ପରିବେଶ ସୁରକ୍ଷାରେ ଗୋବଂଶର ଭୂମିକା
🌍 ପରିବେଶ ସୁରକ୍ଷାରେ ଗୋବଂଶର ଭୂମିକା 🌍
ଆଜି ବିଶ୍ୱ ପରିବେଶ ଦିବସ l ଆଜି ପ୍ରତ୍ୟେକ ବ୍ୟକ୍ତି ଥରୁଟିଏ ଚିନ୍ତା କରିବା ଉଚିତ ନିଜ ପାଇଁ ତଥା ସାରା ଜୀବଜଗତ କଲ୍ୟାଣ ପାଇଁ ଜଣେ କଣ କରିପାରିବେ ଆଜିର ପ୍ରଦୂଷିତ ପରିବେଶ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ? ଆଜିର ସ୍ୱତନ୍ତ୍ର ପୋଷ୍ଟରେ ଆମେ କିଛି ଏମିତି ତଥ୍ୟ ଉପସ୍ଥାପନା କରିବୁ ଯାହାକି ଆପଣଙ୍କ ପରିବେଶ ସୁରକ୍ଷା କରିବା ପାଇଁ ବହୁତ ବଡ଼ ପ୍ରେରଣା ଯୋଗାଇବ l ତେଣୁ ଆଜିର ବିଶିଷ୍ଟ ପୋଷ୍ଟରେ ଆପଣଙ୍କ ପାଇଁ ରହିଛି....
👉 ପରିବେଶର କେନ୍ଦ୍ରବିନ୍ଦୁ କୋଉଟା?
👉 ଗୋବଂଶ କେମିତି ପରିବେଶ ସୁରକ୍ଷା କରନ୍ତି?
ମଣିଷମାନେ ଆସିବା ପୂର୍ବରୁ ଏହି ପୃଥିବୀରେ ପ୍ରାକୃତିକ ପରିବେଶର ସତ୍ତା ରହିଛି l ତେବେ ପ୍ରଶ୍ନ ଉଠେ କେଉଁ ଜିନିଷକୁ ନେଇ ପରିବେଶ ତିଆରି ହୁଏ? ପୌରାଣିକ ମତ ଅନୁସାରେ ଏହି ବ୍ରହ୍ମାଣ୍ଡ ଏକ ଶୂନ୍ୟ ତତ୍ତ୍ୱରୁ ତିଆରି ହେଲା, ପରେ ପଞ୍ଚ ମହାଭୁତ ତିଆରି ହେଇ ନାନା ଭୌତିକ ତତ୍ତ୍ୱ ଗଢ଼ିଉଠିଲା l ଅଗ୍ନି ତତ୍ତ୍ୱରୁ ନାନା ଗ୍ରହ ନକ୍ଷତ୍ର ଜାତ ହେଲା l କିଛି ଗ୍ରହରେ ଜୀବନ ପାଇଁ ଅନୁକୂଳ ସମ୍ଭାବନା ଦେଖାଗଲା ସେଇଠି ପ୍ରାଣବାୟୁ ଓ ଜୀବନଦାୟୀ ଜଳ ଦ୍ୱାରା ଜୀବଜଗତ ଗଢ଼ିଉଠିଲା l ପୃଥିବୀ ସେହି ଭିତରୁ ଗୋଟିଏ ଗ୍ରହ ହେଲା l ପ୍ରଥମେ ଉଦ୍ଭିଦଜଗତ ତିଆରି ହେଲା ଓ ପରେ ସେମାନଙ୍କ ଯୋଗୁଁ ପ୍ରାଣୀଜଗତ ତିଆରି ହେଲେ l ସମଗ୍ର ଜୀବଜଗତର କେନ୍ଦ୍ର ବିନ୍ଦୁ ଗଛ ଲତା ହେଲେ l ଏକ ପ୍ରାକୃତିକ ପରିବେଶର ସନ୍ତୁଳନ ରକ୍ଷା ପାଇଁ ତିଆରି ହେଲା ପ୍ରାକୃତିକ ଵିଧି ବିଧାନ ବ୍ୟବସ୍ଥା l ଏହି ପ୍ରାକୃତିକ ବ୍ୟବସ୍ଥାକୁ ଅକ୍ଷୟ କରିବା ପାଇଁ ପୁଣି ତିଆରି