲାସ ଧାରୋଷ୍ଣ କ୍ଷୀର ସହ ଖାଲି ପେଟରେ ଦିନକୁ ଦୁଇ ଥର ପିଇଲେ ସ୍ୱାସ୍ଥ୍ୟ ର ଉନ୍ନତି ହୋଇ ଋତୁସ୍ରାବ ନିୟମିତ ହୁଏ ।
👇ଅତ୍ୟାତ୍ତବ👇
୧. ଏହିରୋଗ ରେ ମାସିକ ଧର୍ମ ସମୟରେ ଅତ୍ୟଧିକ ରକ୍ତ ସ୍ରାବ ହୁଏ, ଦୁବ ପଞ୍ଚାଙ୍ଗ ସ୍ୱରସ ପ୍ରସ୍ତୁତ କରି ୧୦-୧୫ ମିଲି. ମାତ୍ରାରେ ମହୁ ଏକ ଚାମଚ ସହିତ ଦିନକୁ ତିନିଥର ସେବନ କଲେ ଅତିରଜଃ ନିବାରିତ ହୁଏ ।
୨. ଶ୍ୱେତ ଚନ୍ଦନ କାଷ୍ଠର କ୍ବାଥ ପ୍ରସ୍ତୁତ କରି ତାହା ସହିତ ସମ ପରିମାଣର ଦୁବରସ ମିଶାଇ ସେବନ କଲେ ଅତ୍ୟାତ୍ତବ ବନ୍ଦ ହୁଏ ।
👇ଗର୍ଭ ବାରଣ ଯୋଗ👇
ଋତୁ ସ୍ନାନ ଦିନ ଶ୍ୱେତ ଦୁବ ରସ ସହିତ ଦହି ମିଶାଇ ସେବନ କରିବ ଲଗାତାର ତିନି ଦିନ ଏହା ଦ୍ୱାରା ଗର୍ଭଧାନ ହୁଏ ନାହିଁ ।
୧. ଯେ କୌଣସି ସ୍ତ୍ରୀ ଲୋକ ସ୍ନାନ ପରେ ସ୍ୱଚ୍ଛ ବସ୍ତ୍ର ପରିଧାନ କରି ଅଶୋକ ଗଛ ର ନୂଆ କଢି ଆଠଟି ପ୍ରତିଦିନ ସେବନ କଲେ ମାସିକ ଧର୍ମ ସମ୍ବନ୍ଧିୟ ସମସ୍ତ ଅସୁବିଧା ଅକ୍ଳେଶରେ ଦୂର ହେଇଥାଏ, ଯଦି ତାଙ୍କର ବନ୍ଧ୍ୟା ଦୋଷ ଥାଏ, ତାହା ଦୂର ହେଇଯାଏ, ସେ ମାତୃତ୍ବର ଗୌରବ ଲାଭ କରେ ।
୨. ଅଶୋକ ଛାଲି, ସ୍ତ୍ରୀ ଲୋକ ମାନଙ୍କର ରକ୍ତ ପ୍ରଦର, ମୂତ୍ରରୋଧ ରୋଗକୁ ତୁରନ୍ତ ଉପଶମ କରେ ।
୩. ଅଶୋକ ର ମୁଖ୍ୟ ପ୍ରଭାବ ପେଟର ତଳ ଭାଗରେ ଥିବା ମୂତ୍ରାଶୟ ଓ ଯୋନି ମାର୍ଗ ରେ ପଡେ, ଏହା ଫେଲୋପିଅନ ଟ୍ୟୁବ କୁ ସୁଦୃଢ଼ କରି ବନ୍ଧ୍ୟା ଦୋଷକୁ ସହଜରେ ଦୁର କରିଥାଏ, ଅଶୋକ କୁ ସମସ୍ତ ପ୍ରକାର ଗର୍ଭାଶୟ ଓ ଜନେନ୍ଦ୍ରିୟ ରୋଗର ଅବ୍ୟର୍ଥ ଔଷଧ ରୂପେ ସ୍ୱୀକାର କରାଯାଏ ।
