ମୋ ଆଈମା ସ୍ୱାସ୍ଥ୍ୟ କଥା - 30(b) ଆମ୍ବ ପତ୍ର ଓ ଫୁଲର ଔଷଧୀୟ ଗୁଣ
*ମୋ ଆଈମା ସ୍ୱାସ୍ଥ୍ୟ କଥା - 30(b)* ଆମ୍ବ ପତ୍ର ଓ ଫୁଲର ଔଷଧୀୟ ଗୁଣ
ଯଦି ଆପଣଙ୍କ ପାଟି ଦୁର୍ଗନ୍ଧ ହେଉଛି, ପାଟିରେ କୌଣସି ସଂକ୍ରମଣ ହେଉଛି ଆଉ ଛାଡ଼ୁନି ତାହେଲେ ଆପଣ ଆଜିଠୁ ଜାଣନ୍ତୁ କିଛି ଏମିତି ଔଷଧ ବୃକ୍ଷର ପତ୍ର ବିଷୟରେ ହୁଏତ ଆପଣ କେବେବି ଆଗରୁ ଭାବିନଥିବେ l ପଞ୍ଚ ପଲ୍ଲଵ ଭିତରୁ ଆମ୍ବ ଗଛ ମଧ୍ୟ ଗୋଟିଏ l ଆସନ୍ତୁ ଡେରି ନକରି ଆଜିର ସ୍ୱାସ୍ଥ୍ୟ କଥା ଆମ ଆଈମା ଠାରୁ ଶୁଣିନେବା l ଆଈମା ଆଜି ଆମ ଶରୀରର ଗୁଡ଼ାଏ ସମସ୍ୟାର ସମାଧାନ କରିନେବେ l ଆଜିର ସ୍ୱାସ୍ଥ୍ୟ କଥାରେ ରହିଛି - *ଆମ୍ବ ପତ୍ର ଓ ଆମ୍ବ ଫୁଲର ଔଷଧୀୟ ଗୁଣ ବିଷୟରେ* l
*କେଉଁ ସବୁ ରୋଗରେ କାମ ଦିଏ ଆମ୍ବ ପତ୍ର??*
, 👉 ମଧୁମେହ ରୋଗରେ ଇନ୍ସୁଲିନ ହର୍ମୋନର କ୍ଷରଣ ବା ତିଆରି କରିବାରେ ସାହାଯ୍ୟ କରେ ଏହି ଆମ୍ବ ପତ୍ର l କେବଳ ତିଆରି କରେ ତାହା ନୁହେଁ ଏହା ସମସ୍ତ କୋଷକୁ ନେଇପହଞ୍ଚାଇବାରେ ଅତି ସୁନ୍ଦର ଭୂମିକା ନିଏ l ଆମ୍ବ ପତ୍ର ମଧୁମେହ ରୋଗୀଙ୍କ ପାଇଁ ଅଵ୍ୟର୍ଥ ଔଷଧ l
👉 ବ୍ଲଡ଼ ପ୍ରେସରକୁ ନର୍ମାଲ ରଖେ l LDL, ୟୁରିକ ଏସିଡ, ଟ୍ରାଇଗ୍ଲିସେରାଇଡ ଭଳି ବିଷକୁ ତିଆରି ନହେବା ଏବଂ ଶରୀରର କୋଣ ଅନୁକୋଣକୁ ସଫା ରଖି ବ୍ଲଡ଼ ପ୍ରେସର ସମସ୍ୟାରୁ ମଣିଷକୁ ରକ୍ଷା କରେ l
👉 କୌଣସି ପ୍ରକାରର ପଥର ରୋଗ ହେଲେ ତାକୁ ଠିକ କରିଦିଏ l ସେ କିଡ଼ନୀ, ଗଲବ୍ଲାଡର ବା ଅଗ୍ନାଶୟ ହେଉ ଏହା ଅଵ୍ୟର୍ଥ ଔଷଧ ଅଟେ l
👉 ନାନା ପ୍ରକାର ଚର୍ମ ରୋଗରେ କାମ ଦିଏ l ଚର୍ମ ନାନା ରଙ୍ଗର ହେଲେ ( Discoloration ) ଏହାକୁ ଜାମୁକୋଳି ପତ୍ର ସହିତ ବାଟି ଲେପନ କଲେ ବହୁତ ସୁନ୍ଦର ଚେହେରା ପ୍ରାପ୍ତ ହୁଏ l
👉 ବାଳ ଝଡା, ପଚା କମେଇଥାଏ l
👉 ଶରୀରର ଫୁର୍ଥୀ ବା ଶକ୍ତି ବଢ଼େଇଥାଏ l ଉଭୟ ଶାରୀରିକ ଓ ମାନସିକ କ୍ଲାନ୍ତକୁ ଦୂରେଇଥାଏ l
👉 ଖାଦ୍ୟ ନଳୀ ସମ୍ବନ୍ଧୀୟ କୌଣସି ସମସ୍ୟାକୁ ଠିକ କରିବାର ଶକ୍ତି ଏହା ପାଖରେ ଅଛି l
👉 ରକ୍ତ ଝାଡା, ଅର୍ଶ, ସଂଗ୍ରହଣୀ ଆଦି ରୋଗରେ ସୁନ୍ଦର ଭାବରେ କାମ କରେ l
👉 ଶ୍ୱାସଗତ ବା ଫୁସଫୁସ ସମ୍ବଦ୍ଧିତ ରୋଗକୁ ଠିକ କରିବାରେ ମଧ୍ୟ ଖୁବ କାରିଗରୀ ଅଟେ l
👉 ହାକୁଟି ବା ହିଚକି ଅଧିକ ହେଲେ ଏହାର ପତ୍ରକୁ ପୋଡି ତାର ଧୂଆଁକୁ ନାକ ଦ୍ୱାରା ନେଲେ ତୁରନ୍ତ ଲାଭ ମିଳେ l
*ଫୁଲର ଔଷଧୀୟ ଗୁଣ*
👉ଏହା କଫ ଓ ପିତ୍ତ ନାଶକ ଅଟେ l
👉 ରକ୍ତ ସଫା ରଖିବାରେ ପ୍ରମୁଖ ନେଇଥାଏ l
, 👉 ନାନାଦି ସ୍ତ୍ରୀ ବା ପୁରୁଷମାନଙ୍କର ବର୍ତ୍ତମାନ ସମୟରେ ଦେଖାଯାଉଥିବା ହର୍ମୋନ ସବୁକୁ ନିୟନ୍ତ୍ରଣ କରେ l
👉 ମୂତ୍ର ସମ୍ବଦ୍ଧିୟ ରୋଗରେ କାମ ଦିଏ l
👉 ପାଟିର ସ୍ୱାଦ ବା ସଂଗ୍ରହଣୀ ଦୋଷ ଥିଲେ ତାକୁ ମୂଳରୁ ହିଁ ସମାପ୍ତ କରିଦିଏ l
ମୋ ଆଈମା ସ୍ୱାସ୍ଥ୍ୟ କଥା - 30(c) ଆମ୍ବ ଗଛ ର ଔଷଧୀୟ ଗୁଣ
.

Comments
Post a Comment