ବିଷ୍ଣୁଙ୍କର ଷୋଳ ନାମ

ବିଷ୍ଣୁଙ୍କର ଷୋଳ ନାମ କର ହେ ଶ୍ରବଣ ।

ସର୍ବ ପାପହାରୀ ମହା ପୁଣ୍ୟପ୍ରଦ ଜାଣ ।।


ଔଷଧ ସେବନ କାଳେ ଶ୍ରୀ ବିଷ୍ଣୁ ସ୍ମରିବ ।

ଭୋଜନ କାଳରେ ଜନାର୍ଦ୍ଦନ ଉଚ୍ଚାରିବ ।।


ଶୟନ କାଳରେ ପଦ୍ମନାଭଙ୍କୁ ଭଜିବ ।

ବିବାହେ ଶ୍ରୀ ପ୍ରଜାପତି ନାମ ସୁମରିବ ।।


ଯୁଦ୍ଧେ ଚକ୍ରଧର ପ୍ରବାସରେ ତ୍ରିବିକ୍ରମ ।

ମୃତ୍ୟୁକାଳେ ଉଚ୍ଚାରିବ ନାରାୟଣ ନାମ ।।


ପ୍ରିୟଜନ ସମାଗମେ ଶ୍ରୀଧର ସ୍ମରଣ ।

ଦୁଃସ୍ବପ୍ନେ ଗୋବିନ୍ଦ ନାମ ମୁଖେ ଉଚ୍ଚାରଣ ।।


ବିପଦେ ମଧୁସୂଦନ ନାମକୁ ରଟିବ ।

ବନ ମଧ୍ୟେ ନରସିଂହ ନାମ ଉଚ୍ଚାରିବ ।।


ଅଗ୍ନି ମଧ୍ୟେ ସୁମରିବ ଜଳଶାୟୀ ନାମ ।

ଜଳ ମଧ୍ୟରେ ବରାହ କରିବ ସ୍ମରଣ ।।


ପର୍ବତେ ରଘୁନନ୍ଦନ ଶ୍ରୀରାମ ରାଘବ ।

ଯାତ୍ରାକାଳେ ଉଚ୍ଚାରିବ ଶ୍ରୀ ବାମନ ଦେବ ।।


ସକଳ କାର୍ଯ୍ୟେ ସ୍ମରିବ ମାଧବ ମାଧବ ।

ଏ ନାମ ସ୍ମରଣେ ଭବ ବାଧା ଭୟ ଯିବ ।।


ଏହି ଯେ ଷୋଡ଼ଶ ନାମ ପରମ ପାବନ ।

ପ୍ରତିଦିନ ପ୍ରାତଃକାଳେ ଉଠି ଯେଉଁ ଜନ ।।


ବିଷ୍ଣୁଙ୍କର ଏ ନାମକୁ ଉଚ୍ଚାରଣ କରେ ।

ସର୍ବ ପାପ ଧ୍ବ°ସ ହୋଇ ପୁଣ୍ୟ ମିଳେ ତାରେ ।।


ସେ ପ୍ରାଣୀ ବିଷ୍ଣୁଲୋକରେ ପାଏ ଯେ ଆଦର ।

ତହିଁ ସୁଖେ ବାସ କରେ ଯୁଗଯୁଗାନ୍ତରେ ।।


* ଜୟ ଶ୍ରୀକୃଷ୍ଣ *



https://amrutdhar.blogspot.com/2023/08/blog-post.html

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 17 ମହିଳାମାନଙ୍କୁ ବିଶେଷ ଶକ୍ତି ଦେଇଛି ଘର କାମ ପାଇଁ

ମୋ ଆଈମା ସ୍ୱାସ୍ଥ୍ୟ କଥା - 05 ଆଖିର ଜ୍ୟୋତି

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"