୪. ହୋମିଓପ୍ୟାଥି ଚିକିତ୍ସା ଅନୁସାରେ ଅଶୋକ ଗର୍ଭାଶୟ ସମ୍ବନ୍ଧିୟ ସମସ୍ତ ରୋଗ ପାଇଁ ଅତ୍ୟନ୍ତ ଜରୁରୀ ଅଟେ ।
୫. ମୂତ୍ରର ମାତ୍ରା କମ ହେଲେ କିମ୍ବା ବାରମ୍ବାର ପରିସ୍ରା ଲାଗୁଥିଲେ ଅନ୍ତକୋଷ ଦରଜ ଲାଗୁଥିଲେ କିମ୍ବା ଏହି ଭଳି ଅନ୍ୟ ସବୁ ସ୍ତ୍ରୀ ରୋଗ ପାଇଁ ତଥା ମାସିକ ଧର୍ମ ସହିତ ପେଟ ଦରଜ, ଅନିୟମିତ ବା ଅତିରିକ୍ତ ସ୍ରାବ ରେ ଅଶୋକ ଅତ୍ୟନ୍ତ ଲାଭକାରୀ ।
୬. ବାରମ୍ବାର ଗର୍ଭପାତ ହେବାର ମୂଳ କାରଣ ରକ୍ତଦୋଷ ହୋଇଥାଏ, ଥଣ୍ଡା ଜଳରେ ଅନନ୍ତ ମୂଳକୁ ରାତିସାରା ଭିଜାଇ ସେଥିରୁ ବାହାରୁ ଥିବା ସତ୍ୱ, ୨-୪ ଆଉଁସ ପ୍ରତେକ ଦିନ କ୍ଷୀର ସହିତ ସେବନ କଲେ ଶୀଘ୍ର ଆରାମ ମିଳେ ।
👇ଗର୍ଭ ସ୍ଥିର👇
👉 ଶଙ୍ଖପୁଷ୍ପି ର ପଞ୍ଚାଙ୍ଗ କୁଟି, ଚୂର୍ଣ୍ଣ କରି ସେଥିରୁ ସୁଉକି ଓଜନର ନେଇ ମହୁସହିତ ଗୋଳାଇ ଏକ ମାସ ପଯ୍ୟନ୍ତ ସକାଳେ ଓ ସନ୍ଧ୍ୟାରେ ସେବନ କଲେ ପୁରୁଷର ଯେମିତି ଦ୍ୱଜ ଭଙ୍ଗ, ନପୁଂସକତା, ଶୁକ୍ର କ୍ଷୟ ଓ ମସ୍ତିଷ୍କ ଭ୍ରମ ରୋଗ ଶୀଘ୍ର ଭଲ ହୋଇ ଅଶ୍ୱ ତୁଲ୍ୟ ବଳ ବୀର୍ଯ୍ୟ ବୃଦ୍ଧି ହୁଏ ସେମିତି ସ୍ତ୍ରୀ ଲୋକମାନଙ୍କର ଯାବତୀୟ ରଜ ବିକାର ଦୂର ହେଇ ଉତ୍ତମ ସ୍ୱାସ୍ଥ୍ୟ ଲାଭ ହୁଏ, ବନ୍ଧ୍ୟା ସ୍ତ୍ରୀ ମାନେ ଗର୍ଭବତି ହୁଅନ୍ତି, ଯଦି ଶଙ୍ଖପୁଷ୍ପୀ ମୂଳକୁ ଆଣି ଗାଈ କ୍ଷୀର ସହିତ ବାଟି ଶୁଦ୍ଧ ସ୍ନାନ ଦିନ ସେବନ କରାଯାଏ ବନ୍ଧ୍ୟା ସ୍ତ୍ରୀ ମାନେ ନିଶ୍ଚିତ ଗର୍ଭବତୀ ହେବେ ।
👇ଅନିୟମିତ ୠତୁ ଓ ପ୍ରଦର ଦୋଷ👇
ଅନିୟମିତ ୠତୁସ୍ରାବ ରେ ଶଙ୍ଖପୁଷ୍ପୀ କୁ ଜଳରେ ବାଟି ପାନ କଲେ ଏହି ସବୁ ରୋଗ ଭଲ ହୋଇଥାଏ ।
