ମୋ ଆଈମା ସ୍ୱାସ୍ଥ୍ୟ କଥା -36(e) ସମସ୍ତ ପ୍ରକାର ଯୌନ ରୋଗ ଉପେର
ମୋ ଆଈମା ସ୍ୱାସ୍ଥ୍ୟ କଥା -36(e) ସମସ୍ତ ପ୍ରକାର ଯୌନ ରୋଗ ଉପେର ଆଜିର ସ୍ୱାସ୍ଥ୍ୟ କଥା ସେକ୍ସ ହର୍ମୋନ ବିକୃତି ଓ ନାନାଦି ସେକ୍ସ ସମସ୍ୟା ଉପରେ ଆଧାରିତ l ଯେଉଁମାନେ ମୋ ଆଈମା ସ୍ୱାସ୍ଥ୍ୟ କଥା 19 , 27 ଓ 36(a) ଦେଖିନାହାନ୍ତି, ପ୍ରଥମେ ଦେଖନ୍ତୁ ନହେଲେ ଏହା ବୁଝିପାରିବେନି l ଆଜିର ସ୍ୱାସ୍ଥ୍ୟ କଥାରେ ଆମେ ଜାଣିବା... 1- ସେକ୍ସ ବା କାମର ଆବଶ୍ୟକତା ଏବଂ ବିଭିନ୍ନ ସନ୍ଦେହର ଉତ୍ତର 2- ନାଇଟ ଫଲ ସମସ୍ୟା ବା ଧାତୁ ସମସ୍ୟାର ସମାଧାନ 3- ଲିକୋରିଆର ସମାଧାନ 4- ବୀର୍ୟ ଗାଢ଼ କରିବେ କିପରି?? 5- ଉତ୍ତମ ସନ୍ତାନ ପ୍ରାପ୍ତି ପାଇଁ କଣ କରିବେ?? ଏସବୁ ବିଷୟ ଭିତରକୁ ପଶିବା ପୂର୍ବରୁ ମୋର ଛୋଟିଆ ଅନୁରୋଧ ଯେ ଆପଣ ଏହି ବିଷୟବସ୍ତୁକୁ ନକରାତ୍ମକ ଦୃଷ୍ଟିରେ ନଦେଖି ଏକ ଜିଜ୍ଞାସୁ ଏବଂ ସଚେତନ ବ୍ୟକ୍ତି ଭାବେ ତଥା ଗୋଟିଏ ଭଲ ସମାଜ ଗଠନ କରିବା ଉଦ୍ଦେଶ୍ୟରେ ଦେଖନ୍ତୁ l 1- ସେକ୍ସ ବା କାମର ଆବଶ୍ୟକତା ଏବଂ ବିଭିନ୍ନ ସନ୍ଦେହର ଉତ୍ତର କେଉଁ ଅନାଦି କାଳରୁ ମଣିଷ ତାର ପ୍ରଜ୍ଞା ଏବଂ ବିଚାର ଶକ୍ତିକୁ ବ୍ୟବହାର କରି ଅନ୍ୟ ଜୀବମାନଙ୍କୁ ପଛରେ ପକାଇ ସାରା ପୃଥିବୀରେ ରାଜୁତି କରିଆସୁଅଛି l ପଶୁ ପୋଷା ମାନି ମଣିଷ ଭଳିଆ ଆଚରଣ କରିପାରେ, ମାଲିକର ବିଶ୍ୱସ୍ତ ହୋଇପାରେ, ପରୋପକାରୀ, ଦୟାଳୁ ଆଦି ଉତ୍ତମ ଗୁଣର ଅଧିକାରୀ ହେଇପାରେ କିନ୍ତୁ ଆତ୍ମଜ୍ଞାନୀ ବା ବ୍ରହ୍ମଜ୍ଞାନୀ ହେଇପାର...