ମୋ ଆଈମା ସ୍ୱାସ୍ଥ୍ୟ କଥା – 58 ମୂଳା ଖାଇବା ଦ୍ୱାରା କେଉଁ କେଉଁ ରୋଗରୁ ଆମେ ରକ୍ଷା ପାଇପାରିବା?

 *ମୋ ଆଈମା ସ୍ୱାସ୍ଥ୍ୟ କଥା – 58 ମୂଳା ଖାଇବା ଦ୍ୱାରା କେଉଁ କେଉଁ ରୋଗରୁ ଆମେ ରକ୍ଷା ପାଇପାରିବା?*



ଆଈମାଙ୍କୁ ପ୍ରଶ୍ନ କରାଯାଇଥିଲା କାର୍ତ୍ତିକ ମାସ ଗଲା ପରେ ଯେଉଁ ଜିନିଷ ବେଶୀ ଖାଇବା ଉଚିତ?  ଆଈମା ଏହାର ଏମିତି ଉତ୍ତର ଦେଇଥିଲେ କାର୍ତ୍ତିକ ମାସରୁ ଶୀତ ବଢ଼ିବା ଆରମ୍ଭ ହୁଏ ଶୀତ ମଧ୍ୟ ଶରୀରକୁ ଶୁଷ୍କ କରେ କେବଳ ଖରା ନୁହେଁ ତେଣୁ ଏହି ମାସରେ ଖୁବ ପାଣିଆ ଜିନିଷ ଖାଇବା ଉଚିତ l ଆଈମା କହିଲେ ମୂଳା ଏହି ମାସରେ ଖୁବ ଖାଇବା ଉଚିତ କାରଣ ମୂଳା ବହୁତ ଗୁଡ଼ାଏ ରୋଗକୁ ଏକା ଠିକ କରିପାରେ l କଣ ସେ ସବୁ ରୋଗ?


*👇ଅର୍ଶ ଓ କୋଷ୍ଠକାଠିନ୍ୟ ପାଇଁ👇*


ଶୀତ ଦିନରେ ପ୍ରାୟ ଲୋକଙ୍କ ପେଟ ସଫା ହୋଇନଥାଏ ତେଣୁ ଏହାର ପ୍ରଭାବରେ ଅନେକ ଲୋକଙ୍କୁ ଅର୍ଶ ରୋଗ ଦେଖାଦେଇଥାଏ l ମୂଳା ଖାଇଲେ ଏହା ମଳକୁ କଅଁଳ କରେ ଏବଂ ଝାଡା ପରିଷ୍କାର କରିବାରେ ସାହାଯ୍ୟ କରେ l ଅର୍ଶ ରୋଗୀ ନିଶ୍ଚିତ ଭାବେ ସକାଳେ ଗୋଟା ମୂଳା ଏବଂ ଏହାର କଅଁଳିଆ ପତ୍ରକୁ ଏକା ସାଙ୍ଗରେ ଶିଳରେ ବାଟି ଜୁସ କରି ପିଇପାରିବେ ଏହା ବହୁତ ଭଲ କାମ କରେ l ଏହା ଜ୍ବଳନକୁ ଶାନ୍ତ କରେ l ଏଥିରେ ଯଦି ଷୌନ୍ଧଵ ଲୁଣ ମିଶାଇ ଖିଆଯାଏ ଏହା ପାଚନ ଶକ୍ତିକୁ ଠିକ ରଖେ l ଦିନରେ କେବଳ ମୂଳା ଖାଇବେ 4 ଟା ପରେ ଖାଇବା ଅନୁଚିତ l 2 ଟି ରୁ ଅଧିକ ଖାଇବା ଅନୁଚିତ l ଯଦି ଅଧିକ ଶାରୀରିକ ପରିଶ୍ରମ କରୁଛନ୍ତି ତାହେଲେ ଖାଇପାରିବେ l


*👇ଥଣ୍ଡା ଓ ସର୍ଦି ପାଇଁ👇*


ଯେଉଁ ମୂଳା ଯେତେ ରାଗ ସେହି ମୂଳା ଥଣ୍ଡା ପାଇଁ ସେତେ ଭଲ l ଗାଉଁଲି ଭାଷାରେ ଆଈମା ଏକଥା ଜଣେଇଦେଲେ ହେଲେ ଆମର ବିଜ୍ଞାନ କଣ କହୁଛି ଦେଖନ୍ତୁ l କଞ୍ଚା ଲଙ୍କା ହେଉ କି ସେ ମୂଳା ହେଉ ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ C ବା ଜୀବସାର – ଗ ଥାଏ l ଏହା ପ୍ରତିରୋଧ ଶକ୍ତି ବଢ଼େଇବାରେ ସାହାଯ୍ୟ କରେ ଏବଂ ଥଣ୍ଡା ପାଇଁ ବଢ଼ିଆ କାମ କରେ l ଏହାକୁ ସକାଳେ ଖାଲି ପେଟରେ ଖାଇବା ଉଚିତ l


*👇ରକ୍ତ ସଫା ପାଇଁ👇*


ଏଥିରେ ଯେଉଁ ଖଣିଜ ଲବଣ ଏବଂ ତନ୍ତୁ ଥାଏ ଏହା ଶରୀରକୁ ପୋଷିତ କରେ ଏବଂ ଶରୀରରେ ଅଦରକାରୀ ଜିନିଷକୁ ବାହାର କରେ l ରକ୍ତ ସଫା ରଖେ l କିଡ଼ନୀ ପାଇଁ ବହୁତ ସୁନ୍ଦର ଔଷଧ ଅଟେ l


*👇ଦାନ୍ତ ସମସ୍ୟା ପାଇଁ👇*


ଏହାକୁ ଚୋବେଇ ଚୋବେଇ ଖାଇଲେ ଏହା ଦାନ୍ତକୁ ମଜବୁତ କରିବା ସହ ଅନେକ ଦାନ୍ତ ସମସ୍ୟାରେ କାମ ଦିଏ l


*👇ଗଳା, ନାକ, ଆଖି ଏବଂ କାନ ସମସ୍ୟା ପାଇଁ👇*


ରାଗ ଲାଗୁଥିବା ମୂଳକୁ ସକାଳେ ଚୋବେଇ ଚୋବେଇ ଖାଇବା ଦ୍ୱାରା ଏହା ଗଳା, ନାକ, ଆଖି ଓ କାନ ଉପରେ ସୁପ୍ରଭାଵ ପକାଏ ଏବଂ ଅନେକ ଗୁଡ଼ାଏ କଫ ଜନିତ ରୋଗରୁ ମୁକ୍ତି ଦିଏ l


*କେଉଁ ଜିନିଷ ସହିତ ମୂଳାକୁ ମିଶାଇ ଖିଆଯାଏ ନାହିଁ?*


1- ମୂଳା + କଲରା ❌️

2- ମୂଳା + କମଳା ବା ଲେମ୍ବୁ ❌️

3- ମୂଳା + କାକୁଡି ❌️

4- ମୂଳା + କ୍ଷୀର ❌️

5- ମୂଳା + କଦଳୀ ❌️


👉 କେବେବି ମୂଳାକୁ ରାତିରେ ଖାଇବେ ନାହିଁ l


Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)