👇ଉନ୍ମାଦ/ପାଗଳ👇
ଶଙ୍ଖପୁଷ୍ପି କୁ ସର୍ବାଙ୍ଗ ଦେଶୀ ଗାଈ ଘିଅରେ ଭାଜି ସେବନ କଲେ ଉନ୍ମାଦ ଭଲ ହୋଇଯାଏ ।
👇ଯୋନି ଦୃଢ଼ୀ କରଣ👇
ପାଳସ ମଞ୍ଜି ସହିତ ଡିମ୍ବିରି ଫଳ ବାଟି ସେଥିରେ ମହୁ ମିଶାଇ ଯୋନିରେ ଲେପ ଦିଅନ୍ତୁ ।
👇ଝିଅ ହେଉଥିଲେ ପୁଅ ହେବାକୁ👇
👉 ୠତୁସ୍ନାନ ପରେ ପଳାସ ପତ୍ର ଗୋଟିଏ ଆଣି ପୁତ୍ରବତୀ ନାରୀର ସ୍ତନ ଖୀରରେ ବାଟି ସେବନ କଲେ ପୁତ୍ର ସନ୍ତାନ ଲାଭ ହୋଇଥାଏ, ଠିକ ସେମିତି କନ୍ୟା ବତୀ ସ୍ତନ ଖୀରରେ ପଳାସ ବାଟି ସେବନ କଲେ ପୁତ୍ର ହେଉଥିଲେ କନ୍ଯା ସନ୍ତାନ ଲାଭ ହୋଇଥାଏ ।
👉 ଅଣ୍ଡିରା ବାଛୁରୀ ଜନ୍ମ କରିଥିବା ଗାଈର କ୍ଷୀର, ନଡ଼ିଆ, ବାଦାମ ଆଦି ପୁତ୍ର ପଥ୍ୟ ଅଟେ, ପୁତ୍ର କାମୀ ମହିଳା ମାନେ ଏହିସବୁ ପଦାର୍ଥ ଅଧିକ ମାତ୍ରାରେ ଖାଇବା ଉଚିତ ।
👇ୠତୁ ସ୍ରାବ ଅନିୟମିତତା👇
ପଳାସ ଛେଲି ଚୂର୍ଣ୍ଣ କୁ ଗାଈ ଘିଅରେ ଗୋଳାଇ ସେବନ କରନ୍ତୁ
👇ବନ୍ଧ୍ୟା କରଣ ପାଇଁ👇
👉 ପଳାସ ଯେମିତି ବନ୍ଧ୍ୟା କୁ ପୁତ୍ରବତୀ କରିପାରେ ସେମିତି ସାତ ପୁତ୍ରର ଜନନୀ କୁ ମଧ୍ୟ ଅତି ସହଜରେ ବନ୍ଧ୍ୟା କରିପାରେ ପଳାସ ମଞ୍ଜି ର ଚୂର୍ଣ୍ଣ ସହିତ ଘିଅ ଓ ମହୁ ମିଶାଇ ୠତୁ ର ପ୍ରଥମ ଦିନ ଠାରୁ ତୃତୀୟ ଦିନ ପର୍ଯ୍ୟନ୍ତ ସ୍ତ୍ରୀ ଯଦି ସେହି ମିଶ୍ରଣ କୁ ଯୋନୀ ମଧ୍ୟରେ ଧାରଣ କରେ ସେ କଦାପି ଗର୍ଭବତୀ ହୁଏ ନାହିଁ ।
👉 ପଳାସ ମଞ୍ଜି କାକୁଡି ମଞ୍ଜି ସମ ଭାଗରେ ନେଇ ଜଳ ସହିତ ବାଟି ୠତୁ କାଳରେ ଲଗାତାର ୩ଦିନ ସେବନ କଲେ ନାରୀ ବନ୍ଧ୍ୟା ହୁଏ ।