ହେଲେ ନାନାଦି ଶ୍ରେଷ୍ଠ ଜୀବଜନ୍ତୁ କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବା ଶ୍ରେଷ୍ଠତାରେ ଶ୍ରେଷ୍ଠ ଜୀବ ଭିତରେ ପ୍ରକୃତି ଏଭଳି ଏକ ନିସ୍ଵାର୍ଥପର ଜୀବର ସୃଷ୍ଟି କଲା ଯିଏକି ସମସ୍ତଙ୍କର ଆହାର ଯୋଗାଡ଼ କରିବା ସହିତ ଏକ ଆଧ୍ୟାତ୍ମିକ ପ୍ରକାଶ ଦ୍ୱାରା ସମସ୍ତଙ୍କ ଭିତରେ ଦୟା, କରୁଣା, ସ୍ନେହ, ମମତା ଭଳି ସାତ୍ତ୍ୱିକ ଗୁଣ ଜାଗ୍ରତ କରି ସମସ୍ତ ଜୀବତ୍ମାମାନଙ୍କ ମୋକ୍ଷ ପ୍ରାପ୍ତି ପାଇଁ ସହାୟକ ହେଲା l 84 ଲକ୍ଷ ଜୀବମାନଙ୍କ ମଧ୍ୟରୁ ଗାଈ ହେଉଛି ସେଇ ଅନନ୍ୟ ଜୀବ l
👉 ପୌରାଣିକ ମତ ଅନୁସାରେ କେବଳ ଗୋବଂଶର ଆକୁଳ ନିବେଦନ ଦ୍ୱାରା ଇନ୍ଦ୍ର ପୃଥିବୀ ଉପରେ ବର୍ଷା କରିଥାନ୍ତି ଯେତେବେଳେ ଗୋବଂଶଙ୍କୁ ଚରିବା ପାଇଁ ପ୍ରକୃତି ଘାସ ଦେଇନଥାଏ l କେବଳ ବର୍ଷା ନୁହେଁ ଜୀବଜଗତ ଆବଶ୍ୟକ କରୁଥିବା ଅନେକ ଉପାଦାନ ଯେପରିକି ଗୋବର, ଗୋମୂତ୍ର ସହିତ କ୍ଷୀର ଜାତ ଦ୍ରବ୍ୟ ଦ୍ୱାରା ପୃଥିବୀ ପୃଷ୍ଠ ଉପରେ ଥିବା ମାଟିକୁ ପବିତ୍ର କରି ଜୀବଜଗତ ପାଇଁ ଅପ୍ରତ୍ୟକ୍ଷ ରୂପେ ଖାଦ୍ୟ ତିଆରି କରିଥାଏ l ଗାଈର ଦୁଇଟି ରୂପ ରହିଛି ସ୍ଥିର ରୂପରେ ଧରିତ୍ରୀ ଓ ଚଳନ୍ତା ରୂପରେ ଗୋମାତା l
👉 ଗାଈର ବେକ ଶେଷକୁ ଓ ପିଠି ଆରମ୍ଭରୁ ଥିବା ଚୂଳ ବା hump ଜୀବଜଗତକୁ ସୂଯ୍ୟଙ୍କ ଅତିବାଇଗଣୀ ରଶ୍ମୀର କ୍ଷତିକାରକ ପ୍ରଭାବରୁ ରକ୍ଷା କରେ l ଗାଈ ଚରୁଥିବା ଜାଗାରେ ଏହି କ୍ଷତିକାରକ ରଶ୍ମୀ ଗାଈର ଚୂଳ ଦ୍ୱାରା ଆକର୍ଷିତ ହୋଇ ଅବଶୋଷିତ ହୋଇଥାଏ l
👉 ରାଜସ୍ଥାନ ରାଜ୍ୟରେ ପୃଥିବୀର ସର୍ବବୃହତ ଗୋଶାଳା ରହିଛି l ରାଜସ୍ଥାନୀ ଲୋକମାନେ ମୂଳତଃ ଗୋଭକ୍ତ ଏଥିପାଇଁ ଥାଆନ୍ତି କାରଣ 50 ଡିଗ୍ରୀ ତାପମାତ୍ରାରେ ମଧ୍ୟ ସେମାନେ ଗୋ ବିଜ୍ଞାନକୁ ଉପଯୋଗ କରି ସୁନ୍ଦର ଜୀବନଯାପନ କରିଥାନ୍ତି