ମୋ ଆଈମା ସ୍ୱାସ୍ଥ୍ୟ କଥା - 30(a) ପାଚିଲା ଆମ୍ବର ଔଷଧୀୟ ଗୁଣ

*ମୋ ଆଈମା ସ୍ୱାସ୍ଥ୍ୟ କଥା - 30(a)* ପାଚିଲା ଆମ୍ବର ଔଷଧୀୟ ଗୁଣ

ଆଜିର ମୋ ଆଈମା କଥାରେ ଆପଣମାନଙ୍କ ପାଇଁ ରହିଛି... 
 *1- କେଉଁ ଆମ୍ବ ଖାଇବା ଦରକାର?* 
 *2- ପାଚିଲା ଆମ୍ବ ଫଳର ଔଷଧୀୟ ଗୁଣ* 
 *3- ଆମ୍ବ ଟାକୁଆର ଔଷଧୀୟ ଗୁଣ* 
 *4- ଆମ୍ବ ଖାଇବା ପାଇଁ କଣ ରହିଛି ସତର୍କତା?* 

👉 ଆୟୁର୍ବେଦ କଞ୍ଚା ଆମ୍ବ ଖାଇବାକୁ ମନା କରେ l କାରଣ ଏହା ପିତ୍ତ ରୋଗ ସୃଷ୍ଟି କରେ ଶରୀରରେ କିନ୍ତୁ ଏହାକୁ ଖରାରେ ଔଷଧୀୟ ମସଲା ଦ୍ୱାରା ଆଚାର କରି ଅଳ୍ପ ପରିମାଣରେ ଖାଇଲେ ଏହା ଶରୀର ପାଇଁ ଖୁବ ହିତକାରୀ ହୋଇଥାଏ l

👉 ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ସମ୍ପୂର୍ଣ ମିଠା ଲାଗୁଥିବା ଆମ୍ବ ବା ବହୁତ ପଚିଯାଇଥିବା ଆମ୍ବ ଖାଇବା ମଧ୍ୟ ଅନୁଚିତ କାରଣ ଏହା ଶରୀରରେ ( ଆମ ) ଦୋଷକୁ ବଢ଼େଇଥାଏ l ଆମାଶୟ ରୋଗ ହେବାର ସମ୍ଭାବନାକୁ ବଢ଼େଇଥାଏ l

👉 ଯେଉଁ ପାଚିଲା ଆମ୍ବ ତାଜା ହେଇଥିବ ବା ଅଧା ପାଚିଥିବ ବା ମିଠା ସହିତ ସାମାନ୍ୟ ଖଟା ମଧ୍ୟ ଲାଗୁଥିବ ତାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ l

👉 ଆମ୍ବ ସବୁବେଳେ ଦେଶୀ ପ୍ରଜାତିର ବ୍ୟବହାର କରିବା ଉଚିତ l ରଥଯାତ୍ରା ପରେ କୌଣସି ପ୍ରକାରର ଆମ୍ବ ଖାଇବା ଉଚିତ ନୁହେଁ l ବର୍ଷା ଓ ଶୀତ ଋତୁରେ ମିଳୁଥିବା ଆମ୍ବ କେବେବି ଖାଇବା ଉଚିତ ନୁହେଁ l ଆମ୍ବ ପାଇଁ ପ୍ରକୃଷ୍ଟ ସମୟ ହେଲା ବୈଶାଖ ଓ ଜୈଷ୍ଠ l

👉 ଆମ୍ବରେ କେବେବି ପୋକ ଆସିବ ନାହିଁ ଯଦି ଆସେ ତାହେଲେ ଆପଣ ଜାଣିଯିବେ ଏହା କୌଣସି ଜୀବ ଖାଇବା ଯୋଗ୍ୟ ହୋଇନାହିଁ l

 *ପାଚିଲା ଆମ୍ବର ଔଷଧୀୟ ଗୁଣ* 

👉 ଖରା ଦିନେ ଯେଉଁ ସବୁ ପୋଷାକ ତତ୍ତ୍ୱ ଶରୀରରୁ ଝାଳ ଆକାରରେ ବାହାରିପଡ଼େ ଏବଂ ଶରୀର ଦୁର୍ବଳ ବା ହାଲିଆ ଅନୁଭବ ହୁଏ ତାକୁ ପ୍ରତିହତ କରେ ଏବଂ ଆମକୁ ବଳ ପ୍ରଦାନ କରେ l ପାଚିଲା ଆମ୍ବ ଖାଇଲେ କୌଣସି ପ୍ରକାର ଭିଟାମିନର ଅଭାବ ହେବ ନାହିଁ ଯଦି ଖରା ଦିନରେ ଖିଆଯାଏ l ଅଂଶୁଘାତରୁ ରକ୍ଷା କରେ l

👉 ଶରୀରର ପ୍ରତିରୋଧ ଶକ୍ତିକୁ ମଜବୁତ କରେ l ବିରୋଚନ କ୍ରିୟା ବା ବିଷାକ୍ତ ତତ୍ତ୍ୱ ସବୁକୁ ଶରୀରରୁ ବାହାର କରେ l ଝାଳ ଯେତିକି ବିଷ ଶରୀରରୁ ବାହାର କରିନପାରେ ଏକା ପାଚିଲା ଆମ୍ବ ଖାଇଲେ ବହୁତ ବିଷ ଶରୀରରୁ ସଫା ହୋଇଥାଏ l ସେଥିପାଇଁ ଏହା ମଧୁମେହ ପାଇଁ ଜବରଦସ୍ତ ଔଷଧ ଅଟେ l ବହୁତ ଡାକ୍ତର ଆମ୍ବ ନଖାଇବାକୁ କହନ୍ତି କିନ୍ତୁ ଆମ୍ବ ଵିଧି ବଦ୍ଧ ଭାବରେ ଖାଇଲେ ଏହା ରକ୍ତର ଶର୍କରାକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ l