👉 ପଳାସ ମଞ୍ଜି କୁ ପୋଡି ଭସ୍ମ କରି ଏହି ଭସ୍ମକୁ ସୁଉକି ଓଜନର ଲାଗ ଲାଗ ୠତୁ ସ୍ନାନ ର ତିନି ଦିନ ଖାଇବ ଥଣ୍ଡା ପାଣିରେ ,ସେହି ମାସରେ ଗର୍ଭ ସଞ୍ଚାର ହେବ ନାହିଁ ।
👇ରକ୍ତ ଗୁଳ୍ମ👇
ସ୍ତ୍ରୀ ଲୋକଙ୍କ ୠତୁ ରକ୍ତ ଦୋଷରୁ ଏହି ମରାତ୍ମକ ରୋଗ ଜନ୍ମିଥାଏ, ପଳାସ ପତ୍ର କିମ୍ବା କଠାକୁ ଭସ୍ମ କରି ତାକୁ ସମଭାଗ ପାଣି,ସମଭାଗ ଅଁଳା ରସରେ ଗୋଳାଇ ନିୟମିତ ପାନକଲେ ଏହିରୋଗ ନିବାରଣ ହେଇଥାଏ ।
👇ଯାବତୀୟ ପ୍ରଦର ରୋଗ👇
ପଳାସ ଫୁଲ ୧୦ ଗ୍ରାମ, ୫ ଗ୍ରାମକୁ ମିଶ୍ରି ଏକତ୍ର ବାଟି ତାକୁ ପାଣି ସହିତ ମିଶାଇ ଦୁଇଟି ଗ୍ଲାସ ରେ ଭଲ ଭାବରେ ଗୋଳାଇ ନେବେ ଏବଂ ପାନ କରିବେ, ଏହି ଔଷଧ ୨୧ଦିନ ପର୍ଯ୍ୟନ୍ତ ସକାଳୁ ଖାଲି ପେଟରେ ସେବନ କଲେ ପ୍ରମେହ ଅତି ସହଜରେ ନିବାରିଣ ହୁଏ, ପଳାସ ଅଠାକୁ ପାଣିରେ ସିଝାଇ କିଛିଦିନ ନିୟମିତ ପାନକଲେ ମେହ, ପ୍ରମେହ, ଶୁକ୍ର କ୍ଷୟ ଧାତୁ ଖିଣତା ଆଦି ଦୂର ହୁଏ ।
👇କେଶ ନ ପାଚିବାକୁ👇
ପଳାସ ଗଛର କଞ୍ଚା ଛାଲିକୁ ଆମ୍ବର କୋଇଲି ସହିତ ସମ ଭାଗରେ ବାଟି କେଶରେ ଲଗାଇଲେ କେଶ ଆଦୌ ପାଚେ ନାହିଁ।
👇ୠତୁରୋଧ/ୠତୁବାଧା👇
ଶ୍ୱେତ ଦୁବ ସିଝାଇ ପାନକଲେ ମହିଳା ମାନଙ୍କର ୠତୁରୋଧ, ଋତୁବାଧା ପ୍ରଭୃତି ଦୂର ହୁଏ, ଏହି ପ୍ରୟୋଗ ଦ୍ଵାର ମଧ୍ଯ ଯାବତୀୟ ମୂତ୍ରରୋଗ, ଜ୍ଵର ଆଦି ନିବାରିତ ହୁଏ ।
👇ୠତୁବତୀ ହେବାକୁ👇
ଦୁବ ଏବଂ ଅରୁଆ ଚାଉଳ ଏକାଠି ବାଟି ଚକୁଳି ପିଠା ତିଆରି କରି ଖାଇଲେ ଝିଅ ମାନେ ୠତୁ ବତୀ ହୁଅନ୍ତି ଅତି କମରେ ନିହାତି ୨୧ଦିନ ଖାଇବାକୁ ପଡିବ .
