ମୋ ଆଈମା ସ୍ୱାସ୍ଥ୍ୟ କଥା - 70 ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ଆମର ସ୍ୱାସ୍ଥ୍ୟ ପାଇଁ କଣ ଶିକ୍ଷା ଦିଏ

 *ମୋ ଆଈମା ସ୍ୱାସ୍ଥ୍ୟ କଥା - 70 ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ଆମର ସ୍ୱାସ୍ଥ୍ୟ ପାଇଁ କଣ ଶିକ୍ଷା ଦିଏ?*



ପ୍ରକୃତି ଦେଉଛି ବୋଲି ସବୁ ଜିନିଷ ଯେ ଅମୃତ ହେଇଥିବ ଏହା ଠିକ ହୋଇନ ପାରେ l ଆଜି ଆମେ ଏଭଳି କିଛି ପନିପରିବା ବିଷୟରେ ଜାଣିବା ଯାହାକି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦରେ ଆଦୌ ବ୍ୟବହାର ହୁଏ ନାହିଁ l ଏହା ଆମକୁ ଏକଥା ସୂଚିତ କରେ କି ଆମେ କେବେହେଲେ ମଧ୍ୟ ଏସବୁ ଜିନିଷ ଖାଇବା ଉଚିତ ନୁହେଁ l ଗତ କିଛି ବର୍ଷ ଧରି ଆମେ କିଛି ପନିପରିବା ବିଷୟରେ ଖୁବ ଗବେଷଣା କଲୁ ଏବଂ ଏଇଟା ପାଇଲୁ କି ଏହି ପନିପରିବା ଆମକୁ ବିଶେଷ ଭାବରେ ସେତେ ଦରକାର ନାହିଁ l  କିଛି ଏଭଳି ପନିପରିବା ରହିଛି ଯାହାକି ଆମର କ୍ଷତି ମଧ୍ୟ କରୁଛି l ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପନିପରିବା ସ୍ବଦେଶୀ ନୁହଁ ମାନେହେଲା ଭାରତ ବାହାରୁ ଏସବୁ ଆମ ଦେଶକୁ ଆସିଛି l ଏବେ ଲେଖି ରଖନ୍ତୁ  କେଉଁ ପନିପରିବା ଖାଇବା ଅନୁଚିତ ।


❌️ ଆଳୁ 

❌️ ଟମାଟୋ 

❌️ ଭେଣ୍ଡି 

❌️ କଞ୍ଚା କିମ୍ବା ଶୁଖିଲା ଲଙ୍କା 

❌️ କୋବି ଫୁଲ ହେଉ ବା ବନ୍ଧା 

❌️ ପିଆଜ 

❌️ ରସୁଣ 

❌️ କେପ୍ସିକମ 

❌️ କଲରା 

❌️ ବିନ 

❌️ ସଜନା 

❌️ ବାଇଗଣ 


👉 ଯେଉଁ ପନିପରିବା ଭିତରେ ଅଧିକ ମଞ୍ଜି ରହୁଛି ତାହା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇନପାରେ l ଏହା ଶ୍ରୀ ଜଗନ୍ନାଥଙ୍କ ସୂତ୍ର ବୋଲି କହିପାରିବା l


👉 ଏହା ପିତ୍ତ ବଢ଼ାଇଥାଏ l ଚର୍ମ ରୋଗ ବା ଆଲର୍ଜି ତିଆରି କରେ l ପେଟ ସଫାରେ ବାଧା ଦିଏ l ତାମସିକ ଖାଦ୍ୟ ହେଇଥିବାରୁ ଏହା ଉତ୍ତେଜନା ସୃଷ୍ଟି କରେ l ସେଥିପାଇଁ ଆମେ ସତର୍କ ରହିବା ଉଚିତ ଏସବୁ ଖାଦ୍ୟ ଖାଇବା ବେଳେ l


👉 ଅମୃତଭଣ୍ଡା ସମ୍ପୂର୍ଣ୍ଣ ସ୍ବଦେଶୀ ଅଟେ ନିଶ୍ଚିତ ଖାଇପାରିବେ l


👉 ପ୍ରଭୁ ଜଗନ୍ନାଥଙ୍କ ପାଖରେ ସୁନା ର କମି ନାହିଁ ସେ ଚାହିଁଲେ ସୁନା ପାତ୍ରରେ ଖାଇପାରନ୍ତେ କିନ୍ତୁ ମାଟି ପାତ୍ରରେ ରୋଷେଇ କରାଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ମହାପ୍ରସାଦ ତିଆରି କରାଯାଇ ଥାଏ l କାରଣ ମାଟି ହେଉଛି ସବୁଠୁ ପବିତ୍ର ବସ୍ତୁ ଅଟେ ସୁନା ରୂପା ଠାରୁ ମଧ୍ୟ ଶ୍ରେଷ୍ଠ ଅଟେ l କଦଳୀ ପତ୍ର ସର୍ବଶ୍ରେଷ୍ଠ ଥାଳି ଅଟେ ଖାଇବା ପାଇଁ l ଆଜି ମଧ୍ୟ ଆପଣ ଏହି ପତ୍ର ରେ କୌଣସି ଜିନିଷ ଖାଇବେ ଆପଣ ନିଶ୍ଚିତ ଅଧିକ ସ୍ୱାଦ ପାଇବେ l ଏହା ଅତି ପବିତ୍ର ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରିୟ ଅଟେ l



Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)