👉 ଏହା ଉତ୍ତମ ହଜମକାରୀ ଫଳ ଅଟେ l ଫେଟ ବା ଚର୍ବି କୁ ଶରୀରରୁ କଢ଼ାଇଥାଏ ଯଦି ସକାଳେ ଖାଲି ପେଟରେ ଖିଆଯାଏ ଏବଂ 2 ଘଣ୍ଟା ପର୍ଯ୍ୟନ୍ତ ପାଣି ବା କୌଣସି ଖାଦ୍ୟ ଖିଆନଯାଏ l ଏହା ଶରୀରର ରକ୍ତ ଚାପକୁ ଠିକ ଭାବେ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ l

👉 ଆଖି ପାଇଁ ବଢ଼ିଆ ଔଷଧ ଅଟେ l

👉 ସୌନ୍ଦର୍ଯ୍ୟ ବୃଦ୍ଧିରେ ଯଥେଷ୍ଟ ସହାୟକ ହୋଇଥାଏ ଯେହେତୁ ଏଥିରେ ଆଣ୍ଟିଅକ୍ସିଡେଣ୍ଟ ତତ୍ତ୍ୱ ସହିତ ଭିଟାମିନ A ମଧ୍ୟ ଭରପୁର ରହିଛି l ଏହାକୁ ସକାଳେ ଖାଲି ପେଟରେ କିଛି ଦିନ ଵିଧି ଅନୁଯାଇ ଖାଇଲେ ବୃଦ୍ଧାବସ୍ଥା ବିଳମ୍ବିତ ହୁଏ l ଭଲ ନିଦ କରେ ଏବଂ ବାଳକୁ ମଜବୁତ କରେ l

👉 ସମସ୍ତ ପ୍ରକାରର ପିତ୍ତ - ବାତ ରୋଗରେ କାମ ଦିଏ l ଉଦାହରଣ :- ପାରାଲାଇସିସ, ଆଣ୍ଠୁ ଅଣ୍ଟା ବ୍ୟଥା, ଫିସର, ବାଳ ସମସ୍ୟା, ଚର୍ମ ରୋଗ ଇତ୍ୟାଦି l
👉 ଏହା ଶୁକ୍ର ବର୍ଦ୍ଧକ ଅଟେ l

 *ଆମ୍ବ ଟାକୁଆର ଔଷଧୀୟ ଗୁଣ* 

👉 ଏହାକୁ ଶୁଖେଇ ଗୁଣ୍ଡ କରି ଖିଆଯାଏ ଶୁକ୍ର ଦୋଷ ପାଇଁ l

👉 ଏହାର ତେଲ କଫ ଓ ବାତ ରୋଗ ପାଇଁ ଭଲ କାମ କରେ l ଓଦା ଚର୍ମ ରୋଗ ପାଇଁ ଭଲ ଔଷଧ l

👉 ବାନ୍ତି ହେଉଥିଲେ ଏହାକୁ ବ୍ୟବହାର କରାଯାଏ ବନ୍ଦ କରିବା ପାଇଁ l

👉 ଛାତି ବା ଅନ୍ୟ କୌଣସି ଜାଗାରେ ହେଉଥିବା ଜଳାପୋଡାକୁ ଠିକ କରିବା ପାଇଁ ବହୁତ ଭଲ କାମ କରେ l

👉 ସଂଗ୍ରହଣୀ ବା IBS ରୋଗ ପାଇଁ ଅତି ସୁନ୍ଦର ଔଷଧ ଅଟେ l

👉 ଡାଇରିଆ ବା ଝାଡା ପାଇଁ ମଧ୍ୟ ଭଲ କାମ ଦିଏ l

 *ସତର୍କତା କଣ ରହିଛି ଆମ୍ବ ଖାଇବାରେ* 

👉 ରାତିରେ ଆମ୍ବ ନଖାଇଲେ ଭଲ l

👉 ଭାତ ସହିତ ଆମ୍ବ ବା କୌଣସି ଅନ୍ନ ସହିତ ଆମ୍ବ ଖାଇବା ଅନୁଚିତ l ଆଚାର ଖିଆଯାଇପାରିବ l

👉 ଅଧିକ ଖାଇବା ଅନୁଚିତ l ଏହା କଫ ରୋଗ ସୃଷ୍ଟି କରିଥାଏ l

👉 ଅଧିକ ଖଟା ବା କଞ୍ଚା ଆମ୍ବ ଚର୍ମ ରୋଗ ସୃଷ୍ଟି କରେ l ତଣ୍ଟିରେ ସଂକ୍ରମଣ ଦେଖାଯାଇପାରେ l

👉 ଅଧିକ ଆମ୍ବ ଖାଉଥିବା ଲୋକଙ୍କୁ କୋଷ୍ଠକାଠିନ୍ୟ ଦେଖାଯାଇ ଜିଭ ଘା ବା ତୁଣ୍ଡ ଘା ଦେଖାଯାଇପାରେ l



 ମୋ ଆଈମା ସ୍ୱାସ୍ଥ୍ୟ କଥା - 30(b) ଆମ୍ବ ପତ୍ରର, ଆମ୍ବ ଫୁଲର ଔଷଧୀୟ ଗୁଣ l








.


Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)