👇ମୁଣ୍ଡ ଭ୍ରମିଲେ👇
ଦୁବଘାସ ଅଗି ଦେଶୀଗାଈ ଘିଅରେ ଭାଜି (୧ ତୋଳା) ଖାଇବେ, ଏହାଦ୍ୱାରା ମସ୍ତିଷ୍କ ର ଯାବତୀୟ ଦୁର୍ବଳତା ଦୂର ହୋଇଯିବ ।
👇ପିନସ👇
ପିନସ, ନାକରୁ ରକ୍ତ ପଡିବା, ନାକ ପାଚିବା, ନାକ ଦୁର୍ଗନ୍ଧ ହେବା, ନାକ ବସିଯିବା ଏ ସମସ୍ତ ନାସାରୋଗ ପାଇଁ ଦୁବଘାସ, ଡାଳିମ୍ବ ଫୁଲ ଆମ୍ବଡ଼ା ପତ୍ର ଏବଂ ପିଆଜ ଏହି ଚାରୋଟି ଦ୍ରବ୍ୟକୁ ନେଇ ଛେଚି ରସ ବାହାର କରି ସେହି ରସ ୨/୩ବୁନ୍ଧା ୪/୫ ଥର ନାକରେ ପକାଇଲେ ନିଶ୍ଚିତ ରୂପେ ଭଲ ହେଇଯିବ ।
👇ରକା ପଶିବା, ଜଖମ ହେବା👇
ଦୁବ ସହିତ ଅଦା ଓ ଅରୁଆ ଚାଉଳ ବାଟି ପୀଡିତ ସ୍ଥାନରେ ଲେପଦେଲେ ଉପରୋକ୍ତ ରୋଗ ଭଲ ହୁଏ ।
👇ପ୍ରଦର, ପ୍ରମେହ,ପରିସ୍ରା ଜ୍ୱାଳା👇
୧୦/୧୫ ଗ୍ରାମ ଦୁବରସ, ୧୦/୧୫ ଗ୍ରାମ ଶତାବରୀ ରସ, ୧୦/୧୫ ଗ୍ରାମ ଅଁଳା ରସ, ୧୦/୧୫ଟି ଗୋଲମରିଚ କୁ ଚୂର୍ଣ୍ଣ କରି ମିଶାଇ ପ୍ରତ୍ୟେକ ଦିନ ଦୁଇବା ବା ତିନିଥର ସେବନ କଲେ ଉପରୋକ୍ତ ରୋଗ ସହଜ ରେ ଭଲ ହୁଏ ।
👇କ୍ଷୟରୋଗ ରେ ଜ୍ଵର ହେଲେ👇
ଦୁବରସ ସହ ହଳଦୀ ଗୋଳାଇ ପିଇଲେ ଏହି ଜ୍ଵର ଉପଶମ ହୁଏ ।
👇ଋତୁ ବାଧା👇
କୌଣସି କାରଣରୁ ୠତୁ ସ୍ରାବରେ ବିଳମ୍ବ ହେଲେ ଦୁଇ ତୋଳା ଶୁଖିଲା ମଂଜୁଆତି ପତ୍ରକୁ ୨୦ ତୋଳା ପାଣିରେ ସିଝାଇ ଅବଶେଷ ୫ ତୋଳା ରହିଲେ ଛାଣି ସେହି କ୍ବାଥ ରେ ଦୁଇ ତୋଳା ମିଶ୍ରି ଗୁଣ୍ଡ ପ୍ରକ୍ଷେପ ଦେଇ ଏଇ ନିୟମରେ ୩/୪ ଦିନ ସେବନ କଲେ ଋତୁ ବାଧା ଦୂର ହୋଇଥାଏ ।
👇ରତିଶକ୍ତି ବୃଦ୍ଧି ପାଇଁ👇
ମଂଜୁଆତି ଗଛର କଞ୍ଚା ପତ୍ର ଦେଢ଼ ଗ୍ରାମ ନେଇ ଉତ୍ତମ ରୂପେ ବାଟି ପାନ କଲେ ଇନ୍ଦ୍ରିୟ ଦୁର୍ବଳତା ଓ ଋତିଶକ୍ତି ହୀନତା ଦୂର ହେଇପାରିବ । ଯେଉଁ ମାନଙ୍କର ସ୍ୱାଭାବିକ ନିଦ୍ରା ହୁଏ ନାହିଁ, ଶଯ୍ୟାରେ ମଂଜୁଆତି ଫୁଲ ରଖି ଶୋଇଲେ ସୁନିଦ୍ରା ହୋଇଥାଏ । ମଂଜୁଆତି ପତ୍ର ଓ ହଳଦୀ ଗୁଣ୍ଡକୁ ଏକତ୍ର ସିଝାଇ ସେହି ଜଳରେ ଯୋନି କୁ ଧୋଇଲେ ଯୋନି ଶୂଳ ଓ ଯୋନୀ କ୍ଷତ ରୋଗ ନିବାରିତ ହୁଏ ।
👇ମେହ, ପ୍ରମେହ, ପ୍ରଦର👇
ଘିକୁଆଁରୀ ରସକୁ ଜଳରେ ମର୍ଦନ କରି ପାନକଲେ ଧାତୁ ପୁଷ୍ଟ ହୁଏ । ଦୃଷ୍ଟି ଶକ୍ତି ବଢେ, ଘି କୁଆଁରୀ ସହିତ ଚିନି ମିଶାଇ ଖାଇଲେ ଗେନେରିଆ ଭଲ ହୁଏ । ସ୍ତ୍ରୀ ମାନଙ୍କର ଗର୍ଭାଶୟ ର ସମସ୍ତ ଦୋଷ ଭଲ ହୁଏ । ଘିକୁଆଁରୀ ରସ ସହିତ ହଳଦୀ ପେଶୀ ୧୫ ଦିନ ପର୍ଯ୍ୟନ୍ତ ସକାଳୁ ଖାଲି ପେଟରେ ଖାଇଲେ ପ୍ରଦର ରୋଗ ଭଲ ହୁଏ । ଏଥି ସହିତ ୠତୁ ବାଧା, ୠତୁ ବାଧକ ଦୋଷ ମଧ୍ୟ ଦୂର ହୋଇଥାଏ ।
👇ରତୁ ସମସ୍ୟା 👇
ରାଶି ଚୂର୍ଣ୍ଣ ସହିତ ହରିଡା ଚୂର୍ଣ୍ଣ ମିଶାଇ ସେବନ କଲେ ବନ୍ଦ ହୋଇଥିବା ମାସିକ ୠତୁ ସ୍ରାବ ପୁନଃ ଆରମ୍ଭ ହୋଇ ନିୟମିତ ହୁଏ ।
👇ଗଣ୍ଠି ବାତ ର ଅବ୍ୟର୍ଥ ଔଷଧ👇
ହରିଡାକୁ ଛାଇରେ ଶୁଖାଇ ପଥରରେ ଛେଚି ଚୂର୍ଣ୍ଣ କରି ଚୂର୍ଣ୍ଣ ଏକ ପା’ ଏକ ପା’ ଦେଶୀ ଗାଈ ଘିଆକୁ ଚୁଲିରେ ବସାଇ ଗରମ କରି ସେଥିରେ ହରିଡା ଚୂର୍ଣ୍ଣ ଓ ଏକ ପା’ ସୈନ୍ଧବ ଲବଣ ପକାଇ ଉତ୍ତମ ରୂପେ ମୃଦୁ ଅଗ୍ନିରେ ଭାଜି ପ୍ରତିଦିନ ସକାଳେ ଅଧତୋଳା ଲେଖାଏଁ ଖାଇଲେ, ଅସାଧ୍ୟ ଆଣ୍ଠୁଗଣ୍ଠି ବାତ ୧ ରୁ ୨ ମାସ ମଧ୍ୟରେ ନିଶ୍ଚୟ ଭଲ ହେଇଯିବ ।