l ତାଙ୍କର ଏକ ଦୃଢ଼ ବିଶ୍ୱାସ କି ମା ସରସ୍ବତୀ ନଦୀକୁ ଯୋଉଟା କି ବର୍ତ୍ତମାନ ରସାତଳେ ଅଦୃଶ୍ୟ ରୂପରେ ପ୍ରବାହିତ ହେଉଛି ଏହି ଗୋ ବିଜ୍ଞାନ ଦ୍ୱାରା ତାଙ୍କର ଧରିତ୍ରୀକୁ ପୁଣି ଥରେ ସରସ୍ବତୀ ନଦୀକୁ ଆଣି ସବୁଜିମାରେ ଭର୍ତ୍ତି କରିପାରିବେ l
👉 ଗୋବରର ଏକ ବିଶେଷତ୍ୱ ଏଇଟା କି ଏହା 60 ଡିଗ୍ରୀ ତାପମାତ୍ରା ପର୍ଯ୍ୟନ୍ତ ତାପକୁ ସହ୍ୟକରିପାରିବ ଏବଂ ସୁରକ୍ଷା ପ୍ରଦାନ କରିପାରିବ l
👉 ଗୋବର ଭୂତଳ ଜଳକୁ ରିଚାର୍ଜ କରିବାରେ ସାହାଯ୍ୟ କରେ ଏବଂ ଗଛର ମୂଳକୁ ଆଦ୍ର ରଖେ l ପୌରାଣିକ କଥା ଅନୁସାରେ ପୃଥିବୀକୁ 7ଟି ମୁଖ୍ୟ ସ୍ତରରେ ବିଭକ୍ତ କରାଯାଇଛି l 1- ଅତଳ, 2- ବିତଳ, 3- ସୁତଳ, 4- ତଳାତଳ, 5- ମହାତଳ, 6- ରସାତଳ, 7- ପାତାଳ l ଭୂପୃଷ୍ଠରେ ପ୍ରବାହିତ ଜଳଧାରା ବା ବର୍ଷା ପାଣି ମାଟିରେ ଧୀରେ ଧୀରେ ପଶିକି ରସାତଳ ପର୍ଯ୍ୟନ୍ତ ଯାଇପାରିବ l ଯଦି ସବୁ ଜଳ ପୃଥିବୀର ରସାତଳକୁ ଚଳିଯିବ ତାହେଲେ ପୃଥିବୀରେ ଅକାଳ ପଡ଼ିଯିବ ସବୁଦିନ ପାଇଁ l ପୌରାଣିକ ମତ ଅନୁସାରେ ଗୋବର ପାଖରେ ଏକ ଚୁମ୍ବକୀୟ ଶକ୍ତି ରହିଛି ସେ ବର୍ଷା ପାଣିକୁ ବାନ୍ଧିବାର ତେଣୁ ବେଶୀ ଭିତରକୁ ପାଣିକୁ ଯିବାକୁ ଦିଏ ନାହିଁ ଏବଂ ଭୂତଳ ଜଳକୁ ଜୀବଜଗତର ବ୍ୟବହାରରେ ଆଣିଥାଏ l ସେଥିପାଇଁ ଗାଈ ନହେଲେ ଜୀବଜଗତ ବଞ୍ଚିବା ମୁସ୍କିଲ ହେଇଯିବ l
👉 ଗାଈ ବିଷ ଖାଇଲେ ମଧ୍ୟ ସେହି ବିଷକୁ କେବେବି ନିଜର ସନ୍ତାନମାନଙ୍କ ପାଇଁ ନିଜ ଶରୀରରୁ ବାହାର କରିନଥାଏ l ନା ତାର କ୍ଷୀରରେ, ନା ତାର ଗୋମୂତ୍ରରେ, ନା ଗୋବରରେ l କୁହାଯାଏ ଗୋମାତା ଶରୀରରେ 33 କୋଟି ଦେବତା ବାସ କରନ୍ତି l ସ୍ୱୟଂ ଭଗବାନ ଶିବ ଗାଈର କଣ୍ଠରେ ଉପସ୍ଥିତ ରହୁଥିବାରୁ ଗାଈ ସମସ୍ତ ବିଷକୁ ନିଜ ବେକ ତଳେ ଧାରଣ କରି ନିଜର ସନ୍ତାନମାନଙ୍କୁ ଅମୃତ ପ୍ରଦାନ କରିଥାଏ l ବିଷର ପରିମାଣ ଯଦି ତାର ଧାରଣ କରିବା କ୍ଷମତାରୁ ଅଧିକ ହେଲେ ସେ ମରିଯାଇପାରେ କିନ୍ତୁ ବିଷକୁ କେବେ ବାହାରକୁ ଛାଡେ ନାହିଁ l ଏହା ଏକ ସତ୍ୟ ଓ ବୈଜ୍ଞାନିକ ବିଷୟ ଆଉ ଗାଈ ଉପରେ ବର୍ଷ ବର୍ଷ ଧରି ହୋଇଆସୁଥିବା ପରୀକ୍ଷାମାନଙ୍କ ଭିତରୁ ଏହା ଅନ୍ୟତମ l
👉 ଗୋରୁପଲ ଯେଉଁ ସମୟରେ ଗୋଠରୁ ଜଙ୍ଗଲକୁ ଚରିବା ପାଇଁ ଯାଆନ୍ତି ବା ଜଙ୍ଗଲରୁ ଗୋଠକୁ ପ୍ରତ୍ୟାବର୍ତ୍ତନ କରନ୍ତି ମୁଖ୍ୟତଃ ଅଧା ଘଣ୍ଟା ସୁର୍ୟୋଦୟ ବା ସୂର୍ଯ୍ୟାସ୍ତ ପୂର୍ବରୁ ଏହି ସମୟକୁ ଗୋଧୂଳି ସମୟ କୁହାଯାଏ l ଏହି ସମୟରେ ପ୍ରକୃତି ପରିବେଶ ଖୁବ ଅନୁକୂଳ ଥାଏ l ଗୋରୁଙ୍କ ଚରଣ ଧୂଳି ଦ୍ୱାରା ପରିବେଶ ଶୁଦ୍ଧ ଏବଂ ମଙ୍ଗଳକାରୀ ହୁଏ ସେଥିପାଇଁ ତ ବିବାହ ଲଗ୍ନ ଗୋଧୂଳି ସମୟରେ ସ୍ଥିର କରାଯିବାର ସୁବ୍ୟବସ୍ଥା ଏବେ ମଧ୍ୟ ଆମ ସମାଜରେ ପ୍ରଚଳିତ ରହିଛି l
👉 ଆଈମା ସ୍ୱାସ୍ଥ୍ୟ କଥାରେ କଞ୍ଚା ଗୋବରରେ ଥିବା ପିଳୋଵାଲସ ଜୀବାଣୁ ବିଷୟରେ କୁହାସରିଛି କେମିତି ଏହା ପରିବେଶରେ ପଡିରହିଥିବା ଅଳିଆ ଆବର୍ଜନା ସହିତ ଅପକାରୀ ଜୀବାଣୁମାନଙ୍କୁ ଖାଇ ସଫା କରିଥାଏ ସେଥିପାଇଁ ଆମେ ଗୋବର ଦ୍ୱାରା ଲିପା ପୋଛା କରୁ ଆମ ଘର ଅଗଣାରେ l ଏହା ପରିବେଶକୁ ସ୍ୱଚ୍ଛ ଓ ଶୁଦ୍ଧ କରେ l
👉 କେବେ ଦେଖିଛନ୍ତି ଗାଈର ଗୋବରରେ ପଲିଥିନ ଆସିବାର? ଗାଈ ମଧ୍ୟ ଆମର ଏକ ଉତ୍ତମ ପରିବେଶ ବନ୍ଧୁ ଅଟେ l ଆମେ ଯେଉଁ ବାହାଘର ଭୋଜି ବା ନିଜ ଘରର ଅଳିଆ ଆବର୍ଜନା ଓ ପଲିଥିନ ଜରି ଆଦି ବାହାର ରାସ୍ତା କଡ଼କୁ ଫିଂକିଥାଉଁ ତାକୁ ଗାଈ ନିଜ ପାଟିରେ ଚୋବେଇ ଚୋବେଇ ଖାଇଦେଇଥାଏ l ଆମେ ଆଗରୁ କହିଛୁ ଯେ ଗାଈ ବିଷ ଖାଇଲେ ମରିଯିବ ପଛେ କେବେ ମଧ୍ୟ ନିଜ ସନ୍ତାନ ସନ୍ତତିମାନଙ୍କୁ ବିଷ ଦେଵ ନାହିଁ l ସେଥିପାଇଁ ତ ଆଜି ସହର ଓ ନଗରରେ ଦେଖାଯାଉଥିବା ଗାଈମାନଙ୍କ ପେଟରେ କେଜି କେଜି ମାତ୍ରାରେ ପଲିଥିନ ଆଉ ଅନ୍ୟ ବିଷାକ୍ତ ଜିନିଷ ପାଇବେ l ଆପଣଙ୍କୁ କଣ ଲାଗେ ସେମାନଙ୍କୁ କୌଣସି କଷ୍ଟ ଲାଗୁନଥିବ ?? ଆପଣମାନେ ଭୁଲ କରିବେ ଆଉ ଦଣ୍ଡ ପାଇବେ ଆମର ଗୋବଂଶ l ଆରେ ଭାଇ ପ୍ଲାଷ୍ଟିକକୁ କେଉଁ ଜୀଵ ଖାଇବା ପାଇଁ ଚାହିଁବ ??? ଗୋବଂଶ ଛଡା ଅନ୍ୟ କାହାର ଏତେ ସାହସ ନାହିଁ କାରଣ ସେମାନଙ୍କ ଭିତରେ ବହୁତ ଦିବ୍ୟ ଗୁଣ ରହିଛି ଯେପରିକି ପରିବେଶକୁ ସୁରକ୍ଷା ପ୍ରଦାନ କରିବା, ମାନବ ସମାଜକୁ ସୁରକ୍ଷା ଦେବା, ମାଟିର ଉର୍ବରତାକୁ ଅକ୍ଷୁର୍ଣ ରଖିବା, ବାୟୁମଣ୍ଡଳରେ ଅମ୍ଳଜାନର ସ୍ତରକୁ ବଢ଼େଇବା, ନିଜେ ମଇଳା ଖାଇବେ ହେଲେ ପାଖରେ ଥିବା ବିଲ ବାଡ଼ିକୁ ଯାଇ ଚାଷୀର ଜିନିଷ ନ ଖାଇବା ଏହା ଗୋଟିଏ ଗୋଟିଏ ଦିବ୍ୟ ଗୁଣ ନୂହେଁ ତ ଆଉ କଣ?? କିନ୍ତୁ ଆମର କର୍ତ୍ତବ୍ୟ ଆମେ ପୂର୍ଣ୍ଣ ରୂପେ ସମ୍ପାଦନ କରୁଛେ କି??? ଆମେ ସ୍ୱାର୍ଥପର ହେଲେ ଗାଈକୁ ଘରୁ ବିଦା କଲେ l ବଳଦକୁ କଂସେଇ ପାଖକୁ ପଠେଇଲେ l ତାଙ୍କର ଗୋଚର ଜମିରେ ନିଜେ ଚାଷ କଲେ ଆଉ ତାଙ୍କୁ ଜୋରଜବରଦସ୍ତ ପଠେଇଦେଲେ ସେଇ ଅପରିଷ୍କାର ସହର ଓ ନଗର ଗଳିକୁ l ଧନ କମେଇବା ନିଶାରେ ଆଜିର ମଣିଷ ନିଜର ଦୟା, କରୁଣା, ସହାନୁଭୂତି ଓ ଭଲ ପାଇବା ଆଦି ଗୁଣକୁ ଶୁଷ୍କ କରିଦେଇଛି l ଆସନ୍ତୁ ନା ଆମର ପୂର୍ବ ଲୋକମାନଙ୍କ ଦ୍ୱାରା କରାଯାଇଥିବା ଦୋଷ ତ୍ରୁଟିକୁ ସୁଧାରିବା ପାଇଁ ଛୋଟିଆ ଚେଷ୍ଟା କରିବା l ନିଜ ମନ ଭିତରେ ଗୋଟିଏ ପ୍ରଶ୍ନ ଆଣନ୍ତୁ “ମୁଁ କଣ କରିପାରିବି ମୋର ଗୋମାତାକୁ ବଂଚେଇବା ପାଇଁ, ମୁଁ କଣ କରିପାରିବି ମୁଁ ମୋର ପରିବେଶକୁ ସୁସ୍ଥ ରଖିବା ପାଇଁ??? “ ନିଜେ ନିଜକୁ ପ୍ରଶ୍ନ କଲେ ପ୍ରଶ୍ନରୁ ଉତ୍ତର ନିଶ୍ଚୟ ମିଳିବ ଏହା ଆମର ଆଶା l

Comments
Post a Comment