👇ଯୋନି କଣ୍ଡୁ👇
ଗୁଳୁଚି କ୍ବାଥ ୧୪-୨୮ ମିଲି/ML ମାତ୍ରାରେ ଦିନକୁ ୨ଥର ସେବନ କଲେ ଯୋନି କଣ୍ଡୁ ପ୍ରଶମିତ ହୁଏ ।
👇ସ୍ତନ ଦୋଷ👇
ଗୁଳୁଚି କାଣ୍ଡ, ସତାବରୀ ମୂଳ, ପୋଟଳ ପତ୍ର, ନିମ୍ବ ଛେଲି ଓ ରକ୍ତ ଚଂନ୍ଦନ କାଠ – ଏ ସବୁକୁ ସମ ଭାବରେ ନେଇ କ୍ବାଥ ପ୍ରସ୍ତୁତ କରି ୧୪-୨୮ ମିଲି/ML ମାତ୍ରାରେ ସେବନ କଲେ(୨ଥର) ସ୍ତନ ଦୋଷ ଦୂର ହୁଏ ।
👇ରକ୍ତ ପ୍ରଦର👇
ଗୁଳୁଚି ପତ୍ରର ତାଜା ରସ ୧୪-୨୮ ମିଲି/ML ମାତ୍ରାରେ ୫-୧୦ଗ୍ରାମ ଶର୍କରା ସହିତ ଦିନକୁ ଦୁଇ ଥର ସେବନ କଲେ ରକ୍ତ ପ୍ରଦର ଭଲ ହୁଏ ।
ଗୁଳୁଚି ରସରେ ଦୁବରସ ଓ ମହୁ ମିଶାଇ ଖାଇଲେ ରକ୍ତ ପ୍ରଦର ଭଲ ହୁଏ ।
👇ମେହ👇
ଶ୍ଵେତ ପୁରୁଣି ମୂଳ ସାତଟି, ଗୋଲମରିଚ ୩ଟି ବାଟି ସକାଳେ ଦ୍ବିପହ ଓ ସନ୍ଧ୍ୟାରେ ତିନୋଟି ପାନ ସହିତ ଖାଇଲେ ମେହ ରୋଗ ଅବିଳମ୍ବେ ଦୂର ହୁଏ ।
👇ୠତୁସ୍ରାବ ଅଧିକ ହେଲେ👇
👉 ମୋଚରସ (ଶିମୁଳୀ ଅଠାକୁ ମୋଚ ରସ କୁହାଯାଏ) ୧ ଅଣା ଓଜନର ନେଇ ମିଶ୍ରି ସର୍ବତ ସାଙ୍ଗରେ ଦିନକୁ ଦୁଇଥର କିଛିଦିନ ସେବନ କଲେ ଅଧିକ ୠତୁସ୍ରାବ ନିଶ୍ଚିତ ବନ୍ଦ ହେଇଯିବ ।
👉 ଜାମୁକୋଳି ଛେଲିକୁ ବାଟି ପାଣିରେ ସିଝାଇ ଥଣ୍ଡା ହେବା ପରେ ସଫାକନାରେ ଛାଣି ଗୋଟାଏ କପ ପାଣି ସକାଳେ ଓ ସନ୍ଧ୍ୟାରେ ସ୍ରାବ ବନ୍ଦ ହେବା ପର୍ଯ୍ୟନ୍ତ ପାନ କରିବାକୁ ପଡେ।
👇ଯୋନିକନ୍ଦା👇
ଜାମୁ ସହିତ ତେନ୍ତୁଳି ବାଟି ଲେପ ଦେଲେ ଯୋନିକନ୍ଦା ଦୂର ହୁଏ ।
👇ବହୁମୂତ୍ର👇
ଜାମୁ ମଞ୍ଜିର ଚୂର୍ଣ୍ଣ ସୁଉକି ଓଜନର ଏବଂ ଗୁଡ଼ମାରି ପତ୍ର ଚୂର୍ଣ୍ଣ ସୁଉକି ଓଜନର ଏକତ୍ର ମିଶାଇ ଏକ ଚାମଚ ମହୁ ସାଙ୍ଗରେ ଦିନକୁ ୨ଥର ଖାଇଲେ ଗୋଟିଏ ମାସରେ ବହୁମୁତ (ମଧୁମେହ) ରୋଗ ଶାନ୍ତ ହୁଏ ।
👇ମେହ ପ୍ରମେହ, ରକ୍ତାତିସାର,ରକ୍ତପିତ👇
ଏ ସବୁ ରୋଗରେ ଜାମୁ ଗଛର ଜଳ ବାହାର କରି ପାନ କରାଯାଏ ।
👇ରକ୍ତସ୍ରାବି ଅର୍ଶ👇
ଏହି ରୋଗ ପାଇଁ ଜାମୁକୋଳି ପଥ୍ୟ ଏବଂ ଔଷଧ ଉଭୟେ କାମ କରେ, ଜୀମୁକୋଳିରୁ ରସ ବାହାର କରି ସେଥିରେ ଚିମୁଟେ ଲୁଣ ଏବଂ ମହୁ ମିଶାଇ ଲାଗ ଲାଗ ଦୁଇ ତିନି ମାସ ଖାଇଲେ ରକ୍ତସ୍ରାବୀ ଅର୍ଶ ସହଜରେ ନିବାରିତ ହୁଏ ।
👇ଅତ୍ୟାର୍ତ୍ତବ👇
ଏହି ରୋଗରେ ମାସିକ ଧର୍ମ ସମୟରେ ଅତ୍ୟଧିକ ରଜସ୍ରାବ ହୁଏ, ଦୁବ ପଞ୍ଚାଙ୍ଗ ରୁ ସ୍ୱରସ ପ୍ରସ୍ତୁତ କରି ଦଶରୁ ପନ୍ଦର ମିଲି/ML ମାତ୍ରାରେ ମହୁ ସହିତ ପ୍ରତେହ ତିନିଥର ସେବନ କଲେ ଅତି ରଜସ୍ରାବ ନିବାରିତ ହୁଏ ।
👇ୠତୁବନ୍ଦ ହେଲେ ୠତୁସ୍ରାବ ହେବାକୁ👇
ଗୋଟାଏ ପତ୍ରରେ ଉତୁରୁଲି କ୍ଷୀର ସଂଗ୍ରହ କରି ସେହି ସେହି ଖୀରରେ କିଛି ବିଶୁଦ୍ଧ ତୁଳା କିମ୍ବା କନା ଭିଜାଇ ଦିଅନ୍ତୁ । ସେହି ତୁଳକୁ ଯୋନୀ ମଧ୍ୟରେ ଦେଲେ ୠତୁ ବନ୍ଦ ଥିଲେ ୠତୁ ସ୍ରାବ ହୋଇଥାଏ । ଏହି ଉପାୟରେ ନଷ୍ଟ ୠତୁ ର ପୁନରୁଦ୍ଧର କରାଯାଇ ଥାଏ ।
ମୋ ଆଈମା ସ୍ବାସ୍ଥ୍ଯ କଥା - 48 ଆୟୁର୍ବେଦ ଓ ପଞ୍ଚଗବ୍ୟ ଦ୍ୱାରା କର୍କଟ (Cancer) ରୋଗର ସଫଳ ଚିକିତ୍ସା ଉପରେ...
.

Comments
Post a Comment